ଈର୍ଷାକୁ ଜାଣ କି

ଆରତି ମହାନ୍ତି

ଈର୍ଷା ହେଉ କି ଲୋଭ କିମ୍ବା ଘୃଣା-ଏଗୁଡ଼ିକ ଦେଖାଦେବା ମାତ୍ରକେ ଯଦି ସେଗୁଡ଼ିକ ତୁମକୁ ଯନ୍ତ୍ରଣା ଦେଇଥାଏ ବୋଲି ଜାଣିଯାଅ ତେବେ ସେଥିରୁ ଅକ୍ଳେଶରେ ବାହାରି ଯାଇପାରିବ।
ମନରେ ଜାତ ହେଉଥିବା ଈର୍ଷା ହେଉ କି ଘୃଣା କିମ୍ବା କ୍ରୋଧ ପ୍ରତି ସଙ୍ଗେ ସଙ୍ଗେ ସତର୍କ ରହି ତାକୁ ହୃଦୟଙ୍ଗମ କଲେ ସେସବୁରୁ ମୁକ୍ତି ମିଳିପାରିବ। ତମେ କୁହ -‘ମୁଁ ରାଗିଗଲି ଏମିତି ହୋଇଗଲା ଏଣିକି ଆଉ ରାଗିବି ନାହିଁ । କିମ୍ବା ଭାବ ‘ଆରେ ଏଥିରେ ମୋର ପାପ ହବ ଆଉ ମୁଁ ଈର୍ଷା କରିବି ନାହିଁ।’ ହେଲେ ତାହା କ’ଣ ତମକୁ ଛାଡ଼ିଦିଏ? ସମୟକାଳ, ପରିସ୍ଥିତି ଉତ୍ତେଜନା ଦେଖି ତୁମ ଅଜାଣତରେ ସେ ତା’ ମୁହଁ ବାରମ୍ବାର ଦେଖାଏ। ଟିକେ ଭାବି ଦେଖ ତ-ସେଇଟା କ’ଣ ତୁମେ ନିଜେ ନୁହଁ? ଅବା ସେଇଟା କଣ ତୁମ ‘ସ୍ବ’ରୁ ଅଲଗା? ସେମିତି ତୁମର କ୍ରୋଧ, ଘୃଣା, ଲୋଭ କ’ଣ ତୁମ ଭିତରେ ମିଶି ରହି ନ ଥାଏ? ମଣିଷର ଚେତନା ତ ସେସବୁକୁ ନେଇ ଗଢ଼ା ହୋଇଛି। କଥାଟା ହେଲା ସେସବୁ ଗୁଣ ଆମ ଭିତରେ ଥାଏ ଆଉ ବେଳକାଳ ଦେଖି ଉତ୍ତେଜନା ଯୋଗୁ ମାତିଉଠେ।
ଆମ ଭିତରେ ‘ଚେତନା’ ଅଛି। ଆମର କାମଦାମ, ଭାବନା, ଚିନ୍ତା ସବୁ ସେଇ ଚେତନା ଭିତରେ ହିଁ ରହିଥାଏ। ଯଦି ଆମେ କହୁ ଆମେ ନିଜେ ହେଉଛୁ ସେଇ ଚେତନାର ବିଷୟବସ୍ତୁ ତେବେ ସେତକ ବୁଝିବାରେ କିଛି ଅସୁବିଧା ନାହିଁ। ଆମେ କହିଲେ ଆମ ଚେତନାକୁ ବୁଝାଏ, ପୁଣି ଚେତନା କହିଲେ ଆମ କାମଦାମର ଅନୁଭବ ଆଦି ସବୁ। ତେଣୁ ହୃଦୟଙ୍ଗମ କରିବା ଦରକାର ଯେ ଚେତନା ଆଉ ଚେତନାର ବିଷୟବସ୍ତୁ ଅଲଗା ନୁହଁ। ସେଇ ଚେତନାର ବିଷୟବସ୍ତୁ ପ୍ରତି ଜଣେ ସତର୍କ ରହି ଦେଖି ଚାଲିଲେ ଅନ୍ୟ କାହାରି ସାହାଯ୍ୟ ଦରକାର ପଡ଼େ ନାହିଁ। ଅତି ସାଧାରଣ ଜିନିଷ ଭିତରେ ଛପି ରହିଥାଏ ଅମୂଲ୍ୟ ଶିକ୍ଷାର ଭଣ୍ଡାର। ଏହା ହିଁ ହେଉଛି ପ୍ରତ୍ୟକ୍ଷ ଜ୍ଞାନ-ତାହା ହେଉଛି ନିଜଠୁ ଶିଖିବା। ଆମେ ମନକୁ ସତର୍କ ଓ ସଚେତନ ରହି ଏହା ଲକ୍ଷ୍ୟକରି ପାରିବୁ କି? ଏପରି ପର୍ଯ୍ୟବେକ୍ଷଣ କରିବା ଦ୍ୱାରା ଯେକୌଣସି ଜିନିଷର ସତ୍ୟତା ଫୁଟିଉଠେ। ଯାହାସବୁ ତୁମ ଆଖି ଆଗରେ ଘଟି ଚାଲିଛି ଏ ସବୁ କଥାକୁ ସ୍ମୃତି ଭାବରେ ସାଇତି ନ ରଖି ତତ୍‌କ୍ଷଣାତ୍‌ ସାମ୍ନାସାମ୍ନି ହୁଅ ।
ପଛକୁ ରଖି ବସିଥିଲେ ଜୀବନ ସରିଯିବ ପଛକେ ତୁମେ କଦାପି ନିଜ ଆତ୍ମଜ୍ଞାନ ଲାଭ କରିପାରିବ ନାହିଁ।
କ୍ରୋଧ, ଈର୍ଷା କି ଘୃଣା ତୁମଠୁ ଅଲଗା ନୁହଁ, ଅର୍ଥାତ୍‌ ଦୁଇଟା ଏକା ଜିନିଷ, ଏଇ ଉପଲବ୍ଧି ଆସିଗଲେ ଆଉ ମୁଁ ଓ ଈର୍ଷା ବୋଲି ଦୁଇଟା ନ ଥାଏ । ତୁମକୁ ଯଦି କେହି ପ୍ରଶ୍ନ କରେ ଈର୍ଷା ବା କ୍ରୋଧକୁ ଜାଣ କି? ସେତେବେଳେ ତୁମେ ହୁଏତ କୌଣସି ବହି କି ଧର୍ମପୁସ୍ତକ କି ଅନ୍ୟ କାହାଠାରୁ ସେ ବିଷୟରେ ଶୁଣିଥିବା କିଛି କଥା ବର୍ଣ୍ଣନା କରିବାକୁ ବାହାରିପଡ଼। କିନ୍ତୁ ତୁମେ ଏ କଥାଟାକୁ ନିଜେ ଜାଣିଛ, ଶିଖିଛ ବୋଲି ତ କଦାପି କହିପାରିବ ନାହିଁ । କାରଣ ତାହା ହେଉଛି ପରୋକ୍ଷ ଜ୍ଞାନ-ପ୍ରତ୍ୟକ୍ଷ ଜ୍ଞାନ ନୁହେଁ, ଅର୍ଥାତ୍‌ ଅନ୍ୟର ଉପଲବ୍ଧିକୁ ବିଚାର କରି, ବିଶ୍ଳେଷଣ କରି, ମସ୍ତିଷ୍କରେ ସ୍ମୃତି ରୂପେ ସାଇତି ରଖିଥାଅ ଓ ତାକୁ ଅନୁସରଣ କରି କରି ଜୀବନର ଦିନଗୁଡ଼ିକ କଟାଇବାକୁ ଚେଷ୍ଟା କରି ଚାଲିଥାଅ। ଫଳରେ ସେଠି ଦୁଇଟା ବିଭାଗ ଦେଖାଦିଏ। ଗୋଟିଏ ହେଉଛି ତୁମେ ଯିଏକି ଚେଷ୍ଟା କରୁଥାଅ, ଆଉ ଅନ୍ୟଟି ତୁମେ ଆଉ କିଛି ହବାକୁ ଚେଷ୍ଟା ଚଳାଇଥାଅ। ଏଇ ଦୁଇଟା ବିଭାଗ ଭିତରେ ଅବିରତ ଯେଉଁ ସଂଘର୍ଷ ଲାଗିଥାଏ ସେଇଟା ହିଁ ହେଉଛି ଦୁଃଖଯନ୍ତ୍ରଣା।
ଶିଖିବା ଲାଗି କୌଣସି ଧର୍ମଗ୍ରନ୍ଥ କି ଗୁରୁଙ୍କର ଦରକାର ପଡ଼େ ନାହିଁ। ମଣିଷର ସ୍ବୀୟ ମନ ହେଉଛି ଶିକ୍ଷାର ଅସୀମ ପାରାବାର। ଯିଏ ନିଜକୁ ନିଜେ ଉଭୟ ଶଷ୍ୟ ଓ ଗୁରୁ ଅବସ୍ଥାରେ ରଖି ଶିଖିବାକୁ ଆରମ୍ଭ କରେ ତା’ର ଜୀବନ ହିଁ ତା’ର ଗୁରୁ ହୋଇଯାଏ। ଯିଏ କହେ ‘ମୁଁ କିଛି ଜାଣି ନାହିଁ, ସେ ସରଳ, ନିଷ୍କପଟ ମନରେ ଶିଖିବାରେ ଲାଗେ। ଏକ ସତ୍ୟ ଘଟଣା। ଜଣେ ବୃଦ୍ଧ ବ୍ରାହ୍ମଣ ତାଙ୍କର ଏକମାତ୍ର ପୁଅ ଉପରେ ଭରସା କରି ରହିଥିଲେ। ପୁଅକୁ ନାନା ଶ୍ଳୋକ, ସ୍ତୋତ୍ର ଆଦି ଶିଖାଇ ଜଣେ ନୈଷ୍ଠିକ ବ୍ରାହ୍ମଣ କରିବାରେ ତାଙ୍କ ପରିଶ୍ରମ ଥିଲା ଅତୁଳନୀୟ। ପୁଅ ମଧ୍ୟ ଜଣେ ଜ୍ଞାନୀ ଭାବରେ ନିଜକୁ ପ୍ରତିଷ୍ଠା କରିପାରିଥିଲେ। ପ୍ରତିଦିନ ସକାଳୁ ସ୍ନାନ ସାରି ସୂର୍ଯ୍ୟଙ୍କୁ ପାଣିଦେବା ବେଳକୁ ନାନା ଶ୍ଳୋକ ଆବୃତ୍ତି କରି ମହାପାତକରୁ ରକ୍ଷାକରିବା ପାଇଁ ବାରମ୍ବାର ଆହ୍ବାନ କରୁଥିଲେ। କିନ୍ତୁ ଅତି ରାଗୀ ସ୍ବଭାବର ହୋଇଥିବାରୁ ଅନେକ ସମୟରେ ନିଜ ବୃଦ୍ଧ ପିତାଙ୍କୁ ଗାଳିଗୁଲଜ କରୁଥିଲେ।
ଫଳରେ ସେ ଶେଷ ବୟସରେ ଏକ ଆକସ୍ମିକ ଦୁର୍ଘଟଣାର ଶିକାର ହୋଇ ପ୍ରାୟ ପଙ୍ଗୁ ହୋଇ ଦୁଃଖରେ କାଳ କାଟୁଥିଲେ। ସ୍ତ୍ରୀ ଓ ଏକମାତ୍ର ପୁଅ ତାଙ୍କୁ ସଦାସର୍ବଦା ଅବଜ୍ଞା କରୁଥିଲେ। ସେଥିପାଇଁ ସେ ମାନସିକ ଯନ୍ତ୍ରଣାର ଶିକାର ହେଉଥିଲେ। କିନ୍ତୁ ତାଙ୍କର ଅନ୍ୟ କର୍ମଗୁଡ଼ିକ ଧାର୍ମିକ ଥିବାରୁ ଅନ୍ୟମାନେ ତାଙ୍କର ସେବା କରିବାକୁ ଆସୁଥିଲେ।
ବାସ୍ତବରେ ଏପରି ଘଟଣା ତ ଆମ ଜୀବନରେ କେତେ କେତେ ଦେଖିବାକୁ ମିଳେ। ନିଜର ପାପ ଧ୍ୱଂସ କରିବା ଲାଗି ଇଷ୍ଟ ଦେବତାଙ୍କୁ ଯେତେ ଆବାହନ କଲେ ମଧ୍ୟ କେହି କ’ଣ ତା’ ନିଜ କୃତକର୍ମକୁ ଉଦ୍ଧାର ପାଇପାରେ? ମନ ଭିତରେ କୁଭାବନା ଆସିବାକୁ ନ ଦେବା ହେଉଛି ପ୍ରକୃତ ସାଧନା। ମଣିଷ ସଚେତନ ନ ରହିଲେ କୁକର୍ମ କରିପାରେ। କର୍ମର ଭିତର ବାହାର ବୋଲି କିଛି ନାହିଁ। ତେଣୁ ଯେତେବେଳେ ଜଣେ ନିଜ ଭିତରେ ଈର୍ଷା, ଘୃଣା କିମ୍ବା କ୍ରୋଧକୁ ଦେଖି ତତ୍‌କ୍ଷଣାତ୍‌ ବାହାରି ଆସିପାରେ ଓ ସଦାବେଳେ ସଚେତନ ରହି ସେଥିରୁ ବିରତ ହୁଏ-ସେଇ ବ୍ୟକ୍ତି ହିଁ କର୍ମମୁକ୍ତ ହୋଇଯାଏ।
ଶ୍ରୀରାମ ନଗର, ଭୁବନେଶ୍ୱର
ମୋ: ୯୬୯୨୦୯୮୦୫୪


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri