Posted inଫୁରସତ

ଫୋନ୍‌ ଦେଖୁଦେଖୁ ମା’ଙ୍କୁ ପୁଅ କହିଲା ମୋତେ ବାହା କରେଇ ଦିଅ, ଭିଡିଓ ଦେଖିଲେ…

ଆଜିକାଲି ସୋସିଆଲ ମିଡିଆରେ ଯେକୌଣସି ଜିନିଷ ଭାଇରାଲ ହେବାକୁ ଅଧିକ ସମୟ ଲାଗୁନାହିଁ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଛୋଟ ପୁଅର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ କୁନି ପୁଅଟି ତାଙ୍କ ମା’ଙ୍କୁ ବିବାହ କରିଦିଅ ବୋଲି କହୁଛି। ଖାଲି ଏତିକି ନୁହେଁ, ନିଜ ମା’ଙ୍କୁ ବିବାହର ଫାଇଦା ବିଷୟରେ ମଧ୍ୟ କହୁଛି। ମା’ -ପୁଅଙ୍କ କଥା ଶୁଣିଲେ ଆପଣ ହସିହସି ଗଡ଼ିବେ।

ଏହି ଭିଡିଓରେ ପୁଅଟି ବିବାହ ବିଷୟରେ ଯେମିତି କହୁଛି ମା’ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହା ପରେ ପିଲାଟି ମାଙ୍କୁ କହୁଛି ମା ମୋତେ ବାହା କରିଦେଲେ ସେ ମୋ’ର ସବୁକଥା ମାନିବ। ମା ତୁମେ କହୁଛ ଦହି ଖାଇଲେ ଥଣ୍ଡା ହେବ। ସେ କିନ୍ତୁ ମୋତେ ଥଣ୍ଡା ଦହି ଦେବ।

ମା’ ପୁଅକୁ କହୁଛନ୍ତି ତୁ ମୋ ପାଇଁ ବାହା ହେବୁ? ନିଜ ପାଇଁ ନୁହଁ, ପୁଣି ପିଲାଟି କହୁଛି ଆପଣଙ୍କ ପାଖରେ ଆପଣଙ୍କ ସ୍ବାମୀ ଅଛନ୍ତି। ଆପଣ ତାଙ୍କ ସହିତ ରୁହନ୍ତୁ। ମୋ ସହିତ କାହିଁକି ରହୁଛନ୍ତି। ଏହା ପରେ ପିଲାଟି କହୁଛି ଘରେ ଦୁଇ ଝିଅ ଏବଂ ଦୁଇ ପୁଅ ହୋଇଯିବେ। ଏହା ପରେ ମା କହୁଛନ୍ତି, ଠିକ୍‌ ଅଛି ତୋ ପାଇଁ ଝିଅ ଦେଖୁଛି। ତା’ ପରେ ପୁଅ କହୁଛି, ପରିବାରରେ ୩ ଜଣଲୋକ ଅଛନ୍ତି ତେଣୁ ମଜା ଆସୁନି। ଲୁଚାଲୁଚି ଖେଳ ହୋଇପାରୁନି। ୪ ଜଣ ହେଲେ ବହୁତ ମଜା ଆସିବ। ପିଲାଟିର ଏହି ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରିବା ସହ ହସି ହସି ଗଡ଼ିଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…

ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍‌ ଖେଳାଳି ନେମାର। ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି।…

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri