Posted inଫୁରସତ

ନୀତା ଅମ୍ବାନୀଙ୍କ ଡ୍ରାଇଭର ମାସକୁ ଦରମା ନିଅନ୍ତି…

ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀ ବିଳାସପୂର୍ଣ୍ଣ ଜୀବନ ବିତାଇଥାନ୍ତି। ନୀତା ବିଶ୍ୱର ସବୁଠାରୁ ମହଙ୍ଗା ଆବାସିକ ସମ୍ପତ୍ତି ମଧ୍ୟରୁ ଆଣ୍ଟିଲିଆରେ ଅମ୍ବାନୀ ପରିବାର ସହିତ ରୁହନ୍ତି। ଏହି ବିଳାସପୂର୍ଣ୍ଣ ଘରେ ୬୦୦ ଚାକର ଦିନରାତି କାମ କରୁଛନ୍ତି।

ନୀତା ସବୁବେଳେ ଦାମୀ ଗହଣା, ହ୍ୟାଣ୍ଡବ୍ୟାଗ୍‌, ଜୋତା ଏବଂ ଡ୍ରେସ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କାରଣ ତାଙ୍କର ସମସ୍ତ ଜିନିଷର ଦାମ୍‌ ଅତି କମ୍‌ରେ ଲକ୍ଷେ ଟଙ୍କାରୁ ଅଧିକ। ଅମ୍ବାନୀଙ୍କ ଘରେ କାମ କରୁଥିବା ଲୋକମାନଙ୍କ ଦରମା ମଧ୍ୟ ମାସକୁ ଲକ୍ଷେ ଟଙ୍କାରୁ ଊର୍ଦ୍ଧ୍ୱ। ସବୁଠୁ ଚର୍ଚ୍ଚାରେ ରହିଥାନ୍ତି ନୀତାଙ୍କ କାର୍‌ ଡ୍ରାଇଭର। ନିଯୁକ୍ତି ପାଇବାକୁ ହେଲେ ସମସ୍ତ ପରୀକ୍ଷା ଦେବାକୁ ପଡ଼ିଥାଏ। ସବୁଥିରେ ସଫଳତା ହାସଲ କଲେ ଯାଇ ନୀତାଙ୍କ କାର୍‌ ଚଳାଇବାକୁ ଅନୁମତି ମିଳିଥାଏ।

ନୀତାଙ୍କ ଡ୍ରାଇଭର ମାସକୁ ୨ ଲକ୍ଷରୁ ଅଧିକ ଟଙ୍କା ଦରମା ପାଇଥାନ୍ତି। ବର୍ଷକୁ ପ୍ୟାକେଜ ୨୪ ଲକ୍ଷ। ଯେଉଁଥିରେ ଆପଣ ଦାମୀ ଜୁଏଲାରୀ ମଧ୍ୟ କିଣିପାରିବେ। ଦରମା ବାଦ୍‌ ଡ୍ରାଇଭରଙ୍କର ରହିବା, ଖାଇବା ମାଗଣା ସୁବିଧା ଥାଏ। ଖାଲି ଡ୍ରାଇଭର ନୁହନ୍ତି, ତାଙ୍କର ଘରର ରୋଷେୟାଙ୍କ ଦରମା ମଧ୍ୟ ଲକ୍ଷେ ଟଙ୍କାରୁ ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

ଅଜବ ଓ୍ବାଟରିଂ କ୍ୟାନ୍‌

ଫୁଲଗଛରେ ଜଳସିଞ୍ଚନ ପାଇଁ ସାଧାରଣତଃ ଓ୍ବାଟରିଂ କ୍ୟାନ୍‌ର ବ୍ୟବହାର କରାଯାଇଥାଏ। ହେଲେ ଏବେ ମାର୍କେଟ୍‌ରେ ଏମିତି କିଛି ଅଜବ ଡିଜାଇନ୍‌ର ଓ୍ବାଟରିଂ କ୍ୟାନ୍‌ ମିଳିଲାଣି, ଯାହା...

ମୋତେ ପରିଚୟ ଦେଇଛି ଓଡ଼ିଶା କଳାସଂସ୍କୃତି: ବିଶ୍ୱରଞ୍ଜନ

ନିର୍ଜୀବ ପଥର ତାଙ୍କ ନିହଣ ସ୍ପର୍ଶରେ ହୋଇଉଠେ ଜୀବନ୍ତ। ଚିଲିକା କୂଳରେ ପ୍ରାକୃତିକ ଶୋଭାର ଭଣ୍ଡାରକୁ ଦେଖି ସେ ବିଭୋର ହୋଇପଡ଼ନ୍ତି। ଏଇଠି ବସି ସେ...

ସମାନତା ବଢ଼ାଇବ ସମ୍ମାନ

ନଦୀ ପରି ପ୍ରବାହମାନ ଧାରାଟିଏ ନାରୀ। ତା’ର ଅନେକ ରୂପ। କେବେ ସେ ମା’ ହୋଇ ଅଜାଡ଼ିଦିଏ ଅନାବିଳ ବାତ୍ସଲ୍ୟ ମମତା। ଆଉ କେବେ ଝିଅ...

କେବଳ ମଙ୍ଗଳବାର ଚୋରି କରିଥାନ୍ତି ଏହି ଯୁବକ

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିବ; ମାତ୍ର ଏହା ସମ୍ପୂର୍ଣ୍ଣ ସତ। ଅନେକ ସମୟରେ ଶୁଣିଥିବେ କୌଣସି କାମ ଆରମ୍ଭ ପୂର୍ବରୁ ଶୁଭଦିନର ଚୟନ କରାଯାଏ। କାରଣ...

କାର୍‌ ଛାତରେ ୧୦ରୁ ଊର୍ଦ୍ଧ୍ୱ ସାଇକେଲ ରଖି ନେଉଛନ୍ତି ଚାଳକ, ଲୋକେ କହିଲେ…

ପ୍ରତ୍ୟେକ ଦେଶରେ ନିଜସ୍ବ ଟ୍ରାଫିକ ନିୟମ ରହିଛି। ଯଦି ଏହା ଦେଶର ଏକ ବଡ଼ ସହର ହୋଇଥାଏ ତେବେ ଏଥିପ୍ରତି ଅଧିକ ଧ୍ୟାନ ଦିଆଯାଇଥାଏ। ସେହିପରି...

ଗୃହିଣୀଙ୍କ ପାଇଁ.

ଆଳୁକୁ ରୋଷେଇ କରିବା ପୂର୍ବରୁ ଚୋପା ଛଡାଇ ୧୫-୨୦ ମିନିଟ୍‌ ପର୍ଯ୍ୟନ୍ତ ପାଣିରେ ବୁଡାଇ ରଖିଲେ ତାହା ଜଲ୍‌ଦି ସିଝିଯାଏ। ସିଝା ଆଳୁ ଯଦି ପୁରୁଣା...

ଇଲେକ୍ଟ୍ରିକ୍‌ ମାଛ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଆମେରିକା: ମାଛ ପୁଣି ଇଲେକ୍ଟ୍ରିକ୍‌। ଶୁଣି ଅଡ଼ୁଆ ଲାଗୁଥିଲେ ମଧ୍ୟ ଏମିତି ମାଛ ଦେଖିବାକୁ ମିଳିଛି ଆମେରିକାରେ। ମିଗୁଏଲ୍‌ ଓ୍ବାଟ୍‌ସନ୍‌ ନାମକ ଏହି ଇଲେକ୍ଟ୍ରିକ୍‌ ଇଲ୍‌...

ରତନ ଟାଟା ୨୭ ବର୍ଷୀୟ ଯୁବକଙ୍କୁ ଫୋନ୍‌ କରି ପଚାରିଲେ, ମୋ ଆସିଷ୍ଟାଣ୍ଟ୍‌ ହେବେ କି

ବମ୍ବେ,୨୧।୧୧: ଦେଶର ଜଣାଶୁଣା ଉଦ୍ୟୋଗପତି ରତନ ଟାଟାଙ୍କ ସହ କାମ କରିବା ଅନେକଙ୍କ ପାଇଁ ଏକ ସ୍ବପ୍ନ ଥାଏ। କିନ୍ତୁ ଟାଟା ନିଜେ ଯଦି ଫୋନ୍‌...

Play 250+ Trending Games
Archives

Model This Week

Why Dharitri