Posted inଖେଳ

ଅଲମ୍ପିକ୍ସରେ ନିରାଶ କଲେ ଓଡ଼ିଆ ପୁଅ, ପ୍ୟାରିସ୍‌ ଅଲମ୍ପିକ୍ସ ଯାତ୍ରାର ଅନ୍ତ

ନୂଆଦିଲ୍ଲୀ, ୦୬।୦୮: ଚଳିତ ପ୍ୟାରିସ୍‌ ଅଲମ୍ପିକ୍ସରେ ନିରାଶ କରିଛନ୍ତି ଓଡ଼ିଶାର ପୁଅ କିଶୋର ଜେନା । ପୁରୀ ଜିଲାରୁ ଅଲମ୍ପିକ୍ସ ଯାତ୍ରା କରିଥିବା ଜାଭେଲିନ୍‌ ଷ୍ଟାର କିଶୋର ଜେନା ଅଲମ୍ପିକ୍ସରେ ସେତେଟା ଭଲ ପ୍ରଦର୍ଶନ କରିପାରିନାହାନ୍ତି । ଏସିଆନ୍‌ ଗେମ୍ସରେ ସିଲଭର ଜିତିଥିବା ଏହି କ୍ରୀଡ଼ା ତାରକା ପ୍ରଥମଥର ପାଇଁ ଅଲମ୍ପିକ୍ସରେ ଯିବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ତାଙ୍କ ଉପରେ ଓଡ଼ିଶାବାସୀ ତଥା ସାରା ଭାରତର ନଜର ରହିଥିଲା । ହେଲେ ସେ ଅଲମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାୟରେ ବିଫଳ ହୋଇଛନ୍ତି ।

କିଶୋର ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ଗ୍ରୁପ୍‌ରେ ରହିଥିଲେ। ଯୋଗ୍ୟତା ପର୍ଯ୍ୟାୟରେ କିଶୋର ଜେନା ୮୪ ମିଟର ଜାଭେଲିନ୍‌ ଫିଙ୍ଗିବାକୁ ସକ୍ଷମ ହୋଇନଥିଲେ । ଫଳରେ ସେ ପରବର୍ତ୍ତୀ ପର୍ଯ୍ୟାୟରୁ ବଞ୍ଚିତ ହୋଇଛନ୍ତି । ଯୋଗ୍ୟତା ପର୍ଯ୍ୟାୟରେ ସେ ପ୍ରଥମ ପ୍ରୟାସରେ ୮୦.୭୩ ମିଟର ଜାଭେଲିନ୍‌ ଫୋପାଡ଼ି ଥିଲେ । ଦ଼୍ବିତୀୟ ଥ୍ରୋ ତାଙ୍କର ଫାଉଲ ହୋଇଥିଲା । ଏହାପରେ ତୃତୀୟ ତଥା ଶେଷ ଥ୍ରୋରେ ସେ ୮୦.୨୧ ମିଟର ଜାଭେଲିନ୍‌ ଫିଙ୍ଗିବାକୁ ସକ୍ଷମ ହୋଇଥିଲେ ।

ଅନ୍ୟପଟେ ଟୋକିଓ ଅଲମ୍ପିକ୍ସରେ ସ଼୍ବର୍ଣ୍ଣ ବିଜେତା ତଥା ଭାରତୀୟ ଜାଭେଲିନ୍‌ ଷ୍ଟାର ନୀରଜ ଚୋପ୍ରାଙ୍କୁ ବଡ଼ ସଫଳତା ମିଳିଛି । ପ୍ୟାରିସ୍‌ ଅଲମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାରୁ ହିଁ ତାଙ୍କୁ ଫାଇନାଲ୍‌ରେ ସ୍ଥାନ ମିଳିଛି । ପ୍ରଥମ ରାଉଣ୍ଡରେ ସେ ୮୯.୩୪ ମିଟର ଜାଭେଲିନ୍‌ ଫିଙ୍ଗି ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି । କିଶୋରଙ୍କ ବିଫଳତା ପରେ ଏବେ ସମସ୍ତଙ୍କ ନଜର ନୀରଜଙ୍କ ଉପରେ ରହିଛି । ନୀରଜ ପୁଣିଥରେ ଗୋଲ୍ଡ ଆଣିବେ ବୋଲି ଭାରତୀୟ ଆଶା ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri