Posted inଖେଳ

କୋଲକାତାର ଚତୁର୍ଥ ବିଜୟ

ହାଇଦ୍ରାବାଦ,୫ା୫: ଶେଷ ଓଭରରେ ବରୁନ ଚକ୍ରବର୍ତ୍ତୀଙ୍କ ଘାତକ ବୋଲିଂ ବଳରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ଏହାର ୪ର୍ଥ ବିଜୟ ହାସଲ କରିଛି। ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ଆଇପିଏଲର ୪୭ ତମ ମ୍ୟାଚରେ କେକେଆର ୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ୧୦ମ ମ୍ୟାଚରୁ ୪ର୍ଥ ବିଜୟ ସହ ୮ ପଏଣ୍ଟ ଅର୍ଜନ କରିଛି। ଟସ୍‌ ଜତି ପ୍ରଥମେ ବ୍ୟାଟିଂ କରିଥିବା କେକେଆର ୨୦ ଓଭରରେ ୮ ଉଇକେଟରେ ୧୭୧ ରନ୍‌ ସଂଗ୍ରହ କରିଥିଲା। ଜବାବରେ ହାଇଦ୍ରାବାଦ ୨୦ ଓଭରରେ ୮ ଉଇକେଟ ହରାଇ ୧୬୬ ରନ୍‌ରେ ସୀମିତ ରହିଥିଲା।
ମାର୍କୋ ଜାନ୍‌ସେନ୍‌ଙ୍କ ଘାତକ ବୋଲିଂ ବଳରେ କେକେଆର ୩୫ ରନ୍‌ରେ ୩ ଉଇକେଟ ହରାଇଥିଲା। ନୀତିଶ ରାଣା(୪୨) ଓ ରିଙ୍କୁ ସିଂ(୪୬) ଚତୁର୍ଥ ଉଇକେଟରେ ୬୧ ରନ୍‌ ଯୋଡିଥିଲେ। ଆନ୍ଦ୍ରେ ରସେଲ୍‌ ୧୫ ବଲ୍‌ରୁ ୨୪ ରନ୍‌ କରିଥିଲେ। ଟପ୍‌ ସ୍କୋରର ରହିଥିବା ରିଙ୍କୁ ୩୫ ବଲ୍‌ ଖେଳି ୪ ଚୌକା ଓ ୧ ଛକା ମାରିଥିଲେ। ସନରାଇଜର୍ସ ପକ୍ଷରୁ ମାର୍କୋ ଜାନସେନ୍‌ ଓ ଟି ନଟରାଜନ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ୧୭୨ ରନ୍‌ର ପିଛା କରୁଥିବା ହାଇଦ୍ରାବାଦ ୫୪ ରନ୍‌ରେ ୪ ଉଇକେଟ ହରାଇ ସଙ୍କଟରେ ପଡିଥିଲା। ତେବେ ଏଡେନ୍‌ ମାରକ୍ରମ ୪୧ ଓ ହେନ୍‌ରିଚ୍‌ କ୍ଲାସେନ୍‌ ୩୬ ପଞ୍ଚମ ଉଇକେଟରେ ୭୦ ରନ୍‌ ଯୋଡିଥିଲେ। ଉଭୟ ଖେଳାଳି ମାତ୍ର ଦୁଇ ଓଭର ବ୍ୟବଧାନରେ ଆଉଟ ହେବା ସହ ସନରାଇଜର୍ସ ସଙ୍କଟରେ ପଡିଥିଲା। ତେବେ ଅବଦୁଲ୍‌ ସମଦ ୨୧ ରନ୍‌ କରି ଦଳକୁ ବିଜୟର ନିକଟତର କରିଥିଲେ। ଅନ୍ତିମ ଓଭରରେ ୯ ରନ୍‌ ଆବଶ୍ୟକ ଥିବା ବେଳେ ବରୁନ୍‌ ମାତ୍ର ୩ ରନ୍‌ ଦେଇଥିଲେ। କେକେଆର ପକ୍ଷରୁ ବୈଭବ ଅରୋରା ଓ ଶାର୍ଦ୍ଦୂଳ ଠାକୁର ଦୁଇଟି ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୧୭୧/୮(ରିଙ୍କୁ ସିଂ-୪୬, ନୀତିଶ ରାଣା-୪୨, ଆନ୍ଦ୍ରେ ରସେଲ-୨୪, ମାର୍କୋ ଜାନସେନ୍‌-୨/୨୪, ଟି ନଟରାଜନ-୨/୩୦, ଏଡେନ୍‌ ମାରକ୍ରମ-୧/୨୪)। ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୬୬/୮(ଏଡେନ୍‌ ମାରକ୍ରମ-୪୧, ହେନରିଚ୍‌ କ୍ଲାସେନ୍‌-୩୬, ଅବଦୁଲ ସମଦ-୨୧, ବୈଭବ ଅରୋରା-୨/୩୨, ଶାର୍ଦ୍ଦୂଳ ଠାକୁର-୨/୨୩, ଆନ୍ଦ୍ରେ ରସେଲ୍‌-୧/୧୫)।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri