ଲୋପ ପାଇବ କୋଚିଲାଖାଇ ବଂଶ

ଗଣିଆ,୭ା୨(ଡି.ଏନ୍‌.ଏ.): ପ୍ରାକୃତିକ ଜଙ୍ଗଲ ଧ୍ୱଂସ, ଅବାଧ ଶିକାର ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ପଶୁ ତୁଳନାରେ ପକ୍ଷୀ ବଂଶ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ବାଲିଶୁଆ, ନାହାକା ଶୁଆ, ରାଜବଣୀ ପରି କୋଚିଲାଖାଇ ପକ୍ଷୀଙ୍କୁ ଆଉ ଜଙ୍ଗଲରେ ଦେଖିବାକୁ ମିଳୁନାହିଁ। ଏଠାରେ କୋଚିଲାଖାଇକୁ ଉଦାହରଣ ଭାବେ ନିଆଯାଇପାରେ। ଓଡ଼ିଶାରେ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ କେଉଁଠି କୋଚିଲାଖାଇ ଦେଖାଯାଉନାହିଁ। ବିଶେଷକରି ଶିମିଳିପାଳ ଓ ସାତକୋଶିଆ ଅଭୟାରଣ୍ୟରେ କୋଚିଲାଖାଇଙ୍କ ସଂଖ୍ୟା ଅଧିକ ଥିଲା। ଏବେ ସେହି ସଂଖ୍ୟା କମିବାରେ ଲାଗିଛି। କୋଚିଲାଖାଇ (ହର୍ନବିଲ୍‌) ସାଧାରଣତଃ ତିନି ପ୍ରଜାତିର ଦେଖାଯାଆନ୍ତି। ମାଲବାର ପାଏଡ ହର୍ନବିଲ, ଇଣ୍ଡିଆନ୍‌ ଗ୍ରେ ହର୍ନବିଲ୍‌ ଏବଂ ଓରିଏଣ୍ଟାଲ ପାଏଡ ହର୍ନବିଲ। ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳର ବଡମୂଳ, କୁତୁରୀ, ମାରଡ଼ା ନିକଟସ୍ଥ ମହାନଦୀ ଅବବାହିକାର ଘଞ୍ଚ ଜଙ୍ଗଲରେ ମାଲବାର ପାଏଡ ଓ ଇଣ୍ଡିଆନ ଗ୍ରେ ହର୍ନବିଲ୍‌ ଦେଖିବାକୁ ମିଳିଥାଆନ୍ତି। ବିଶେଷକରି ଶୀତଋତୁର ସକାଳ ଓ ସନ୍ଧ୍ୟାରେ ମହାନଦୀ କୂଳରେ ଥିବା ଉଚ୍ଚ ବରଗଛ, ଫାଶୀଗଛ ଓ କୋଚିଲା ଗଛର ଅଗ୍ରଭାଗରେ ଏହି ପକ୍ଷୀ ବସିଥାଆନ୍ତି।

କୋଚିଲାଖାଇ ପକ୍ଷୀ ଦେଖିବାକୁ ଖୁବ୍‌ ସୁନ୍ଦର। ତାଙ୍କ ଶରୀର କଳାଧଳା ମିଶ୍ରିତ ଓ ବେକ ତଳେ ଧଳା ରଙ୍ଗର ଦାଗ ଥାଏ। ଥଣ୍ଟଟି ଶରୀର ତୁଳନାରେ ବହୁତ ଲମ୍ବା ଓ ବଙ୍କା। ହଳଦୀ ରଙ୍ଗର ଲମ୍ବାଳିଆ ଥଣ୍ଟ ଉପରେ ମୁକୁଟ ବେଶ୍‌ ମନଲୋଭା। ଏହି ଦେଶୀୟ ପକ୍ଷୀ ବିଶେଷକରି କୋଚିଲା ଫଳ ସହ ଜଙ୍ଗଲର ବିଭିନ୍ନ ଫଳ ଖାଇଥାନ୍ତି। ଗୋଟିଏ ଦଳରେ ୧୫ରୁ ୨୦ କୋଚିଲାଖାଇ ପକ୍ଷୀ ରହିଥାଆନ୍ତି। ନିଜର ଓ ଶାବକମାନଙ୍କ ସୁରକ୍ଷା ପାଇଁ ସେମାନେ ଉଚ୍ଚା ଗଛର କୋରଡ଼ରେ ବସା ବାନ୍ଧିଥାଆନ୍ତି। ମାଈ କୋଚିଲାଖାଇ ପକ୍ଷୀ ଅଣ୍ଡା ଦେବା ପରଠାରୁ ଛୁଆ ଫୁଟାଇବା ପର୍ଯ୍ୟନ୍ତ ବସାରେ ଜଗି ରହିଥାଏ। ଅଣ୍ଡିରା କୋଚିଲାଖାଇ ପକ୍ଷୀ ନିଜ ଥଣ୍ଟରେ ଚିକିଟା ମାଟି ସଂଗ୍ରହ କରି ବସା ବାନ୍ଧିଥିବା କୋରଡ଼ର ମୁହଁ ବନ୍ଦ କରିଦେଇଥାଏ। କେବଳ ଥଣ୍ଟ ଗଳିବା ପାଇଁ ଛୋଟ ବାଟ ରଖିଥାଏ। ଛୁଆ ବଡ଼ ହେବା ପର୍ଯ୍ୟନ୍ତ ଅଣ୍ଡିରା କୋଚିଲାଖାଇ ପକ୍ଷୀ ମା’ ଶାବକକୁ ଖାଦ୍ୟ ସଂଗ୍ରହ କରି ଦେଇଥାଏ। ଛୁଆ ବଡ଼ ହେବା ପରେ କୋରଡ଼ ମୁହଁରେ ଥିବା ମାଟିକୁ ଭାଙ୍ଗି ଶାବକ ଓ ମାଈ କୋଚିଲାଖାଇକୁ ବାହାରକୁ ବାହାର କରିଥାଏ। ତେବେ ଏହି ସମୟରେ ଯଦି ଅଣ୍ଡିରା ପକ୍ଷୀଟିର ଶିକାରୀ କିମ୍ବା ଶତ୍ରୁ ଦ୍ୱାରା ମୃତ୍ୟୁ ହୋଇଥାଏ, ତେବେ ମା’ପକ୍ଷୀ ଓ ଶାବକଟିର ଖାଦ୍ୟ ବିନା ମୃତ୍ୟୁ ହୋଇଥାଏ। କେବଳ ଅଣ୍ଡିରା ପକ୍ଷୀଟି ଜାଣିଥାଏ ମା’ ଓ ଶାବକ କେଉଁ ଗଛର କୋରଡ଼ରେ ରହିଥାନ୍ତି। ଏହା ଅବିଶ୍ୱସନୀୟ ହେଲେ ବି ସତ୍ୟ।

ଲୋକମାନେ ଶ୍ୱାସ ଓ ବାତ ରୋଗର ଉପଶମ ପାଇଁ କୋଚିଲାଖାଇ ପକ୍ଷୀର ମାଂସରୁ ଅର୍କ ପ୍ରସ୍ତୁତ କରି ଔଷଧ ରୂପେ ବ୍ୟବହାର କରିଥାଆନ୍ତି। ଏଥିପାଇଁ କେତେଜଣ ଲୋକ ଏହି ପକ୍ଷୀ ଶିକାର କରିବା ସହ ଚଢ଼ାଦାମରେ ବିକ୍ରି କରି ରାଜ୍ୟ ବାହାରକୁ ଚାଲାଣ କରିଥାନ୍ତି। କୋଚିଲାଖାଇ ପକ୍ଷୀର ମାଂସରୁ ତିଆରି ଔଷଧରେ ରୋଗ ଉପଶମ ହେବା ଏକ ଭ୍ରାନ୍ତ ଧାରଣା ବୋଲି ବହୁ ପରିବେଶବିତ୍‌ ଓ ଚିକିତ୍ସକ କହିଛନ୍ତି। ତଥାପି ଏପରି ପକ୍ଷୀ ଶିକାର ଚାଲିଛି। ସଚେତନତା ଅଭାବ ଯୋଗୁ ଆଗାମୀ ଦିନରେ ଏଭଳି ବିରଳ ପ୍ରଜାତିର ପକ୍ଷୀବଂଶ ଲୋପ ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଳପଡ଼ାରେ ପୋଷଣ ମାସ: ଶିଶୁଙ୍କୁ ଭିଟାମିନ୍‌ଯୁକ୍ତ ଖାଦ୍ୟ ଦେବାକୁ ବିଡିଓଙ୍କ ଆହ୍ୱାନ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମିଶନ ଶକ୍ତି ସଭାଗୃହଠାରେ ‘ସୁସ୍ଥ ଶିଶୁ, ସୁସ୍ଥ ପରିବାର, ସମୃଦ୍ଧ ଓଡ଼ିଶା’ ବାର୍ତ୍ତା ନେଇ ୯ମ ରାଷ୍ଟ୍ରୀୟ…

ଶୃଙ୍ଖଳା ନାଁରେ ବର୍ବରତା! ୮୨ ଛାତ୍ରଙ୍କୁ ଅଧାଲଣ୍ଡା କରିଦେଲେ ଶିକ୍ଷକ, ରାଜ୍ୟରେ ହଇଚଇ

ମୁମ୍ବାଇ,୫।୧୦: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିମୁର ତାଲୁକାର ଜାମ୍ଭୁଲଘାଟସ୍ଥିତ ଏକ ସରକାରୀ ମାଧ୍ୟମିକ ଆଶ୍ରମ ବିଦ୍ୟାଳୟରେ ପ୍ରାୟ ୮୨ ଜଣ…

ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଗର୍ଭବତୀ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା: ଏବେ ଜେଲ୍‌ ହେବ ତାଙ୍କ ଠିକଣା

ଦେବଗଡ଼,୫ା୧୦(ଶଶାଙ୍କ ଶେଖର ଝାଙ୍କର): ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଗର୍ଭବତୀ କରିବା ଘଟଣା ତାଙ୍କୁ ମହଙ୍ଗା ପଡ଼ିଛି। ଉକ୍ତ ଘଟଣାରେ ପୋଲିସ ବାରକୋଟ ଥାନାର…

୨୦୨୭ ODI ବିଶ୍ୱକପ ପାଇଁ ଭାରତୀୟ ଟିମର ଅଧା ଅଂଶ କନଫର୍ମ! ଆକାଶ ଚୋପ୍ରା ବାଛିଛନ୍ତି ୬ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୫।୧୦: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳର ପ୍ରାୟ ଅଧା ଅଂଶ ବାସ୍ତବରେ ସ୍ଥିର ହୋଇସାରିଛି। ଆକାଶ ଚୋପ୍ରା ପ୍ରଥମ ଛଅଟି ବ୍ୟାଟିଂ ସ୍ଥାନ ପାଇଁ…

ଥାଲାସିମିଆ ରୋଗ କ’ଣ? ଗର୍ଭବତୀ ମହିଳାଙ୍କର ଏହି ସମସ୍ୟା ଥିଲେ କେମିତି କରାଯିବ ଚିକିତ୍ସା ଜାଣନ୍ତୁ…

ଥାଲାସିମିଆ ହେଉଛି ଏକ ବଂଶଗତ ରୋଗ । ଏହି ରୋଗରେ ଶରୀରରେ ସଠିକ୍ ପରିମାଣରେ ହିମୋଗ୍ଲୋବିନ୍ ଏବଂ ସୁସ୍ଥ ଲୋହିତ ରକ୍ତ କଣିକା ତିଆରି ହୋଇପାରେ ନାହିଁ।…

ସରକାରଙ୍କୁ ଅଭିଜିତ ଦୀପକେଙ୍କ ବଡ଼ ଚ୍ୟାଲେଞ୍ଜ, କହିଲେ ‘ଯଦି ସରକାର… ତେବେ ଆମେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ’

ନୂଆଦିଲ୍ଲୀ,୫।୧୦: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରା ନ…

ସୋହେଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟିହେଲା ତୀର୍ଥଯାତ୍ରୀଙ୍କ କାର୍, ୬….

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସୋହେଲା ମଧୁପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରାରେ ଯାଉଥିବା ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ…

ସୁନ୍ଦରଗଡ଼ ପିଏନବି ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ, ଧୂଆଁରେ ଆଚ୍ଛାଦିତ ହେଲା…

ସୁନ୍ଦରଗଡ,୫ା୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି।ଖବର ପାଇ ଦୁଇଟି ଦମକଳ ଗାଡ଼ି ସହ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?