Posted inରାଜ୍ୟ

ବକେୟା ଟିକସ ଆଦାୟ କରିବେ କିନ୍ନର

ଭୁବନେଶ୍ୱର,୫ା୧(ବ୍ୟୁରୋ): କରୋନା ମହାମାରୀ ସମୟରେ ବିଏମ୍‌ସିର ରାଜସ୍ବ ହାନି ହୋଇଛି। ବହୁ କୋଟି ଟଙ୍କାର ଟିକସ ବାବଦ ଅର୍ଥ ବକେୟା ପଡ଼ିଛି। ତେବେ ଏହି ରାଜସ୍ବ ଆଦାୟ ପାଇଁ ବିଏମ୍‌ସି ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ବକେୟା ଟିକସ ଆଦାୟ କରିବାକୁ କିନ୍ନରମାନଙ୍କ ସହଯୋଗ ଲୋଡ଼ିଛି ବିଏମ୍‌ସି। କିନ୍ନରଙ୍କ ଦୁଇଟି ଗୋଷ୍ଠୀ ଆଦାୟ କରିବେ ୧୮ କୋଟି ଟଙ୍କାର ରାଜସ୍ବ ଆଦାୟ କରିବେ।

୧୮କୋଟି ହୋଲ୍ଡିଂ ଟ୍ୟାକ୍ସ ବକେୟା ପଡ଼ିଛି। ଏହି ଅର୍ଥ ଆଦାୟ କରିବାକୁ କିନ୍ନରଙ୍କୁ ଅନୁମତି ମିଳିବା ପରେ ସେମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ପୂର୍ବ ଭଳି ପୁଣି ସ୍ବୀକୃତି ଓ ପରିଚୟ ଭଳି ଦୁଇଟି କିନ୍ନର ଏସ୍‌ଏଚ୍‌ଜିଙ୍କ ସହିତ ବିଏମସି ଚୁକ୍ତି କରିଛି। ପ୍ରତ୍ୟେକ ଏସ୍‌ଏଚ୍‌ଜି ୯ କୋଟି ଲେଖାଏ ଆଦାୟ କରିବେ।

କରୋନା ପୂର୍ବରୁ ପ୍ରାୟ ସାଢ଼େ ୩କୋଟି ଟଙ୍କାର ବକେୟା ରାଜସ୍ବ ସଂଗ୍ରହ କରି ସଫଳତା ହାସଲ କରିଥିଲେ ଦୁଇଟି କିନ୍ନର ଗୋଷ୍ଠୀ । କେବଳ ଟିକସ ଆଦାୟ କ୍ଷେତ୍ରରେ ନୁହେଁ ବରଂ ପାର୍କିଂ ଆଦାୟ ଭଳି ଅନେକ କାର୍ଯ୍ୟ କିନ୍ନରଙ୍କୁ ସରକାର ଯୋଗାଇଛନ୍ତି। ଫଳରେ କିନ୍ନରଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାରେ ବେଶ ସହାୟକ ହୋଇପାରିଛି । ଯେଉଁଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ସମେତ ବିଏମସି କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି ଉଭୟ କିନ୍ନର ଗୋଷ୍ଠୀ। ବୁଧବାରଠାରୁ ଏହି ଟିକସ ଆଦାୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ୧୨,୮୮,୨୧୦ ଛୁଇଁଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ୮ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୯ା୫(ବ୍ୟୁରୋ): ରାଜ୍ୟରୁ ସୋମବାର ୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୨୧୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ଅଶ୍ଳୀଳ ଭିଡିଓ ଭାଇରାଲ, ଶିକ୍ଷକ ନିଲମ୍ବିତ

ପଦ୍ମପୁର,୨୦।୪(ଡି.ଏନ.ଏ.)-ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଓ ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଭଦ୍ରକ ଜିଲା ସଦର ବ୍ଲକ ଅଞ୍ଚଳର ଏକ ୟୁଜିଏମ୍‌ଇ ସ୍କୁଲର ଏକ୍ସ କ୍ୟାଡ଼ର...

ଖସୁଛି ସଂକ୍ରମଣ ସଂଖ୍ୟା, ଚିନ୍ତା ବଢ଼ାଉଛି ମୃତ୍ୟୁ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। ଗତ ୧୦ଦିନ ହେବ ଦୈନିକ ସଂକ୍ରମଣ କ୍ରମାଗତ ଭାବେ ଖସିବାରେ ଲାଗିଛି। ଏହି ୧୦ଦିନରେ ପଜିଟିଭ୍‌ ହାର...

ମହିଳାଙ୍କ ତଣ୍ଟିକାଟି ହତ୍ୟା ଘଟଣାର ପର୍ଦ୍ଦାଫାଶ ଅର୍ଥ ଲୋଭ, ଋଣ ନ ଶୁଝିବାରୁ ହତ୍ୟା

ଶେରଗଡ଼,୮ା୧୨(ଡି.ଏନ୍‌.ଏ.) -ଶେରଗଡ ବ୍ଲକ ବାରସିଙ୍ଗି ଗ୍ରାମରେ ଗତ ୨୭ ତାରିଖ ରାତିରେ କବିତା ସେଠୀଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିଲା। ଏହି ଘଟଣାର ଫର୍ଦ୍ଦାଫାସ କରିଛି...

ସରକାରଙ୍କ ନିଷ୍ପତ୍ତି କାଏମ କଲେ ହାଇକୋର୍ଟ

କଟକ ଅଫିସ ,୩୦।୯ : ଲଟେରି ଜରିଆରେ ମଦ ଦୋକାନ ଲାଇସେନ୍ସ ସମ୍ପର୍କିତ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆଗତ ସମସ୍ତ ଆବେଦନଗୁଡ଼ିକୁ ହାଇକୋର୍ଟ...

ଆଜି ଆଉ ୧୧ ଜୀବନ ନେଲା କରୋନା, ୫୯୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୧୦ା୯(ବ୍ୟୁରୋ): ଗୁରୁବାର ରାଜ୍ୟରୁ ଆଉ ୧୧ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୯୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

କରଞ୍ଜିଆ ଆଇଟିଡିଏ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ

ଠାକୁରମୁଣ୍ଡା,୭ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ)ରେ ସୋମବାର ବାରିପଦା ଭିଜିଲାନ୍ସ ବିଭାଗ ଚଢାଉ କରିଛି। ଉପଖଣ୍ଡର ବିଭିନ୍ନ ସ୍ଥାନରେ ରବର ଚାଷ...

ସିଦ୍ଧ ମହାବୀର ମନ୍ଦିର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଚୋରି

ପୁରୀ ଅଫିସ, ୨୩।୭ : ପୁରୀ ଜିଲାର ପ୍ରସିଦ୍ଧ ସିଦ୍ଧ ମହାବୀର ମନ୍ଦିର ହୁଣ୍ଡିରୁ ସୋମବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କା ଚୋରି ହୋଇଛି। ଏ...

Advertisement
Archives

Model This Week