Posted inଖେଳ

୧୦ ହଜାର ଛୁଇଁଲେ କୋହଲି

ପୁଣେ,୨୬।୩: ଭାରତୀୟ ଅଧିନାୟକ ବିରାଟ କୋହଲି ଶୁକ୍ରବାର ହାସଲ କରିଛନ୍ତି ଆଉ ଏକ ସ୍ବତନ୍ତ୍ର ମାଇଲଷ୍ଟୋନ। ଦିନିକିଆରେ ୩ୟ ପୋଜିଶନରେ ବ୍ୟାଟିଂ କରି ୧୦ ହଜାର ରନ୍‌ ପୂରଣ କରିଛନ୍ତି କୋହଲି। ଏମ୍‌ସିଏଠାରେ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍‌ରେ ୬୬ ରନ୍‌ର ଇନିଂସ ଅବସରରେ ସେ ହାସଲ କରିଛନ୍ତି ଏହି ମାଇଲଷ୍ଟୋନ।

ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଅଧିନାୟକ ରିକି ପଣ୍ଟିଂଙ୍କ ପରେ ଦିନିକିଆ କ୍ରିକେଟରେ କୋହଲି ଦ୍ୱିତୀୟ ବ୍ୟାଟ୍ସମ୍ୟାନ ଭାବେ ୩ୟ ପୋଜିଶନରେ ପୂରଣ କରିଛନ୍ତି ଏହି ସଫଳତା। ୩ୟ ପୋଜିଶନରେ ସର୍ବାଧିକ ରନ୍‌ କରିବାର ରେକର୍ଡ ପଣ୍ଟିଂ ନାମରେ ଅଛି। ସେ ୩୩୦ ଇନିଂସରେ ଏହି କ୍ରମରେ ୧୨,୬୬୨ ରନ୍‌ କରିଥିଲେ। କିନ୍ତୁ ୩୦ ବର୍ଷୀୟ କୋହଲି ୧୯୦ତମ ଇନିଂସରେ ପୂରଣ କରିଛନ୍ତି ୧୦ ହଜାର। ତାଙ୍କ ପଛକୁ ଏହି ତାଲିକାରେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସଙ୍ଗାକାରା (୨୩୮ ଇନିଂସରେ ୯,୭୪୭ ରନ୍‌) ଓ ଦକ୍ଷିଣ ଆଫ୍ରିକାର ଜ୍ୟାକ୍ସ କାଲିସ (୭,୭୭୪ ରନ୍‌ ) ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟାଏକୋଣ୍ଡୋ ବ୍ୟାପାର ବୁଝିବା ଲାଗି ଆଡହକ୍‌ କମିଟି

ନୂଆଦିଲ୍ଲୀ, ୧୩ା୭ (ପି.ଟି.)-ଦେଶରେ ଟାଏକୋଣ୍ଡୋ ବ୍ୟାପାର ବୁଝାଶୁଝା କରିବା ଲାଗି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଏକ ଆଡହକ୍‌ କମିଟି ଗଠନ କରିଛି। ଏହା ୬ମାସ...

ଭେନୁଗୋପାଳ ରାଓଙ୍କ ଅବସର

ମୁମ୍ବାଇ, ୩୧।୭(ପି.ଟି.)-ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ତଥା ଆନ୍ଧ୍ର ପ୍ରଦେଶ ଦଳର ଅଧିନାୟକ ଓ୍ବାଇ. ଭେନୁଗୋପାଳ ରାଓ ମଙ୍ଗଳବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ଭାରତ...

ଡେବ୍ୟୁ ମ୍ୟାଚ୍‌ ଦିନ ହୋଟେଲ ରୁମ୍‌କୁ ଯାଇ ପ୍ରବଳ କାନ୍ଦିଥିଲେ ଏହି କ୍ରିକେଟର୍‌, ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟର ମନୋଜ ତିୱାରୀ ଆଜିକାଲି କ୍ରିକେଟଠାରୁ ଦୂରରେ ଅଛନ୍ତି। ସେ ପୂର୍ବ ଆଇପିଏଲ ସିଜନରେ ଅଂଶଗ୍ରହଣ କରି ନ ଥିବା ବେଳେ ୨୦୧୫ ମସିହାରୁ...

ଟ୍ରାକ୍‌ରୁ ଦୂରେଇ ଗଲେ ଉସେନ ବୋଲ୍ଟଙ୍କୁ ହରାଇଥିବା ଧାବକ

ଲସ୍‌ ଏଞ୍ଜେଲସ୍‌,୧୧।୨: ଆମେରିକାର କିମ୍ବଦନ୍ତୀ ଧାବକ ଜଷ୍ଟିନ ଗାଟଲିନ ଗୁରୁବାର ଆଥ୍‌ଲେଟିକ୍ସରୁ ସନ୍ନ୍ୟାନ ଘୋଷଣା କରିଛନ୍ତି। ୨୦୧୭ ବିଶ୍ୱ ଚାମ୍ପିୟନ୍‌ଶିପ୍‌ରେ ସେ କିମ୍ବଦନ୍ତୀ ଧାବକ ଉସେନ...

ଟି୨୦ ବିଶ୍ୱକପ୍‌ ଦଳରେ ଗୋଟିଏ ଦ୍ରୁତ ବୋଲିଂ ସ୍ଥାନ ଖାଲି ପଡ଼ିଛି: ବିରାଟ

ହାଇଦ୍ରାବାଦ୍‌, ୫।୧୨ (ପି.ଟି.)- ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ର ୭ମ ସଂସ୍କରଣ ଖେଳାଯିବ। ଏହି ପ୍ରତିଯୋଗିତା ଲାଗି ଭାରତୀୟ ଦ୍ରୁତ ବୋଲିଂ...

ଭାରତକୁ ଧନ୍ୟବାଦ ଦେଲେ ଶ୍ରୀଲଙ୍କାର ପ୍ରସିଦ୍ଧ କ୍ରିକେଟର୍‌

କଲମ୍ବୋ,୧୧।୭: ଆର୍ଥିକ ସଙ୍କଟ ଯୋଗୁ ଶ୍ରୀଲଙ୍କା ଅବସ୍ଥା ବିଗିଡି ଯାଇଛି। ଦେଶର ଲୋକମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଦେଶର ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ତାଙ୍କ...

ଏସି ମିଲନକୁ ଫେରିବେ ଇବ୍ରାହିମୋବିଚ୍‌

ମିଲନ,୨୭।୧୨- ସ୍ବିଡେନ ଷ୍ଟାର ଜଲାଟାନ ଇବ୍ରାହିମୋବିଚ୍‌ ପୁଣି ଥରେ ଏସି ମିଲନ ପାଇଁ ଖେଳିପାରନ୍ତି। ସେ ଦଳ ସହ ୬ ମାସିଆ ଚୁକ୍ତି କରିବାକୁ ଯାଉଥିବା...

ଶିମରୋନ ହିଟ୍‌ମେୟରଙ୍କ ଶତକ: ଓ୍ବେଷ୍ଟଇଣ୍ଡିଜ୍‌ ସ୍ଥିତି ଦୃଢ

ଚେନ୍ନାଇ,୧୫।୧୨: ଭାରତ ବିପକ୍ଷ ପ୍ରଥମ ଏକଦିବସୀୟ ମ୍ୟାଚ୍‌ରେ ଶିମରୋନ ହିଟ୍‌ମେୟର ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍‌ ସ୍ଥିତି ଦୃଢ ରହିଛି। ୨୮୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି...

Advertisement
Archives

Model This Week