Posted inଖେଳ

KKR vs RCB: ବର୍ଷା ହେଲେ ରଦ୍ଦ ହୋଇଯିବ ମ୍ୟାଚ୍‌, ତେବେ କାହାକୁ ହେବ ଫାଇଦା, ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୨।୩: ଆଜି IPL 2025ର ପ୍ରଥମ ମ୍ୟାଚ କୋଲକାତାର ଇଡେନ ଗାର୍ଡେନରେ କୋଲକାତା ଏବଂ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। କିନ୍ତୁ ପ୍ରଶଂସକଙ୍କ ପାଇଁ ଖରାପ ଖବର ହେଉଛି ଯେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ଧୋଇଯାଇପାରେ। ବର୍ଷା ଏବଂ ଝଡ଼ ସମ୍ଭାବନାକୁ ଦୃଷ୍ଟିରେ ରଖି କୋଲକାତାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆପଣଙ୍କୁ କହି ରଖୁଛୁ ଯେ କାର୍ଯ୍ୟସୂଚୀ ଅନୁଯାୟୀ, ଉଦଘାଟନୀ ଉତ୍ସବ ସଂଧ୍ୟା 6ଟାରେ ଆରମ୍ଭ ହେବାକୁ ଥିବା ବେଳେ ମ୍ୟାଚ ସଂଧ୍ୟା 7:30ରେ ଆରମ୍ଭ ହେବ। କିନ୍ତୁ ଯଦି ବର୍ଷା ଯୋଗୁଁ KKR vs RCB ମ୍ୟାଚ ରଦ୍ଦ ହେଲେ କାହାକୁ ଫାଇଦା ହେବ ଆସନ୍ତୁ ଜାଣିବା।

ଯଦି କୋଲକାତା ଏବଂ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୁଏ, ତେବେ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ଦିଆଯିବ। କାରଣ IPL ଲିଗ ମ୍ୟାଚ ପାଇଁ କୌଣସି ରିଜର୍ଭ ଡେ ନାହିଁ। ଯଦିଓ ଗୋଟିଏ ଦଳ ଜିତିଲେ, ସେ 2 ପଏଣ୍ଟ ପାଏ, କିନ୍ତୁ ପରାଜିତ ଦଳକୁ କୌଣସି ପଏଣ୍ଟ ଦିଆଯାଏ ନାହିଁ। ଯଦି ମ୍ୟାଚ ଡ୍ର ହୁଏ, ତେବେ ସେମାନେ ଗୋଟିଏ ପଏଣ୍ଟ ପାଇବେ।

କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ସଂଧ୍ୟା ୭:୩୦ ରେ ଆରମ୍ଭ ହେବ। ମ୍ୟାଚ ସମୟରେ କୋଲକାତାରେ ବର୍ଷା ହେବାର ସମ୍ଭାବନା ମାତ୍ର ୧୦ ପ୍ରତିଶତ, କିନ୍ତୁ ଝଡ଼ବର୍ଷା ସତର୍କତା ଜାରି କରାଯାଇଛି। ସେହିପରି ରାତି ୧୧ଟା ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ୭୦ ପ୍ରତିଶତ ବୋଲି କୁହାଯାଇଛି। ଏପରି ପରିସ୍ଥିତିରେ, ମ୍ୟାଚ ଆରମ୍ଭ ହେଲେ ମଧ୍ୟ ବର୍ଷା ବାରମ୍ବାର ବାଧା ସୃଷ୍ଟି କରିପାରେ। ଆପଣଙ୍କୁ ଏହା ମଧ୍ୟ କହି ରଖୁଛୁ ଯେ ଗୁରୁବାର ଠାରୁ ଗ୍ରାଉଣ୍ଡ ଷ୍ଟାଫ ପିଚ ଅଞ୍ଚଳକୁ କଭର କରିଛନ୍ତି।

ଏହି ମ୍ୟାଚ ବିଶେଷ ହେବାକୁ ଯାଉଛି କାରଣ ଗତ ସିଜିନ ତୁଳନାରେ ଉଭୟ ଦଳରେ ନୂଆ ଅଧିନାୟକ ଅଛନ୍ତି। କୋଲକାତାର ଅଧିନାୟକତ୍ୱ ଅଜିଙ୍କ୍ୟ ରାହାଣେ କରିବେ, ଅନ୍ୟପକ୍ଷରେ, RCB ରଜତ ପତିଦାରଙ୍କ ନେତୃତ୍ୱରେ ରହିବ। ମ୍ୟାଚ ପୂର୍ବରୁ ସଂଧ୍ୟା ୬ଟାରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏହି ଉଦଘାଟନୀ ଉତ୍ସବରେ ଶ୍ରେୟା ଘୋଷଲେ, କରଣ ଆଉଜଲା ଏବଂ ଦିଶା ପଟାନୀ ମଧ୍ୟ ଉପସ୍ଥିତ ରହିବେ। ଏହା ବ୍ୟତୀତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri