ପାର୍କିଂ ଫି ଆଦାୟ କରିବେ କିନ୍ନର, ଜୁଲାଇରେ ନେବେ ତାଲିମ

ବ୍ରହ୍ମପୁର ଅଫିସ,୨୬।୬- ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଚିହ୍ନଟ ପାର୍କିଂ ସ୍ଥଳରେ କିନ୍ନର ମାନେ ପାର୍କିଂ ଫି ଆଦାୟ କରିବେ। ଏନେଇ ଗୁରୁବାର ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅଞ୍ଚଳରେ କିନ୍ନରଙ୍କୁ ନେଇ ଗଠିତ ୨ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)କୁ ଏହି କାର୍ଯ୍ୟ ପାଇଁ ଚୟନ କରାଯାଇଛି। ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ବିଏମସି ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟପାଇଁ ଚିହ୍ନଟ ତାରାତାରିଣୀ ଏସ୍‌ଏଚ୍‌ଜି ଓ ବୋହୁଚୋରା ଏସ୍‌ଏଚ୍‌ଜିର କିନ୍ନରଙ୍କୁ ଜୁଲାଇରୁ ତାଲିମ ଦିଆଯିବ। ତାଲିମ ପରେ ସେମାନେ ଫି ଆଦାୟ କରିବେ ବୋଲି ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ବିଶ୍ୱରେ ଉଦାହରଣ ପାଲଟିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ‘ତିତ୍‌ଲି’ ହେଉ ଅବା ‘ଫନୀ’, ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା। ବିଶ୍ୱପାଇଁ ରାଜ୍ୟ ବେଞ୍ଚମାର୍କ ପାଲଟିଛି। ମଙ୍ଗଳବାର ସ୍ଥାନୀୟ ରବିନ୍ଦ୍ର...

‘ମମ ଶବ୍ଦବିଶ୍ୱମ୍‌’ ଲୋକାର୍ପିତ

ଭୁବନେଶ୍ୱର,୫।୪(ବ୍ୟୁରୋ): ଶବ୍ଦ ହେଉଛି ବ୍ରହ୍ମ। ଶବ୍ଦବ୍ରହ୍ମର ଉପାସନା ହେଉଛି ଶୀର୍ଷସ୍ତରୀୟ ସାଧନା। ଯେଉଁମାନେ ଏହି ସାଧନାରେ ସିଦ୍ଧହସ୍ତ, ସେମାନେ ଯୋଗଜନ୍ମା ଓ ଆମ ସମସ୍ତଙ୍କର ନମସ୍ୟ...

କେବେ ମିଳିବ ମୃତଦେହ, ଚାହିଁ ବସିଛନ୍ତି ଦାବିଦାର

ଭୁବନେଶ୍ୱର,୮ା୬(ବ୍ୟୁରୋ): ବାହାନଗା ଟ୍ରେନ ଦୁର୍ଘଟଣାରେ ୨୮୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚିହ୍ନଟ ଲାଗି ବାଲେଶ୍ୱରରୁ ୧୯୩ଟି ମୃତଦେହ ଭୁବନେଶ୍ୱରକୁ ଆସିଥିଲା। ଏଥିମଧ୍ୟରୁ ୧୨୩ଟି ମୃତଦେହକୁ ଏମ୍‌ସରେ ରଖାଯାଇଥିଲା।...

ଶୀତ ଗାଏବ: ୧୨ ଜିଲାରେ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ରାଜ୍ୟରେ ଶୀତ ଗାଏବ ହୋଇଯାଇଛି। ଆସନ୍ତା ୨୫ ତାରିଖ ଯାଏ ଶୀତର ଦେଖା ମିଳିବ ନାହିଁ। ଓଡ଼ିଶା ଉପକୂଳରେ ଏକ ଗୁରୁଚାପ କ୍ଷେତ୍ର ସୃଷ୍ଟି...

ବିପଜ୍ଜନକ ଅବସ୍ଥାରେ ଘାଟି ରାସ୍ତା

ପାରଳାଖେମୁଣ୍ଡି, ୬ା୬ (ସ୍ବ.ପ୍ର.) – ଗଜପତି ଜିଲା ଗୁମ୍ମା ବ୍ଲକ ନାମନଗଡ଼ରୁ ଅଜୟଗଡ଼ ଦୀର୍ଘ ୧୦କିମି ଘାଟି ରାସ୍ତା ଧୋଇ ହୋଇ ଏବେ ବିପଜ୍ଜନକ ଅବସ୍ଥାରେ...

ଖୋଲିଲା ରାଜମହଲ ବହୁତଳ କାର୍‌ ପାର୍କିଂ

ଭୁବନେଶ୍ୱର,୯।୧୨(ବ୍ୟୁରୋ):ରାଜମହଲ ନିକଟ ୟୁନିଟ-୨ସ୍ଥିତ ନୂତନ ବହୁତଳ କାର୍‌ ପାର୍କିଂକୁ ପରୀକ୍ଷାମୂଳକ ଭାବେ ଖୋଲାଯାଇଛି। ଗୁରୁବାର ସନ୍ଧ୍ୟାରେ ଏଠାରେ ଗାଡ଼ି ରଖିବାକୁ ସାଧାରଣ ଲୋକଙ୍କୁ ସୁଯୋଗ ମିଳିଛି।...

୨୦୫ ରେଳ ପ୍ରକଳ୍ପର ଖର୍ଚ୍ଚ ବଢୁଛି

ନୂଆଦିଲ୍ଲୀ,୨୨-୪: ବିଭିନ୍ନ କାରଣ ଯୋଗୁ ଦେଶର ରେଳ ପ୍ରକଳ୍ପଗୁଡିକ ଆଗେଇ ପାରୁ ନାହିଁ । ଏଥି ଲାଗି ରେଲଓ୍ବେର ମୋଟ ୩୪୪ ପ୍ରକଳ୍ପ ମଧ୍ୟରୁ ଏକ...

ଆଜି ଶ୍ରୀମନ୍ଦିରରେ ସାତପୁରୀ ଭୋଗ ଲାଗି

ପୁରୀ,୧୫ା୯( ଅଜିତ୍‌ ମହାନ୍ତି): ପବିତ୍ର ଭାଦ୍ରବ ମାସ ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ଭାବରେ ବିବେଚନା କରାଯାଇଥାଏ। ସପ୍ତପୁରୀ ଅମାବାସ୍ୟାରେ ଶ୍ରମନ୍ଦିରରେ ମହାପ୍ରଭୁଙ୍କୁ ମାଟିରେ ନିର୍ମିତ ତାଡ଼...

Advertisement
Archives

Model This Week