ବ୍ରିଟେନ୍‌ ସଂସଦରେ ଗୀତା ହାତରେ ଧରି ଶପଥ ନେଇଥିବା ଏମ୍‌ପି ଶିବାନୀ ରାଜା କିଏ? ଜାଣନ୍ତୁ ସବୁକିଛି…

ଲଣ୍ଡନ,୧୧।୭: ବ୍ରିଟେନ୍‌ରେ ଜୁଲାଇ ୪ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୪ ବର୍ଷ ଧରି ନିରବଚ୍ଛିନ୍ନ ଶାସନ କ୍ଷମତାରେ ଥିବା କଞ୍ଜର୍ଭେଟିଭ୍‌ ପାର୍ଟିକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ୬୫୦ରୁ ୪୧୨ ଆସନ ଜିତି ଶାସନ କ୍ଷମତାକୁ ଫେରିଛି ଲେବର ପାର୍ଟି। ତେବେ ଲେବର ପାର୍ଟିର ଏହି ବଡ଼ ବିଜୟର ପୁରୋଧା ସାଜିଥିଲେ ଏମ୍‌ପି ଶିବାନୀ ରାଜା।

ଭାରତୀୟ ବଂଶୋଦ୍ଭବ ଶିବାନୀ ୩୭ ବର୍ଷ ଧରି ଲେବର ପାର୍ଟିର ଗଡ଼ କୁହାଯାଉଥିବା ଲିସେଷ୍ଟର ଇଷ୍ଟରୁ ବିଜେତା ହୋଇ ଇତିହାସ ରଚିଛନ୍ତି। ଏହି ନିର୍ବାଚନରେ ଶିବାନୀଙ୍କ ବିପକ୍ଷରେ ଲେବର ପାର୍ଟିର ପ୍ରାର୍ଥୀ ଏବଂ ଲଣ୍ଡନର ଡେପୁଟି ମେୟର ରାଜେଶ ଅଗ୍ରଓ୍ବାଲ ଲଢ଼ୁଥିଲେ। ତାଙ୍କୁ ଶିବାନୀ ୪ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି।

ଶିବାନୀଙ୍କ ବିଜେତା ହେବା ପରେ ବ୍ରିଟେନ ସଂସଦରେ ଶପଥ ନେଇଛନ୍ତି। ଏହି ଅବସରରେ ସେ ହାତରେ ଗୀତା ଧରିଥିବା ଦେଖାଯାଇଥିଲା। ଏହାର ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯାହାକୁ ନେଇ ତାଙ୍କୁ ବେଶ ପସନ୍ଦ କରାଯାଉଛି।

୨୯ ବର୍ଷୀୟ ଶିବାନୀ ଭାରତୀୟ ବଂଶୋଦ୍ଭବ। ହେଲେ ସେ ନିଜ ପରିବାରର ପ୍ରଥମ ପିଢ଼ି ଯିଏ ବ୍ରିଟିଶ ନାଗରିକ। ତାଙ୍କ ମା’ବାପା ୧୯୭୦ରେ କେନିଆରୁ ଇଂଲଣ୍ଡର ଲିସେଷ୍ଟର ଆସିଥିଲେ। ୧୯୯୪ ଜୁଲାଇ ୨୧ରେ ଶିବାନୀଙ୍କ ଜନ୍ମ ହୋଇଥିଲା। ବ୍ରିଟେନରେ ସେ ବଢ଼ିଥିବା ସତ୍ତ୍ୱେ ନିଜ ସଂସ୍କୃତି ଭୁଲି ନାହାନ୍ତି। ସେ ଗୁଜରାଟୀ ପରିବାରରୁ ଆସିଛନ୍ତି। ଏଣୁ ରାଜନୀତି ସହ ପାରିବାରିକ ବ୍ୟବସାୟରେ ତାଙ୍କର ଦକ୍ଷତା ରହିଛି। ୨୦୨୨ରେ ଲିସେଷ୍ଟରରେ ଦଙ୍ଗା ହୋଇଥିଲା। ସେତେବେଳେ ଶାସନ କ୍ଷମତାକୁ ନେଇ ଅନେକଙ୍କ ମନରେ ଅସନ୍ତୋଷ ଥିବା ହୃଦୟଙ୍ଗମ କରିଥିଲେ ସେ। ପରେ ସେ ଏହାକୁ ବଦଳାଇବା ପାଇଁ ରାଜନୀତୀରେ ପ୍ରବେଶ କରିଥିଲେ।

ଶିବାନୀଙ୍କ ପିଲାଦିନ ଲିସେଷ୍ଟର ରଶି ମିଡରେ ବିତିଛି। ସେ ପ୍ରାରମ୍ଭିକ ପାଠପଢ଼ା ହେରିକ ପ୍ରାଇମେରି ସ୍କୁଲ ଏବଂ ସୋଅର ବେଲି କଲେଜରୁ କରିଥିଲେ। ଏହାପରେ ସେ ଡି ମୋଟଫୋର୍ଟ ୟୁନିଭର୍ସିଟିରୁ ଫାର୍ମାସୁଟିକାଲା ଏବଂ କଷ୍ମେଟିକ୍‌ ସାଇନ୍ସରୁ ଗ୍ରାଜୁଏଶନ ଡିଗ୍ରୀ ହାସଲ କରିଥିଲେ। ଗ୍ରାଜୁଏଶନରେ ସେ ଅନେକ କଷ୍ମେଟିକ୍‌ ବ୍ରାଣ୍ଡ ସହ କାମ କରିଥିଲେ। ୨୦୧୭ରେ ସେ ମିସ୍‌ ଇଣ୍ଡିଆ ୟୁକେ ପ୍ରତିଯୋଗିତାରେ ଭାଗ ନେଇ ସେମି ଫାଇନାଲିଷ୍ଟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣରେ ବିରଳ ମହାସଂଯୋଗ! ୧୮ ବର୍ଷ ପରେ ଲାଗିବ ସୂର୍ଯ୍ୟଗ୍ରହଣ-ଚନ୍ଦ୍ରଗ୍ରହଣ, ଜାଣନ୍ତୁ କ’ଣ କରିବେ ନ କରିବେ…

ଚଳିତ ବର୍ଷ ଶ୍ରାବଣ ମାସର ଅମାବାସ୍ୟା ଓ ପୂର୍ଣ୍ଣିମାରେ ଗ୍ରହଣ ପଡ଼ିବ। ପ୍ରାୟ ୧୮ ବର୍ଷ ପରେ ଏଭଳି ଏକ ବିରଳ ସଂଯୋଗ ସୃଷ୍ଟି ହେଉଛି, ଯେତେବେଳେ…

୧୬ ବର୍ଷ ପରେ ଭଞ୍ଜନଗର କେଭି ପାଳିଲା ପ୍ରତିଷ୍ଠା ଦିବସ, ବିଧାୟକ କହିଲେ ଆତ୍ମନିର୍ଭର ଭାରତର ସ୍ବପ୍ନ…

ଭଞ୍ଜନଗର,୬ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ସ୍ଥାପନାର ୧୬ ବର୍ଷ ପରେ ଗୁରୁବାର ପ୍ରଥମ ଥର ପାଇଁ ପ୍ରତିଷ୍ଠା ଦିବସ ଧୂମ୍‌ଧାମରେ ପାଳନ କରିଛି।…

ଅବସର ପରେ ରାହାଣେଙ୍କ ବଡ଼ ବୟାନ, ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୬।୮: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ସବୁଠାରୁ କନିଷ୍ଠ ଖେଳାଳି। ସେ ସେହି ଚୟନିତ କ୍ରିକେଟରଙ୍କ ମଧ୍ୟରୁ…

ଆଶାରାମ ବାପୁଙ୍କୁ ଲାଗିଲା ବଡ଼ ଝଟ୍‌କା: ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୮: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ…

ପଟ୍ଟନାୟକ ପୋଖରୀ ନବୀକରଣରେ ୫୫.୬୯ ଲକ୍ଷ ଟଙ୍କାର ଦୁର୍ନୀତି: ପୂର୍ବତନ ଯନ୍ତ୍ରୀ-ଏମ୍‌ଇ-ଠିକାଦାର ଗିରଫ

ପାରଳାଖେମୁଣ୍ଡି,୬ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ପଟ୍ଟନାୟକ ପୋଖରୀର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟରେ ୫୫ ଲକ୍ଷ ୬୯ ହଜାର ୩୩ ଟଙ୍କାର ସରକାରୀ ପାଣ୍ଠି ଅପବ୍ୟବହାର…

ସ୍କୁଲ ଭିତରକୁ ପଶୁପଶୁ ଦୁଇ ଛାତ୍ରଙ୍କ ଉପରେ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତର କାଲାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଫାଟକ ଉପୁଡ଼ି ଗୁରୁବାର ଦୁଇ ଛାତ୍ର ଆହତ…

ଡିଭାଇଡରରେ ପିଟିହେଲା ଅତିକ ଅହମ୍ମଦଙ୍କ ପୁଅଙ୍କ କାର: ଚାଲିଗଲା ଜୀବନ

ଲକ୍ଷ୍ନୌ,୬।୮: ଏକ ସଡ଼କ ଦୁର୍ଘଟଣାରେ ଅତିକ ଅହମ୍ମଦଙ୍କ ପୁଅ ଅବନ ଅହମ୍ମଦଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଝାନ୍ସୀର ପୁଞ୍ଚ ଥାନା ଅଞ୍ଚଳରେ…

ଘରୋଇ କଳିର କରୁଣ ପରିଣତି, ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

ଭବାନୀପାଟଣା,୬ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri