କୋହିନୁର-ଆଲୋକର ସ୍ତୂପ

ପ୍ରକାଶ ତ୍ରିପାଠୀ

ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରଠାରୁ ଭାରତରେ ସୋସିଆଲ ମିଡିଆରେ କୋହିନୁର ହୀରାକୁ ନେଇ ଚର୍ଚ୍ଚା ପୁଣି ଜୋର ଧରିଛି। ବିଶ୍ବର ସବୁଠାରୁ ମୂଲ୍ୟବାନ୍‌ ଅର୍ଥାତ୍‌ ୫୯୧ ନିୟୁତ ଡଲାର ମୂଲ୍ୟର କୋହିନୁର ହୀରା ବ୍ରିଟେନ ମହାରଣୀଙ୍କ ରାଜମୁକୁଟରେ ୨୮୦୦ ମୂଲ୍ୟବାନ୍‌ ଧାତୁ ମଧ୍ୟରେ ଯେତେଦିନ ଶୋଭା ପାଉଥିବ, ସେତେଦିନ ପର୍ଯ୍ୟନ୍ତ କୋହିନୁର ହୀରାକୁ ନେଇ ଚର୍ଚ୍ଚା ଜୋର ଧରୁଥିବ। ଏହାର କାରଣ ହେଉଛି ପ୍ରାକ୍‌ ସ୍ବାଧୀନତା ସମୟରେ ଇଂରେଜମାନେ ଏହି ମୂଲ୍ୟବାନ୍‌ କୋହିନୁର ହୀରାକୁ ଭାରତରୁ ଚଞ୍ଚକତାପୂର୍ଣ୍ଣ ଭାବେ ନେଇଯାଇଥିଲେ। ସ୍ବାଧୀନତା ପରବର୍ତ୍ତୀ ସମୟରେ ଅନେକ ସମୟରେ ଏହାକୁ ଫେରିପାଇବା ପାଇଁ ଉଦ୍ୟମ ହୋଇଥିଲେ ହେଁ ତାହା ସଫଳ ହୋଇନହିଁ। ୧୯୫୩ରେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ରାଜତିଳକ ସମୟରେ କୋହିନୁର ହୀରା ଫେରିପାଇବା ପାଇଁ ଦାବି ଉଠିଥିଲେ ହେଁ ତାହାକୁ ବ୍ରିଟେନ ପ୍ରତ୍ୟାଖ୍ୟାନ କରିଥିଲା। ୧୯୭୬ରେ ପାକିସ୍ତାନ ପକ୍ଷରୁ ମଧ୍ୟ ଏହାକୁ ଫେରିପାଇବା ପାଇଁ ଦାବି ଉଠିଥିଲା। ଏପରିକି ଆଫଗାନିସ୍ତାନ ଓ ଇରାନ ପକ୍ଷରୁ ମଧ୍ୟ ଅନୁରୂପ ଦାବି ଅତୀତରେ ବ୍ରିଟେନ ନିକଟରେ ଉପସ୍ଥାପିତ କରାଯାଇଥିଲେ ହେଁ କେହି ଏହାକୁ ଫେରିପାଇବା ପାଇଁ ସଫଳ ହୋଇନାହାନ୍ତି।
ପ୍ରାୟ ୫ହଜାର ବର୍ଷରୁ ଊର୍ଦ୍ଧ୍ୱ ଏହି ହୀରା ପ୍ରଥମେ ୭୯୩ କ୍ୟାରେଟର ଥିବା ବେଳେ ବର୍ତ୍ତମାନ ଏହା ୧୦୫.୬ କ୍ୟାରେଟ (୨୧.୬ ଗ୍ରାମ)ର ରହିଛି। କୁହାଯାଏ ଦାଦଶ ଶତାଦ୍ଦୀରେ ଆନ୍ଧ୍ର ପ୍ରଦେଶର କାକତୀୟ ସାମ୍ରାଜ୍ୟର ଏକ ହିନ୍ଦୁ ମନ୍ଦିରରେ ପୂଜା ପାଉଥିବା ବିଗ୍ରହଙ୍କ ନୟନରେ ସ୍ଥାପିତ ହୋଇଥିଲା ଏହି ହୀରା ଯାହାକି କୁଲୁର ଖଣିରୁ ସଂଗୃହୀତ ହୋଇଥିଲା। ପରେ ୧୩୦୪ରେ ଏହା ମାଲବାର ସମ୍ରାଟଙ୍କ ଗହଣାରେ ସ୍ଥାନ ପାଇଥିବା କଥା ଶୁଣାଯାଏ। ୧୩୧୦ରେ ଅଲାଉଦ୍ଦିନ ଖିଲିଜଙ୍କ ସେନାପତି ମଲିକ କାଫୁର ଏହାକୁ ରାଜପ୍ରାସାଦରୁ ଲୁଟକରି ଅଲାଉଦ୍ଦିନ ଖିଲିଜଙ୍କୁ ଉପହାର ଭାବେ ଦେଇଥିଲେ। ପରେ ଏହା କେତେବେଳେ ଅପହରଣ ତ କେତେବେଳେ ଉପହାର, ଏହିଭଳି ଭାବେ ଅନେକ ଶାସକଙ୍କ ନିକଟତର ହୋଇଛି। ଏହାପରେ ଏହି ହୀରା ଆସିଥିଲା ମୋଗଲ ଶାସନକୁ। ବାବରନାମାରେ ମଧ୍ୟ ଉକ୍ତ ହୀରା ସମ୍ପର୍କରେ ଉଲ୍ଲେଖ ରହିଛି। ବାବରଙ୍କ ପରେ ହୁମାୟୁନ ଓ ଏହିପରି ବଂଶାନୁକ୍ରମିକ ଭାବେ ଏହା ପହଞ୍ଚିଥିଲା ଔରଙ୍ଗଜେବ ଓ ପରେ ତାହା ତାଙ୍କର ନାତି ସୁଲତାନ ଅହମଦଙ୍କ ସମ୍ପତ୍ତି ଭାବେ ରତ୍ନଭଣ୍ଡାରରେ ସ୍ଥାନ ପାଇଥିଲା। ୧୭୩୯ରେ ଫରାସୀ ଶାସକ ନାଦିର ଶାହ ଭାରତ ଆସି ସୁଲତାନଙ୍କ ରାଜ୍ୟ ଦାଖଲ କଲେ। ପରେ କୋହିନୁର ଚାଲିଯାଇଥିଲା ନାଦିର ଶାହଙ୍କ ନିକଟକୁ। ପ୍ରକୃତରେ ସେହି ହୀରାର ନାମ ନାଦିର ଶାହ ହିଁ କୋହିନୁର ରଖିଥିଲେ ଯାହାର ଅର୍ଥ ହେଉଛି ଆଲୋକର ସ୍ତୂପ। ନାଦିର ଶାହାଙ୍କ ହତ୍ୟା ପରେ ହୀରା ଚାଲିଯାଇଥିଲା ଅହମ୍ମଦ ଶାହ ଦୁରାନିଙ୍କ ନିକଟକୁ ଓ ଏହାକୁ ସେ ଉପହାର ଭାବେ ତାଙ୍କର ବନ୍ଧୁ ରଞ୍ଜିତ ସିଂହଙ୍କୁ ପ୍ରଦାନ କରିଥିଲେ। ସମୟକ୍ରମେ ଏହିପରିଭାବରେ ଭାରତ, ପାକିସ୍ତାନ, ଆଫଗାନିସ୍ତାନ ବୁଲିବୁଲି ଶେଷରେ ପଞ୍ଜାବରେ ପହଞ୍ଚିଥିଲା କୋହିନୁର। ୧୮୩୯ରେ ରଞ୍ଜିତ ସିଂହଙ୍କ ମୃତ୍ୟୁ ପରେ ମାତ୍ର ୪ ବର୍ଷରେ ଚାରିଜଣ ମହାରାଜାଙ୍କୁ ପାଇଥିଲା ପଞ୍ଜାବ। ଶେଷରେ ପାଳି ପଡ଼ିଥିଲା ୧୦ ବର୍ଷର ବାଳକ ଦୁଲୀପ ସିଂହଙ୍କର। ୧୮୪୯ ରେ ଇଂରେଜଙ୍କ ଚକ୍ରାନ୍ତର ଶିକାର ହେଲେ ଦୁଲୀପ ସିଂହ ଓ ପଞ୍ଜାବ ଦାଖଲ ହେଲା ଓ ଇଂରେଜଙ୍କ ହାତକୁ ଆସିଲା କୋହିନୁର ହୀରା। ୧୮୫୧ ଲଣ୍ଡନରେ ଆୟୋଜିତ ଏକ ପ୍ରଦର୍ଶନୀରେ ଏହି କୋହିନୁର ହୀରାର ପ୍ରଥମ ସାଧାରଣ ପ୍ରଦର୍ଶନ ହୋଇଥିଲା। ତତ୍କାଳୀନ ବ୍ରିଟେନର ରାଣୀ ଭିକ୍ଟୋରିଆଙ୍କ ସ୍ବାମୀ ପ୍ରିନ୍ସ ଆଲବର୍ଟଙ୍କୁ ଏହି ହୀରା ଖୁବ୍‌ ପସନ୍ଦ ଆସିଥିଲା ଓ ତାଙ୍କରି ନିର୍ଦ୍ଦେଶରେ ଏହାକୁ କଟାଯାଇ ରାଣୀଙ୍କ ରାଜ ମୁକୁଟରେ ସ୍ଥାନିତ କରାଯାଇଥିଲା। ଭିକ୍ଟୋରିଆଙ୍କ ଅନ୍ତେ ଏହି କୋହିନୁର ହୀରା ଖଚିତ ରାଜମୁକୁଟ ରାଣୀ ଅଲେକଜାଣ୍ଡ୍ରା ଓ ଏଲିଜାବେଥଙ୍କ ମସ୍ତକରେ ଶୋଭାପାଇଥିଲା। ବର୍ତ୍ତମାନ ଏହା ବ୍ରିଟେନ ରାଜ ପରିବାରର ସମ୍ପତ୍ତି ଭାବେ ପରିଗଣିତ।
୧୯୯୭ରେ ମହାରାଣୀ ଏଲିଜାବେଥଙ୍କ ଭାରତ ଗସ୍ତ ସମୟରେ କୋହିନୁର ହୀରା ଭାରତକୁ ଫେରାଇଦେବା ପାଇଁ ଦାବି ଉଠିଥିଲେ ହେଁ ଏହା ସଫଳ ହୋଇ ନ ଥିଲା। ୨୦୧୦ରେ ତତ୍କାଳୀନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଡେଭିଡ୍‌ କାମେରୁନ ଏ ସମ୍ପର୍କରେ ମତଦେଇଥିଲେ ଯେ ଯଦି ପ୍ରତ୍ୟେକ ଦେଶର ଦାବି ମୁତାବକ ସବୁ ମୂଲ୍ୟବାନ୍‌ ବସ୍ତୁ ଫେରାଇଦିଆଯିବ, ତେବେ ବ୍ରିଟେନ ସଂଗ୍ରହାଳୟରେ ପ୍ରଦର୍ଶନ କରିବାକୁ ଆଉ କିଛି ରହିବ ନାହିଁ। ୨୦୧୩ ରେ ଭାରତ ଗସ୍ତ ସମୟରେ କାମେରୁନ କୋହିନୁର ହୀରା ଫେରାଇବାକୁ ସ୍ପଷ୍ଟଭାବେ ମନା କରିଦେଇଥିଲେ। ୨୦୧୬ ରେ ମଧ୍ୟପ୍ରଦେଶ ଅନ୍ତର୍ଗତ ଜବଲପୁର ବାସିନ୍ଦା ଜନ୍‌ ଲୁଇସ ନାମକ ଜଣେ ବ୍ୟକ୍ତି କୋହିନୁର ହୀରାକୁ ନିଜ ପୈତୃକ ସମ୍ପତ୍ତି ଦର୍ଶାଇ ହାଇକୋର୍ଟରେ ଏକ ରିଟ୍‌ ପିଟିଶନ ଦାଖଲ କରିଥିଲେ ଯାହାକି ପରେ ଖାରଜ ହୋଇଥିଲା। ସେ ଉଲ୍ଲେଖ କରିଥିଲେ ଯେ କୋହିନୁର ହୀରା ତାଙ୍କର ଜେଜେ ବାପାଙ୍କ ବାପା ଆଲବର୍ଟ ଲୁଇସଙ୍କର ସମ୍ପତ୍ତି। ଏହାକୁ ସେ ସମୟରେ ରାଜା ମହାରାଜମାନେ ସେମାନଙ୍କ ଅଧିକାରକୁ ନେଇ ନିଜର ବଡ଼ିମା ଦେଖାଉଥିଲେ। ଏହି ରିଟ୍‌ ପିଟିଶନରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଓ ଭାରତ ପ୍ରଧାନମନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଅନ୍ୟ ପଟେ ଗୋଟିଏ ଆର୍‌ଟିଆଇ ଉତ୍ତରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ପୁରାତନ ଓ ବହୁମୂଲ୍ୟ କଳାକୃତି ଅଧିନିୟମ ୧୯୭୨ ଆଧାରରେ ଓ ନିୟମାନୁସାରେ ପ୍ରାଚୀନ ବସ୍ତୁ, ଯାହାକି ସ୍ବାଧୀନତା ପୂର୍ବରୁ ବାହାର ଦେଶକୁ ଚାଲିଯାଇଛି, ତାହାକୁ ଫେରାଇ ଅଣାଯାଇ ପାରିବ ନାହିଁ। ମାତ୍ର ଅବୈଧ ଭାବେ କୋହିନୁର ହୀରା ବିଦେଶକୁ ଯାଇଥିବାରୁ ତାହାକୁ ଫେରାଇ ଅଣାଯିବା ଠିକ୍‌ ହେବ ବୋଲି କେତେକେ ଯୁକ୍ତି ଉପସ୍ଥାପିତ କରୁଛନ୍ତି। ୨୦୧୫ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରିଟେନ ଗସ୍ତ ପୂର୍ବରୁ ବ୍ରିଟେନ ସଂସଦରେ ନିଜ ବକ୍ତବ୍ୟରେ ଜଣେ ମୂଳ ଭାରତୀୟ ସାଂସଦ ଭାରତକୁ କୋହିନୁର ହୀରା ଫେରାଇ ଦିଆଯିବ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହାକି ଥିଲା ପ୍ରଭାବାହୀନ।
କୋହିନୁର ହୀରା ପରି ଚର୍ଚ୍ଚିତ ବସ୍ତୁ ଭାବେ ଗଣା ହୁଏ ୨୫୦୦ ବର୍ଷ ତଳର ମୂର୍ତ୍ତି ଏଲିନ ମାର୍ବଲ। ୧୮୦୦ ରେ ତତ୍କାଳୀନ ବ୍ରିଟେନ ରାଜା ଲର୍ଡ ଏଲିନଙ୍କ ଦ୍ବାରା ଏଥେନ୍ସର ପାର୍ଥନାନ ଧର୍ମସ୍ଥଳୀରୁ ଏହାକୁ ବ୍ରିଟେନ ଅଣାଯାଇଥିଲେ। କୋହିନୁର ହୀରା ହେଉ ବା ଏଲିନ ମାର୍ବଲ ମୂର୍ତ୍ତି , ଏହା ଯେଉଁଠି ରହିଲେ ବି ଏହାର ମୂଳ ପରିଚୟ କେବେବି ହଜିବ ନହିଁ। କୋହିନୁର ହୀରା ଭାରତ ଫେରୁ ବା ନ ଫେରୁ, ଏହା ଯେଉଁଠି ଥିଲେ ବି ଭାରତର ସମ୍ପତ୍ତି ଭାବେ ସମଗ୍ର ବିଶ୍ବକୁ ନିଜର ଚମକରେ ପରିଚୟ ଦେଉଥିବ।
ମୋ- ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri