ଜାତୀୟ ସ୍ତରୀୟ ପ୍ରେରଣା ଉତ୍ସବ ପାଇଁ ଛାତ୍ରୀ କୀର୍ତ୍ତନା ମନୋନୀତ, ଅଞ୍ଚଳରେ ଖୁସିର ଲହରି

ପଟାଙ୍ଗି,୧୯ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରମହକୁମାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ କୀର୍ତ୍ତନା ସାହୁ ଜାତୀୟ ସ୍ତରୀୟ ପ୍ରେରଣା ଉତ୍ସବ କାର୍ଯ୍ୟକ୍ରମକୁ ମନୋନୀତ ହୋଇ ଜିଲା, ବ୍ଲକ ଏବଂ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।

ସୂଚନାନୁଯାୟୀ, ଫେବୃଆରୀ ୧୦ରେ କୋରାପୁଟ ଜବାହର ନବୋଦୟ ବିଦ୍ୟାଳୟରେ ହୋଇଥିବା ଜିଲାସ୍ତରୀୟ ପ୍ରେରଣା ଉତ୍ସବ କାର୍ଯ୍ୟକ୍ରମରେ ପଟ୍ଟାଙ୍ଗି ବ୍ଲକ ସଦରମହକୁମାର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ କୀର୍ତ୍ତନା ସାହୁ ଜାତୀୟ ସ୍ତରକୁ ଚୟନ ହୋଇଥିବା ସମ୍ପର୍କରେ ବିଦ୍ୟାଳୟକୁ ଖବର ପହଞ୍ଚିଥିଲା। ଉକ୍ତ ଖବରକୁ ନେଇ ବିଦ୍ୟାଳୟରେ ଖୁସିର ଲହରି ଖେଳିଯାଇଥିଲା। କୀର୍ତ୍ତନାଙ୍କ ନିକଟକୁ ସହପାଠୀଙ୍କ ସମେତ ଶିକ୍ଷୟିତ୍ରୀ ଶିକ୍ଷକଙ୍କର ଶୁଭେଚ୍ଛାର ସୁଅ ଛୁଟିଥିଲା।

ଅନ୍ୟପକ୍ଷରେ କୋରାପୁଟର ଉପରୋକ୍ତ ବିଦ୍ୟାଳୟରେ ହୋଇଥିବା ପ୍ରେରଣା ଉତ୍ସବରେ ବିକଶିତ ଭାରତ ସମ୍ପର୍କିତ ବିଷୟକୁ ନେଇ ୩୦ ଜଣଙ୍କ ମଧ୍ୟରୁ ଜଣେ ଛାତ୍ରୀ କୀର୍ତ୍ତନା ସାହୁ ଚିତ୍ରା ଅଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଜାତୀୟ ସ୍ତରକୁ ଚୟନ ହୋଇଥିବା ଆମ ବିଦ୍ୟାଳୟ ପାଇଁ ଗୌରବ ଆଣିଛି ବୋଲି ଶିକ୍ଷୟିତ୍ରୀ ଶିକ୍ଷକ ମତପ୍ରକାଶ କରିବା ସହ ଅନ୍ୟ ଛାତ୍ରୀଛାତ୍ରଙ୍କ ପାଇଁ ଏହା ଉଦାହରଣ ସୃଷ୍ଟି କରିବ ବୋଲି ପ୍ରକାଶ କରିଛନ୍ତି।

ସେପଟେ ଛାତ୍ରୀ ଜଣକ ଜାତୀୟ ସ୍ତରକୁ ଚୟନ ହୋଇଥିବା ନେଇ ପରିବାର ବର୍ଗ ଜାଣିବା ପରେ ଝିଅ କୀର୍ତ୍ତନାଙ୍କୁ ଜାତୀୟ ସ୍ତରରେ କିପରି ସଫଳତା ହାସଲ କରିବ ସେନେଇ ସହଯୋଗର ହାତ ବଢ଼ାଇଥିବା ଜଣାପଡ଼ିଛି।

୨୯ ଅଗଷ୍ଟରୁ ୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଗୁଜରାଟର ରାଜ୍ୟ ଶିକ୍ଷା ଅନୁସନ୍ଧାନ ଏବଂ ତାଲିମ ପରିଷଦ (GCERT), ଗାନ୍ଧୀନଗରରେ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରେରଣା ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତ। ଏହିପରି ସ୍ଥିତିରେ ବ୍ଲକର ଏକ ମାତ୍ର ଛାତ୍ରୀ ଜିଲା ଜାତୀୟ ସ୍ତରକୁ ଚୟନ ହୋଇଥିବାବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ଶୁଭେଚ୍ଛା ଜଣାଯାଇ ନ ଥିବାରୁ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଏନେଇ କୀର୍ତ୍ତନା ବିକଶିତ ଭାରତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜାତୀୟସ୍ତରକୁ ଯିବା ପଛରେ ଶିକ୍ଷକ ରୋଶନ କୁମାର ମେହେର ସାର୍‌ଙ୍କଠାରୁ ଆରମ୍ଭ କରି ଅନ୍ୟ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କର ଯେଉଁଭଳି ସହଯୋଗ ଏହା ମୋ’ ପାଇଁ ସବୁବେଳେ ମନେ ରହିବା ସହ ଆଶୀର୍ବାଦ ହୋଇ ରହିବ ବୋଲି ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୩ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ ସରପଞ୍ଚ ତପନ କୁମାର ପ୍ରଧାନଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତଙ୍କୁ କେ.ନୂଆଗାଁ ଥାନା ପୋଲିସ…

ସରକାରଙ୍କ ବଡ଼ ନିଷ୍ପତ୍ତି; ସେପ୍ଟେମ୍ବର ୧୧ରେ ସରକାରୀ ଛୁଟି, କଣ ଖୋଲା କଣ ବନ୍ଦ ଜାଣନ୍ତୁ

ନୂଆଦିଲ୍ଲୀ,୩ା୯: ରାଜଧାନୀ ଦିଲ୍ଲୀରେ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ସରକାରୀ ଛୁଟି ଘୋଷଣା କରାଯାଇଛି । ଦିଲ୍ଲୀରେ ହେବାକୁ ଥିବା BRICS ସମ୍ମିଳନୀକୁ ଦୃଷ୍ଟିରେ ରଖି ସୁରକ୍ଷା,…

ଶୋଇଥିବାବେଳେ ମହିଳାଙ୍କୁ ଚୋଟ ମାରିଲା ସାପ, ଚାଲିଗଲା ଜୀବନ

କୂଆଁରମୁଣ୍ଡା,୩ା୯(ମହେନ୍ଦ୍ର କୁମାର ସାହୁ): ବିଷାକ୍ତ ସାପ କାମୁଡ଼ିବା ପରେ ପ୍ରଥମେ ଝଡ଼ା ଫୁଙ୍କା ଓ ପରେ ନକଲି ଡାକ୍ତରଙ୍କ ନିକଟକୁ ଯାଇ ପରିସ୍ଥିତି ସଙ୍କଟାପନ୍ନ ହେବାରୁ ଶେଷରେ…

୧୦୦ ବର୍ଷ ପରେ ଏଥର ନବରାତ୍ରିରେ ଦୁର୍ଲଭ ଯୋଗ: ଜାଣନ୍ତୁ କେଉଁ ରାଶି ଉପରେ ପଡ଼ିବ ପ୍ରଭାବ

ଚଳିତବର୍ଷ ଶାରଦୀୟ ନବରାତ୍ରି ଅକ୍ଟୋବର ୧୧, ୨୦୨୬ରେ କଳସ ସ୍ଥାପନ ସହିତ ଆରମ୍ଭ ହେଉଛି। ଏହା ଅକ୍ଟୋବର ୧୯ରେ ଶେଷ ହେବ। ଅକ୍ଟୋବର ୨୦ରେ ବିଜୟାଦଶମୀ ବା…

Video: ମନକୁ ଦୋହଲାଇଦେବା ଭଳି ଦୃଶ୍ୟ, ବନ୍ୟାରେ ଭାସିଆସିଥିବା ନିଷ୍ପାପ ଶିଶୁକୁ କୋଳରେ ଧରି ଭାବପ୍ରବଣ ହେଲେ ସେନା କର୍ମଚାରୀ

କାଠମାଣ୍ଡୁ,୩।୯: ନେପାଳରେ ବନ୍ୟା ଏବଂ ଧ୍ୱଂସ ମଧ୍ୟରେ ମାନବତାର ଏକ ହୃଦୟସ୍ପର୍ଶୀ କାର୍ଯ୍ୟକୁ ପ୍ରଦର୍ଶନ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଭାଇରାଲ…

‘Gen-Z ଚାକିରି ପାଇଁ ଉପଯୁକ୍ତ ନୁହଁନ୍ତି’: ସ୍ନାତକମାନଙ୍କୁ ରୋବୋଟ ସହିତ ବଦଳାଇବାକୁ ପ୍ରସ୍ତୁତ ବସ

ଓ୍ବାଶିଂଟନ,୩।୯: ପ୍ରମୁଖ ଆମେରିକୀୟ କମ୍ପାନୀଗୁଡ଼ିକ Gen-Z କର୍ମଚାରୀଙ୍କ କାର୍ଯ୍ୟ ଅଭ୍ୟାସ, ଯୋଗାଯୋଗ ଶୈଳୀ ଏବଂ ବୃତ୍ତିଗତ ଆଚରଣ ପ୍ରତି କ୍ରମଶଃ ଅସନ୍ତୁଷ୍ଟ ହେଉଛନ୍ତି। ଅଧିକାଂଶ ଆମେରିକୀୟ କମ୍ପାନୀ…

ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କୁ ଲାପଟପ ବଣ୍ଟନ: ଶିକ୍ଷାକୁ ସହଜ କରିବାକୁ ଉଦ୍ୟମ

କର୍ଲାମୁଣ୍ଡା,୩।୯(ପ୍ରଦୀପ କୁମାର ସାହୁ):ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କ ଶିକ୍ଷାକୁ ସହଜ ଓ ଡିଜିଟାଲ ମାଧ୍ୟମରେ ଆହୁରି ସୁଗମ କରିବା ଉଦ୍ଦେଶ୍ୟରେ ଜିଲାପାଳଙ୍କ ପକ୍ଷରୁ ଲାପଟପ ବଣ୍ଟନ କରାଯାଇଛି। ଜିଲାପାଳଙ୍କ ଆବାସିକ…

ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ପତ୍ନୀଙ୍କ ଆବେଦନର ଶୁଣାଣି ଶେଷ କଲେ ହାଇକୋର୍ଟ

କଟକ,୩ା୯(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନ ଉପରେ ଆଜି ଶୁଣାଣି ଶେଷ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri