Posted inଖେଳ

ବ୍ୟକ୍ତିଗତ କାରଣରୁ ଦକ୍ଷିଣ ଆଫ୍ରିକାରୁ ଘରକୁ ଫେରିଲେ କୋହଲି; ଟେଷ୍ଟ ସିରିଜରୁ ବାଦ୍ ପଡିଲେ ଗାଏକ୍ୱାଡ

ନୂଆଦିଲ୍ଲୀ,୨୨।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ଟେଷ୍ଟ ପୂର୍ବରୁ ବ୍ୟକ୍ତିଗତ କାରଣରୁ ଘରକୁ ଫେରିଛନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି। ସେହିପରି ଅନ୍ୟତମ ଓପନର ବ୍ୟାଟର ଋତୁରାଜ ଗାଏକ୍ୱାଡ ସମ୍ପୂର୍ଣ୍ଣ ସିରିଜରୁ ବାଦ୍ ପଡିଛନ୍ତି। ଫଳରେ ପ୍ରିଟୋରିଆରେ ଚାଲିଥିବା ତିନି ଦିନିଆ ଇଣ୍ଟର ସ୍କ୍ୱାଡ଼ ମ୍ୟାଚରେ ବିରାଟ ଖେଳିବେ ନାହିଁ। ବିସିସିଆଇ ସୂତ୍ର ଅନୁସାରେ ଋତୁରାଜ ଆଙ୍ଗୁଠିରେ ପାଇଥିବା ଆଘାତ ସମସ୍ୟାରୁ ମୁକୁଳି ପାରିନାହାନ୍ତି। ଯେଉଁଥିପାଇଁ ତାଙ୍କୁ  ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ରିଲିଜ କରିଛି।

ଟେଷ୍ଟ ସିରିଜ୍ ପାଇଁ ନିକଟରେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିବା କୋହଲିଙ୍କୁ ପରିବାରର ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ଭାରତ ଫେରିବାକୁ ପଡ଼ିଛି। ତେବେ ସବିଶେସ କାରଣ ସ୍ପଷ୍ଟ ହୋଇନାହିଁ, କିନ୍ତୁ ବିସିସିଆଇ ସୂତ୍ରରୁ ପ୍ରକାଶ ଯେ ଡିସେମ୍ବର 26 ରେ ସେଞ୍ଚୁରିଅନରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ପୂର୍ବରୁ ସେ ଟିମ୍ ସହିତ ଯୋଗ ଦେବେ।

ସେହିପରି ଡିସେମ୍ବର ୧୯ ରେ ପୋର୍ଟ ଏଲିଜାବେଥରେ ଘରୋଇ ଟିମ୍ ବିପକ୍ଷରେ ଦ୍ୱିତୀୟ ଦିନିକିଆରେ ଗାଏକ୍ୱାଡଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଦ୍ୱିତୀୟ ଦିନିକିଆରେ ଫିଲ୍ଡିଂ କରିବା ସମୟରେ ଆଙ୍ଗୁଠିରେ ଲାଗିଥିବା ଆଘାତରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିନାହାଁନ୍ତି। ବିସିସିଆଇ ମେଡିକାଲ ଟିମର ତତ୍ୱାବଧାନରେ ଗୁରୁବାର ତୃତୀୟ ତଥା ଅନ୍ତିମ ଦିନିକିଆ ଆରମ୍ଭ ପୂର୍ବରୁ ବିସିସିଆଇ ସୂଚନା ଦେଇଥିଲେ। ବର୍ତ୍ତମାନ ଏହା ଜଣାପଡିଛି ଯେ ଦୁଇଟି ଟେଷ୍ଟ ପୂର୍ବରୁ ତାଙ୍କର ସୁସ୍ଥ ହେବାର କୌଣସି ସୁଯୋଗ ନାହିଁ ଏବଂ ଟିମ୍ ମ୍ୟାନେଜମେଣ୍ଟ ବିସିସିଆଇ ସହିତ ପରାମର୍ଶ କରିବା ପରେ ତାଙ୍କୁ ତୁରନ୍ତ ରିଲିଜ କରିବାକୁ ନିଷ୍ପତ୍ତି ନେଇଛି। ଶନିବାର ସୁଦ୍ଧା ସେ ଭାରତରେ ପହଞ୍ଚିବେ ବୋଲି ଜଣାପଡିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ବୈଠକ: CEC ଓ ଦୁଇ କମିଶନରଙ୍କ ଉପସ୍ଥିତିରେ ନେଲେ ବଡ଼ ନିଷ୍ପତ୍ତି!

ନୂଆଦିଲ୍‌ଲୀ,୨୬।୯: ଦେଶର ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ନିର୍ୱାଚନ ଆୟୋଗ ଶନିବାର (୨୬ ସେପ୍ଟେମ୍ୱର, ୨୦୨୬) ଏକ ଗୁରୁତ୍ୱପୂର୍ଣ୍ଣ…

କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ

ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…

ଗୋଟିଏ ପରିବାରରେ ୨୮ ଡାକ୍ତର; ୩ IAS-IPS ଓ IRS, CEC ଜ୍ଞାନେଶ କୁମାରଙ୍କ ପରିବାର ବିଷୟରେ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୬।୯: ଦେଶର ସବୁଠାରୁ ଶିକ୍ଷିତ ତଥା ପ୍ରତିଷ୍ଠିତ ପରିବାରଗୁଡ଼ିକ କଥା ବିଚାର କଲେ ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ପରିବାର ଏହି ତାଲିକାର ଶୀର୍ଷରେ…

‘ମୋର ଶେଷ ବିଶ୍ୱକପ…’, କ୍ରିକେଟରୁ ବିଦାୟ ନେବା ନେଇ ଭାବପ୍ରବଣ ବୟାନ ଦେଲେ ବିରାଟ କୋହଲି, ପ୍ରଶଂସକ ଜାଣିଲେ…

ନୂଆଦିଲ୍ଲୀ,୨୬।୯: ବିରାଟ କୋହଲି ନିଜେ ଘୋଷଣା କରିଛନ୍ତି ଯେ ୨୦୨୭ ODI ବିଶ୍ୱକପ ତାଙ୍କର ଶେଷ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ହେବ। ୨୦୧୧ ବିଶ୍ୱକପ ବିଜୟୀ ଦଳର ସଦସ୍ୟ…

ଗିଲଙ୍କ କ୍ୟାପଟେନ୍ସି ଉପରେ କୋହଲିଙ୍କ ବଡ଼ କଥା, ଭବିଷ୍ୟତକୁ ନେଇ କହିଲେ…

ନୂଆଦିଲ୍ଲୀ,୨୬।୯: ରୋହିତ ଶର୍ମାଙ୍କ ପରେ ଶୁଭମନ ଗିଲଙ୍କୁ ଭାରତର ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ କରାଯାଇଛି। ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଆସନ୍ତା ୨୭ ସେପ୍ଟେମ୍ବର…

ନିଜ ପତ୍ନୀଙ୍କ ଅପେକ୍ଷା ରୋହିତ ଶର୍ମାଙ୍କୁ ଅଧିକ ଭଲ ପାଆନ୍ତି ଧାୱନ! ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୬।୯: କ୍ରିକେଟ ଦୁନିିଆରେ କିଛି ଖେଳାଳି କେବଳ ସେମାନଙ୍କ ଖେଳ ପାଇଁ ନୁହେଁ, ବରଂ ସେମାନଙ୍କ ବନ୍ଧୁତା ପାଇଁ ମଧ୍ୟ ବେଶ ଜଣାଶୁଣା। ପୂର୍ବତନ ଭାରତୀୟ ଅଧିନାୟକ…

କବାଡ଼ିରେ ଭାରତକୁ ସ୍ବର୍ଣ୍ଣ: ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଇରାନକୁ ହରାଇଲା

ନାଗୋୟା,୨୬।୯:ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା କବାଡ଼ି ଦଳ ଦମଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିଛି। ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଭାରତ ଇରାନକୁ ୩୭-୩୪ ପଏଣ୍ଟରେ…

ପ୍ରଥମ ଦିନିକିଆ ପାଇଁ ଟିମ ଇଣ୍ଡିଆର ମାଷ୍ଟରପ୍ଲାନ ହେଲା ଲିକ୍‌’! ବଡ଼ କଥା କହିଲେ ଭାରତୀୟ କୋଚ

ନୂଆଦିଲ୍ଲୀ,୨୬।୯: ୨୦୨୭ ଦିନିକିଆ ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ ଦଳ ପାଇଁ ଆଗାମୀ ପ୍ରତ୍ୟେକ ସିରିଜ ଗୁରୁତ୍ୱପୂର୍ଣ୍ଣ ହେବ। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?