ରାଜାଙ୍କ ପୋଷାକ

ଦ୍ୱିତୀୟ ଥର ଆମେରିକା ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପ୍‌ ନେଉଥିବା ନିଷ୍ପତ୍ତି ଅନ୍ତର୍ଜାତୀୟ ସ୍ତରରେ ସମାଲୋଚନାର ଶିକାର ହେଉଥିବା ବେଳେ ଏବେ ନିଜ ଦେଶର ନାଗରିକଙ୍କ ଦ୍ୱାରା ପ୍ରତିବାଦର ସମ୍ମୁଖୀନ ହେଲେଣି। ୧୮ ଅକ୍ଟୋବରରେ ଆମେରିକାର ସମସ୍ତ ୫୦ ରାଜ୍ୟରେ ୨,୭୦୦ ସହରରେ ପ୍ରାୟ ୭ ନିୟୁତ ଲୋକ ‘ନୋ କିଙ୍ଗ୍‌ସ’ ବିକ୍ଷୋଭରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ନ୍ୟୁୟର୍କ ସିଟି, ଓ୍ବାଶିଂଟନ, ଶିକାଗୋ, ଲସ୍‌ ଏଞ୍ଜେଲ୍ସ ଓ ଆଟ୍‌ଲାଣ୍ଟାରେ ବଡ଼ ସମାବେଶ ହେବା ସହ ଛୋଟ ସହରରେ ମଧ୍ୟ ବିକ୍ଷୋଭ ହୋଇଛି। ବିକ୍ଷୋଭକାରୀମାନେ ପ୍ଲାକାର୍ଡ ଧରି କହୁଛନ୍ତି ଯେ, ସେମାନେ ଆମେରିକାକୁ ଭଲ ପାଉଥିବାରୁ ତାହାକୁ ପୂର୍ବ ଭଳି ଦେଖିବାକୁ ଚାହାନ୍ତି। ଟ୍ରମ୍ପ୍‌ଙ୍କ ମନମୁଖି ଶାସନକୁ ହଟାଇ ଅତି ବିଳମ୍ବ ହେବା ପୂର୍ବରୁ ଗଣତନ୍ତ୍ର ପ୍ରତିଷ୍ଠା କରିବାକୁ ଚାହାନ୍ତି ବୋଲି ବିକ୍ଷୋଭକାରୀମାନେ କହିଛନ୍ତି। ସୂଚନା ଦିଆଯାଇପାରେ ଯେ, ଜୁନ୍‌ରେ ଟ୍ରମ୍ପ୍‌ଙ୍କ ୭୯ ତମ ଜନ୍ମଦିନରେ ହୋଇଥିବା ବିକ୍ଷୋଭ ତୁଳନାରେ ଏବର ପ୍ରତିବାଦ ବିଶାଳ ରୂପ ଧାରଣ କରିଛି। ଏଠାରେ ମନେପଡ଼େ ଟ୍ରମ୍ପ୍‌ଙ୍କ ‘ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ୍‌ ବା ମାଗା’ ସ୍ଲୋଗାନ କଥା। ‘ଆମେରିକା ଆଗ’ ଚିନ୍ତାଧାରା ରଖି ନିଜ ଦେଶକୁ ସୁଦୃଢ଼ କରିବା ଲାଗି ସେ ଆହ୍ବାନ ଦେଇଥିଲେ। ହେଲେ ବର୍ତ୍ତମାନ ସେ ଆପ୍ରବାସନ ନୀତିରେ ବ୍ୟାପକ ପରିବର୍ତ୍ତନ କରିବା ସହ ସ୍ବାସ୍ଥ୍ୟସେବାରେ ମିଳୁଥିବା ସୁବିଧାକୁ ହ୍ରାସ କରିବାରୁ ଆମେରିକୀୟ କ୍ଷୁବ୍ଧ। ଏପରିକି ସେଠାରେ ଆର୍ଥିକ ସମସ୍ୟା ଦେଖାଦେଇଥିବାରୁ ଅସଂଖ୍ୟ କର୍ମଚାରୀ ଦରମା ନ ପାଇ ଅସନ୍ତୋଷ ବ୍ୟକ୍ତ କରିବାରୁ ଅନେକ ସ୍ଥାନରେ ଶଟ୍‌ଡାଉନ ସ୍ଥିତି ଉପୁଜିଛି। ଓ୍ବାଶିଂଟନରେ ଥିବା ସରକାରୀ କାର୍ଯ୍ୟ ୧୮ ଦିନ ହେବ ବନ୍ଦ ହୋଇଥିବାରୁ ଫେଡେରାଲ କର୍ମଚାରୀମାନେ ବିକ୍ଷୋଭରେ ଯୋଗଦେବା ସେଠାରେ ସ୍ଥିତି କେଉଁସ୍ତରକୁ ଗଲାଣି ତାହା ବୁଝାପଡ଼ିଯାଉଛି। ହେଲେ ଟ୍ରମ୍ପ୍‌ ଏଭଳି ବିକ୍ଷୋଭକୁ ପ୍ରତ୍ୟାଖ୍ୟାନ କରି ସେମାନଙ୍କୁ ଉପହାସ କରିଛନ୍ତି। ତାଙ୍କ ଟ୍ରୁଥ୍‌ ସୋସିଆଲ ମିଡିଆରେ ଏଆଇ ଭିଡିଓ ପୋଷ୍ଟ କରି ସେଥିରେ ସେ ରାଜା ପୋଷାକରେ ଏକ ଜେଟ୍‌ ଉଡ଼ାଉଥିବା ଓ ‘ନୋ କିଙ୍ଗ୍‌ସ’ ବିକ୍ଷୋଭକାରୀଙ୍କ ଉପରେ ମଳ ଫୋପାଡ଼ୁଥିବା ଦେଖିବାକୁ ମିଳିଛି।
ବର୍ତ୍ତମାନ କେବଳ ଟ୍ରମ୍ପ୍‌ ନୁହନ୍ତି, ବିଶ୍ୱର ଅନେକ ଦେଶରେ ତାଙ୍କ ଭଳି ମାନସିକତା ବହନ କରୁଥିବା ଶାସକମାନେ ନିଜକୁ ରାଜା ବା ସର୍ବେସର୍ବା ବୋଲାଇ ହେଉଛନ୍ତି। ଥରେ କ୍ଷମତାକୁ ଆସିବା ପରେ ସେମାନେ ଏଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି ଯେ, ଯେପରି ସେମାନଙ୍କୁ କେହି ପ୍ରଶ୍ନ ପଚାରିପାରିବେ ନାହିଁ। ଏପରି ଶାସକଙ୍କୁ ବିରୋଧ ହେଲେ ପ୍ରତିବାଦକାରୀଙ୍କୁ କିଭଳି ଦମନ କରିହେବ ସେହି ଦିଗରେ ଚତୁରତାର ସହ ପଦକ୍ଷେପ ନିଆଯାଉଛି। କୁହାଯାଇପାରେ ଯେ, ଦୀର୍ଘ ବର୍ଷ ଶାସନରେ ରହିଯାଉଥିବା ବ୍ୟକ୍ତିମାନେ କେବେ ନା କେବେ ହାରିବେ। ଭୋଟ୍‌ରେ ନ ହେଲେ ମଧ୍ୟ ଯମଙ୍କ ନିକଟରେ ହାରିବେ। ଦୀର୍ଘ ଶାସନ ଅନେକ ନେତାଙ୍କ ପାଇଁ କାଳ ହୋଇଥିବା ଇତିହାସ ପ୍ରମାଣ ଦେଇଛି। ଏଭଳି ସ୍ଥିତିରେ ଯେଉଁମାନେ ଧରି ନେଉଛନ୍ତି ଯେ, ସେମାନଙ୍କୁ ଡରି କେହି କିଛି କହିବେ ନାହିଁ ତାହା ଭୁଲ୍‌। ସମୟକ୍ରମେ ସେମାନଙ୍କୁ ଚେତେଇ ଦେବା ପାଇଁ ସାହସ କୁଳାଇପାରୁଥିବା ପିଲାଟିଏ ମଧ୍ୟ ଯଥେଷ୍ଟ ହୋଇପାରେ। ଅନେକେ ଜାଣିଥିବା ଏକ କାହାଣୀ ମନେପଡ଼େ-‘ସମ୍ରାଟଙ୍କ ନୂଆ ପୋଷାକ’। ଜଣେ ସମ୍ରାଟ ଅତ୍ୟନ୍ତ ପୋଷାକ ପ୍ରିୟ ଥିଲେ। ତାଙ୍କ ଦେଶରେ ଥିବା ସବୁ ବୁଣାକାରଙ୍କୁ ରାଜନଅରକୁ ଡକାଇ ପଠାଇଲେ। ତାଙ୍କ ପାଇଁ ଏଭଳି ପୋଷାକ ପ୍ରସ୍ତୁତ କରାଯିବା ଦରକାର, ଯାହା ପୂର୍ବରୁ କେହି ପିନ୍ଧି ନ ଥିବେ ବୋଲି କହିଥିଲେ। ଏହା ଶୁଣି ବୁଣାକାରଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା। ହେଲେ ଜଣେ ଯୁବ ବୁଣାକାର ସମ୍ରାଟଙ୍କ ପାଇଁ ପୋଷାକ ପ୍ରସ୍ତୁତ ହୋଇସାରିଥିବା କହି ରାଜନଅରକୁ ଗଲେ ଓ ସେଠାରେ ରାଜାଙ୍କୁ ଏକ କୋଠରିକୁ ଡାକି ପିନ୍ଧିଥିବା ପୋଷାକ ଖୋଲିଦେବାକୁ କହିଲେ। ସମ୍ରାଟ ତାହା ହିଁ କଲେ। ଏହା ପରେ ଯୁବ ବୁଣାକାର କହିଲେ ‘ସମ୍ରାଟ ଏବେ ଏହି ପୋଷାକରେ ସୁନ୍ଦର ଦେଖାଯାଉଛନ୍ତି ଓ ସେ ଶୋଭାଯାତ୍ରାରେ ଯାଇପାରନ୍ତି’। ଶୋଭାଯାତ୍ରାରେ ଗଲା ବେଳେ ସମସ୍ତେ ସମ୍ରାଟ ସୁନ୍ଦର ଦିଶୁଥିବା ନେଇ ପ୍ରଶଂସା ମଧ୍ୟ କଲେ। ହେଲେ ଭିଡ଼ ଭିତରୁ କୁନି ପିଲାଟିଏ କହିଦେଲା ଯେ ସମ୍ରାଟ ଲଙ୍ଗଳା ହୋଇଛନ୍ତି। ତେଣୁ ଯେଉଁମାନେ ଏବେ ନିଜ ଚେଲା ଚାମୁଣ୍ଡାଙ୍କ ଖୋସାମତିରେ ନିଜକୁ ଦିଗ୍‌ବିଜୟୀ ରାଜା ଭାବି ପଦକ୍ଷେପ ନେଉଛନ୍ତି ସମୟ କ୍ରମେ ସେମାନେ ଗାଦିଚ୍ୟୁତ ହେବା ଅବଶ୍ୟମ୍ଭାବୀ। କାରଣ ସେମାନେ ମଣିଷ।
ଆମେରିକା ଭଳି ଗଣତାନ୍ତ୍ରିକ ଦେଶରେ ଟ୍ରମ୍ପ୍‌ ଯେଭଳି ଭାବେ ଏକଚ୍ଛତ୍ରବାଦର ଲକ୍ଷଣ ପ୍ରଦର୍ଶନ କଲେଣି ତାହା ତାଙ୍କ ପାଇଁ ଆଗକୁ ଅସ୍ବାଭାବିକତା ଆଣିବା ସ୍ପଷ୍ଟ ଦିଶିଯାଉଛି। ନିଜ ଖିଆଲିକୁ ପୂରଣ କରିବାକୁ ଯାଇ ଯାଚ୍ଛାତା ନିଷ୍ପତ୍ତି ନେଉଥିବାରୁ ତାହା ନାଗରିକ ଓ ଦେଶ ପାଇଁ କ୍ଷତି ପହଞ୍ଚୁଛି। ଆମେରିକାରେ ଟ୍ରମ୍ପ୍‌ ବିରୋଧୀ ପ୍ରତିବାଦ ଏହାର ସଙ୍କେତ ବହନ କରୁଛି। ତେଣୁ ପ୍ରଶଂସକ ମହଲରେ ରହି ନିଜକୁ ରାଜା ଭାବୁଥିବା ଟ୍ରମ୍ପ୍‌ ବାସ୍ତବରେ କେଉଁ ପୋଷାକ ପିନ୍ଧିଛନ୍ତି, ତାହାକୁ ଥରେ ନିଜ ଆଖିରେ ଦେଖି ନେବାର ସମୟ ଆସିଲାଣି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଗାଡ଼ି ଚାଳକ ସାବଧାନ: ଏହି ଭୁଲ କଲେ ତୁରନ୍ତ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ! ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୪।୯: ଭାରତରେ ଖୁବଶୀଘ୍ର ଡ୍ରାଇଭିଂ ଲାଇସେନ୍ସ (DL) ଏବଂ ଭେହିକଲ ରେଜିଷ୍ଟ୍ରେଶନ ସାର୍ଟିଫିକେଟ (RC)କୁ ନେଇ ନିୟମ ବଦଳିପାରେ। ଡ୍ରାଇଭିଂ ଲାଇସେନ୍ସ ଓ RC ପାଇଁ ଏକ…

ଲ୍ୟାଣ୍ଡିଂ ବେଳେ ଫେଲ୍‌ ହେଲା ବ୍ରେକ୍‌ : ସିଧା ଯାଇ ଖୁଣ୍ଟରେ ପିଟିହେଲା ଇଣ୍ଡିଗୋ ବିମାନ, ତା’ପରେ…

ଶ୍ରୀନଗର,୪।୯: ମୁମ୍ବାଇରୁ ଶ୍ରୀନଗର ପହଞ୍ଚିଥିବା ଇଣ୍ଡିଗୋର ବିମାନ 6E 225 ଲ୍ୟାଣ୍ଡିଂ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲ୍ୟାଣ୍ଡିଂ ପରେ ବିମାନଟି ପାର୍କିଂ ବେ’ ଆଡ଼କୁ ଯାଉଥିବା ସମୟରେ…

ଆଦିବାସୀ ଛାତ୍ରଙ୍କ ସମର୍ଥନରେ ଅଭିଜିତ ଦୀପକେଙ୍କ ବଡ଼ ଘୋଷଣା, ଦରକାର ପଡ଼ିଲେ…

ମୁମ୍ବାଇ,୪।୯: ମହାରାଷ୍ଟ୍ରର ନାସିକରେ ଆନ୍ଦୋଳନରତ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଅନଶନ ଶେଷ କରିବାକୁ ଅପିଲ୍ କରିଛନ୍ତି କକରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ। ଗୁରୁବାରନାସିକର ଇଦଗାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri