Posted inଖେଳ

କିଟ୍‌ ମହିଳା, ପୁରୁଷ ଦଳର ବିଜୟ ଅଭିଯାନ

ଭୁବନେଶ୍ୱର, ୨୫।୫ (କ୍ରୀଡ଼ା ପ୍ରତିନିଧି): ଉତ୍ତର ପ୍ରଦେଶର ବିଭିନ୍ନ ସହରରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ରଗ୍‌ବୀ ବିଭାଗରେ କିଟ୍‌ ବିଶ୍ୱବିଦ୍ୟାଳୟର ମହିଳା ଓ ପୁରୁଷ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଓ ଆସୋସିଏଶନ ଅଫ୍‌ ଇଣ୍ଡିଆନ ୟୁନିଭର୍ସିଟିଜ୍‌(ଏଆଇୟୁ)ର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି। ପ୍ରତିଯୋଗିତାର ରଗ୍‌ବୀ ଇଭେଣ୍ଟ ଲକ୍ଷ୍ନୌସ୍ଥିତ ଗୁରୁ ଗୋବିନ୍ଦ ସିଂ ସ୍ପୋଟର୍‌ସ କଲେଜ ପରିସରରେ ଅନୁଷ୍ଠିତ ହେଉଛି। ପୁରୁଷ ୭ଏସ୍‌ ଇଭେଣ୍ଟରେ କିଟ୍‌ ଦଳ ୟୁନିଭର୍ସିଟି ଅଫ୍‌ ମୁମ୍ବାଇକୁ ୩୧-୦ରେ ପରାସ୍ତ କରିଛି। ପରେ ଦ୍ୱିତୀୟ ମ୍ୟାଚରେ ପଞ୍ଜାବର ଲଭ୍‌ଲି ପ୍ରଫେଶନାଲ ୟୁନିଭର୍ସିଟିକୁ ୨୮-୧୨ରେ ହରାଇ ଦେଇଛି। ସେହିପରି ମହିଳା ୭ଏସ୍‌ ଇଭେଣ୍ଟରେ କିଟ୍‌ ଏହାର ପ୍ରଥମ ମ୍ୟାଚରେ ଅମୃତସରର ଗୁରୁ ନାନକ ଦେବ ୟୁନିଭର୍ସିଟିକୁ ୫୧-୫ ଓ ଦ୍ୱିତୀୟ ମ୍ୟାଚରେ ଚଣ୍ଡିଗଡ଼ ୟୁନିଭର୍ସିଟିକୁ ୫୧-୦ରେ ପରାସ୍ତ କରିଛି। ଗୁରୁବାର ଅନ୍ତିମ ଲିଗ୍‌ ମ୍ୟାଚରେ କିଟ୍‌ର ମହିଳା ଓ ପୁରୁଷ ଦଳ କୋହ୍ଲାପୁରର ଶିବାଜୀ ୟୁନିଭର୍ସିଟିକୁ ଭେଟିବ। ଏଥିରେ ବିଜୟୀ ହେଲେ ପୁଲ୍‌ ଟପ୍ପର ହେବ। ପୁରୁଷ ଟେନିସ ଇଭେଣ୍ଟରେ କିଟ୍‌ ଦଳ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟକୁ ୨-୧ରେ ହରାଇ ଅଭିଯାନ ଆରମ୍ଭ କରିଛି। ଉଭୟ ଦଳ ସିଙ୍ଗଲ୍ସରେ ବିଜୟୀ ହୋଇଥିବାବେଳେ ଡବଲ୍ସରୁ ଫଳାଫଳ ନିର୍ଣ୍ଣୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଆପଣ ବି ଦିନରାତି AC ଚଲାଉଛନ୍ତି କି? ଫାଟିବା ପୂର୍ବରୁ ଜାଣି ନିଅନ୍ତୁ ଏହି ଜରୁରୀ ନିୟମ

ନୂଆଦିଲ୍ଲୀ,୨୪।୫: ରାଜ୍ୟ ତଥା ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଗରମ ଏବଂ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଲୋକମାନେ ଘର ଓ…

ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ

ବ୍ରହ୍ମପୁର,୨୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନୂଆ ସାହି ନିକଟରେ ଥିବା ବଡ଼ ବନ୍ଧ(ପୋଖରୀ)ରେ ବୁଡ଼ି ଜଣେ ଛାତ୍ର ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଛି।…

ସ୍ୱାମୀ କି ପିଲା ନାହାନ୍ତି? ମହିଳାଙ୍କ ମୃତ୍ୟୁ ପରେ କାହାକୁ ମିଳିବ ସମ୍ପତ୍ତି; ବାପଘର ନା ଶାଶୁଘର? ଆଶ୍ଚର୍ଯ୍ୟ କରିବ ଆଇନ!

ନୂଆଦିଲ୍‌ଲୀ,୨୪।୫: ଭାରତୀୟ ସମାଜରେ ମହିଳାମାନଙ୍କ ଆର୍ଥିକ ସୁରକ୍ଷା ଏବଂ ସମ୍ପତ୍ତି ଅଧିକାରକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରଶ୍ନ ଉଠିଥାଏ। ସାଧାରଣତଃ ବିବାହ ପରେ ଜଣେ ମହିଳାଙ୍କ…

ଟ୍ରେନ୍‌ ଉପରେ ଚଢ଼ି ସେଲ୍‌ଫି ନେଉଥିଲେ ଯୁବକ, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲେ

ଭୁବନେଶ୍ୱର,୨୪ା୫: ଟ୍ରେନ୍‌ରେ ଚଢ଼ି ସେଲ୍‌ଫି ନେବାବେଳେ ଜଳିଗଲେ ଜଣେ ଯୁବକ। ରବିବାର ପୂର୍ବାହ୍ନରେ ମଞ୍ଚେଶ୍ୱର ଷ୍ଟେଶନରେ ଏପରି ଅଘଟଣ ଘଟିଛି। ଯୁବକ ଜଣକ ଟ୍ରେନ ଉପରେ ଚଢ଼ି…

ମାଟି ଉଠାଣକୁ ନେଇ ତୁମୁଳକାଣ୍ଡ: ଥାନାରେ ପହଞ୍ଚିଲା ମାମଲ…

ଧର୍ମଶାଳା,୨୪।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତର ଶୁନାରି ମୌଜାରୁ ଅବୈଧ ଭାବେ ମାଟି ଉଠାଣ ହେଉଥିବା ବେଳେ ଏହାକୁ ବିରୋଧ…

କିଛି ଦେଶକୁ ନ ଯିବା ପାଇଁ ଆଡଭାଇଜରୀ ଜାରି କଲେ ଭାରତ ସରକାର, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୫: ଆଫ୍ରିକାରେ ଇବୋଲା ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି, ଭାରତ ସରକାର ଏକ ଯାତ୍ରା ପରାମର୍ଶ ବା ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି,…

ରେଲଓ୍ବେ ଟ୍ରାକରେ ଜବରଦସ୍ତ ବିସ୍ଫୋରଣ, ୨୩ରୁ ଅଧିକ ମୃତ୍ୟୁ ଆଶଙ୍କା

ଇସଲାମାବାଦ,୨୪।୫: ପୁଣିଥରେ ଦୋହଲି ଯାଇଛି ପାକିସ୍ତାନ। କ୍ୱେଟା ସହରରେ ଏକ ଟ୍ରେନରେ ବିସ୍ଫୋରଣ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିସ୍ଫୋରଣରେ ଅନେକ ମୃତାହତ ହୋଇଥିବା ଆଶଙ୍କା…

ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀଙ୍କ ଆହ୍ୱାନ

ଗଞ୍ଜାମ,୨୪/୫ (ବିଦ୍ୟାଧର ସାହୁ): ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ସମାଜରେ ଚାଲିଥିବା କୁସଂସ୍କୃତ ରାଜନୀତିରୁ ଦୂରେ ରହି ସହରର ବିକାଶ, ନିଶାମୁକ୍ତ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri