ଚର୍ଚ୍ଚାରେ ଆଦିବାସୀ ମହିଳା ସାବିତ୍ରୀ ଠାକୁର, ହେଲେ ଦେଶର ମନ୍ତ୍ରୀ, ଜାଣନ୍ତୁ କିଏ ?

ନୂଆଦିଲ୍ଲୀ,୧୦ା୬: ଦୁଇଥରର ଲୋକସଭା ଏମ୍‌ପି ତଥା ୪୬ ବର୍ଷିୟ ସାବିତ୍ରୀ ଠାକୁର ନୂଆକରି ମନ୍ତ୍ରୀ ହୋଇଛନ୍ତି । ମୋଦି ସରକାରଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଭାବେ ରବିବାର ପଦ ଏବଂ ଗୋପନୀୟତାର ଶପଥ ପାଠ କରିଛନ୍ତି । ଅନୁସୂଚିତ ଜନଜାତି ସଂରକ୍ଷଣ ସିଟ୍‌ରୁ ଲୋକସଭା ନିର୍ବାଚନ ଜିତିଥିବା ସାବିତ୍ରୀଙ୍କ କାର୍ଯ୍ୟ ଲୋକଙ୍କୁ ବେଶ୍‌ ପ୍ରଭାବିତ କରିଛି । ତେବେ ସାବିତ୍ରୀଙ୍କ ରାଜନୈତିକ ଯାତ୍ରା ଏବେ ଚର୍ଚ୍ଚାରେ ।

ନିଜ ଦମ୍‌ରେ ସମାଜ ତଥା ରାଜନୀତିରେ ଏକ ଚିହ୍ନ ସୃଷ୍ଟି କରିବା କଥା ବିଚାରକୁ ନେଲେ, ସାବିତ୍ରୀ ଠାକୁରଙ୍କ ନାମ ପ୍ରଥମେ ଆସିବ। ତୃଣମୂଳ ସ୍ତରରେ ରାଜନୀତି କରି ଲୋକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଥିବା ଏପରି ନେତା ହେଉଛନ୍ତି ସାବିତ୍ରୀ ଠାକୁର। ୨୦୦୪ରୁ ୨୦୦୯ ସେ ପର୍ଯ୍ୟନ୍ତ ଜିଲ୍ଲା ପଞ୍ଚାୟତ ସଭାପତି ରହିଆସିଛନ୍ତି।

ଏହା ବ୍ୟତୀତ ସେ ଶିଳ୍ପ ସମ଼୍ବନ୍ଧୀୟ ଗଠିତ ସଂସଦୀୟ କମିଟିର ସଦସ୍ୟ ମଧ୍ୟ ରହିଛନ୍ତି। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ମଧ୍ୟ ସେ ସମାଜରେ ସକ୍ରିୟ ରହିଥିଲେ। ଜଣେ ସାମାଜିକ କର୍ମୀ ଭାବରେ ସେ କ୍ରମାଗତ ଭାବରେ ଲୋକଙ୍କ ସ଼୍ବାର୍ଥ ପାଇଁ କାର୍ଯ୍ୟ କରିଆସୁଛନ୍ତି ।

ସାବିତ୍ରୀ ଠାକୁରଙ୍କ ସ଼୍ବାମୀଙ୍କ ନାମ ତୁକାରାମ ଠାକୁର । ବୃତ୍ତି ଅନୁଯାୟୀ ସେ ଜଣେ କୃଷକ । ସାବିତ୍ରୀ ଠାକୁରଙ୍କ ପିତା ତଥା ତୁକାରାମ ଠାକୁରଙ୍କ ଶ୍ୱଶୁର ରାଜ୍ୟ ଜଙ୍ଗଲ ବିଭାଗର ଅବସରପ୍ରାପ୍ତ କର୍ମଚାରୀ। ସାବିତ୍ରୀ ଠାକୁରଙ୍କ ପରିବାରରେ କେହି ତାଙ୍କ ପୂର୍ବରୁ ରାଜନୀତି ଜଗତରେ ପ୍ରବେଶ କରିନଥିଲେ। ତେବେ ତାଙ୍କ ପରିବାର ଦୀର୍ଘ ଦିନ ଧରି ରାଷ୍ଟ୍ରିୟ ସ଼୍ବୟଂ ସେବକ ସଂଗଠନର ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇ କାର୍ଯ୍ୟ କରିଆସୁଛନ୍ତି। ସାବିତ୍ରୀ ଠାକୁର ୧ ଜୁନ ୧୯୭୮ ରେ ଜନ୍ମଗ୍ରହଣ କରିଥିଲେ। ଶିକ୍ଷା ବିଷୟରେ କହିବାକୁ ଗଲେ ସାବିତ୍ରୀ ଦ୍ୱାଦଶ ଶ୍ରେଣୀ ପାସ କରିଛନ୍ତି। ସାବିତ୍ରୀ ଠାକୁରଙ୍କ ମଧ୍ୟ ଦୁଇଟି ପୁଅ ଅଛନ୍ତି। ବର୍ତ୍ତମାନ ସେ ରାଜନୀତିକୁ ଆସି ସମାଜ ସେବା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଜିତ ଦୀପକେ, ସୌରଭ ଦାସଙ୍କ ସମେତ ୩ ଜଣଙ୍କୁ ହାଇକୋର୍ଟ ଦେଲେ ଅଲ୍‌ଟିମେଟମ୍‌: ୨୪ ଘଣ୍ଟା ମଧ୍ୟରେ…

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀ ହାଇକୋର୍ଟ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ଦଳର ଅନ୍ୟ ତିନି ନେତା ଆଶୁତୋଷ ରାଙ୍କା, ରତ୍ନା ସିଂହ ଓ ସୌରଭ…

ଦେଶରେ ବ୍ୟାଙ୍କ ହଡ଼ତାଳ, ହେଲେ ଖୋଲା ରହିବ ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଦେଶବ୍ୟାପୀ ୩ ଦିନିଆ ହଡ଼ତାଳ ଡାକ ମଧ୍ୟରେ ସାଧାରଣ ଲୋକ ଓ ଗ୍ରାମାଞ୍ଚଳର ଖାତାଧାରୀଙ୍କ…

ଅଭ୍ୟାସ ବେଳେ ହଠାତ୍‌ କାହିଁକି ରାଗିଗଲେ କୋହଲି? ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ, ୨୬।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ସେପ୍ଟେମ୍ବର ୨୭ ତାରିଖରେ ତିରୁଭାନନ୍ତପୁରମରେ ଖେଳାଯିବ। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ଗୁରୁବାରଠାରୁ…

୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର କୃଷି-ବନୀକରଣ ୭୦% ହ୍ରାସ ଘଟିପାରେ

ନୂଆଦିଲ୍ଲୀ, ୨୬ା୯: କ୍ରମାଗତ ଜଳବାୟୁ ଉଷ୍ମତା ଯୋଗୁ ୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର ଛୋଟ ଛୋଟ କୃଷି-ବନୀକରଣ ଅଞ୍ଚଳରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଦେଇପାରେ ଏବଂ ବଡ଼…

୩୦ରେ ହେବ ଓଏସ୍‌ଏସ୍‌ଟିଇଟି

କଟକ,୨୬ା୯(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ-୨୦୨୬ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୩୦ରେ…

ସ୍ପଷ୍ଟୀକରଣ ମାଗିଲେ ଏନ୍‌ଡିଏର ୩ ସହଯୋଗୀ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିବାଦ ଚାଲିଆସିଛି। ନିକଟରେ ନିର୍ବାଚନ କମିଶନ (ଇସି)ର ଦୁଇ ସଦସ୍ୟଙ୍କ ସମ୍ମତି…

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?