Posted inଫୁରସତ

ବୟସ୍କଙ୍କ ମନକୁ ଜାଣନ୍ତୁ

ଦିନେ ପାର୍କରେ ବୁଲୁ ବୁଲୁ ଦେଖିଲି କେତେଜଣ ବୟସ୍କ ଲୋକ ଗୋଟିଏ ଜାଗାରେ ଏକାଠି ବସି କଥାବର୍ତ୍ତା ହେଉଛନ୍ତି। ମୁଁ ସେମାନଙ୍କ ପାଖରେ ବସିପଡ଼ିଲି। ଏହି ସମୟରେ ଆଉ ଜଣେ ଦୁଇଜଣ ଲୋକ ଗରମ ସିଙ୍ଗଡା, ବରା ଧରି ପହଞ୍ଚତ୍ଗଲେ ଗପଟା ଆହୁରି ଜମିଗଲା। ରାମବାବୁ ହରିବାବୁଙ୍କୁ ପଚାରିଲେ ଆଉ ତୁମ ଖବର କ’ଣ? ହରିବାବୁ କହିଲେ କେତେ ଆଉ ଘରେ ବସିବି? ମୋ ସ୍ତ୍ରୀ ଖାଲି ଚିଡ଼ିଚିଡ଼ି ହେଉଛି। କିଛି ଭଲ ଲାଗୁନି। ହରିବାବୁ ରାମବାବୁଙ୍କୁ ପଚାରିଲେ ଆପଣଙ୍କ ଖବର କ’ଣ? କେମିତି ଅଛନ୍ତି? ରାମବାବୁ କହିଲେ, ତୁମର ତ ସମସ୍ତେ ପାଖରେ ଥାଇ ତୁମକୁ ଭଲ ଲାଗୁନି। ଆମେ ତ ବୁଢ଼ାବୁଢ଼ୀ ଦୁଇଜଣ। ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ। ମା’ବାପାଙ୍କ କଥା ପଚାରେ କିଏ? ପେନ୍‌ସନ ପଇସାରେ କ’ଣ ଚଳି ହେଉଛି? ମଝିରେ ମଝିରେ ଫୋନ୍‌ କରି ଆମ ସମସ୍ୟା ଶୁଣିବା ପୂର୍ବରୁ ତାଙ୍କ ସମସ୍ୟା କହି ଚାଲୁଛନ୍ତି। ବୁଢ଼ୀ ବିଚାରୀ ସବୁ ଶୁଣି ମନ ଦୁଃଖ କରୁଛି। ମୁଁ ଦୁଇ ମଉସାଙ୍କ କଥାକୁ ଧ୍ୟାନ ଦେଇ ଶୁଣୁଥିଲି। ମୁଁ କହିଲି, ମଉସା ଏପରି ଲକ୍ଷଣ ପ୍ରାୟତଃ ପରିବେଶ ଓ ପରିସ୍ଥିତିରେ ପଡ଼ି ଲୋକମାନେ ଏମିତି ଅନୁଭବ କରନ୍ତି। ମଉସା ପଚାରିଲେ, କହିଲ ବୃଦ୍ଧାବସ୍ଥା କ’ଣ? କେଉଁସବୁ ମାନସିକ ସମସ୍ୟା ଦେଖାଯାଏ? ଏହାର ଚିକିତ୍ସା ଅଛି? ମଣିଷ ଯେତେବେଳେ ତା’ର ଜୀବନର ହାରାହାରି ବୟସକୁ ଅତିକ୍ରମ କରିଥାଏ ବା ଜୀବନଚକ୍ରର ଶେଷ ଅବସ୍ଥାରେ ପହଞ୍ଚତ୍ଥାଏ, ତାହା ହିଁ ବୃଦ୍ଧାବସ୍ଥା ।
ଅଟୋ ଭନ୍‌ ବିସ୍‌ମାର୍କ ପ୍ରଥମେ ସାମାଜିକ ସୁରକ୍ଷା ପାଇଁ ୬୦ବର୍ଷ ବୟସ୍କଙ୍କୁ ଅବସର ନେବାର ସମୟ ବୋଲି ଘୋଷଣା କରିଥିଲେ। ପ୍ରତିବର୍ଷ ଅକ୍ଟୋବର ୧ରେ ବିଶ୍ୱ ବୟସ୍କ ଦିବସ ପାଳନ କରାଯାଉଛି। ସମାଜରେ ସେମାନଙ୍କ ଆବଶ୍ୟକତା ଉପରେ ସଚେତନତା ଅଣାଯିବା ସହ ସମାଜ ପ୍ରତି ସେମାନଙ୍କ ଅବଦାନକୁ ଏହି ଦିବସରେ ସ୍ମରଣ ତଥା ସ୍ବୀକାର କରାଯାଇଥାଏ।
ମାନସିକ ସମସ୍ୟାରେ ମନ ଦୁଃଖ ରହେ, ନିଦ ଓ ଭୋକ ହୁଏ ନାହିଁ। ଶରୀର ବିଷୟରେ ଅତ୍ୟଧିକ ଚିନ୍ତା କରେ ଓ ଆତ୍ମହତ୍ୟାର ଭାବନା ମଧ୍ୟ ଆସିପାରେ। ସିଜୋଫ୍ରେନିଆରେ ଲୋକଟି ସନ୍ଦେହ କରେ ଯେ, ତା’ ବିରୋଧରେ ସମସ୍ତେ ଷଡ଼ଯନ୍ତ୍ର କରୁଛନ୍ତି, କଥା ହେଉଛନ୍ତି ଓ ଶୂନ୍ୟବାଣୀ ହେବାପରି ଲାଗେ। ମାନସିକ ସମସ୍ୟା ଓ ପାରିବାରିକ ଚାପ ରୋଗଟିକୁ ବଢ଼ାଇଦିଏ। ଶେଷରେ ସବୁ ଜାଣିପାରନ୍ତି ନାହିଁ ଓ ଅନ୍ୟମାନଙ୍କୁ ମଧ୍ୟ ଚିହ୍ନିପାରନ୍ତି ନାହିଁ। ବୃଦ୍ଧାବସ୍ଥାରେ ନିୟମିତ ଶାରୀରିକ ପରିଶ୍ରମ କରନ୍ତୁ। ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରନ୍ତୁ। ପ୍ରତିଦିନ ଯଥେଷ୍ଟ ପରିମାଣରେ (୭ରୁ ୯ଘଣ୍ଟା) ଶୁଅନ୍ତୁ। ଯେଉଁ କାର୍ଯ୍ୟରେ ସୁଖ ଅନୁଭବ କରୁଛନ୍ତି, ସେଥିରେ ନିଜକୁ ନିୟୋଜିତ କରନ୍ତୁ। ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ। ନୂଆ କିଛି ଶିଖିବାକୁ ଚେଷ୍ଟା କରନ୍ତୁ। ଉଦାହରଣସ୍ବରୂପ ଗୀତ, ବାଦ୍ୟଯନ୍ତ୍ର, କମ୍ପ୍ୟୁଟର ଇତ୍ୟାଦି। ନିଜକୁ ସବୁବେଳେ ଖୁସି ରଖିବାକୁ ଚେଷ୍ଟା କରନ୍ତୁ।
-ଡା. ସମ୍ରାଟ କର,
ମୋ :୯୧୩୨୪୩୩୩୩୩


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?