Posted inଖେଳ

ଧୋନୀଙ୍କ ରେକର୍ଡ ଭାଙ୍ଗିବା ନେଇ ଏମିତି କହିଲେ କୋହଲି

ଅହମଦାବାଦ,୨୪।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଫେବୃୟାରୀ ୨୪ଠାରୁ ଅହମ୍ମଦାବାଦର ନବନିର୍ମିତ ମୋଟେରା ଷ୍ଟାଡିୟମରେ ଖେଳାଯିବ। ଏହି ଟେଷ୍ଟ ଦୁଇ ଦଳ ମଧ୍ୟରେ ପିଙ୍କ୍‌ ବଲରେ ଖେଳାଯିବ। ଅଧିନାୟକ ବିରାଟ କୋହଲିଙ୍କ ପାଇଁ ମଧ୍ୟ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚରେ କୋହଲି ଅଧିନାୟକ ତଥା ବ୍ୟାଟ୍ସମ୍ୟାନ ଭାବରେ ଅନେକ ରେକର୍ଡ ସୃଷ୍ଟି କରିବାର ସମ୍ଭାବନା ରହିଛି। ଯଦି ଟିମ ଇଣ୍ଡିଆ ମୋଟେରା ଟେଷ୍ଟରେ ଜିତେ। କୋହଲିଙ୍କ ଅଧିନାୟକତ୍ୱରେ ନିଜ ମାଟିରେ ଭାରତର ୨୨ତମ ଟେଷ୍ଟ ବିଜୟ ହେବ। ଏହିପରି, ବିରାଟ ଅଧିନାୟକ ଭାବରେ ଘରୋଇ ପଡିଆରେ ସର୍ବାଧିକ ଟେଷ୍ଟ ଜିତିବାର ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିବେ। ଏନେଇ କୋହଲିଙ୍କୁ ପଚରାଯିବାରୁ ସେ କହିଥିଲେ, ଏହି ରେକର୍ଡ ମୋ ପାଇଁ କିଛି ନୁହେଁ, ଆମେ ରେକର୍ଡ ପାଇଁ ଖେଳୁନାହୁଁ ବୋଲି ସେ କହିଛନ୍ତି। ଆମେ କେବଳ ମ୍ୟାଚ୍‌ ଜିତିବା ପାଇଁ ଖେଳୁଛୁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଅଧିନାୟକ ଭାବରେ ଦେଶରେ ୨୧-୨୧ ଟେଷ୍ଟ ଜିତି ବିରାଟ ଏବଂ ଧୋନୀ ଏବେ ସମାନ ସ୍ଥାନରେ ଅଛନ୍ତି। ଚେନ୍ନାଇରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଜିତିବା ପରେ ବିରାଟ ଧୋନୀଙ୍କ ରେକର୍ଡ ସହ ସମାନ ହୋଇଥିଲେ। ପୂର୍ବତନ ଅଧିନାୟକ ମହମ୍ମଦ ଅଜହରୁଦ୍ଦିନ (୧୩ ଟେଷ୍ଟ ବିଜୟ), ସୌରଭ ଗାଙ୍ଗୁଲି (୧୦ ଟେଷ୍ଟ ବିଜୟ) ଏବଂ ସୁନୀଲ ଗାଭାସ୍କର (୭ ଟେଷ୍ଟ ବିଜୟ) ମଧ୍ୟ ଏହି ତାଲିକାରେ ଅଛନ୍ତି। ଏଭଳି ପରିସ୍ଥିତିରେ ଧୋନୀଙ୍କୁ ପଛରେ ପକାଇ ଦେଶର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ ହେବାର ସୁଯୋଗ ପାଇବେ କୋହଲି। ଏଥି ସହିତ, ଯଦି ସାମଗ୍ରିକ ରେକର୍ଡ ବିଷୟରେ କଥାବାର୍ତ୍ତା ହୁଏ, ତେବେ କୋହଲି ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ ହୋଇସାରିଛନ୍ତି ।ତାଙ୍କ ଅଧିନାୟକତ୍ୱରେ ଭାରତ ୫୮ ଟି ଟେଷ୍ଟ ମଧ୍ୟରୁ ୩୪ଟି ଜିତିଛି। ୧୪ଟି ମ୍ୟାଚ ହାରିଛି ଏବଂ ୧୦ଟି ଡ୍ର ରହିଛି । ଅନ୍ୟପକ୍ଷରେ ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ୬୦ଟି ଟେଷ୍ଟ ଖେଳିଥିଲା। ଏଥିରେ ଦଳ ୨୭ ଟି ଜିତି ୧୮ଟି ହାରିଛି। ଯେତେବେଳେ କି ୧୫ଟି ମ୍ୟାଚ ଡ୍ର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri