Posted inଖେଳ

ଆଜି ପ୍ରଥମ ଦିନିକିଆ: ଦଳକୁ ଫେରିଲେ କୋହଲି, ରୋହିତ

ଗୁଆହାଟୀ,୧୦ା୧(ପି.ଟି.): ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ଼ ଝଟକା। ମଙ୍ଗଳବାର ବର୍ଷାପଡ଼ା କ୍ରିକେଟ ଷ୍ଟାଡିୟମରେ ଉଭୟ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳିବେ। ଏହି ମ୍ୟାଚ୍‌ ପାଇଁ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଭାରତୀୟ ଦଳକୁ ଫେରିଥିବା ବେଳେ ପୁଣି ଥରେ ପଡ଼ିଆରୁ ଦୂରେଇ ରହିବେ ପେସ୍‌ ବୋଲର ଯଶ୍‌ପ୍ରୀତ ବୁମ୍‌ରା। ପୂର୍ବରୁ ବୁମ୍‌ରାଙ୍କୁ ଦିନିକିଆ ଦଳ ପାଇଁ ଫିଟ୍‌ ଘୋଷଣା କରାଯାଇଥିବା ବେଳେ ସେ ସମ୍ପୂର୍ଣ୍ଣ ଫିଟ୍‌ ନ ଥିବା କାରଣରୁ ବାଦ୍‌ ପଡ଼ିଛନ୍ତି। ଏହାସହିତ ସେ ଜାନୁୟାରୀ ୧୮ରୁ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ସିରିଜ ପାଇଁ ଉପଲବ୍ଧ ହେବେ କି ନା ତାହା ସ୍ପଷ୍ଟ ହୋଇନାହିଁ। ଦିନିକିଆ ବିଶ୍ୱକପ୍‌ ଭାରତୀୟ ଦଳର ପ୍ରାଥମିକତା ରହିଥିବା ବେଳେ ରୋହିତ ଓ କୋହଲିଙ୍କ ବ୍ୟତୀତ ଶ୍ରେୟାସ ଆୟର ଓ ଲୋକେଶ ରାହୁଲଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ। ଦିନିକିଆ ବିଶ୍ୱକପ୍‌କୁ ୯ରୁ ୧୦ ମାସ ବାକି ରହିଥିବା ବେଳେ ଏହି ସମୟରେ ଭାରତ ଏସିଆ କପ୍‌କୁ ବାଦ୍‌ ଦେଇ ୧୫ଟି ଦିନିକିଆ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ଗୁଡ଼ିକ ମାଧ୍ୟମରେ ନିଜର ଶ୍ରେଷ୍ଠ ଏକାଦଶ ଚୟନ କରିବା ସହିତ ଖେଳାଳିଙ୍କ ଉପରେ କାର୍ଯ୍ୟଭାରକୁ ମଧ୍ୟ ଧ୍ୟାନରେ ରଖିବ ବିସିସିଆଇ। ରୋହିତ ଶର୍ମା ଓପ୍‌ନର ଭାବେ ଫେରିଥିବା ବେଳେ ଶୁବମନ ଗିଲ୍‌ ଏବଂ ଇଶାନ କିଶନଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ। ନିକଟରେ ବାଂଲାଦେଶ ସିରିଜରେ ଦ୍ୱିଶତକ ହାସଲ କରିଥିବା ଇଶାନ କିଶନଙ୍କୁ ସୁଯୋଗ ମିଳିବାର ସମ୍ଭାବନା ଅଧିକ। ୩ ନମ୍ବରରେ କୋହଲି ଖେଳିବା ନିଶ୍ଚିତ ଥିବା ବେଳେ ୪ର୍ଥ ଓ ୫ମ ସ୍ଥାନକୁ ନେଇ ଭାରତୀୟ ମ୍ୟାନେଜ୍‌ମେଣ୍ଟର ଚିନ୍ତା ବଢ଼ିଛି। ବିଗତ ୧୫ ଇନିଂସ୍‌ରେ ୫୫ ଆଭରେଜ୍‌ ସହିତ ୭୨୪ ରନ୍‌ କରିଥିବା ଶ୍ରେୟସ୍‌ ଆୟାର ଏବଂ ନିଜ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିଲେ ରାହୁଲ ଦଳରୁ ବାଦ୍‌ ପଡ଼ିପାରନ୍ତି। ଭାରତୀୟ ଦଳର ଉପଅଧିନାୟକ ହାର୍ଦ୍ଦିକ୍‌ ପାଣ୍ଡ୍ୟା ୬ ନମ୍ବର ସ୍ଥାନରେ ଖେଳିବେ। ସେହିପରି ଟି୨୦ ସିରିଜ୍‌ର ପ୍ଲେୟର ଅଫ୍‌ ଦ ସିରିଜ୍‌ ରହିଥିବା ଅକ୍ଷର ପଟେଲଙ୍କୁ ମଧ୍ୟ ଆଉ ଏକ ସୁଯୋଗ ମିଳିବ। ଦ୍ୱିତୀୟ ସ୍ପିନର ଭାବେ କୁଲ୍‌ଦୀପ ଯାଦବ ଏବଂ ୟୁଜ୍‌ବେନ୍ଦ୍ର ଚହଲଙ୍କ ମଧ୍ୟରୁ ଜଣେ ଖେଳିପାରନ୍ତି। ଅଭିଜ୍ଞ ପେସ୍‌ ବୋଲର ମହମ୍ମଦ ଶାମି ଦଳକୁ ଫେରିଥିବା ବେଳେ ସେ ପେସ୍‌ ବୋଲିଂର ନେତୃତ୍ୱ ନେବେ। ଅନ୍ୟ ଦୁଇ ସ୍ଥାନରେ ମହମ୍ମଦ ସିରାଜ, ଅର୍ଶଦୀପ ସିଂ ଓ ଉମ୍ରାନ୍‌ ମଲିକଙ୍କୁ ସୁଯୋଗ ମିଳିବ। ଅପରପକ୍ଷରେ ଶ୍ରୀଲଙ୍କା ଦଳ ଅଧିନାୟକ ଦାସୁନ ସନକାଙ୍କ ଉପରେ ଅଧିକ ନିର୍ଭର କରିବ। ଏହା ବ୍ୟତୀତ ଟପ୍‌ ଅର୍ଡର ବ୍ୟାଟର ପାଥୁମ ନିଶଙ୍କା ଓ ଚରିଥ ଅସଲଙ୍କାଙ୍କଠାରୁ ଏକ ଭଲ ଇନିଂସ୍‌ ଆଶା କରିବ। ଭାରତୀୟ ପିଚ୍‌କୁ ଦୃଷ୍ଟିରେ ରଖି ଦ୍ୱିତୀୟ ସ୍ପିନର ଭାବେ ଜେଫେରୀ ଭାଣ୍ଡରସେଙ୍କୁ ଦଳ ଖେଳାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?