Posted inଫୁରସତ

କଳା ମୁଗୁନିପଥର ଆଣିବା ଦାୟିତ୍ୱରେ ଥିଲେ ଖେମୁଣ୍ଡି ରାଜା

ପୁରୁଷୋତ୍ତମ କ୍ଷେତ୍ର ପୁରୀରୁ କୋଣାଦିତ୍ୟ (କୋଣାର୍କ) କ୍ଷେତ୍ରକୁ ଯିବାଆସିବା କରିବା ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ସମୟରେ ଆଜିପରି ସହଜ ନ ଥିଲା। ପୂର୍ବରୁ ଆମେ ଜାଣିଛେ କେଉଁଠି ବାଲିପନ୍ତରା, କେଉଁଠି ଅଗନାଅଗନି ବନସ୍ତ, ନଈନାଳ ପୁଣି ତା’ ଭିତରେ ଜନ୍ତୁଜୁନ୍ତା ଭୟ। ସବୁଠାରୁ ସମସ୍ୟା ରାସ୍ତା ଚିହ୍ନଟ କରି ଗଲେ ମଧ୍ୟ ବାଟରେ ପାଣିର ସୁବିଧା ସେପରି ନ ଥିଲା। ଏଥିପାଇଁ ଦୁଇଟି ପୋଖରୀ ଆବଶ୍ୟକତା ଅନୁଯାୟୀ ଖୋଳାଯାଇଥିଲା।
ମନ୍ଦିର ନିର୍ମାଣ ସମୟରେ ବିଭିନ୍ନ ଦାୟିତ୍ୱ ଭିନ୍ନ ଭିନ୍ନ ବ୍ୟକ୍ତିବିଶେଷଙ୍କୁ ଦିଆଯାଇଥିଲା। ‘ଚିଟାଉକରଣ’ ଭାବରେ ୧୧ ଜଣ ନିଯୁକ୍ତି ପାଇଥିଲେ ଚିଠି (ଚିଟାଉ) ଆଦାନପ୍ରଦାନ ପାଇଁ। ପୋଖରୀ ଖୋଳିବା କାର୍ଯ୍ୟ ହେଉ କିମ୍ବା ଅସ୍ଥାୟୀ କେନାଲ ଖୋଳା ପାଇଁ ହେଉ ଚିଟାଉବାହକଙ୍କ ଭୂମିକା ଏଥିରେ ରହୁଥିଲା। ଏମାନେ ସୂତ୍ରଧର ମାର୍ଫତରେ କାର୍ଯ୍ୟ କରୁଥିଲେ। ଚିଟାଉ ନେଇ ଶିଳ୍ପୀମାନଙ୍କ ଘରକୁ ଏଇମାନେ ଯାଉଥିଲେ, ଫେରି ଆସି କାମରେ ଯୋଗ ଦେବାପାଇଁ। ସୂତ୍ରଧରଙ୍କ ମାର୍ଫତରେ ସିଧାସଳଖ ୬ ଜଣ କାର୍ଯ୍ୟକର୍ତ୍ତା ରହୁଥିଲେ। ଯେଉଁମାନେ କି ସୂତ୍ରଧରଙ୍କ ଜରିଆରେ ସେମାନଙ୍କ ପାଉଣା ପାଉଥିଲେ। ସେମାନେ ହେଲେ- ଉପାଧି ନାୟକ, ମୁଖ୍ୟ ଭାସ୍କର୍ଯ୍ୟ ଶିଳ୍ପୀ ମୂର୍ତ୍ତିକାର ନାୟକ, ଅଙ୍ଗାଇ ନାୟକ, ଚିଟାଉକରଣ, ସୁନାପଥୁରିଆଣି (ଯେଉଁମାନେ ଭାସ୍କର୍ଯ୍ୟ ଖୋଦେଇ କରୁଥିଲେ) ଏବଂ ମୁଖ୍ୟ ହାତୀଆଳ (ମାହୁନ୍ତ)।
କାର୍ଯ୍ୟ ପରିଚାଳନା ପାଇଁ ଶୃଙ୍ଖଳିତ ବ୍ୟବସ୍ଥା ଚାଲିଥିବାବେଳେ ପଥର ଓ ପଥୁରିଆ ଉଭୟେ ପହଞ୍ଚୁଥିଲେ କାର୍ଯ୍ୟସ୍ଥଳରେ।
– କେରାଣ୍ଡିମାଳ ଓ ଘଣ୍ଟଶିଳା ପାହାଡ଼ ଖଣିରୁ ପଥର ଆସିବା ଦାୟିତ୍ୱ ନେଇଥିଲେ ବୁଢ଼ାଲେଙ୍କା।
– ତଦନୁଯାୟୀ ଘଣ୍ଟଶିଳାରୁ ଆସିଲା ୧୩୦ ଶଗଡ଼ ପଥର। ମଲାଗୁଣି ନଦୀପଥରେ ଆସି ପହଞ୍ଚତ୍ଲା।
ପଥର ଆସିବାର ପ୍ରମାଣ ତ ଆମେ ଆଲୋଚନା କରିବା। କିନ୍ତୁ ଜାଣିବା ପଥର ଆସିବା ପୂର୍ବରୁ ପଥରଖଣି ଚିହ୍ନଟ ଓ ଆସିବା ରାସ୍ତା ଚିହ୍ନଟ କାର୍ଯ୍ୟ ପ୍ରଥମେ ହେବାପରେ ପଥର କାଟିବା ଲୋକେ ଯାଉଥିଲେ। ଯେଉଁମାନେ ପଥର ଚିହ୍ନଟ କରିବାକୁ ଯାଉଥିଲେ, ସେମାନଙ୍କ ପରିଚୟ ହେଉଥିଲା ‘ରାଜପ୍ରତିନିଧି’। ଦାମୋଦର ଜେନା, ଅଙ୍ଗାଇ ନାୟକ, ପରମ ବିଶୋଇ ଓ ମଣି ବିଶୋଇ ଏଇ ଚାରିଜଣ ମୁଖ୍ୟ ପଥର ଚିହ୍ନଟକାରୀ ଥିଲେ। ଚିହ୍ନଟକାରୀଙ୍କ ସମ୍ମତିକ୍ରମେ ପଥରକଟାଳି ଦଳ ପହଞ୍ଚୁଥିଲେ ଚିହ୍ନିତ ପାହାଡ଼ ପାଖରେ।
– ତାପଙ୍ଗରେ ପଥରକଟାଳି ପଥର ବୋଝେଇ କଲେ ୪୧ଟି ଚାପରେ।
– ତା’ ପରେ ପରେ ଅରାଗଡ଼ ପାହାଡ଼ରୁ ୪୦୦ ଚାପ ଓ ୪ଟି ବୋଇତରେ ଆସି ପହଞ୍ଚିଲା ୮୨୮ ପଥର।
ପଥରକଟାଳି ପଥର ବୋଝେଇ କରୁ ନ ଥିଲେ। ବୋଝେଇବାଲା ଚାପ ବାହୁ ନ ଥିଲେ। ବାହିବାବାଲା କୂଳରେ ଚାପ ଲାଗିବା ପରେ ପଥର ବୋହୁ ନ ଥିଲେ। ବୋହିବା ପାଇଁ ଅଲଗା ଶଗଡ଼ିଆ। କେବଳ ପଥର ପହଞ୍ଚତ୍ବା ବେଳକୁ- ପଥର ଚିହ୍ନଟକାରୀ,ପଥର କଟାଳି,ପଥର ବୋଝିଆ, ପଥର ଚାପ ବାହକ, ପଥରବୁହା ଶଗଡ଼ିଆ ଏହିପରି ୫ଟି ଗୋଷ୍ଠୀ ଜଡ଼ିତ ରହୁଥିଲେ। ଏହି କାର୍ଯ୍ୟଗୁଡ଼ିକ ଗୋଷ୍ଠୀଗତ କାର୍ଯ୍ୟ। ମିଳିତ ଭାବରେ ସମାନ ଭାବନାରେ କାର୍ଯ୍ୟ ସମାପ୍ତ କରିବାକୁ ହୁଏ।
– ଗଞ୍ଜାମର ଖେମୁଣ୍ଡି ରାଜା ମଧ୍ୟ ପଥର ସଂଗ୍ରହ କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଥିବା ପୋଥିରୁ ମିଳେ। ସେ ନୀଳଗିରିରୁ କଳା ମୁଗୁନି ପଥର ଆଣିବା ଦାୟିତ୍ୱ ନେଇଥିଲେ। ୩୩ଟି ବଡ଼ କଳା ମୁଗୁନି ପଥର ସେ ଲୋକ ଲଗାଇ ଆଣି କୋଣାର୍କରେ ପହଞ୍ଚାଇଲେ। ସେ ଖର୍ଚ୍ଚ ବାବଦ ଯାହା ନେଇଥିଲେ (୨,୧୧୦ ମାଢ଼ ସୁନା) ତାହା ଅନୁଶୀଳନ କଲେ ଜଣାପଡ଼ୁଛି କେତେ ଶ୍ରମ ଲାଗିଥିବ ବଡ଼ ବଡ଼ କଳା ମୁଗୁନି ଆସି ପହଞ୍ଚତ୍ବାକୁ!
– ସେହିପରି ଆଉ ଏକ କିସମର ପଥର ହେଲା ରେଗେଡ଼ା କୁଣ୍ଡା ଅର୍ଥାତ୍‌ କୁଣ୍ଡା ପଥର (ଶିଳ୍ପୀଙ୍କ ଭାଷାରେ ବାଲୁକା ଶିଳା)। ୨୭୦ ଖଣ୍ଡ ରେଗେଡ଼ା କୁଣ୍ଡା ପଥର ଗୋପୀନାଥ ବଡ଼ଜେନା ତାପଙ୍ଗ ଗଡ଼ରୁ ପଠାଇଥିଲେ।
ପାଇଟିଆଳଙ୍କ ସାଙ୍ଗରେ ଗଡ଼ନାୟକଙ୍କ ବାରିକ ଆସିଥିଲେ ମଣତି ଦେବାକୁ। ତାଙ୍କୁ ସସମ୍ମାନେ ରଖାଗଲା। ଗଡ଼ନାୟକଙ୍କ ପାଇଁ ଉପହାର ପଠାଗଲା ବାରିକ ହାତରେ ଏକଯୋଡ଼ା ପାଟ, ହଳେ ସୁନାର ଫୁଲଝରି ଓ ବାରିକକୁ ପାଛୁଡ଼ା ସହ ଧୋତି।
ବିଚାର କରିବା କଥା ଗଜପତିଙ୍କ କାର୍ଯ୍ୟ ଏହା ନ ଥିଲା। ସହଯୋଗ ସମସ୍ତଙ୍କର। ସେ ହେଲେ ଉଦ୍ୟୋକ୍ତା। ଖବର ପାଇ ଚିଟାଉକରଣଠାରୁ ଗଡ଼ନାୟକେ ଯେମିତି ସହଯୋଗ କଲେ, ଠିକ୍‌ ସେମିତି ତାଙ୍କୁ ସମ୍ମାନ ଦେବାରେ ଊଣା କରାଯାଇ ନ ଥିଲା। ଓଡ଼ିଶାର ଏହା ମହନୀୟ ପରମ୍ପରାର ଗୋଟିଏ ଧାଡ଼ି ମାତ୍ର।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା: ଟ୍ରମ୍ପ କହିଲେ, ନଜର ପକାଇଲେ ଛାଡ଼ିବୁନି

ଓ୍ବାଶିଂଟନ୍‌,୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପାନାମା କେନାଲ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri