Advertisement

ଭିଜିଲାନ୍ସ ଜାଲରେ କିରାଣି, ଡାଟାଏଣ୍ଟ୍ରି ଅପରେଟର

ବ୍ରହ୍ମପୁର ଅଫିସ,୨୭ା୧୦: ଔଷଧ ଦୋକାନ ସ୍ଥାନାନ୍ତର ପାଇଁ ବ୍ରହ୍ମପୁରରେ ଥିବା ଗଞ୍ଜାମ ରେଞ୍ଜ-୧ ଡ୍ରଗ୍ସ ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟ କନିଷ୍ଠ କିରାଣି ଓ ଡାଟା ଏଣ୍ଟ୍ରି ଅପରେଟର ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେମାନେ ହେଲେ କନିଷ୍ଠ କିରାଣି ଜୟନ୍ତ କୁମାର ମଲିକ ଓ ଡାଟା ଏଣ୍ଟ୍ରି ଅପରେଟର ପ୍ରେମାଞ୍ଜନ ସ୍ବାଇଁ। ଭିଜିଲାନ୍ସ ଟିମ୍‌ ତାଙ୍କଠାରୁ ଲାଞ୍ଚ ଟଙ୍କା ସହ ଆବଶ୍ୟକ କାଗଜପତ୍ର ଜବତ କରିଛି। ଏନେଇ ସେମାନଙ୍କ ବିରୋଧରେ ଏକ ମାମଲା(ନଂ.୨୩/୨୨) ରୁଜୁ ହୋଇଛି। ଭିଜିଲାନ୍ସ ଅଧିକାରୀ ସେମାନଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରିଥିବା ଜଣାପଡିଛି।

ପ୍ରକାଶ ଯେ, ଔଷଧ ଦୋକାନର ସ୍ଥାନ ପରିବର୍ତ୍ତନ ପାଇଁ ମ୍ୟାନେଜର ଗଞ୍ଜାମ ରେଞ୍ଜ-୧ ଡ୍ରଗ୍ସ ଇନ୍ସପେକ୍ଟର କାର୍ଯ୍ୟାଳୟର କିରାଣି ଓ ଡାଟା ଏଣ୍ଟ୍ରି ଅପରେଟରଙ୍କୁ କହିଥିଲେ। ସେମାନେ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ ଦୋକାନ ମ୍ୟାନେଜର ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଗୁରୁବାର ସନ୍ଧ୍ୟାରେ ମ୍ୟାନେଜର ବ୍ରହ୍ମପୁରରେ ଥିବା ଡ୍ରଗ୍ସ ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟକୁ ଯାଇ ଜୟନ୍ତ ଓ ପ୍ରେମାଞ୍ଜନଙ୍କୁ ୨୫ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ସେତିକିବେଳେ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ଲାଞ୍ଚ ଟଙ୍କା ଜବତ କରି ଦୁଇଜଣଙ୍କୁ କାବୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇନମନ୍ତ୍ରୀଙ୍କ ଗିରଫ ଦାବିରେ ଭାଜପାର ରାଲି

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ମହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଭିଯୋଗରେ ଭାଜପା ପକ୍ଷରୁ ତାଙ୍କୁ ଗିରଫ କରାଯିବାକୁ ଦାବି କରାଯାଉଛି ।...

ବିଲୁପ୍ତି ପଥେ ବାଇଚଢ଼େଇ: ଚିନ୍ତାରେ ପରିବେଶପ୍ରେମୀ

ପଟ୍ଟାମୁଣ୍ଡାଇ,୧୨ା୮(ସ୍ବ.ପ୍ର.): ସମୟ ଥିଲା କାନରେ ବାଜୁଥିଲା ବାଇଚଢ଼େଇର କିଚିରି ମିଚିରି ଶବ୍ଦ। ବାଇଚଢ଼େଇକୁ ନେଇ ରହିଛି ଅନେକ କାହାଣୀ, ଗପ, ଗୀତ। ମା’ର ବାଇଚଢ଼େଇ ଗୀତ...

ପୁଣି ଜଳେଶ୍ବରରେ ବ୍ରାଉନସୁଗାର ଜବତ, ଜଣେ ମହିଳା ଗିରଫ

ଜଳେଶ୍ୱର, ୧୧।୧୨(ଡି.ଏନ.ଏ.): ଜଳେଶ୍ବର ଥାନା ଅନ୍ତର୍ଗତ ଶାସନବାଡ ଗ୍ରାମରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, ବାଲେଶ୍ବର ପୋଲିସ ଓ ଜଳେଶ୍ବର ଅବକାରୀ ବିଭାଗର ମିଳିତ...

ବଡ଼ ବଜାର ପୋଷ୍ଟ ଅଫିସ କମ୍ପ୍ୟୁଟର ଅଚଳ: ସେବା ଠପ୍‌

ଗଞ୍ଜାମ,୧୨।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବଡ଼ ବଜାରରେ ଥିବା ପୋଷ୍ଟ ଅଫିସ କମ୍ପ୍ୟୁଟର ୨୦ ଦିନରୁ ଊର୍ଦ୍ଧ୍ୱ ହେବ ଅଚଳ ରହିଛି। ଫଳରେ ପୋଷ୍ଟ ସମ୍ବନ୍ଧୀୟ ସେବା...

ଜେଲରୁ ମୁକୁଳିଲେଣି ୭୨୫୫ କଏଦୀ

କଟକ ଅଫିସ୍‌,୧୫।୫: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜେଲ୍‌ରୁ କଏଦୀଙ୍କୁ ମୁକୁଳାଇବା ନେଇ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ଶ୍ରୀବିଗ୍ରହଙ୍କ ଚିତାଲାଗିରେ ତ୍ରୁଟି

ପୁରୀ ଅଫିସ,୧୩ା୨: ଶ୍ରୀବିଗ୍ରହଙ୍କ ଶ୍ରୀମସ୍ତକରେ ଲାଗିଥିବା ଚିତାରେ ରହିଛି ତ୍ରୁଟି। ସେବାୟତଙ୍କ ଖାମଖିଆଲି ଯୋଗୁ ଏପରି ହୋଇଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ଶ୍ରାବଣ ମାସ ଅମାବାସ୍ୟା...

ସଚେତନତା ଅଭାବ: ୩୦ କିମି ଭାରରେ ବୁହା ହେଲା ମୃତଦେହ

ମାଲକାନଗିରି, ୩୧।୧୦(ଡି.ଏନ୍‌.ଏ): ମାଲକାନଗିରି ଜିଲାରେ ବିଭିନ୍ନ ସମୟରେ ରୋଗୀ, ଗର୍ଭବତୀ ଓ ମୃତଦେହ ଭାରରେ ବୁହାହେବା ଘଟଣା ଘଟୁଥିବା ଦେଖିବାକୁ ମିଳିଥାଏ। ହେଲେ ସଚେତନତା ଅଭାବରୁ...

ଚିତ୍ତରଞ୍ଜନ ମୃତ୍ୟୁ ମାମଲାର ବାହାରି ପାରିନି ନିଷ୍କର୍ଷ

ପୁରୀ ଅଫିସ,୧୮।୧୨ : ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚ ୪ ଦିନ ହେଲା ହାତକୁ ନେଇଛି। ଘଟଣାର କୌଣସି ନିଷ୍କର୍ଷ ବାହାରି ପାରି...

Advertisement
Archives

Model This Week