ଲଣ୍ଡନରେ ୭ କୋଟିର ବଙ୍ଗଳା, ଅଢ଼େଇ କୋଟିର କାର୍‌ର ମାଲିକାଣି ହେଉଛନ୍ତି ଏହି ଅଭିନେତ୍ରୀ; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ବିଦେଶିନୀ ସତ୍ତ୍ୱେ ବଲିଉଡ୍‌ରେ ବେଶ୍‌ ନାମ କମାଇଛନ୍ତି ଅଭିନେତ୍ରୀ କଟ୍ରିନା କୈଫ। ୧୯୮୩ ଆଜିର ଦିନରେ ହଂକଂରେ ଜନ୍ମଗ୍ରହଣ କରିଥିଲେ ସେ। ତାଙ୍କର ସାତ ଭାଇଭଉଣୀ ଅଛନ୍ତି। ୨୦୦୩ରେ ଫିଲ୍ମ ବୁମ୍‌ରୁ ଡେବ୍ୟୁ କରିବା ପରେ ଆଉ ପଛକୁ ଫେରି ଚାହିଁ ନ ଥିଲେ।

ନୂଆ ନୂଆ ଫିଲ୍ମକୁ ଆସିବା ସମୟରେ ଭଲ ଭାବେ ହିନ୍ଦି କହିପାରୁ ନ ଥିଲେ ସେ। ହେଲେ ଏବେ ସବୁକିଛି ବଦଳିଗଲାଣି। ବଲିଉଡର ଶୀର୍ଷ ଅଭିନେତ୍ରୀଙ୍କ ତାଲିକାରେ ତାଙ୍କୁ ସ୍ଥାନ ମିଳିଛି। କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଛନ୍ତି ସେ। ଫିଲ୍ମରେ ଲୋକପ୍ରିୟତା ସାଙ୍ଗକୁ ସେ ମୋଟା ଅଙ୍କର ରୋଜଗାର ମଧ୍ୟ କରୁଛନ୍ତି।

ଏବେ ପର୍ଯ୍ୟନ୍ତ ୪୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି କଟ୍ରିନା। ଏ-ଲିଷ୍ଟରେ ଥିବା ଯୋଗୁ ତାଙ୍କୁ ଫିଲ୍ମ ପିଛା ପ୍ରାୟ ୯-୧୦ କୋଟି ଟଙ୍କା ମିଳୁଛି। ଏହାଛଡ଼ା ବିଜ୍ଞାପନରୁ ମଧ୍ୟ ତାଙ୍କର ଭଲ ରୋଜଗାର ହେଉଛି। ‘କେ ବାଇ କଟ୍ରିନା’ ନାମକ ଏକ ମେକଅପ୍‌ ବ୍ରାଣ୍ଡ ସେ ଆରମ୍ଭ କରିଛନ୍ତି। ମୋଟ ସମ୍ପତ୍ତି ଦେଖିଲେ କଟ୍ରିନା ୨୩୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକାଣି।
ଭଡା ଘରେ ରହୁଥିବା କଟ୍ରିନାଙ୍କ ଲଣ୍ଡନରେ ବଡ଼ ବଙ୍ଗଳା ରହିଛି। ଏହାର ମୂଲ୍ୟ ୭ କୋଟି ବୋଲି କୁହାଯାଏ। ଏବେ ସେ ମୁମ୍ବାଇର ଅନ୍ଧେରୀ ଓ୍ବେଷ୍ଟର ମୋର୍ଯ୍ୟା ହାଉସ୍‌ରେ ନିଜ ଭଉଣୀଙ୍କ ସହ ରହୁଛନ୍ତି। କଟ୍ରିନାଙ୍କୁ କାର୍‌ର ସଉକ ଥିବା ଯୋଗୁ ସେ ପାଖରେ ୨.୫ କୋଟିର ରେଞ୍ଜ ରୋଭର, ୮୦ ଲକ୍ଷ ଓ ୪୦ ଲକ୍ଷ ମୂଲ୍ୟର ଅଡି, ୭୦ ଲକ୍ଷର ମର୍ସଡିଜ୍‌ କାର୍‌ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଶ୍ରେଷ୍ଠ ୧୦ ସୁନ୍ଦର ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଲେ ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ବଲିଉଡର ସବୁଠାରୁ ଦକ୍ଷ ଅଭିନେତ୍ରୀ ଭାବେ ବିବେଚନା କରାଯାଏ। ସେ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ବେଶ ଲୋକପ୍ରିୟ।...

ତିଆରି ହେବ ଏମ୍‌ ଏସ୍‌ ବିଟ୍ଟାଙ୍କ ବାୟୋପିକ୍‌

ମୁମ୍ବାଇ: ଏବେ ବଲିଉଡ୍‌ରେ ବାୟୋପିକ୍‌ ଟ୍ରେଣ୍ଡ ଚାଲିଥିବା ବେଳେ ନିକଟରେ ରିଲିଜ୍‌ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌। ଏବେ ଏହି ଦୌଡ଼ରେ ସାମିଲ ହେବାକୁ...

କେତେବେଳେ ହଁ, କେତେବେଳେ ନା

ଦିଶା ପଟାନି ବୋଧହୁଏ ଦୋଛକିରେ ପଡ଼ିଯାଇଛନ୍ତି। ଟାଇଗର ଶ୍ରଫ୍‌ଙ୍କ ସହ ଆଫେୟାର୍ସକୁ ନେଇ ସେ ନିକଟରେ ଏପରି ସଫେଇ ଦେଇଛନ୍ତି, ଯାହା ଆଲୋଚନା ପାଇଁ ବେଶ୍‌...

ରାକେଶଙ୍କ ପାଇଁ ଚାଲିଛି ନାୟିକା ଖୋଜା

ସତରେ ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢ଼ାଳିବା। ଦେଖୁନାହାନ୍ତି, ଗୋଟିଏ ସିନେମା ରିଲିଜ ହେବାର ଦିନ କେଇଟା ହୋଇନି ହାତରେ ଆଉ...

ଅନୁରାଗ କଶ୍ୟପଙ୍କ ସହ ସିକ୍ରେଟ୍‌ ଆଫେୟାରକୁ ନେଇ ଏମିତି କହିଲେ ମନ୍ଦାନା

ଅଭିନେତ୍ରୀ ତଥା ମଡେଲ ମନ୍ଦାନା କରିମି କଙ୍ଗନା ରାଣାଓ୍ବତଙ୍କ ଶୋ’ ‘ଲକ୍‌ ଅପ’ରେ ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି କରିଥିଲେ। ବର୍ତ୍ତମାନ ସେ ଶୋ’ରୁ ବିଦାୟ ନେଇଛନ୍ତି...

ମିଳିଲାନି ଜାମିନ: ୨୬ ଅକ୍ଟୋବର ପର୍ଯ୍ୟନ୍ତ ଜେଲରେ ରହିବେ ଆର୍ଯ୍ୟନ

ମୁମ୍ବାଇ,୨୧ ।୧୦: କ୍ରୁଜ ଡ୍ରଗ୍ସ ମାମଲାରେ ଫସି ଥିବା ବଲିଉଡ୍ ବାଦଶାହା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ଅଡୁଆ ବଢି ବଢି ଚାଲିଛି ।...

୮ କୋଟି ଟଙ୍କାର ହେଲିକପ୍ଟର କିଣିଲେ ସନା

ମୁମ୍ବାଇ: ଅଭିନେତ୍ରୀ ସନା ଖାଁ ନିଜ ପର୍ସନାଲ ଲାଇଫକୁ ନେଇ ଏବେ ରହୁଛନ୍ତି ଚର୍ଚ୍ଚାରେ । ନିକଟରେ ସେ ୮ କୋଟି ଟଙ୍କା ମୂଲ୍ୟର ଏକ...

ଖୁବ୍‌ଶୀଘ୍ର ବିବାହ କରିବେ ମଲାଇକା-ଅର୍ଜୁନ

ବେଶ୍‌ କିଛିଦିନ ହେବ ମଲାଇକା ଅରୋଡ଼ା ଏବଂ ଅର୍ଜୁନ କପୁରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। କିନ୍ତୁ ଉଭୟ ଏହା...

Advertisement
Archives

Model This Week