କେତେ ସମ୍ପତ୍ତିର ମାଲିକ ଜୟ ଢୋଲକିଆ? ଜାଣିଲେ ସହଜରେ ବିଶ୍ୱାସ ହେବନି

ଭୁବନେଶ୍ୱର,୧୪।୧୧: ନୂଆପଡାରେ ଭାଜପାର ବିପୁଳ ବିଜୟ ହୋଇଛି । ନୂଆପଡାର ଏହି ଐତିହାସିକ ବିଜୟରେ ଜୟ ଢୋଲକିଆ ବଡ଼ ମାର୍ଜିନରେ ବିଜୟ ହାସଲ କରିଛନ୍ତି। ତେବେ ଏହିକ୍ରମରେ କଂଗ୍ରେସ ଦ୍ୱିତୀୟ ଓ ବିଜେଡି ତୃତୀୟ ସ୍ଥାନରେ ରହିଛି। ଜୟଙ୍କ ସମ୍ପତ୍ତି ବାବଦରେ ଜାଣିବାକୁ ଲୋକମାନେ ଆଗ୍ରହ ପ୍ରକାଶ କରୁଛନ୍ତି । ଆସନ୍ତୁ ଜାଣିବା ଜୟଙ୍କ ସମ୍ପତ୍ତି ବାବଦରେ?

ମାଇଁ ନେତା’ ୱେବସାଇଟ ଅନୁସାରେ  ଜୟ ଢୋଲକିଆଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ବାବଦରେ ଉଲ୍ଲେଖ ରହିଛି । ତଥ୍ୟ ଅନୁସାରେ ଜୟଙ୍କ ମୋଟ ସମ୍ପତ୍ତିର ପରିମାମ ୩ କୋଟି ଟଙ୍କା। ୨୦୨୪-୨୫ରେ ତାଙ୍କ ରୋଜଗାର ୧୫,୬୬,୦୮୦ ଥିଲା । ତାଙ୍କ ନାମରେ କ୍ୟାସ ବା ନଗଦ ୨,୫୩,୦୦୦ ଟଙ୍କା ଥିବା ବେଳେ ପତ୍ନୀଙ୍କ ନାମରେ ୨, ୧୨,୮୦୦ ଟଙ୍କା ଥିବା ନେଇ ଉଲ୍ଲେଖ ରହିଛି ।

ଜୟଙ୍କ ନାମରେ ନୂଆପଡା ସ୍ଥିତ ଏସବିଆଇ ବ୍ୟାଙ୍କରେ ୪୯ ହଜାର ୬୯୫ ଟଙ୍କା ଡିପୋଜିଟ ରହିଛି । ନୂଆପଡ଼ା ଏସବିଆଇରେ ୩ଟି ୩୨ ହଜାର ଲେଖାଏଁ ଷ୍ଟାଣ୍ଡାର୍ଡ ଫିକ୍ସ ଡିପୋଜିଟ ଓ ପିପିଏଫରେ ୩,୯୨,୮୫୧ ଟଙ୍କା ଜମା ରହିଛି । ଜୟଙ୍କ ନାମରେ କୌଣସି ବଣ୍ଡ କିମ୍ୱା କୌଣସି କମ୍ପାନୀରେ ସେୟାର ମଧ୍ୟ ନାହିଁ । ଏହା ଛଡା ତାଙ୍କ ନାମରେ ୭ ଲକ୍ଷ, ୪ ଲକ୍ଷ, ୧୭ ଲକ୍ଷର ଏଲଆଇସି ଓ ଅନ୍ୟାନ୍ୟ ଇନ୍ୟୁରାନ୍ସ ପଲିସି ଅଛି । ହେଲଥ ଇନ୍ୟୁରାନ୍ସ ଭାବେ ୪୫ ହଜାର ଟଙ୍କା ତାଙ୍କ ନାମରେ ରହିଛି । ସବୁଠୁ ବଡ଼ କଥା ଜୟଙ୍କ ନାମରେ କୌଣସି ପର୍ସନାଲ ଋଣ ନାହିଁ ।

ଜୟ ଢୋଲକିଆଙ୍କ ନାମରେ ୨୦୨୨ରେ କିଣାଯାଇଥିବା ୯ ଲକ୍ଷର କିଆ ଗାଡ଼ି ରହିଛି । ୮ ଲକ୍ଷ ଲେଖାଏଁ ୨ ଆମ୍ୱୁଲାନ୍ସ, ୨୦ ଲକ୍ଷର ଗୋଟିଏ ଇନୋଭା ରେଜିଷ୍ଟର ରହିଛି । ଗହଣା ଭାବରେ ଜୟଙ୍କ ପାଖରେ ବର୍ତ୍ତମାନ ୧୧୦ ଗ୍ରାମ(ଓଜନ ହିସାବରେ) ୧୧ ଲକ୍ଷ ଟଙ୍କାର ସୁନା ରହିଛି । ଢୋଲକିଆଙ୍କ ନାମରେ ସମୁଦାୟ ୭ ଲକ୍ଷର ଟଙ୍କାର ଚାଷ ଜମି ରହିଛି । ସୂଚନା ଅନୁସାରେ ତାଙ୍କର କୌଣସି କର୍ମସିଆଲ ବିଲ୍ଡିଂ କିମ୍ୱା ଅଣଚାଷ ଜମି ନାହିଁ । ଖରିଆର ରୋଡରେ ୧ କୋଟି ଟଙ୍କା ମୂଲ୍ୟର ବାସଭବନ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri