Posted inଫୁରସତ

ସୁନ୍ଦର ପୁରୁଷଙ୍କୁ ଦେଖିବା ମାତ୍ରେ ବେହୋସ୍‌ ହୋଇଯାଆନ୍ତି ଏହି ମହିଳା: ଆଖି ସହ ଆଖି ମିଶାଇବାକୁ….

ସୁନ୍ଦର ପୁରୁଷଙ୍କ ପ୍ରତି ମହିଳାଙ୍କ ଦୁର୍ବଳତା ରହିଥାଏ। ହେଲେ ଯଦି କେହି ହ୍ୟାଣ୍ଡସମ୍‌ ବ୍ୟକ୍ତିଙ୍କୁ ଦେଖିଲେ ଆପଣ ଚେତାଶୂନ୍ୟ ହୋଇଯିବେ କି ବୋଲି ପ୍ରଶ୍ନ କରନ୍ତି ତେବେ ଏହାକୁ ହାସ୍ୟାସ୍ପଦ ପ୍ରଶ୍ନ ବୋଲି କହିବେ ନିଶ୍ଚୟ। ମାତ୍ର ଜଣେ ମହିଳା ଏଭଳି ଅଛନ୍ତି ଯିଏ ସୁନ୍ଦର ପୁରୁଷଙ୍କ ସହ ଆଖି ମିଶାଇବା କ୍ଷଣି ଚେତା ହରାଇ ବସିଥାନ୍ତି। ମହିଳାଜଣଙ୍କ ହେଲେ ଇଂଲଣ୍ଡର କିର୍ଷ୍ଟି ବ୍ରାଉନ୍‌। ସାଧାରଣତଃ ଦିନକୁ ପାଞ୍ଚଥର ବେହୋସ୍‌ ସେ ହୁଅନ୍ତି। କିନ୍ତୁ ବେଳେବେଳେ ଏହି ସଂଖ୍ୟା ଦିନରେ ୫୦ଥରରେ ପହଞ୍ଚିଥାଏ।

କିର୍ଷ୍ଟି କାଟାପ୍ଲେସି ନାମକ ଏକ ବ୍ରେନ୍‌ ଡିସ୍‌ଅର୍ଡର(ମସ୍ତିଷ୍କ ବ୍ୟାଧି)ରେ ପୀଡ଼ିତ। ଏହି ରୋଗରେ ପୀଡ଼ିତ ଲୋକଙ୍କ ମନରେ କ୍ରୋଧ, ଡର ଏବଂ ଖୁସି ଭଳି ଭାବପ୍ରବଣତା ସୃଷ୍ଟି ହେବା ମାତ୍ରେ ସେମାନଙ୍କର ମାଂସପେଶୀଗୁଡ଼ିକୁ ପକ୍ଷାଘାତ ହୋଇଯାଏ। ଏପରି ଘଟଣା ବିରଳ ଅଟେ। ଏଣୁ କିର୍ଷ୍ଟି ଯେତେବେଳେ ବାହାରକୁ ଆସନ୍ତି ମୁଣ୍ଡ ନୁଆଁଇ ଚାଲିବାକୁ ବାଧ୍ୟ ହୁଅନ୍ତି। କାରଣ ସେ ଅନ୍ୟ କାହାର ଆଖି ନ ଦେଖିବା ପାଇଁ ଚେଷ୍ଟା କରିଥାନ୍ତି।

ନିଜର ଏକ ଅନୁଭୂତି ବିଷୟରେ ବର୍ଣ୍ଣନା କରି କିର୍ଷ୍ଟି କହିଛନ୍ତି, ସେ ଥରେ ସପିଂ ପାଇଁ ବଜାରକୁ ଯାଇଥିଲେ। ସେଠାରେ ଜଣେ ବ୍ୟକ୍ତିଙ୍କ ଉପରେ ତାଙ୍କର ଦୃଷ୍ଟି ପଡ଼ିଥିଲା। ସେ ପୂର୍ବରୁ ତାଙ୍କୁ ଦେଖୁଥିଲେ। ଏହା ପରେ ହଠାତ ତାଙ୍କ ଗୋଡ ଏଣେତେଣେ ପଡ଼ିବା ଆରମ୍ଭ କରିଥିଲା। ତାଙ୍କର ଏଭଳି ଅବସ୍ଥା ଦେଖଇ ସାଙ୍ଗରେ ଯାଇଥିବା ସମ୍ପର୍କୀୟମାନେ ଚିନ୍ତାରେ ପଡ଼ିଯାଇଥିଲେ।

କିଷ୍ଟି ଏବେ ଦୁଇଟି ସନ୍ତାନର ଜନନୀ। ନିଜର ଅସୁବିଧାକୁ ନେଇ ସେ ନୂଆ ଘରକୁ ଯିବାକୁ ଚିନ୍ତା କରୁଛନ୍ତି। କାରଣ ସେ ଉଚ୍ଚତା ପସନ୍ଦ କରନ୍ତି ନାହିଁ। କମ୍‌ ସମୟ ଶୋଉଥିବାରୁ ସେ ଶୀଘ୍ର ଥକି ଯାଆନ୍ତି। ଏପରିସ୍ଥଳେ ସିଡି ଚଢ଼ିବା ସମୟରେ ସେ ବେହୋସ୍‌ ହୋଇଯିବାର ସମ୍ଭାବନା ରହିଛି। ଏଣୁ ସେ ସିଡି ନ ଥିବା ଘରକୁ ଯିବାକୁ ଚେଷ୍ଟା କରୁଛନ୍ତି। ରାଗିବା ନଚେତ ଖୁସିହେବା/ହସିବା ତାଙ୍କ ପାଇଁ ଠିକ୍‌ ନୁହେଁ ବୋଲି ସେ ଗ୍ରହଣ କରିଦେଇଛନ୍ତି। ତେବେ ୯ ବର୍ଷ ବୟସରେ ମୁଣ୍ଡରେ ଆଘାତ ଲାଗିବା ପରେ ସେ ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri