କିମ୍‌ ଉତକ୍ଷେପଣ କରିବେ ଗୁପ୍ତଚର ଉପଗ୍ରହ: ମହାକାଶରୁ ଶତ୍ରୁଙ୍କ ଉପରେ ରଖିବ ନଜର…

ପ୍ୟୋଙ୍ଗୟାଙ୍ଗ,୧୯।୪ : ଉତ୍ତର କୋରିଆ ଏହାର ପ୍ରଥମ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବାକୁ ଯାଉଛି। ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍‌ ତାଙ୍କ ଅଧିକାରୀମାନଙ୍କୁ ଏହାକୁ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବୁଧବାର ଉତ୍ତର କୋରିଆର ସରକାରୀ ନ୍ୟୁଜ ମିଡିଆ ଏଜେନ୍ସି କୋରିଆ ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସି (କେସିଏନଏ) ଦ୍ୱାରା ଏହି ସୂଚନା ଦିଆଯାଇଛି। ଦେଶର ସାମରିକ ଦକ୍ଷତା ବୃଦ୍ଧି ସହିତ ଉତ୍ତର କୋରିଆର ଏହି ଉପଗ୍ରହ ଆମେରିକା ଏବଂ ଦକ୍ଷିଣ କୋରିଆ ଦ୍ୱାରା ସୃଷ୍ଟି ହେଉଥିବା ବିପଦର ମୁକାବିଲା କରିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ଉତ୍ତର କୋରିଆ ଗତ ବର୍ଷ ଡିସେମ୍ବରରେ ଗୁପ୍ତଚର ଉପଗ୍ରହର ଗୁରୁତ୍ୱପୂର୍ଣ୍ଣ ତଥା ଶେଷ ପରୀକ୍ଷଣ କରିଥିଲା। ଏହାକୁ ଚଳିତ ୨୦୨୩ ବର୍ଷ ଏପ୍ରିଲରେ ଉତକ୍ଷେପଣ କରିବାକୁ ନିଷ୍ପତ୍ତି ନେଇଥିଲା।

ଏପ୍ରିଲ ୧୮ ରେ କିମ ଜୋଙ୍ଗ ଉନ ଜାତୀୟ ମହାକାଶ ବିକାଶ ଏଜେନ୍ସି ପରିଦର୍ଶନ କରିଥିଲେ ବୋଲି ରାଜ୍ୟ ନ୍ୟୁଜ ଏଜେନ୍ସି କେସିଏନଏ କହିଛି। ଏହି ଗସ୍ତରେ କିମ ଯୋଜନା ଅନୁଯାୟୀ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିମ ଜୋଙ୍ଗ କହିଛନ୍ତି, ଦେଶର ନୀରିକ୍ଷଣ କ୍ଷମତା ବୃଦ୍ଧି ପାଇଁ ଏଭଳି ଉପଗ୍ରହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଏହାପୂର୍ବରୁ ଗତ ବର୍ଷ ଡିସେମ୍ବରରେ ଉତ୍ତର କୋରିଆ ଦୁଇଟି ମଧ୍ୟମ ଦୂରଗାମୀ ବାଲାଷ୍ଟିକ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଥିଲା ଯାହା ଦକ୍ଷିଣ କୋରିଆ ଏବଂ ଜାପାନ ଦ୍ୱାରା ନିଶ୍ଚିତ କରାଯାଇଥିଲା। ଉତ୍ତର କୋରିଆ ଏହି କ୍ଷେପଣାସ୍ତ୍ରକୁ ଦକ୍ଷିଣ କୋରିଆର ରାଜଧାନୀ ସିଓଲ ଏବଂ ନିକଟସ୍ଥ ବନ୍ଦର ସହର ଇଞ୍ଚନରୁ ଉତକ୍ଷେପଣ କରିଥିଲା।
ଏହାର ଅନେକ ଚିତ୍ର ମଧ୍ୟ ରାଜ୍ୟ ଗଣମାଧ୍ୟମ ଦ୍ୱାରା ପ୍ରକାଶ ପାଇଥିଲା। ଉତ୍ତର କୋରିଆ ମଧ୍ୟ ୧୪ଏପ୍ରିଲରେ ଏକ ନୂତନ କଠିନ ଇନ୍ଧନ ପ୍ରାପ୍ତ ଆନ୍ତଃମହାଦ୍ୱୀପୟ ବାଲାଷ୍ଟିକ କ୍ଷେପଣାସ୍ତ୍ର (ଆଇସିବିଏମ) ପରୀକ୍ଷା କରିଥିଲା। ପରେ ସ୍ପେସ ବିକାଶ ଏଜେନ୍ସିକୁ କିମଙ୍କ ଗସ୍ତ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?