ମହିଳାଙ୍କ ଶୃଙ୍ଗାର କାହିଁକି ହୋଇଥାଏ ସୌଭାଗ୍ୟର ପ୍ରତୀକ? କ’ଣ ଏହାର ମହତ୍ୱ, ଜାଣନ୍ତୁ..

ବିବାହିତ ମହିଳାମାନଙ୍କ ପାଇଁ ଶୃଙ୍ଗାର ବିଶେଷ ମହତ୍ୱ ରଖିଥାଏ।ଏହା ଯେ କେବଳ ସୁନ୍ଦରତା ବୃଦ୍ଧି କରେ ତାହା ନୁହେଁ ବରଂ ଏହା ସୌଭାଗ୍ୟର ପ୍ରତୀକ ଭାବରେ ମଧ୍ୟ ବିବେଚନା କରାଯାଏ। ମହିଳାମାନଙ୍କର ପ୍ରତ୍ୟେକ ଶୃଙ୍ଗାରର ନିଜସ୍ବ ବିଶେଷତା ଥାଏ। ଆସନ୍ତୁ ସେ ବିଷୟରେ ଜାଣିବା:

ସିନ୍ଦୁର ଏବଂ ଟିକିଲି:
ସିନ୍ଦୂରକୁ ବିବାହିତା ମହିଳାଙ୍କ ସର୍ବୋଚ୍ଚ ପ୍ରତୀକ ଭାବରେ ବିବେଚନା କରାଯାଏ। ସିନ୍ଦୁର ବିନା ବୈବାହିକ ଜୀବନ କଳ୍ପନା କରାଯାଇପାରିବ ନାହିଁ। ସିନ୍ଦୁର-ଟିକିଲି ବ୍ୟବହାର କରିବା ଦ୍ୱାରା ସୌଭାଗ୍ୟ ପାଖ ଛାଡେ ନାହିଁ।ଏହାଦ୍ୱାରା ସ୍ବାମୀ-ସ୍ତ୍ରୀ ମଧ୍ୟରେ ପ୍ରେମ ସମ୍ପର୍କ ବୃଦ୍ଧି ପାଇଥାଏ। ବୈଜ୍ଞାନିକ କାରଣ ଅନୁଯାୟୀ, ମଝି କପାଳରେ ଲଗାଇବା ଦ୍ୱାରା ଶରୀରର ବୈଦ୍ୟୁତିକ ଶକ୍ତି ନିୟନ୍ତ୍ରିତ ହୋଇଥାଏ। ଏହାଛଡ଼ା ମହିଳାମାନଙ୍କର ଧୌର୍ଯ୍ୟ ବଢ଼ିଥାଏ। ଯଦି ରାଶିରେ ମଙ୍ଗଳ ଦୁର୍ବଳ ତେବେ ସିନ୍ଦୁର ଏବଂ ଯଦି ସୂର୍ଯ୍ୟ ଦୁର୍ବଳ ତେବେ କୁଙ୍କୁମ ବ୍ୟବହାର କରିବା ଭଲ। ତେବେ ସର୍ବଦା ସ୍ନାନ ପରେ ସିନ୍ଦୁର ଏବଂ ଟିକିଲି ଲଗାଇବା ଉଚିତ ଏବଂ ପ୍ରଥମେ ମା’ ଗୌରୀଙ୍କୁ ଉତ୍ସର୍ଗ କରାଯିବା ଉଚିତ। ରସାୟନିକ ପଦାର୍ଥରେ ନିର୍ମିତ ନୁହେଁ ବରଂ ଶୁଦ୍ଧ ସିନ୍ଦୁର କିମ୍ବା ଟିକିଲି ବ୍ୟବହାର କରିବା ଉଚିତ।

ମଙ୍ଗଳସୂତ୍ର:
ଦାମ୍ପତ୍ୟ ଜୀବନର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରତୀକ ହେଉଛି ମଙ୍ଗଳସୁତ୍ର। ଏହା କଳା ରଙ୍ଗର ମୋତିରେ ତିଆରି ହୋଇଥିବା ବେଳେ ହଳଦିଆ ସୂତାରେ ଗୁନ୍ଥା ଯାଇଥାଏ। ହଳଦିଆ ରଙ୍ଗ ବୃହସ୍ପତିର ପ୍ରତୀକ ଅଟେ, ଯାହା ଦାମ୍ପତ୍ୟ ଜୀବନକୁ ସୁଖୀ କରିଥାଏ ଏବଂ କଳା ମୋତି ବିବାହକୁ ନକାରାତ୍ମକ ଶକ୍ତିରୁ ରକ୍ଷା କରିଥାଏ। ଯଦି ମଙ୍ଗଳସୁତ୍ରରେ ସୁନା କିମ୍ବା ପିତ୍ତଳ ଲକେଟ ଥାଏ, ତେବେ ମହିଳାଙ୍କ ସ୍ବାସ୍ଥ୍ୟ ଭଲ ଏବଂ ସେମାନଙ୍କ ପାଖରେ କେବେବି ଟଙ୍କା ଅଭାବ ରହି ନ ଥାଏ। ମଙ୍ଗଳସୁତ୍ରରେ ଏକ ବର୍ଗାକାର ଲକେଟ ରହିବା ଦ୍ୱାରା ବୃହସ୍ପତି ଶକ୍ତିଶାଳୀ ହୁଏ। ଫଳରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଜଭୂତ ହୁଏ। ମଙ୍ଗଳସୁତ୍ରକୁ ବାରମ୍ବାର ଓହ୍ଲାଇବା ଉଚିତ ନୁହେଁ। କାରଣ ଏହା କରିବା ଦ୍ୱାରା ଏହାର ଶକ୍ତି ନଷ୍ଟ ହୋଇଯିବ ଏବଂ ଏହାର ଲାଭ ମିଳି ନ ଥାଏ।

ଚୁଡ଼ି:
ଶରୀରରେ କଫା, ବାତ ଏବଂ ପିତ୍ତକୁ ନିୟନ୍ତ୍ରଣ କରିବା ପାଇଁ ମହିଳାମାନେ ବିବାହର ଏହି ପ୍ରତୀକକୁ ବ୍ୟବହାର କରନ୍ତ। ଏଥିପାଇଁ କାଚ ଚୂଡ଼ି ସର୍ବୋତ୍ତମ। ଏହା ସହିତ ସୁନା କିମ୍ବା ରୂପା ଚୁଡ଼ି ମଧ୍ୟ ପିନ୍ଧାଯାଇପାରିବ। ମଙ୍ଗଳବାର କିମ୍ବା ଶନିବାର ଦିନ ଚୁଡ଼ି କିଣନ୍ତୁ ନାହିଁ, ଏବଂ ଏହାକୁ ପିନ୍ଧିବା ପୂର୍ବରୁ ମା ଗୌରୀଙ୍କୁ ଅର୍ପଣ କରନ୍ତୁ। କଳା ରଙ୍ଗର ଚୁଡ଼ି ପିନ୍ଧିବା ଉଚିତ ନୁହେଁ। ଯେଉଁ ବ୍ୟକ୍ତିଙ୍କ ସହିତ ତୁମର ପ୍ରେମ ସମ୍ପର୍କ ନାହିଁ, ତାଙ୍କୁ ଚୁଡ଼ିର ଉପହାର ଦିଅ ନାହିଁ।

ପାଉଁଜି:
ପାଉଁଜିକୁ ଭାଗ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ ନାହିଁ। ତଥାପି ଏହା ମହିଳାମାନଙ୍କ ଅତି ପ୍ରିୟ ଅଳଙ୍କାର। ପାଦରେ ପାଉଁଜି ପିନ୍ଧିବା ଦ୍ୱାରା ଶରୀରରେ ଅଧିକ ଚର୍ବି ଜମିବ ନାହିଁ ଏବଂ ରକ୍ତ ପ୍ରବାହ ସଠିକ ଭାବରେ ହେବ। ପାଉଁଜିରେ ଘୁଙ୍ଗୁର ଥିବା ଉଚିତ। ଏହାଦ୍ୱାରା ଘୁଙ୍ଗୁରର ସ୍ବର ଘରକୁ ଆସିଥାଏ। ଏପରି କରିବା ଦ୍ୱାରା ବୁଧ ଶକ୍ତିଶାଳି ହୋଇଥାଏ। ଘରେ ଝଗଡ଼ା ହେବ ନାହିଁ। ତେବେ ସୁନାର ପାଉଁଜି ନ ପିନ୍ଧି ରୂପାର ପାଉଁଜି ପିନ୍ଧିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri