ଆତ୍ମାକୁ ଚିହ୍ନନ୍ତୁ

ପୁରାଣ କହେ ଆତ୍ମା ସେହି- ”ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି, ନୈନଂ ଦହତି ପାବକଃ। ନ ଚୈନଂ କ୍ଲେଦୟନ୍ତ୍ୟାପୋ, ନ ଶୋଷୟତି ମାରୁତଃ॥“ ପୌରାଣିକ ଆଖ୍ୟାନ ଅନୁସାରେ ମଣିଷର ମୃତ୍ୟୁ ପରେ ଆତ୍ମା ଗୋଟିଏ ଘଟରୁ ଅନ୍ୟ ଏକ ଘଟକୁ ସ୍ଥାନାନ୍ତରିତ ହୋଇଥାଏ। ସବୁ ଜୀବର ଆତ୍ମା ସମାନ, ଶରୀରର ଆକାର ଭିନ୍ନ ଭିନ୍ନ ମାତ୍ର। ସେଥିପାଇଁ ଆତ୍ମାକୁ ସର୍ବଦା ଚିହ୍ନିବାକୁ ଜ୍ଞାନୀଗୁଣୀ ଜନ ଉପଦେଶ ଦେଇଥାନ୍ତି।
ସେଦିନ ମହାରାଜ ଜନକଙ୍କ ରାଜ ଦରବାରରେ ଜ୍ଞାନର ତର୍କ ଚାଲିଥିଲା। ନିୟମ ଥିଲା, ଶ୍ରେଷ୍ଠ ବିଦ୍ୱାନ ଆଚାର୍ଯ୍ୟ ବନ୍ଦିଙ୍କ ସହିତ ଶାସ୍ତ୍ରର ତର୍କ ହେବ। ଯିଏ ହାରିବେ ସେ ଜଳ ସମାଧି ନେବେ। ଯେତେବେଳେ ଅଷ୍ଟବକ୍ର ମୁନି ବନ୍ଦିଙ୍କ ସହ ତର୍କ କରିବାକୁ ସଭାକୁ ପ୍ରବେଶ କଲେ, ଉପସ୍ଥିତ ପଣ୍ଡିତ ବର୍ଗ ତାଙ୍କୁ ଦେଖି ଜୋର୍‌ରେ ହସିବାକୁ ଲାଗିଲେ। ଅଷ୍ଟବକ୍ର ମୁନି ମଧ୍ୟ ଜୋରରେ ହସି ଉଠିଲେ। ଉପସ୍ଥିତ ରାଜା କିନ୍ତୁ ବ୍ୟଗ୍ର- କାହିଁକି ହସିଲେ ମୁନି ? ଭକ୍ତି ତଥା ଗମ୍ଭୀରତାର ସହିତ ରାଜା ପୁଚ୍ଛାକଲେ, ହେ ଆଚାର୍ଯ୍ୟ, ତୁମର ବୟସ ହୋଇନି ଶାସ୍ତ୍ର ଚର୍ଚ୍ଚା କରିବାକୁ, ତୁମେ ଫେରିଯାଅ। କିନ୍ତୁ ତୁମେ କାହଁିକି ହସିଲ, ମୋର ସନ୍ଦେହ ମୋଚନ କରିବା ହେଉ। ଅଷ୍ଟବକ୍ର ଉତ୍ତର ଦେଲେ, ”ହେ ରାଜନ୍‌, ମୁଁ ଭାବୁଥିଲି ଆପଣଙ୍କ ସଭାରେ ବିଦ୍ୱାନ ବର୍ଗ ଅଛନ୍ତି। କିନ୍ତୁ ସେମାନେ ମୂର୍ଖ ବିଦ୍ୱାନ, ସେମାନେ ଜଣେ ଜଣେ ଚମଡ଼ା ବେପାରୀ, ଯାହାଙ୍କୁ ସମାଜ ନୀଚ ଦୃଷ୍ଟିରେ ଦେଖିଥାଏ, ଯଦି କେହି ଶରୀର ମଧ୍ୟରେ ଥିବା ଆତ୍ମାକୁ ନ ଚିହ୍ନି ଶରୀରକୁ ଦେଖି ସାଧାରଣ ମଣିଷ ପରି ଅଟ୍ଟହାସ୍ୟ କରିପାରେ, ସେମାନଙ୍କୁ କ’ଣ କୁହାଯିବ ?“ ପଣ୍ଡିତବର୍ଗ ଲଜ୍ଜାରେ ଶିର ତଳକୁ କରିଦେଲେ। ଅର୍ଥାତ୍‌ ଆମେ ଯେତେ ଶିକ୍ଷିତ, ଦୀକ୍ଷିତ ହେଲେ ମଧ୍ୟ ଆମେ ଯେବେ ଆତ୍ମାକୁ ଚିହ୍ନି ନ ପାରିଲୁ, ଆମେ ମୂର୍ଖ ବିଦ୍ୱାନ ଛଡ଼ା କ’ଣ ବା ହୋଇପାରୁ ? ଆମେମାନେ ଜ୍ଞାନୀଗୁଣୀ ଜନ ଆତ୍ମାକୁ ଚିହ୍ନି, ସମ୍ମାନ ଦେବା ଉଚିତ। ଆତ୍ମାକୁ ଚିହ୍ନେଇବାକୁ ବହି ପାଠ, ଶାସ୍ତ୍ର ପୁରାଣ ସମର୍ଥ ନୁହେଁ। କେବଳ ପିତାମାତଙ୍କ ସାରା ସମାଜକୁ ନିଜର କରିବାର ଶିକ୍ଷା ହିଁ ପିଲାଙ୍କୁ ଆତ୍ମାକୁ ଚିହ୍ନାଇବାକୁ ଯଥେଷ୍ଟ। ନଚେତ୍‌ ସମାଜରେ ଅନେକେ ପିତାମାତାକୁ ବି ଭୁଲିଯାଉଥିବା ଦେଖୁଛେ। ଆତ୍ମାକୁ ଚିହ୍ନୁଥିବା ପିଲାଟି କେବେ ବି ଡାକ ମୁନ୍‌ସୀ ଗପର ଗୋପାଳିଆ ହୋଇ ନ ପାରେ!
ସତରେ ଆମେ କେତେ ଅସହାୟ। ଆମେ ଶିକ୍ଷିତ, ଆମେ ଦୀକ୍ଷିତ, ପୁରାଣ ଚର୍ଚ୍ଚାରେ କେହି ଆମ ସମକକ୍ଷ ନୁହେଁ, ତଥାପି ଆମେ ଆତ୍ମାକୁ ସମ୍ମାନ ଦେବାରେ ଅଯୋଗ୍ୟ ହୋଇପଡ଼ୁଛେ। ଆମ ଉଚ୍ଚାରଣ ଓ ଆଚରଣରେ ଅନେକ ଭିନ୍ନତା। ଖବରକାଗଜର ଗୋଟିଏ ଖବର ସଭ୍ୟ ସମାଜକୁ ବିସ୍ମିତ କରିଥିଲା। ଯାଜପୁରର ଏକ ଘରୋଇ ଡାକ୍ତରଖାନାରେ ଜନ୍ମିତ ଶିଶୁ ସହିତ ତା’ ମାଆକୁ ଛାଡ଼ି ଶାଶୁଘର ଲୋକେ ଡାକ୍ତରଖାନାରୁ ଚାଲିଯାଇଥାନ୍ତି। ଯଦିଓ ତାହାର ବାପଘର ଲୋକେ ତାକୁ ଦେଖାଶୁଣା କରିବାକୁ ଜଗି ରହିଥିଲେ , କାରଣ ଥିଲା ଜନ୍ମିତ ଶିଶୁଟି ତୃତୀୟ ଲିଙ୍ଗୀ। ଶିଶୁ କେଉଁ ରୂପରେ ମା’ ପେଟରୁ ପୃଥିବୀକୁ ଆସିବ ତାହା ମଣିଷର ନିୟନ୍ତ୍ରଣ ବାହାରେ। ଆସ୍ତିକର ମତ ସର୍ବଶକ୍ତିମାନ ବା ନାସ୍ତିକର ମତ ପ୍ରକୃତିର ଦାନ। କିନ୍ତୁ ସେହି ଦାନକୁ ଗ୍ରହଣ କରିବାକୁ ଆମେ ପ୍ରସ୍ତୁତ ନୁହନ୍ତି। କନ୍ୟା ଶିଶୁ ପାଇଁ ଅନେକ ଅନାଗ୍ରହ, ସହଜେ ଏ ତ ତୃତୀୟ ଲିଙ୍ଗୀ ! ତଥାପି ଯେପରି ପ୍ରଶାସନ ତଥା ସମାଜ ସହାୟତାର ହାତ ବଢ଼େଇଲା, ତାହା ଧନ୍ୟବାଦର ପାତ୍ର।
ସମାଜରେ ସେମାନେ ସବୁବେଳେ ଅବହେଳିତ, ବିଦ୍ରୂପର ସମ୍ମଖୀନ। ସାଧାରଣ ସମାଜରେ ସେମାନଙ୍କର ବାସ ନ ଥାଏ। ସେମାନେ ଶାରୀରିକ ଭାବେ ଟିକେ ଭିନ୍ନ ହେଲେ ମଧ୍ୟ ସାଧାରଣ ମଣିଷଠାରୁ କୌଣସି ଗୁଣରେ କମ୍‌ ନୁହନ୍ତି। ସେମାନେ ସମାଜର ସବୁ କାର୍ଯ୍ୟ କରିବାକୁ ସମର୍ଥ। ୨୦୧୧ ଜନଗଣନା ଅନୁସାରେ ସେମାନଙ୍କ ସଂଖ୍ୟା ଦେଶରେ ପ୍ରାୟ ସାଢ଼େ଼ ୪ଲକ୍ଷରୁ ଅଧିକ। କିନ୍ତ୍‌ୁ ସମାଜ ସେମାନଙ୍କୁ ସେତିକି ମର୍ଯ୍ୟାଦା ଦେବାକୁ ଅସମର୍ଥ। ଆଶ୍ଚର୍ଯ୍ୟର ବିଷୟ ଏହି ଯେ, ସେମାନେ ନିଜ ପରିବାର ସହିତ ରହିବାର ଯେପରି ଅଧିକାର ନାହିଁ। ପରିବାର ସେମାନଙ୍କୁ ଦୂରେଇ ଦିଏ। ଭାରତୀୟ ନାଗରିକ ହେଲେ ମଧ୍ୟ ଭୋଟ ଦେବାରୁ ବଞ୍ଚତ୍ତ ହେଉଥିଲେ, ଏବେ ସେମାନେ ଭୋଟଦାନ ଅଧିକାର ପାଇଲେଣି। ଏବେ ସେମାନଙ୍କ ମଧ୍ୟରୁ ଅନେକ ସମାଜର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ହେଲେଣି।
ସବୁ ଜୀବନ ମୂଲ୍ୟବାନ୍‌। ସବୁ ଜୀବର ଆତ୍ମା ଓ ତାହାର ସମ୍ମାନ ଅଛି। ଅନାଥ ପିଲାଟିଏ କାହାର ସାହାଯ୍ୟ, ସହଯୋଗ ନ ପାଇଲେ ବିପଥଗାମୀ ହେବା ସ୍ବାଭାବିକ। ସମାଜରେ କୌଣସି ମଣିଷ ସୂକ୍ଷ୍ମରେ ବଞ୍ଚିବାର ସୁଯୋଗ ନ ପାଇଲେ ସେ ବି ବିପଥଗାମୀ ହୋଇପାରେ। ସମାଜର କ୍ଷତି କରିପାରେ, ସମାଜରେ ଅଶାନ୍ତି ସୃଷ୍ଟି କରିପାରେ। ମୁଖ୍ୟସ୍ରୋତରେ ସେମାନଙ୍କୁ ସାମିଲ କରି, ଉପଯୋଗ କରି ସମାଜର ପ୍ରଗତି କରିବାକୁ ସମସ୍ତେ ଚେଷ୍ଟା କରିବା ଉଚିତ।

– ଗଣେଶ୍ୱର ନାୟକ
ସିଷ୍ଟମ ଆଡମିନ,
ଜୀବନ ବୀମା କାର୍ଯ୍ୟାଳୟ, ଯାଜପୁର
ମୋ-୯୭୭୭୭୪୯୭୨୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri