Posted inଫୁରସତ

ଗୀତରେ ଭାଷା, ସଂସ୍କୃତିର ଜ୍ଞାନ

ଉତ୍ତରକାଶୀ: ଭାରତର ପ୍ରତ୍ୟେକ ରାଜ୍ୟରେ ସ୍ବତନ୍ତ୍ର ଭାଷା ଓ ସଂସ୍କୃତି ଏବଂ ଇତିହାସ ରହିଛି। ଉକ୍ତ ସ୍ବାତନ୍ତ୍ର୍ୟକୁ ନେଇ ରାଜ୍ୟ ସମୃଦ୍ଧ। ତେଣୁ ନିଜ ରାଜ୍ୟ ତଥା ପ୍ରଦେଶ ବିଷୟରେ ଜ୍ଞାନ ଆହରଣ କରିବା ସହ ସଂସ୍କୃତିର ବିକାଶ ଦିଗରେ ପ୍ରୟାସ କରିବା ସମସ୍ତଙ୍କ କର୍ତ୍ତବ୍ୟ। ଛାତ୍ରୀଛାତ୍ରଙ୍କୁ ଛୋଟବେଳୁ ଏହି ଜ୍ଞାନ ପ୍ରଦାନ ଲକ୍ଷ୍ୟ ନେଇ ଉତ୍ତରାଖଣ୍ଡର ସରକାରୀ ଶିକ୍ଷକମାନେ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ଗଡ୍‌ଓ୍ବାଲି ଗୀତ ମାଧ୍ୟମରେ ପିଲାଙ୍କୁ ରାଜ୍ୟର ସମ୍ପୂର୍ଣ୍ଣ ଜ୍ଞାନ ପ୍ରଦାନ କରିବା ପାଇଁ ଏକ ଆଲ୍‌ବମ ପ୍ରସ୍ତୁତ କରିଛନ୍ତି। ଉତ୍ତରାଖଣ୍ଡର ଇତିହାସ ବିଷୟରେ ୧୪ଟି ଗୀତକୁ ନେଇ ଏହି ଆଲ୍‌ବମ ପ୍ରସ୍ତୁତ ହୋଇଛି। ଏସ୍‌ସିଇଆର୍‌ଟି(ଷ୍ଟେଟ୍‌ କାଉନ୍‌ସିଲ ଅଫ୍‌ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ) ପକ୍ଷରୁ ନିକଟରେ ଏହି ଆଲ୍‌ବମକୁ ନିଜସ୍ବ ୟୁଟ୍ୟୁବ୍‌ ପ୍ଲାଟ୍‌ଫର୍ମରେ ରିଲିଜ୍‌ କରାଯାଇଛି। ଏଭଳି ଏକ ନିଆରା ପ୍ରୟାସ ବିଷୟରେ ସରକାରୀ ଶିକ୍ଷକ ତଥା ସଙ୍ଗୀତକାର ନନ୍ଦକିଶୋର ହଟ୍‌ଓ୍ବାଲ କହିଛନ୍ତି, ଲୋକ ସଙ୍ଗୀତ ପ୍ରତ୍ୟେକ ବୟସର ଲୋକଙ୍କ ମଧ୍ୟରେ ଲୋକପ୍ରିୟ। ତେଣୁ ଏହା ମାଧ୍ୟମରେ ପିଲାଙ୍କୁ ଶିକ୍ଷା ପ୍ରଦାନ ପାଇଁ ଆମେ ନିଷ୍ପତ୍ତି ନେଇଥିଲୁ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ସଙ୍ଗୀତ ମାଧ୍ୟମରେ ଶିକ୍ଷା ପିଲାଙ୍କ ପାଇଁ ମଧ୍ୟ ସହଜ ଏବଂ ଉତ୍ସାହଜନକ ହୋଇପାରିବ। ଏହି ପ୍ରକଳ୍ପ ପାଇଁ ଶିକ୍ଷକ ସମୂହ ପ୍ରାୟ ୨ବର୍ଷ ଧରି କାର୍ଯ୍ୟ କରିଥିଲେ। ପରେ ଚୟନ ହୋଇଥିବା ଶିକ୍ଷକମାନେ ସାଧାରଣ ଜ୍ଞାନ ଆଧାରିତ ବିଭିନ୍ନ ବିଷୟରେ ଗଡ୍‌ଓ୍ବାଲି ଗୀତ ପ୍ରସ୍ତୁତ କରିଥିଲେ। ଗୀତ ଗାଇଥିବା ଅନ୍ୟ ଜଣେ ଶିକ୍ଷକ ଓମ୍‌ ବଧାନି କହିଛନ୍ତି, ପ୍ରତ୍ୟେକ ଗୀତ ଭିନ୍ନ ଭିନ୍ନ ବିଷୟ ଉପରେ ଆଧାରିତ। ଗୀତଗୁଡ଼ିକ ରାଜ୍ୟର ଇତିହାସ, ବିଶିଷ୍ଟ ବ୍ୟକ୍ତିତ୍ୱ, ପର୍ଯ୍ୟଟନସ୍ଥଳୀ, ପର୍ବପର୍ବାଣି, ନଦୀ ଓ ପର୍ବତମାଳା ଆଦିକୁ ନେଇ ପ୍ରସ୍ତୁତ। ସେହିପରି ରାଜ୍ୟର ପ୍ରତୀକ ଓ ବନ୍ୟପ୍ରାଣୀ ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଆଦିକୁ ନେଇ ମଧ୍ୟ ଗୀତ ପ୍ରସ୍ତୁତ ହୋଇଛି। ଏହା ଖୁବ୍‌ଶୀଘ୍ର ରିଲିଜ୍‌ ହେବ ବୋଲି କୁହାଯାଇଛି। ଏହା ବ୍ୟତୀତ ପିଲାମାନେ ଏହାଦ୍ୱାରା ବିଭିନ୍ନ ସ୍ଥାନୀୟ ସଙ୍ଗୀତର ପ୍ରକାର, ଧୂନ୍‌, ପାରମ୍ପରିକ ବାଦ୍ୟଯନ୍ତ୍ର ବିଷୟରେ ମଧ୍ୟ ଜ୍ଞାନ ପାଇପାରିବେ। ଆଗାମୀ ଦିନରେ କୁମାୟୁନି ଏବଂ ଜୌନ୍‌ସାରି ଓ ବିଭିନ୍ନ ସ୍ଥାନୀୟ ଭାଷାରେ ମଧ୍ୟ ମ୍ୟୁଜିକ୍‌ ଆଲ୍‌ବମ ପ୍ରସ୍ତୁତ ପାଇଁ ଲକ୍ଷ୍ୟ ରହିଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri