ବିଧାନସଭାରେ କେମିତି ନିର୍ବାଚିତ ହୁଅନ୍ତି ବାଚସ୍ପତି, ଜାଣନ୍ତୁ…

ଭୁବନେଶ୍ୱର,୧୪।୬: ୨୪ବର୍ଷର ବିଜେଡି ଶାସନ ପରେ ରାଜ୍ୟରେ ଭାଜପା କ୍ଷମତାସୀନ ହୋଇଛି। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସମେତ ଦୁଇ ଉପ ମୁଖ୍ୟମନ୍ତ୍ରୀ ଓ ୮କ୍ୟାବିନେଟ ମନ୍ତ୍ରୀ, ୨ ରାଜ୍ୟ (ସ୍ବାଧୀନ ଚାର୍ଜ) ଶପଥ ଗହଣ କରିଛନ୍ତି। ମୋହନଙ୍କୁ ମିାାଇ ମୋଟ ୧୫ଜଣ ଶପଥ ନେଇ ସାରିଥିଲେ ମଧ୍ୟ ଏଯାଏ ବିଭାଗ ବଣ୍ଟନ କରାଯାଇ ନାହିଁ। ଏନେଇ କଳ୍ପନା ଜଳ୍ପନା ଲାଗି ରହିଛି। କାହାକୁ କେଉଁ ବିଭାଗ ମିଳିବ ଏନେଇ ଆଲୋଚନା ଚାଲିଛି ବୋଲି ଖୋଦ୍‌ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଯେତେବେଳେ କୌଣସି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହୁଏ ଏବଂ ଏକ ନୂଆ ସରକାର ଗଠନ ହୁଏ, ସେତେବେଳେ ବିଧାନସଭାର ପ୍ରଥମ କାର୍ଯ୍ୟ ହେଉଛି ବାଚସ୍ପତି ଏବଂ ଉପ ବାଚସ୍ପତି ଚୟନ କରିବା। ସାଧାରଣତଃ ଶାସକ ଦଳ କିମ୍ବା ସହଯୋଗୀ ଦଳର ଜଣେ ବିଧାୟକ ଏଥିପାଇଁ ମନୋନୀତ ହୋଇଥାନ୍ତି। ଯେଉଁଥିପାଇଁ ଆସନ୍ତା ୨୦ରେ ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ବିଧାନସଭାର ବରିଷ୍ଠ ସଦସ୍ୟ ତଥା ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ କାମଚଳା ବାଚସ୍ପତି(ପ୍ରୋ ଟେମ ସ୍ପିକର) କରାଯାଇଛି। ସେ ଆସନ୍ତା ୧୮ ଓ ୧୯ରେ ନବନିର୍ବାଚିତ ବିଧାୟକମାନଙ୍କୁ ଶପଥ ଗ୍ରହଣ କରାଇବେ।

ଚଳିତ ନିର୍ବାଚନରେ ଭାଜପାର ୭୮ ଜଣ ବିଧାୟକ ନିର୍ବାଚିତ ହୋଇଥିବା ବେଳେ ବିଜେଡିର ୫୧, କଂଗ୍ରେସର ୧୪, ସିପିଆଇ(ଏମ) ୧ ଓ ସ୍ବାଧୀନ ଭାବେ ୩ ଜଣ ବିଜୟୀ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପ୍ରାୟ ୧୦୮ ଜଣ ନୂତନ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରୋ ଟେମ ସ୍ପିକର ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ।

ଅନ୍ୟପକ୍ଷରେ ଶପଥ ଗ୍ରହଣ ତାରିଖ ଘୋଷଣା ହୋଇଥିବା ବେଳେ ନୂଆ ବାଚସ୍ପତି କିଏ ହେବେ ସେ ନେଇ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇ ନାହିଁ। ତେବେ ପୂର୍ବତନ ମନ୍ତ୍ରୀ ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁ ନେଇ ଚର୍ଚ୍ଚା ହେଉଛି। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଏ ନେଇ ଚିତ୍ର ସ୍ପଷ୍ଟ ହୋଇଯିବ। ତେବେ ଜାଣନ୍ତୁ କିପରି ବାଚସ୍ପତି ନିର୍ବାଚନ କରାଯାଏ।

କ୍ଷମତାସୀନ ଦଳର ବରିଷ୍ଠ ସଦସ୍ୟଙ୍କୁ ଅଧିକାଂଶ ସମୟରେ ବାଚସ୍ପତି ଭାବରେ ନିର୍ବାଚିତ ହୁଅନ୍ତି। ବାଚସ୍ପତିଙ୍କୁ ବିଧାୟକମାନେ ନିଜ ଭୋଟ ଦେଇ ନିର୍ବାଚିତ କରିଥାନ୍ତି। ବାଚସ୍ପତିଙ୍କ କାମ ହେଉଛି ସମ୍ବିଧାନ ଅନୁଯାୟୀ ବିଧାନସଭା ପ୍ରକ୍ରିୟାକୁ ପରିଚାଳନା କରନ୍ତି। ଯେତେବେଳେ ବାଚସ୍ପତି ଉପସ୍ଥିତ ନ ଥାନ୍ତି ତାଙ୍କ ବଦଳରେ ଉପ ବାଚସ୍ପତି ଗୃହରେ ଅଧ୍ୟକ୍ଷତା କରନ୍ତି। ଗୃହର ସବୁ ସଦସ୍ୟ ତାଙ୍କ ସମ୍ମାନ କରିବା ସହ ତାଙ୍କ ପ୍ରତିଟି ନିାର୍ଦ୍ଦଶକୁ ଅନୁପାଳନ କରନ୍ତି।

ତେବେ ପରବର୍ତ୍ତୀ ସରକାର ଗଠନ ନ ହେବା ପର୍ଯ୍ୟନ୍ତ ବାଚସ୍ପତି ଏହି ପଦବୀରେ ରହିଥାନ୍ତି। ବାଚସ୍ପତିଙ୍କୁ ଏହି ପଦରୁ ହଟାଇବାକୁ ହେଲେ ଗୃହରେ ଏକ ପ୍ରସ୍ତାବ ଆଣିବାକୁ ପଡିଥାଏ। ଏଥିପାଇଁ ୧୪ ଦିନ ପୂର୍ବରୁ ନୋଟିସ ଦେବାର ନିୟମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?