କିଆରାଙ୍କ ନମ୍ବରକୁ ଏହି ନାଁରେ ସେଭ୍‌ କରିଛନ୍ତି ସିଦ୍ଧାର୍ଥ

ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବେ ଅଭିନେତ୍ରୀ କିଆରା ଆଡଭାନୀଙ୍କ ପ୍ରେମରେ ପଡିଛନ୍ତି। ବିଭିନ୍ନ ପାର୍ଟି ଉଭୟଙ୍କୁ ଏକାଠି ଦେଖିବାକୁ ମିଳେ । ଏ ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ ଏବେ ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି। ତେବେ ମିଡିଆ ଆଗରେ ନିଜ ପ୍ରେମ ସମ୍ପର୍କକୁ ନେଇ କେବେ ବି ମୁହଁ ଖୋଲି ନାହାନ୍ତି ଉଭୟ।
ନିକଟରେ କରଣ ଜୋହରଙ୍କ ଚାଟ୍‌ ଶୋ’ ‘କଫି ଓ୍ବିଥ୍‌ କରଣ’ରେ ବିକି କୌଶଲ ସହ ପହଞ୍ଚିଥିଲେ ସିଦ୍ଧାଥର୍ର୍। ଏହି ଅବସରରେ ସେ କିଆରାଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଅନେକ ଖୁଲାସା କରିଥିଲେ। ରାପିଡ୍‌ ଫାୟାର୍‌ ରାଉଣ୍ଡରେ କରଣ ସିଦ୍ଧାର୍ଥଙ୍କୁ ପଚାରିଥିଲେ କିଆରା ଆଡଭାନୀଙ୍କ ଫୋନ ନମ୍ବର କେଉଁ ନାଁରେ ସେଭ୍‌ କରିଛନ୍ତି। ଏହାର ଜବାବରେ ସିଦ୍ଧାର୍ଥ କହିଥିଲେ, ‘କି’ ରେ ସେଭ୍‌ କରିଛି। ଏହାପରେ କରଣ କହିଥିଲେ,ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ତୁମର ସବୁଠୁ ଭଲ ବନ୍ଧୁ କିଏ। ସିଦ୍ଧାର୍ଥ ଏହି ଉତ୍ତର ଦେବା ପୂର୍ବରୁ ବିକି କହିଥିଲେ ‘କି’ ହିଁ ତାଙ୍କର ଭଲ ବନ୍ଧୁ।
କିଆରା ଏବଂ ସିଦ୍ଧାର୍ଥ ମାଲହୋତ୍ରା ଚଳିତ ବର୍ଷ ଛୁଟି କାଟିବାକୁ ମାଲଦ୍ୱୀପ ଯାଇଥିଲେ। ତାଙ୍କ ଭେକେସନ ବେଳର କିଛି ଭିଡିଓ ଏବଂ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ଏହାପରେ ସିଦ୍ଧାର୍ଥ ଏବଂ କିଆରାଙ୍କ ରିଲେସନସିପ୍‌କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। କୁହାଯାଏ, ସିଦ୍ଧାର୍ଥ ଏବଂ କିଆରା ‘ଶେରଶାହ’ ଶୁଟିଂ ପରଠାରୁ ପରସ୍ପରକୁ ଡେଟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଟ୍ରେନରୁ ଖସିପଡିଲେ ବ୍ୟାଙ୍କ କର୍ମଚାରୀ, ଡାକ୍ତରଖାନା ନେବା ରାସ୍ତାରେ…

ଗୁଣପୁର,୨୫।୫( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଅମ୍ବାଦଳା ରେଳ ଷ୍ଟେଶନରେ ଚଳନ୍ତା ଟ୍ରେନରୁ ଓହ୍ଲାଉଥିବା ବେଳେ ଗୋଡ଼ ଖସିଯିବାରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।…

ଇଦ-ଉଲ-ଜୁହା ଛୁଟି ପରିବର୍ତ୍ତନ: ଏହି ଦିନକୁ ଛୁଟି ଘୋଷଣା କଲେ ସରକାର

ଭୁବନେଶ୍ୱର,୨୫।୫: ଶେଷରେ ଇଦ-ଉଲ-ଜୁହା ଛୁଟିକୁ ନେଇ ଦ୍ୱନ୍ଦ୍ୱ ଦୂର ହୋଇଛି। ଆସନ୍ତା ୨୭ରେ ନୁହେଁ, ୨୮ରେ ଇଦ-ଉଲ-ଜୁହା ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି। ଏନେଇ ସରକାରଙ୍କ…

ପେଟ୍ରୋଲ-ଡିଜେଲ ସଙ୍କଟ ମଧ୍ୟରେ ସରକାର କଲେ ବଡ଼ ଘୋଷଣା, ୩ରାଜ୍ୟରେ….

ନୂଆଦିଲ୍ଲୀ,୨୫।୫: ପେଟ୍ରୋଲ ପମ୍ପଗୁଡ଼ିକରେ ଇନ୍ଧନ ଅଭାବ ସମ୍ପର୍କରେ ସରକାରଙ୍କ ସୂଚନା ସାମ୍ନାକୁ ଆସିଛି । ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ ସୁଜାତା ଶର୍ମା କହିଛନ୍ତି ଯେ ଦେଶରେ ବର୍ତ୍ତମାନ…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ୨ ରିକ୍ସା ଚାଳକ ଗୁରୁତର

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ): ସୋମବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡବତାସରେ ବରଗଡ଼ ସହର ଥାନା ଛକରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଧନୁଯାତ୍ରା…

ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ: ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ନେଲେ ପତ୍ନୀ ହେମା ମାଳିନୀ

ନୂଆଦିଲ୍ଲୀ,୨୫।୫: ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେମା ମାଲିନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଧର୍ମେନ୍ଦ୍ରଙ୍କ…

SIR ପାଇଁ ସମୟସୂଚୀରେ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର,୨୫।୫: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO) ସୋମବାର SIR ପାଇଁ ସମୟସୂଚୀରେ ବଡ଼ ପରିବର୍ତ୍ତନ କରିଛନ୍ତି। ରାଜ୍ୟରେ ବଢୁଥିବା ହିଟ ୱେଭ୍‌କୁ ଦୃଷ୍ଟିରେ ରଖି CEO ମଧ୍ୟାହ୍ନ…

ସାବଧାନ ବଲାଙ୍ଗୀରବାସୀ! ପାଣିପାଗ କେନ୍ଦ୍ର ଜାରି କଲା ଚେତାବନୀ, ୪ ଦିନ ଯାଏ…

ବଲାଙ୍ଗୀର,୨୫।୫(ସୁନୀଲ କୁମାର ମହାନ୍ତି): ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ହିଟଓ୍ବେଭ୍‌ ପାଇଁ…

ବଢୁଛି ବିଜୟ ଥଲାପତିଙ୍କ ଶକ୍ତି: ୩ AIDMK ବିଧାୟକ ଦଳ ଛାଡି TVKରେ ସାମିଲ

ଚେନ୍ନାଇ,୨୫।୫: ତାମିଲନାଡୁରେ AIADMKର ତିନି ଜଣ ବିଦ୍ରୋହୀ ବିଧାୟକ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହି ତିନି ଜଣ ବିଧାୟକ ସି.ଭି. ଶାନମୁଗମ ଏବଂ ଏସ.ପି. ଭେଲୁମଣିଙ୍କ ନେତୃତ୍ୱାଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri