Posted inଜାତୀୟ

ଘରେ ଆଣ୍ଠୁଏ ପାଣି

ନୂଆଦିଲ୍ଲୀ,୧୮ା୪: ପଡ଼ୋଶୀ ଶ୍ରୀଲଙ୍କା, ପାକିସ୍ତାନ ଓ ନେପାଳ ଭଳି ଭାରତରେ ମଧ୍ୟ ଆର୍ଥିକ ସଙ୍କଟ ମୁଣ୍ଡ ଟେକିଲାଣି। ଦେଶରେ ପେଟ୍ରୋଲ, ଡିଜେଲଠାରୁ ନେଇ ଖାଇବା ତେଲ, ଔଷଧ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ଆକାଶଛୁଅଁା ହୋଇଛି। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଦୁର୍ବଳ ହେବାରେ ଲାଗିଥିବାବେଳେ ମୁଦ୍ରାସ୍ଫୀତି ଓ ବେକାରି ସମସ୍ୟା ଦିନକୁ ଦିନ ରେକର୍ଡ ଭାଙ୍ଗୁଛି। ହେଲେ କେନ୍ଦ୍ର ସରକାର ଦେଶକୁ ଆର୍ଥିକ ସଙ୍କଟରୁ ଉଦ୍ଧାର କରିବା ପରିବର୍ତ୍ତେ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକୁ ଘରୋଇ କମ୍ପାନୀ ହାତରେ ଟେକିବାରେ ଲାଗିଛନ୍ତି। ଏତିକି ବେଳେ ଆର୍ଥିକ ପରିଚାଳନାଗତ ବିଫଳତାରୁ ଦେଶବାସୀଙ୍କ ଧ୍ୟାନ ହଟାଇବା ଭଳି ଅତି ସମ୍ବେଦନଶୀଳ ଭିନ୍ନ ଏକ ପ୍ରସଙ୍ଗ ଆଗକୁ ଆସିଛି। ପୂଜାପାଠ ଓ ପର୍ବପର୍ବାଣିକୁ ଭିତ୍ତିକରି ବିଦ୍ୱେଷପୂର୍ଣ୍ଣ ଏଜେଣ୍ଡା ତଥା ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ସାମ୍ପ୍ରଦାୟିକ ସଦ୍ଭାବ ନଷ୍ଟ କରି ଉତ୍ତେଜନା ସୃଷ୍ଟି କରୁଛି। କର୍ନାଟକରୁ ରାଜସ୍ଥାନ, କୋଲକାତାରୁ ଦିଲ୍ଲୀ ସବୁଠି ଅଶାନ୍ତି। ଶାସକ ଦଳ ନେତାଙ୍କ ଘୃଣା ମନ୍ତବ୍ୟ ନିଅଁାରେ ଘିଅ ଢାଳିବା ଭଳି କାମ କରୁଛି। ୧୯୪୭ରେ ବିଭାଜନ ପରଠାରୁ ଅନେକ ସମୟରେ ଦୁଇ ସମୁଦାୟ ମୁହଁାମୁହିଁ ସ୍ଥିତିକୁ ଆସିଥିଲେ ହେଁ ବର୍ତ୍ତମାନର ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଅମଳରେ ଧର୍ମ ଆଧାରରେ ଧ୍ରୁବୀକରଣ ଶିଖରକୁ ଛୁଇଁଥିବା ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି। ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’ କେବଳ ଏକ ସ୍ଲୋଗାନରେ ସୀମିତ ହୋଇଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀରବତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।
ଉତ୍ତର-ପଶ୍ଚିମ ଦିଲ୍ଲୀର ଜାହାଙ୍ଗୀରପୁରୀ ଶନିବାର ସନ୍ଧ୍ୟାରେ ହଠାତ୍‌ ଚର୍ଚ୍ଚାକୁ ଆସିଲା, ଯେତେବେଳେ ହନୁମାନ ଜୟନ୍ତୀ ପାଳନ ଉପଲକ୍ଷେ ଏହି ଅଞ୍ଚଳର ଏକ ମସ୍‌ଜିଦ ଦେଇ ଯାଉଥିବା ଶୋଭାଯାତ୍ରା ଉପରେ ଟେକାମାଡ଼ରୁ ହିଂସା ବ୍ୟାପିଲା। କେବଳ ଟେକା ପଥର ନୁହେଁ, ଗୁଳି ମଧ୍ୟ ଫୁଟିଥିଲା, ଯହିଁରେ ୮ ପୋଲିସ କର୍ମଚାରୀଙ୍କ ସମେତ ୯ ଜଣ ଆହତ ହୋଇଛନ୍ତି। ଦିଲ୍ଲୀ ପୋଲିସ ସିସିଟିଭି କ୍ୟାମେରାରୁ ସଂଗୃହୀତ ଫୁଟେଜ୍‌ ଏବଂ ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓ ଆଧାରରେ ମୁଖ୍ୟ ଅଭିଯୁକ୍ତ ଅଂସାର ଓ ଅସ୍‌ଲମ୍‌ଙ୍କ ସମେତ ୨୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ଦଙ୍ଗା ଭିଆଇବା, ହତ୍ୟା ଉଦ୍ୟମ ଓ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚ ଓ ସ୍ପେଶାଲ ସେଲର ୧୦ଟି ଟିମ୍‌ ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଶାନ୍ତି ବଜାୟ ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନରେ ପରିଚାଳିତ ଦିଲ୍ଲୀ ପୋଲିସ ଦଙ୍ଗା ନିୟନ୍ତ୍ରଣ କରୁ ବୋଲି ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆବାହକ କେଜ୍‌ରିଓ୍ବାଲ କହିଛନ୍ତି। ଅନ୍ୟପକ୍ଷେ ଏହି ହିଂସାମତ୍କ ଘଟଣାକ୍ରମ ଉପରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ବ୍ୟକ୍ତିଗତ ଭାବେ ନଜର ରଖିଥିବାବେଳେ ଦିଲ୍ଲୀ ଭାଜପା ମୁଖ୍ୟ ଆଦେଶ ଗୁପ୍ତା ଓ ତାଙ୍କ ଦଳର ଏମ୍‌ପି ମନୋଜ ତିଓ୍ବାରୀ ଏହା ପଛରେ ବେଆଇନ ପ୍ରବାସୀଙ୍କ ଷଡ଼ଯନ୍ତ୍ର କାମ କରିଥିବା ଅଭିଯୋଗ ଆଣିଛନ୍ତି। ୨୦୨୦ରେ ୫୩ ଜଣଙ୍କ ଜୀବନ ନେଇଥିବା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ଦଙ୍ଗାବେଳେ ମଧ୍ୟ ଏଏପିର ହାତ ଥିବା ଗୈରିକ ଦଳ କହିଛି। ଭାଜପାର କପିଲ ମିଶ୍ରାଙ୍କ ମତରେ ଜାହାଙ୍ଗୀରପୁରୀରେ ଟେକାମାଡ଼ ଏକ ଆତଙ୍କବାଦୀ ଆକ୍ରମଣ। ତେଣୁ ଦେଶରୁ ବେଆଇନ ପ୍ରବାସୀମାନଙ୍କୁ ବିତାଡ଼ନ କରାଯାଉ। ଦିଲ୍ଲୀର ଶାହିନବାଗ ହିଂସା ମଧ୍ୟ କପିଲ ମିଶ୍ରାଙ୍କ ମନ୍ତବ୍ୟରୁ ଆରମ୍ଭ ହୋଇଥିବା କଥା ଅନେକେ ମନେରଖି ଥାଇପାରନ୍ତି। ତେବେ କେବଳ ଜାତୀୟ ରାଜଧାନୀ ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହୋଇନାହିଁ। ଦେଖିବାକୁ ଗଲେ ସାରା ଦେଶର ବିଭିନ୍ନ ଭାଗରେ ଏପରି ସ୍ଥିତି ଲାଗିରହିଛି, ଯେତେବେଳେ କି ହିନ୍ଦୁମାନେ ନବବର୍ଷ ଓ ହନୁମାନ ଜୟନ୍ତୀ ଏବଂ ମୁସଲମାନ ସମ୍ପ୍ରଦାୟ ରମଜାନ୍‌ ମାସ ପାଳନ କରୁଛନ୍ତି। ସପ୍ତାହେ ତଳେ ଦେଶର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ରାମ ନବମୀ ପାଳନ ବେଳେ ବାମପନ୍ଥୀ ଛାତ୍ରୀଛାତ୍ର ବାଧା ଦେଇଥିବା ଅଭିଯୋଗ ହୋଇଥିଲା। ବାମପନ୍ଥୀଙ୍କ ମତରେ ଦକ୍ଷିଣପନ୍ଥୀ ଛାତ୍ରୀଛାତ୍ର କାବେରୀ ହଷ୍ଟେଲରେ ଆମିଷ ଭୋଜନ ବନ୍ଦ କରିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଉଠିଥିବା ବିବାଦ ଏଯାଏ ଥମିନାହିଁ।
ସେପଟେ ଭାଜପା ଶାସିତ କର୍ନାଟକରେ ବିଧାନସଭା ନିର୍ବାଚନକୁ ବର୍ଷେ ବାକି ଥିବାବେଳେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ନେତୃତ୍ୱାଧୀନ ସରକାର ମଧ୍ୟ ପୁଣି ଥରେ କ୍ଷମତାକୁ ଫେରିବା ପାଇଁ ଧ୍ରୁବୀକରଣ ଅସ୍ତ୍ରକୁ ଆପଣାଇନେଇଛନ୍ତି। ହିଜାବ ପରିଧାନ ଉପରେ କଟକଣା, ମୁସଲମାନ ଫଳ ବେପାରୀଙ୍କ ଆମ୍ବ ବର୍ଜନ ଓ ସଂଖ୍ୟାଲଘୁ ଶିଳ୍ପୀଙ୍କ ମୂର୍ତ୍ତି ନିର୍ମାଣ ଉପରେ ଅଙ୍କୁଶ ଭଳି ପଦକ୍ଷେପରୁ ଏହା ସ୍ପଷ୍ଟ ହେଉଛି। ସରକାର ଓ ଭାଜପା ନେତାଙ୍କ ମନ୍ତବ୍ୟ ରାଜ୍ୟରେ ଦକ୍ଷିଣପନ୍ଥୀଙ୍କୁ ହିଂସା ଉସୁକାଇବା ପାଇଁ ସୁଯୋଗ ଦେଉଛି, ଯାହାର ପ୍ରମାଣ ଏବେ ଦେଖିବାକୁ ମିଳିଛି। ହୁବୁଳିର ରାମ ନାମକ ଜଣେ ବ୍ୟକ୍ତି ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଟାର୍ଗେଟ କରି ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିଥିଲେ। ଏହାକୁ ନେଇ ଶନିବାର ରାତିରେ ହୁବୁଳି ଥାନାକୁ ଟାର୍ଗେଟ କରି ଟେକାମାଡ଼ ଓ ଗାଡ଼ି ପୋଡ଼ାଜଳା ଚାଲିଥିବାବେଳେ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ଟେକାମାଡ଼ରେ ୧୨ ପୋଲିସ ଆହତ ହୋଇଛନ୍ତି। ପୋଲିସ ରାମଙ୍କ ସମେତ ୪୦ ଜଣଙ୍କୁ ଗିରଫ କରିଥିଲେ ସୁଦ୍ଧା ହିଂସା ଥମିନାହିଁ। ହୁବୁଳି ସହରରେ ୧୪୪ ଧାରା ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ବୋମାଇ ଏହି ହିଂସାକୁ ଏକ ଯୋଜନାବଦ୍ଧ ତଥା ସଙ୍ଗଠିତ ଅପରାଧ ଭାବେ ଅଭିହିତ କରିଛନ୍ତି। ଏପ୍ରିଲ ୯ରେ ରାଜସ୍ଥାନର କରୋଲିରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ପାଇଁ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ)କୁ ଦାୟୀ କରାଯାଉଛି। ମୁସଲମାନ ବହୁଳ ଅଞ୍ଚଳ ଦେଇ ରାମ ନବମୀ ଶୋଭାଯାତ୍ରା ଯାଉଥିବାବେଳେ ଟେକାମାଡ଼ ହୋଇଥିଲା। ଏହି ହିଂସାରେ ପିଏଫ୍‌ଆଇ ନିଜ ଭୂମିକାକୁ ଖଣ୍ଡନ କରିବା ସହ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ ଦାୟୀ କରିଛି। ପିଏଫ୍‌ଆଇର ଛାତ୍ର ସାମ୍ମୁଖ୍ୟ କ୍ୟାମ୍ପସ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ସିଏଫ୍‌ଆଇ) କର୍ନାଟକରେ ହିଜାବ ବିବାଦକୁ ଆଗକୁ ବଢ଼ାଇବାରେ ବଡ଼ ଭୂମିକା ନେଇଥିବା ଭାଜପା ଅଭିଯୋଗ ଆଣିଛି। ସିଏଫ୍‌ଆଇ ଅଧ୍ୟକ୍ଷ ଅଥାଭୁଲ୍ଲା ପଞ୍ଜାଲକାଟ୍ଟେ କହିଛନ୍ତି, ଭାଜପା ନିଜ ରାଜନୈତିକ ସ୍ବାର୍ଥ ପାଇଁ ସବୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭକୁ ସାମ୍ପ୍ରଦାୟିକ ରଙ୍ଗ ଦେବାରେ ଲାଗିଛି। ମଧ୍ୟପ୍ରଦେଶର ଖରଗୋନ୍‌ ସହରରେ ରାମ ନବମୀ ବେଳେ ସାମ୍ପ୍ରଦାୟିକ ହିଂସା ଘଟି ଅନେକେ ଆହତ ହୋଇଥିବାବେଳେ ରାଜ୍ୟର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ହିନ୍ଦୁ ସପକ୍ଷବାଦୀ ଏକତରଫା ମନ୍ତବ୍ୟ ଓ କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।
ମହାରାଷ୍ଟ୍ରରେ ଶିବସେନା ହିନ୍ଦୁତ୍ୱରୁ ଦୂରେଇଯାଇଥିବା ଅଭିଯୋଗ ଆଣି ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) କର୍ମୀମାନେ ମୁମ୍ବାଇର ଶିବସେନା ଅଫିସ ଆଗରେ ହନୁମାନ ଚାଳିଶା ପଢ଼ୁଛନ୍ତି। ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ ଠାକ୍‌ରେ ଶିବସେନା ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ବେଶ ଧାରଣ କରି ଖଣ୍ଡା ବୁଲାଇବା ସହ ଅଜାନରେ ଲାଉଡ୍‌ ସ୍ପିକର ବନ୍ଦ କରିବାକୁ ଧମକ ଦେଉଛନ୍ତି। ଶିବସେନା ନେତା ତଥା ଏହାର ମୁଖପତ୍ର ‘ସାମ୍ନା’ ସମ୍ପାଦକ ସଞ୍ଜୟ ରାଉତ୍‌ ରାଜ ଠାକ୍‌ରେଙ୍କୁ ଭାଜପାର ଆଉ ଜଣେ ‘ଅସାଦୁଦ୍ଦିନ ଓଓ୍ବାଇସି’ ବୋଲି ଅଭିହିତ କରିଛନ୍ତି। ମୋଟାମୋଟି ଭାବେ ରାଜନେତାମାନଙ୍କ ବିବାଦୀୟ ମନ୍ତବ୍ୟ ସ୍ଥିତିକୁ ସଙ୍ଗିନ କରିବାରେ ଲାଗିଛି। ଉଭୟ ସମ୍ପ୍ରଦାୟ ମୁହଁାମୁହଁି ହୋଇ ସାମ୍ପ୍ରଦାୟିକ ସଦ୍ଭାବ ନଷ୍ଟ ହେବା ଦୃଷ୍ଟାନ୍ତ ସବୁଠୁ ବେଶି ଯେଉଁ ରାଜ୍ୟଗୁଡ଼ିକରେ ଦେଖିବାକୁ ମିଳୁଛି ସେଠାରେ ଭାଜପାର ସ୍ଥିତି ସେତେଟା ମଜଭୁତ ନ ଥିବା ଜଣାପଡ଼ୁଛି। ଦିଲ୍ଲୀରେ ଏଏପି ସରକାର କ୍ଷମତାସୀନ ଥିବାବେଳେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି), କେରଳରେ ପିନାରାୟୀ ବିଜୟନ୍‌ଙ୍କ ବାମପନ୍ଥୀ, ରାଜସ୍ଥାନରେ ଅଶୋକ ଗେହଲଟ୍‌ଙ୍କ କଂଗ୍ରେସ, ମହାରାଷ୍ଟ୍ରରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ମହାବିକାଶ ଅଘାଡ଼ି ମେଣ୍ଟ ସରକାର ଚାଲିଛି। ଏଭଳି ରାଜ୍ୟଗୁଡ଼ିକରେ ଦକ୍ଷିଣପନ୍ଥୀ ତତ୍ତ୍ୱ ଅଧିକ ଉଗ୍ର ହୋଇ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ ହେଉଛି। ଏହାକୁ ଦେଖି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାର କହିଛନ୍ତି, ଭାଜପା କ୍ଷମତାରେ ନ ଥିବା ରାଜ୍ୟଗୁଡ଼ିକରେ ବିଭ୍ରାଟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନାକୁ ବଳ ଦେଉଛି। ବିରୋଧୀ ଦଳଗୁଡ଼ିକର ନେତାମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଅଣଭାଜପା ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଖୁବ୍‌ଶ୍ରୀଘ୍ର ମୁମ୍ବାଇରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri