ନୂଆଦିଲ୍ଲୀ, ୪ା୬: ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲି ହାମଷ୍ଟ୍ରିଙ୍ଗ ଇଞ୍ଜୁରୀ କାରଣରୁ ଆଗାମୀ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ରୁ ବାଦ୍ ପଡ଼ିଛନ୍ତି। ସେହିପରି ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଉପଲବ୍ଧତାକୁ ନେଇ ମଧ୍ୟ ସନ୍ଦେହ ରହିଛି। ଦୁଇ ଭେଟେରାନ ବ୍ୟାଟର ଆଇପିଏଲ୍ ବେଳେ ହାମଷ୍ଟ୍ରିଙ୍ଗ ଇଞ୍ଜୁରୀର ସମ୍ମୁଖୀନ ହୋଇଥିଲେ। ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆସନ୍ତା ୧୩ ତାରିଖରେ ଧର୍ମଶାଳାରେ ଆରମ୍ଭ ହେବ। ସିରିଜ୍ର ଅନ୍ତିମ ଦୁଇ ମ୍ୟାଚ୍ ଆସନ୍ତା ୧୭ ଓ ୨୦ ତାରିଖରେ ଲକ୍ଷ୍ନୌ ଓ ଚେନ୍ନାଇରେ ଖେଳାଯିବ।
ଗତ ରବିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍ ଫାଇନାଲରେ ଆହତ ହୋଇଥିଲେ। ସ୍କାନରୁ ଡିଷ୍ଟାଲ ସେମିମେମ୍ବ୍ରାନୋସସ ଟେଣ୍ଡନ ଟିଅର ହୋଇଥିବା ଜଣାପଡ଼ିଛି।
ଏହା ଆଣ୍ଠୁ ତଳେ ଥିବା ଶାଇନବୋନର ଭିତର ଭାଗ ସହ ଯୋଡ଼ି ହୋଇଥାଏ। ୩୭ ବର୍ଷୀୟ କୋହଲିଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଲଗାତର ଦ୍ୱିତୀୟ ଥର ପାଇଁ ଆଇପିଏଲ୍ ଟ୍ରଫି ଜିତିଛି। ଏପରି କି ସେ ଛକା ମାରି ମ୍ୟାଚ୍ ବିଜୟ କରାଇଥିଲେ। ଆଫଗାନିସ୍ତାନ ସିରିଜ୍ ପରେ ଭାରତ ଜୁଲାଇରେ ଇଂଲଣ୍ଡରେ ଦିନିକିଆ ସିରିଜ୍ ଖେଳିବ।

