କେତେ ସମ୍ପତ୍ତିର ମାଲିକ ଜୟ ଢୋଲକିଆ? ଜାଣିଲେ ସହଜରେ ବିଶ୍ୱାସ ହେବନି

ଭୁବନେଶ୍ୱର,୧୪।୧୧: ନୂଆପଡାରେ ଭାଜପାର ବିପୁଳ ବିଜୟ ହୋଇଛି । ନୂଆପଡାର ଏହି ଐତିହାସିକ ବିଜୟରେ ଜୟ ଢୋଲକିଆ ବଡ଼ ମାର୍ଜିନରେ ବିଜୟ ହାସଲ କରିଛନ୍ତି। ତେବେ ଏହିକ୍ରମରେ କଂଗ୍ରେସ ଦ୍ୱିତୀୟ ଓ ବିଜେଡି ତୃତୀୟ ସ୍ଥାନରେ ରହିଛି। ଜୟଙ୍କ ସମ୍ପତ୍ତି ବାବଦରେ ଜାଣିବାକୁ ଲୋକମାନେ ଆଗ୍ରହ ପ୍ରକାଶ କରୁଛନ୍ତି । ଆସନ୍ତୁ ଜାଣିବା ଜୟଙ୍କ ସମ୍ପତ୍ତି ବାବଦରେ?

ମାଇଁ ନେତା’ ୱେବସାଇଟ ଅନୁସାରେ  ଜୟ ଢୋଲକିଆଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ବାବଦରେ ଉଲ୍ଲେଖ ରହିଛି । ତଥ୍ୟ ଅନୁସାରେ ଜୟଙ୍କ ମୋଟ ସମ୍ପତ୍ତିର ପରିମାମ ୩ କୋଟି ଟଙ୍କା। ୨୦୨୪-୨୫ରେ ତାଙ୍କ ରୋଜଗାର ୧୫,୬୬,୦୮୦ ଥିଲା । ତାଙ୍କ ନାମରେ କ୍ୟାସ ବା ନଗଦ ୨,୫୩,୦୦୦ ଟଙ୍କା ଥିବା ବେଳେ ପତ୍ନୀଙ୍କ ନାମରେ ୨, ୧୨,୮୦୦ ଟଙ୍କା ଥିବା ନେଇ ଉଲ୍ଲେଖ ରହିଛି ।

ଜୟଙ୍କ ନାମରେ ନୂଆପଡା ସ୍ଥିତ ଏସବିଆଇ ବ୍ୟାଙ୍କରେ ୪୯ ହଜାର ୬୯୫ ଟଙ୍କା ଡିପୋଜିଟ ରହିଛି । ନୂଆପଡ଼ା ଏସବିଆଇରେ ୩ଟି ୩୨ ହଜାର ଲେଖାଏଁ ଷ୍ଟାଣ୍ଡାର୍ଡ ଫିକ୍ସ ଡିପୋଜିଟ ଓ ପିପିଏଫରେ ୩,୯୨,୮୫୧ ଟଙ୍କା ଜମା ରହିଛି । ଜୟଙ୍କ ନାମରେ କୌଣସି ବଣ୍ଡ କିମ୍ୱା କୌଣସି କମ୍ପାନୀରେ ସେୟାର ମଧ୍ୟ ନାହିଁ । ଏହା ଛଡା ତାଙ୍କ ନାମରେ ୭ ଲକ୍ଷ, ୪ ଲକ୍ଷ, ୧୭ ଲକ୍ଷର ଏଲଆଇସି ଓ ଅନ୍ୟାନ୍ୟ ଇନ୍ୟୁରାନ୍ସ ପଲିସି ଅଛି । ହେଲଥ ଇନ୍ୟୁରାନ୍ସ ଭାବେ ୪୫ ହଜାର ଟଙ୍କା ତାଙ୍କ ନାମରେ ରହିଛି । ସବୁଠୁ ବଡ଼ କଥା ଜୟଙ୍କ ନାମରେ କୌଣସି ପର୍ସନାଲ ଋଣ ନାହିଁ ।

ଜୟ ଢୋଲକିଆଙ୍କ ନାମରେ ୨୦୨୨ରେ କିଣାଯାଇଥିବା ୯ ଲକ୍ଷର କିଆ ଗାଡ଼ି ରହିଛି । ୮ ଲକ୍ଷ ଲେଖାଏଁ ୨ ଆମ୍ୱୁଲାନ୍ସ, ୨୦ ଲକ୍ଷର ଗୋଟିଏ ଇନୋଭା ରେଜିଷ୍ଟର ରହିଛି । ଗହଣା ଭାବରେ ଜୟଙ୍କ ପାଖରେ ବର୍ତ୍ତମାନ ୧୧୦ ଗ୍ରାମ(ଓଜନ ହିସାବରେ) ୧୧ ଲକ୍ଷ ଟଙ୍କାର ସୁନା ରହିଛି । ଢୋଲକିଆଙ୍କ ନାମରେ ସମୁଦାୟ ୭ ଲକ୍ଷର ଟଙ୍କାର ଚାଷ ଜମି ରହିଛି । ସୂଚନା ଅନୁସାରେ ତାଙ୍କର କୌଣସି କର୍ମସିଆଲ ବିଲ୍ଡିଂ କିମ୍ୱା ଅଣଚାଷ ଜମି ନାହିଁ । ଖରିଆର ରୋଡରେ ୧ କୋଟି ଟଙ୍କା ମୂଲ୍ୟର ବାସଭବନ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?