Posted inଖେଳ

କେ.ଏଲ୍‌ ରାହୁଲଙ୍କ ପ୍ରେମ ସମ୍ପର୍କ ଉପରେ ଲାଗିଲା ମୋହର: ଭାଉଜ ଅନୁଷ୍କା ଶେୟାର କଲେ ଏଭଳି ଫଟୋ ଯେ…

ନୂଆଦିଲ୍ଲୀ,୩୦।୭: କଥାରେ ଅଛି ନିଆଁ ନ ଥିଲେ ଧୂଆଁ ଉଠେନି। କିଛି ସେଭଳି ଦେଖିବାକୁ ମିଳେ ଭାରତୀୟ କ୍ରିକେଟ ଟିମ୍‌ର ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌ ରାହୁଲଙ୍କ କ୍ଷେତ୍ରରେ। ଅଭିନେତା ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀଙ୍କୁ ସେ ପ୍ରେମ କରୁଥିବା ନେଇ ଚର୍ଚ୍ଚା ହୋଇଆସୁଛି। ହେଲେ ଉଭୟ ଏଥିରେ ହଁ ଭରୁ ନ ଥିଲେ। ଏବେ କଥା ଭିନ୍ନ ହୋଇଛି। ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଏକ ଫଟୋ ଶେୟାର କରିଛନ୍ତି। ଏହାକୁ ଦେଖିବା ପରେ ଉଭୟଙ୍କ ଲଭ୍‌ଷ୍ଟୋରୀ ସତ ମନେ ହେଉଛି। ନିଜର ଆଧିକାରିକ ଟୁଇଟର ହ୍ୟାଣ୍ଡେଲରେ ଏକ ଫଟୋ ଶେୟାର କରିଛନ୍ତି ଅନୁଷ୍କା। ଏହାର କ୍ୟାପଶନରେ ସେ ଲେଖିଛନ୍ତି, ‘ଡର ‘ହମ୍‌’ ସାଥ୍‌ ସାଥ୍‌ ହୈ’।

ଏବେ ଭାରତୀୟ ଖେଳାଳି ଡରହମରେ ସେମାନଙ୍କ ସ୍ତ୍ରୀଙ୍କ ସହ ଅଛନ୍ତି। ଏହାକୁ ଅନୁଷ୍କା ଡର ‘ହମ୍‌’ ବୋଲି ଲେଖିଛନ୍ତି। ଫଟୋରେ ବିରାଟଙ୍କ ସହ ଈଶାନ୍ତ ଶର୍ମା ଏବଂ ଉମେଶ ଯାଦବ ନିଜ ନିଜ ସ୍ତ୍ରୀଙ୍କ ସହ ଥିବା ଦେଖାଯାଉଛି। ହେଲେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ରାହୁଲ ଏବଂ ଆଥିୟା। ଫଟୋରେ ଉଭୟ ବେଶ ନିକଟତର ନଜର ଆସୁଛନ୍ତି। ଏଣୁ ଉଭୟ ପ୍ରେମ ଉପରେ ମୋହର ମାରିଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

କେ.ଏଲ୍‌ ମଧ୍ୟ ଇନ୍‌ଷ୍ଟାଗ୍ରାମରେ ଦୁଇଟି ଫଟୋ ଶେୟାର କରିଛନ୍ତି। ଗୋଟିଏରେ ପୁଅମାନଙ୍କୁ ଦେଖିବାକୁ ମିଳୁଥିବା ବେଳେ ଅନ୍ୟଟିରେ ସେମାନଙ୍କ ପାର୍ଟନରଙ୍କୁ ଦେଖିବାକୁ ମିଳୁଛି। ଏଥିରେ ମଜାଳିଆ ପୋଷ୍ଟ କରି ଦିନେଶ କାର୍ତ୍ତିକ ଲେଖିଛନ୍ତି, ସବୁ ସଫଳ ପୁରୁଷଙ୍କ ପଛରେ ଜଣେ ମହିଳାଙ୍କ ହାତ ରହିଛି। ଦ୍ୱିତୀୟ ଥର ଏପରି କରିବା କଷ୍ଟକର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ, ଗିଲଖ୍ରୀଷ୍ଟଙ୍କଠାରୁ ଉନ୍ନତର ଉଇକେଟକିପର ବ୍ୟାଟ୍ସମ୍ୟାନ

କରାଚୀ,୨୨।୯: କ୍ରିକେଟ ଇତିହାସରେ ସର୍ବଶ୍ରେଷ୍ଠ ଉଇକେଟକିପର ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ଅଷ୍ଟ୍ରେଲିଆର ଆଡାମ ଗିଲଖ୍ରୀଷ୍ଟ ଓ ଭାରତର ମହେନ୍ଦ୍ର ସିଂ ଧୋନୀ। ଏମାନଙ୍କୁ ପଛରେ ପକାଇଛନ୍ତି...

ଆଇପିଏଲରେ ପୁଣି କରୋନା ଭୟ: କ୍ୱାରାଣ୍ଟାଇନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ

ମୁମ୍ବାଇ,୧୮।୪:ଆଇପିଏଲ୍‌ର ୧୫ତମ ସିଜିନ୍‌ରେ ମଧ୍ୟ କରୋନା ଏଣ୍ଟ୍ରି କରିଛି। ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସ ଫିଜିଓ ପ୍ୟାଟ୍ରିକ ଫରହାର୍ଟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତାଙ୍କ ପରେ...

ମୋତେ ଦରକାର ନାହିଁ, ମୋ କୋଚ୍‌ଙ୍କୁ ସମ୍ମାନ ଦିଅ: ଅମିତ୍‌ ପଙ୍ଘାଲ

ନୂଅଦିଲ୍ଲୀ,୨୨।୯(ପି.ଟି.): ମୋତେ କୌଣସି ବ୍ୟକ୍ତିଗତ ସମ୍ମାନ କିମ୍ବା ପୁରସ୍କାର ଦରକାର ନାହିଁ। କିନ୍ତୁ ମୋ କୋଚ୍‌ ଅନିଲ ଧାଙ୍କରଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଉ ବୋଲି...

ଟସ୍‌ ଜିତି ରାଜସ୍ଥାନକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କଲେ ଓ୍ବାର୍ନର

ଦୁବାଇ, ୨୨।୧୦: ଚଳିତ ଆଇପିଏଲ୍‌ର ୪୦ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ହାଇଦ୍ରାବାଦ୍‌...

ବିଶ୍ୱର ସବୁଠୁ ଦ୍ରୁତତମ ବଲ୍‌ ପକାଇଥିଲେ ଏହି ବୋଲର୍‌

ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତର ଆଜି ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୭ ମସିହା ଅଗଷ୍ଟ ୧୩ରେ ରାଉଲପିଣ୍ଡି ଜନ୍ମଗ୍ରହଣ କରିଥିବା ସୋଏବ କ୍ରିକେଟରେ...

ସାବାଲେଙ୍କା, ଶେଲ୍‌ଟନ କ୍ୱାର୍ଟରଫାଇନାଲରେ

ମେଲବୋର୍ନ, ୨୪ା୧ : ପଞ୍ଚମ ସିଡ୍‌ ଆରିନା ସାବାଲେଙ୍କା ପ୍ରଥମ ଥର ଅଷ୍ଟ୍ରେଲିଆନ ଓପନ ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସୋମବାର ସେ ବେଲିଣ୍ଡା...

କୋହଲି କହିଲେ, ଦୌଡରେ ମୁଁ ଏହି ଖେଳାଳିଙ୍କଠାରୁ ପଛରେ

ନୂଆଦିଲ୍ଲୀ, ୨୫।୧୧: ବିରାଟ କୋହଲିଙ୍କୁ ଭାରତୀୟ ଦଳରେ ଫିଟ୍‌ନେସ୍‌ ଗୁରୁ ଆଖ୍ୟା ଦିଆଯାଇଛି। ବିରାଟ ମଧ୍ୟ ନିଜ ଫିଟନେସ୍‌କୁ ବେଶ୍‌ ସଚେତନ। ନିଜକୁ ଫିଟ୍‌ ରଖିବା...

ମୃତ୍ୟୁ ପୂର୍ବର କେଇ ଘଣ୍ଟା; ଓ୍ବର୍ନଙ୍କୁ ବଞ୍ଚାଇବାକୁ ସଂଘର୍ଷ କରିଥିଲେ ହେଁ…

ନୂଆଦିଲ୍ଲୀ,୫।୩: ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଶେନ ୱର୍ନଙ୍କ ଅକାଳ ବିୟୋଗ ପୂରା କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଛି । ମାତ୍ର ୫୨ ବର୍ଷ ବୟସରେ ଦୁନିଆରୁ...

Advertisement
Archives

Model This Week