Posted inଖେଳ

୩୦ ବଲ୍‌ରେ ଲୋଡା ଥିଲା ୩୧ ରନ୍‌: ଘଟିଲା କିଛି ଅପ୍ରତ୍ୟାଶିତ; ଚମକି ଯାଇଥିଲେ ପ୍ରଶଂସକ

ନୂଆଦିଲ୍ଲୀ,୧୪।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ର ପଞ୍ଚମ ମୁକାବିଲା କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ମଧ୍ୟରେ ଖେଳାଯାଇଛି। ଏଥିରେ କୋଲକାତା ଟିମ୍‌ ଟସ୍‌ ଜିତି ବୋଲିଂ କରିବା ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ସୂର୍ଯ୍ୟକୁମାର ଯାଦବ(୫୬) ଏବଂ ରୋହିତ ଶର୍ମା(୪୩)ରନ୍‌ କରିଥିଲେ। ଉଭୟ ବ୍ୟାଟିଂ କରିବା ସମୟରେ ଦଳ ବଡ ସ୍କୋର କରିବ ବୋଲି ଆଶା କରାଯାଉଥିଲା। ହେଲେ କୋଲକାତା ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ଦମ୍‌ଦାର ବୋଲିଂ ଯୋଗୁ ରନ୍‌ ଉପରେ ଅଙ୍କୁଶ ଲାଗିଥିଲା। ରସେଲ ମାତ୍ର ୨ ଓଭରରେ ୧୫ରନ୍‌ ଦେଇ ୫ ଉଇକେଟ ନେଇଥିଲେ। ଫଳରେ ମୁମ୍ବାଇ ୨୦ ଓଭରରେ ୧୫୨ରନ୍‌ରେ ସୀମିତ ରହିିଥିଲା।

ଜବାବରେ କୋଲକାତା ଟିମ୍‌ ଭଲ ଆରମ୍ଭ କରିଥିଲେ ହେଁ ୭ ଉଇକେଟ ହରାଇ ୧୪୨ରନ୍‌ କରି ପରାସ୍ତ ହୋଇଥିଲା। ନୀତିଶ ରାଣା ଓ ଶୁବମନ ଗିଲଙ୍କୁ ବାଦ୍‌ ଦେଲେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁପାରି ନ ଥିଲେ। ନୀତିଶ-ଶୁବମନ ୭୨ରନ୍‌ର ଭାଗିଦାରୀ କରିଥିଲେ। ହେଲେ ମୁମ୍ବାଇର ସ୍ପିନର ରାହୁଲ ଚହର ଉଭୟଙ୍କୁ ଆଉଟ୍‌ କରିଥିଲେ। ଏହାପରେ ସେ ରାହୁଲ ତ୍ରିପାଠୀ(୫), ଅଧିନାୟକ ଇୟୋନ ମୋର୍ଗାନ(୭)ଙ୍କ ଉଇକେଟ ନେଇଥିଳେ। ୧୫ ଓଭର ଶେଷ ହେବା ପର୍ଯ୍ୟନ୍ତ କୋଲକାତା ୪ ଉଇକେଟ ହରାଇ ୧୨୨ରନ୍‌ କରିିଥିଲା।

ପରେ କୋଲକାତା ପାଖରେ ୬ ଉଇକେଟ ଥିବା ବେଳେ ୩୦ ବଲ୍‌ରେ ମାତ୍ର ୩୧ରନ୍‌ କରିବାର ଥିଲା। ପଡ଼ିଆରେ ଶକିବ ଅଲ ହାସନ ଏବଂ ଦୀନେଶ କାର୍ତ୍ତିକ ଥିଲେ। ହେଲେ କୃନାଲ ପାଣ୍ଡ୍ୟା ୧୬ ଓଭର ବୋଲିଂ କରିବାକୁ ଆସି ଶକିବଙ୍କ ଉଇକେଟ ନେଇଥିଲେ। ତାଙ୍କ ପରେ ରସେଲ ଏବଂ କାର୍ତ୍ତିକ ଭଲ ବ୍ୟାଟିଂ କରିବେ ବୋଲି ଆଶା କରାଯାଉଥିଲା। ଧିରେ ଧିରେ ମ୍ୟାଚ୍‌ ଶେଷ ଓଭର ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ୬ ବଲ୍‌ରେ ୧୫ ରନ୍‌ର ଆବଶ୍ୟକତା ରହିଥିଲା। ଟ୍ରେଣ୍ଟ ବୋଲ୍ଟ ବୋଲିଂ କରିବାକୁ ଆସିଥିଲେ।

ଶେଷ ଓଭରର ପ୍ରଥମ ବଲ୍‌ରେ ୧ ରନ୍‌, ଦ୍ୱିତୀୟ ବଲ୍‌ରେ ୧ ରନ୍‌, ତୃତୀୟରେ ଉଇକେଟ, ଚତୁର୍ଥରେ ଉଇକେଟ, ପଞ୍ଚମରେ ୨ ରନ୍‌, ଷଷ୍ଠରେ ୦ ରନ୍‌ ହୋଇଥିଲା। ଫଳରେ ୧୦ ରନ୍‌ରେ ମ୍ୟାଚ୍‌ ହାରିଥିଲା କୋଲକତା ଟିମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ହାତୀ ନଦୀରେ ବନ୍ୟା: ଧୋଇନେଲା ରାସ୍ତା, ଜୁନାଗଡ଼-କଲମପୁର ଯାତାୟାତ ବିଚ୍ଛିନ୍ନ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ୨ ଦିନ ଧରି ଲଗାଣବର୍ଷା ଯୋଗୁ ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାର ମଧ୍ୟଭାଗରେ ପ୍ରବାହିତ ହେଉଥିବା…

କେରଳ ସୁନ୍ଦରୀ କୈଜିଆ ଲିଜ ମାଜ୍ଜୋ ହେଲେ ମିସ ଇଣ୍ଡିଆ ୟୁନିଭର୍ସ 2026, ମୁକୁଟ ପିନ୍ଧାଇଲେ ମନିକା ବିଶ୍ୱକର୍ମା

ନୂଆଦିଲ୍ଲୀ,୨୪।୮: ମିସ ୟୁନିଭର୍ସ ଇଣ୍ଡିଆ ୨୦୨୬ ହେଉଛି ମିସ ୟୁନିଭର୍ସ ଇଣ୍ଡିଆ ପ୍ରତିଯୋଗିତାର ତୃତୀୟ ସଂସ୍କରଣ, ଯାହା ୨୩ ଅଗଷ୍ଟ, ୨୦୨୬ରେ ରାଜସ୍ଥାନର ଜୟପୁରର ଜୀ ଷ୍ଟୁଡିଓରେ…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

୬୩ ବର୍ଷ ତଳେ ପେଟ୍ରୋଲ ଦର ଥିଲା ୭୨ ପଇସା, ରସିଦ୍‌ ପ୍ରଦାନ କରି ଅବସରପ୍ରାପ୍ତ ଏସ୍‌ବିଆଇ ଅଧିକାରୀ କହିଲେ…

କଟକ ସଦର,୨୪ା୮(ସୁଶାନ୍ତ କୁମାର ଜେନା): ବର୍ତ୍ତମାନ ପେଟ୍ରୋଲ ଦର ସ୍ଥାନ ବିଶେଷରେ ୧୧୦ ଟଙ୍କାରେ ପହଞ୍ଚିଲାଣି। ଦର ବଢ଼ିବା ସହିତ ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି…

ରାଜ୍ୟରୁ ୨୪ ହଜାର ଶିଶୁ ନିଖୋଜ: ୨୦୨୪ରେ ସର୍ବାଧିକ ୬,୨୨୩ ନିଖୋଜ, ୮୭% ଝିଅ

ଭୁବନେଶ୍ୱର,୨୪।୮(ତ୍ରିନାଥ ମହାନ୍ତି ): ଯାଜପୁର ଜିଲାର ପିହୁ ହେଉ ଅବା ନୟାଗଡ଼ର ପରୀ। ରାଜ୍ୟର ବିଭିନ୍ନ ଜିଲାରୁ କୋମଳମତି ଶିଶୁ ନିଖୋଜ ହୋଇଯାଉଛନ୍ତି। ସେମାନଙ୍କୁ ଖୋଜିବା ପାଇଁ…

ପିଆଜ ଦର ବୃଦ୍ଧି ଉପରେ ସରକାରଙ୍କ ବଡ଼ ଆକ୍ସନ, ଏବେ ଏଇଠୁ ଆସିଲା ପରେ ମିଳିବ ଶସ୍ତା ପିଆଜ

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବୃଦ୍ଧିରେ ପୁଣି ଥରେ ଚେପା ହେଲେଣି ସାଧାରଣ ପରିବାରର। ଦେଶର ଅନେକ ସ୍ଥାନରେ ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ବୃଦ୍ଧିକୁ…

ଏଆଇ ସାହାଯ୍ୟରେ ପ୍ଲାଣ୍ଟ ଇମ୍ୟୁନିଟି ସିଷ୍ଟମ୍‌ ପ୍ରସ୍ତୁତ କଲେ ଚାଇନା ଗବେଷକ

ବେଜିଂ, ୨୪ା୮: ଫସଲକୁ ସାଂଘାତିକ ରୋଗ ଏବଂ ଜୀବାଣୁ, ଭୂତାଣୁ ଓ କବକ ଆକ୍ରମଣରୁ ରକ୍ଷା କରିବା ପାଇଁ ଚାଇନା ଗବେଷକମାନେ କୃତ୍ରିମ ପ୍ରତିରୋଧକ ବ୍ୟବସ୍ଥା ବିକଶିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri