Posted inଖେଳ

କିଶୋର ଭିମାନୀଙ୍କ ପରଲୋକ

କୋଲକାତା, ୧୬ା୧୦ (ପି.ଟି.)-ଭେଟେରାନ କ୍ରୀଡ଼ା ଜର୍ନାଲିଷ୍ଟ ତଥା କ୍ରିକେଟ ଭାଷ୍ୟକାର କିଶୋର ଭିମାନୀଙ୍କ ପରଲୋକ ହୋଇଯାଇଛି। ତାଙ୍କ ୮୦ବର୍ଷ ହୋଇଥିଲା। ସେ ଅସୁସ୍ଥ ଥିବାରୁ କିଛି ଦିନ ହେଲା ଚିକିତ୍ସାଧୀନ ଥିଲେ। ଭିମାନୀଙ୍କ ପୁଅ ଗୌତମ ଜଣେ ଜଣାଶୁଣା ଟିଭି ବ୍ୟକ୍ତିତ୍ୱ। ୧୯୮୦ ଦଶକରେ ସେ ଜଣେ ଜଣାଶୁଣା ଇଂଲିଶ ଭାଷ୍ୟକାର ଥିଲେ। ତାଙ୍କ ଦେହାନ୍ତରେ କ୍ରୀଡ଼ାମହଲରେ ଶୋକର ଛାୟା ଖେଳିଯାଇଛି। ୧୯୮୭ରେ ଅହମ୍ମଦାବାଦ୍‌ରେ ପାକିସ୍ତାନ ବିପକ୍ଷ ଡ୍ର ମ୍ୟାଚରେ ସୁନୀଲ ଗାଭାସ୍କର ଟେଷ୍ଟ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ୧୦,୦୦୦ ରନ ପୁରଣ କରିଥିଲେ। ସେତେବେଳେ ଭିମାନୀ ମ୍ୟାଚରେ ଧାରାବିବରଣୀ ଦେଇଥିଲେ। ୧୯୮୦ ଦଶକରେ ବ୍ରିଟିଶ ପବ୍ଲିକେଶନରେ ଯେଉଁ କେତେଜଣ ଭାରତୀୟ କ୍ରିକେଟ ଲେଖକଙ୍କର ଚାହିଦା ଥିଲା ସେମାନଙ୍କ ମଧ୍ୟରେ ଭିମାନୀ ଅନ୍ୟତମ ଥିଲେ। ଇମ୍ରାନ ଖାଁ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ଥିବାବେଳେ ଯେତେବେଳେ କୋଲକାତା ଆସୁଥିଲେ ଭିମାନୀଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟୁଥିଲେ। ଭିମାନୀ କୋଲକାତାରୁ ପ୍ରକାଶିତ ଦୈନିକ ‘ଦି ଷ୍ଟେଟ୍ସମ୍ୟାନ’ରେ କାର୍ଯ୍ୟକରୁଥିଲେ। ସେ ଜଣେ ଜଣାଶୁଣା ସ୍ତମ୍ଭକାର ଥିଲେ। ’ଦି ଆକ୍ସିଡେଣ୍ଟାଲ ଗଡ୍‌ମ୍ୟାନ’ ତାଙ୍କର ଚର୍ଚ୍ଚିତ ଲେଖାଥିଲା। ସେ ୧୯୭୮ରୁ ୧୯୮୦ ପର୍ଯ୍ୟନ୍ତ କଲିକତା ସ୍ପୋଟର୍‌ସ ଜର୍ନାଲିଷ୍ଟ କ୍ଲବର ସଭାପତି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND vs WI Super-8 Live Score: ଭାରତ ଆଗରେ ୧୯୬ ରନ୍‌ର ବିଜୟ ଟାର୍ଗେଟ୍‌

କୋଲକାତା,୧।୩: କୋଲକାତାର ଐତିହାସିକ ଇଡେନ୍‌ ଗାର୍ଡେନ୍ସ ମଇଦାନରେ ରବିବାର ଖେଳାଯାଇଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌ରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ…

ବିମାନବନ୍ଦରଠାରୁ ୧୦୦ମିଟର ଦୂରରେ ହୋଇଥିଲା ବିସ୍ଫୋରଣ, ବର୍ଣ୍ଣନା କଲେ ସିନ୍ଧୁ

ନୂଆଦିଲ୍ଲୀ, ୧ା୩: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ ଦୁଇଥର ଅଲିମ୍ପିକ ପଦକ…

୪ରେ ଦକ୍ଷିଣ ଆଫ୍ରିକା- ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ

ନୂଆଦିଲ୍ଲୀ,୧।୩: ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୫ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଜିମ୍ବାଓ୍ବେ ଦ୍ୱାରା ପ୍ରଦତ୍ତ ୧୫୪ ରନର ଟାର୍ଗେଟକୁ…

ଯୁଦ୍ଧର ପ୍ରଭାବ: ଆବୁଧାବିରେ ପାକିସ୍ତାନ-ଇଂଲଣ୍ଡ ମ୍ୟାଚ ବାତିଲ

କରାଚୀ,୧ା୩: ଇରାନ ଉପରେ ଆମେରିକାର ଆକ୍ରମଣ ପରେ ସୁରକ୍ଷାଗତ କାରଣ ଦୃଷ୍ଟିରୁ ଆବୁଧାବିରେ ଶନିବାର ପାକିସ୍ତାନ ଶାହିନ୍ସ ଏବଂ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ…

T୨୦ ବିଶ୍ୱକପ୍‌ ଫାଇନାଲ ଜିତିବା ଟିମ୍‌ ହେବ ମାଲାମାଲ, ମିଳିବ ଏତିକି କୋଟି

ନୂଆଦିଲ୍ଲୀ,୧।୩: କ୍ରିକେଟ ଜଗତର ନଜର ଆଜିର ଦିନ ଉପରେ ଅଟକିଛି। କାରଣ ରବିବାରରେ ଟି-୨୦ ବିଶ୍ୱକପ୍‌ ସୁପର-୮ ରାଉଣ୍ଡର ସବୁଠାରୁ ବଡ଼ ତଥା ଶେଷ ମୁକାବିଲା ଖେଳାଯିବ।…

IND VS WI: ଇଡେନ ଗାର୍ଡେନ୍ସରେ ମହାଲଢ଼େଇ, ଟସ୍‌ ଜିତିଲା ଭାରତ, ଏକାଦଶକୁ ନେଇ ବଡ଼ ନିଷ୍ପତ୍ତି

କୋଲକାତା,୧।୩: ଟି-୨୦ ବିଶ୍ୱକପ ୨୦୨୬ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଆଜି(ରବିବାର) କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ମଇଦାନରେ ଖେଳାଯାଉଛି। ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା…

ODI ରୁ ଅବସର ନେଲେ ଏହି ଖେଳାଳି, ଭାରତ ବିପକ୍ଷରେ ମ୍ୟାଚ୍‌ରେ…

ନୂଆଦିଲ୍ଲୀ,୧।୩: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ମହିଳା କ୍ରିକେଟର ଆଲିସା ହିଲି ଓ୍ବାନଡେ କ୍ରିକେଟରୁ ଅବସର ନେଇଛନ୍ତି । ସେ ମାର୍ଚ୍ଚ ୧ ତାରିଖରେ ଭାରତ ବିପକ୍ଷରେ ତାଙ୍କ କ୍ୟାରିୟରର…

ଟି୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କାର ନୈରାଶ୍ୟଜନକ ପ୍ରଦର୍ଶନ: କୋଚ୍‌ ପଦରୁ ଇସ୍ତଫା ଦେବେ…

କଲମ୍ବୋ,୧।୩: ଟି-୨୦ ବିଶ୍ୱକପରେ ଶ୍ରୀଲଙ୍କା କ୍ରିକେଟ ଦଳର ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ ପରେ, ଦଳର ମୁଖ୍ୟ କୋଚ୍‌ ସନଥ ଜୟସୂରିୟା ନିଜ ପଦରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri