Posted inଫୁରସତ

ସୁନ୍ଦର ପୁରୁଷଙ୍କୁ ଦେଖିବା ମାତ୍ରେ ବେହୋସ୍‌ ହୋଇଯାଆନ୍ତି ଏହି ମହିଳା: ଆଖି ସହ ଆଖି ମିଶାଇବାକୁ….

ସୁନ୍ଦର ପୁରୁଷଙ୍କ ପ୍ରତି ମହିଳାଙ୍କ ଦୁର୍ବଳତା ରହିଥାଏ। ହେଲେ ଯଦି କେହି ହ୍ୟାଣ୍ଡସମ୍‌ ବ୍ୟକ୍ତିଙ୍କୁ ଦେଖିଲେ ଆପଣ ଚେତାଶୂନ୍ୟ ହୋଇଯିବେ କି ବୋଲି ପ୍ରଶ୍ନ କରନ୍ତି ତେବେ ଏହାକୁ ହାସ୍ୟାସ୍ପଦ ପ୍ରଶ୍ନ ବୋଲି କହିବେ ନିଶ୍ଚୟ। ମାତ୍ର ଜଣେ ମହିଳା ଏଭଳି ଅଛନ୍ତି ଯିଏ ସୁନ୍ଦର ପୁରୁଷଙ୍କ ସହ ଆଖି ମିଶାଇବା କ୍ଷଣି ଚେତା ହରାଇ ବସିଥାନ୍ତି। ମହିଳାଜଣଙ୍କ ହେଲେ ଇଂଲଣ୍ଡର କିର୍ଷ୍ଟି ବ୍ରାଉନ୍‌। ସାଧାରଣତଃ ଦିନକୁ ପାଞ୍ଚଥର ବେହୋସ୍‌ ସେ ହୁଅନ୍ତି। କିନ୍ତୁ ବେଳେବେଳେ ଏହି ସଂଖ୍ୟା ଦିନରେ ୫୦ଥରରେ ପହଞ୍ଚିଥାଏ।

କିର୍ଷ୍ଟି କାଟାପ୍ଲେସି ନାମକ ଏକ ବ୍ରେନ୍‌ ଡିସ୍‌ଅର୍ଡର(ମସ୍ତିଷ୍କ ବ୍ୟାଧି)ରେ ପୀଡ଼ିତ। ଏହି ରୋଗରେ ପୀଡ଼ିତ ଲୋକଙ୍କ ମନରେ କ୍ରୋଧ, ଡର ଏବଂ ଖୁସି ଭଳି ଭାବପ୍ରବଣତା ସୃଷ୍ଟି ହେବା ମାତ୍ରେ ସେମାନଙ୍କର ମାଂସପେଶୀଗୁଡ଼ିକୁ ପକ୍ଷାଘାତ ହୋଇଯାଏ। ଏପରି ଘଟଣା ବିରଳ ଅଟେ। ଏଣୁ କିର୍ଷ୍ଟି ଯେତେବେଳେ ବାହାରକୁ ଆସନ୍ତି ମୁଣ୍ଡ ନୁଆଁଇ ଚାଲିବାକୁ ବାଧ୍ୟ ହୁଅନ୍ତି। କାରଣ ସେ ଅନ୍ୟ କାହାର ଆଖି ନ ଦେଖିବା ପାଇଁ ଚେଷ୍ଟା କରିଥାନ୍ତି।

ନିଜର ଏକ ଅନୁଭୂତି ବିଷୟରେ ବର୍ଣ୍ଣନା କରି କିର୍ଷ୍ଟି କହିଛନ୍ତି, ସେ ଥରେ ସପିଂ ପାଇଁ ବଜାରକୁ ଯାଇଥିଲେ। ସେଠାରେ ଜଣେ ବ୍ୟକ୍ତିଙ୍କ ଉପରେ ତାଙ୍କର ଦୃଷ୍ଟି ପଡ଼ିଥିଲା। ସେ ପୂର୍ବରୁ ତାଙ୍କୁ ଦେଖୁଥିଲେ। ଏହା ପରେ ହଠାତ ତାଙ୍କ ଗୋଡ ଏଣେତେଣେ ପଡ଼ିବା ଆରମ୍ଭ କରିଥିଲା। ତାଙ୍କର ଏଭଳି ଅବସ୍ଥା ଦେଖଇ ସାଙ୍ଗରେ ଯାଇଥିବା ସମ୍ପର୍କୀୟମାନେ ଚିନ୍ତାରେ ପଡ଼ିଯାଇଥିଲେ।

କିଷ୍ଟି ଏବେ ଦୁଇଟି ସନ୍ତାନର ଜନନୀ। ନିଜର ଅସୁବିଧାକୁ ନେଇ ସେ ନୂଆ ଘରକୁ ଯିବାକୁ ଚିନ୍ତା କରୁଛନ୍ତି। କାରଣ ସେ ଉଚ୍ଚତା ପସନ୍ଦ କରନ୍ତି ନାହିଁ। କମ୍‌ ସମୟ ଶୋଉଥିବାରୁ ସେ ଶୀଘ୍ର ଥକି ଯାଆନ୍ତି। ଏପରିସ୍ଥଳେ ସିଡି ଚଢ଼ିବା ସମୟରେ ସେ ବେହୋସ୍‌ ହୋଇଯିବାର ସମ୍ଭାବନା ରହିଛି। ଏଣୁ ସେ ସିଡି ନ ଥିବା ଘରକୁ ଯିବାକୁ ଚେଷ୍ଟା କରୁଛନ୍ତି। ରାଗିବା ନଚେତ ଖୁସିହେବା/ହସିବା ତାଙ୍କ ପାଇଁ ଠିକ୍‌ ନୁହେଁ ବୋଲି ସେ ଗ୍ରହଣ କରିଦେଇଛନ୍ତି। ତେବେ ୯ ବର୍ଷ ବୟସରେ ମୁଣ୍ଡରେ ଆଘାତ ଲାଗିବା ପରେ ସେ ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଉତ୍ତେଜନା; NSUI-ABVP ସମର୍ଥକଙ୍କ ମଧ୍ୟରେ ହାତାହାତି

ନୂଆଦିଲ୍ଲୀ,୨୨।୮: ଅଗଷ୍ଟ ୨୧ରେ ପୁଣେରେ ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ନେଇ ‘ଛତ୍ରୋଂ କି ଗୁଞ୍ଜ’ (ଛାତ୍ରଙ୍କ ପ୍ରତିଧ୍ୱନି)…

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ପାଲଲହଡ଼ା,୨୨।୮: ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ ଗୁରୁତର…

କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ନେଇ ଚର୍ଚ୍ଚା; ଭାରତୀୟ କୋଚ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୨।୮: କୁଲଦୀପ ଯାଦବଙ୍କୁ ନେଇ ଖୁବ ଆଲୋଚନା ହେଉଛି, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ବାକି ରହିଛି।…

୧୦ ଜିଲାରେ ହେବ ବମ୍ପର ନିଯୁକ୍ତି: ୨,୭୮୦ କୋଟିର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଶୁକ୍ରବାର ୨,୭୮୦ କୋଟି ଟଙ୍କାର…

ଆଉ ମିଳିବନି ବ୍ରାଣ୍ଡେଡ କମ୍ପାନୀର ପିଜା-ବର୍ଗର! McDonald’s ସମତେ ୭ ଫୁଡ ଆଉଟଲେଟର ଲାଇସେନ୍ସ ରଦ୍ଦ

ମୁମ୍ବାଇ,୨୨।୮: ଖାଦ୍ୟ ସୁରକ୍ଷା ଏବଂ ପରିଷ୍କାର ପରିଚ୍ଛନ୍ନତା ମାନଦଣ୍ଡର ଉଲ୍ଲଂଘନ ଅଭିଯୋଗରେ ମହାରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ରାଜ୍ୟବ୍ୟାପୀ ୧୩ଟି ଖାଦ୍ୟ ଦୋକାନର ଲାଇସେନ୍ସକୁ…

କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା: ଦେଶର ମେଗା ପୋର୍ଟ ହେବ ପାରାଦୀପ

ପାରାଦୀପ, ୨୨।୮(ଶରତ ରାଉତ):କେନ୍ଦ୍ର ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଶୁକ୍ରବାର ପାରାଦୀପ ଗସ୍ତ କରିଥିଲେ। ଏହି ଅବସରରେ…

ଷ୍ଟେଜ ଉପରେ କାହିଁକି ହଠାତ ନାଚିଲେ ଟ୍ରମ୍ପ? ସାମ୍ନାକୁ ଆସିଲା ଭିଡ଼ିଓ

ଓ୍ବାଶିଂଟନ,୨୨।୮: ଦକ୍ଷିଣ କାରୋଲିନାର ପ୍ରସିଦ୍ଧ ରିସର୍ଟ ସହର ମର୍ଟଲ ବିଚରେ ଏକ କାର୍ଯ୍ୟକ୍ରମରେ ଡୋନାଲ୍ଡ ଟ୍ରମ୍ପ ନାଚିଥିବାର ଦେଖାଯାଇଥିଲା। ଏହି କାର୍ଯ୍ୟକ୍ରମ ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଥିଲା…

ଚିନି ଦାମ ବୃଦ୍ଧି ପାଇଁ ଇଥାନଲ ଦାୟୀ ନୁହେଁ; ତେବେ, କିଏ କଲା ମୂଲ୍ୟ ବୃଦ୍ଧି? ନାମ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୨୨।୮: ସାରା ଦେଶରେ ଚିନି ମୂଲ୍ୟରେ ଦ୍ରୁତ ବୃଦ୍ଧି ମଧ୍ୟରେ, ସରକାର ଶୁକ୍ରବାର ଏହି ଦାବିକୁ ଖାରଜ କରି ଦେଇଛନ୍ତି ଯେ ଇଥାନଲ ପାଇଁ ଚିନିର ମୂଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri