କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ସ୍ତ୍ରୀ ବର୍ଷେ ହେଲା କେଉଁଆଡ଼େ ଗାଏବ, ଉଠିଲାଣି ଅନେକ ପ୍ରଶ୍ନ

ପ୍ୟୋଙ୍ଗୟାଙ୍ଗ,୧।୨: ଉତ୍ତରକୋରିଆ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ସ୍ତ୍ରୀ ରି-ସୋଲ୍‌-ଜୁ ବର୍ଷେରୁ ଅଧିକ ହେବ ନଜର ଆସୁନାହାନ୍ତି। ସେ ୨୦୨୦ ଜାନୁୟାରୀ ୨୫ରେ ରି ସୋଲ ଜୁଙ୍କୁ ସ୍ବାମୀ କିମ୍‌ଙ୍କ ସହ ପ୍ୟୋଙ୍ଗୟାଙ୍ଗରେ ନୂଆବର୍ଷ ଅବସରରେ ଦେଖିବାକୁ ମିଳିଥିଲା। ତେବେ ସେହିଦିନଠାରୁ ତାଙ୍କୁ ଆଉ ଦେଖିବାକୁ ମିଳୁନି।

ଏନେଇ ସ୍ଥାନୀୟ ମିଡିଆରେ ଅନେକ ପ୍ରଶ୍ନ ଉଠିଛି। ଶୁଣିବାକୁ ମିଳୁଛି କିମ୍‌ ତାଙ୍କ ସ୍ତ୍ରୀଙ୍କୁ ମାରି ଦେଇଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ, ରି ସୋଲ ଜୁଙ୍କୁ କରୋନା ହୋଇଥାଇପାରେ। ନ୍ୟାଶନାଲ ୟୁନିଫିକେଶନ ପାଇଁ କୋରିଆ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ହଙ୍ଗ ମିନ୍‌ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। କରୋନା ମହାମାରୀ ହେତୁ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ତାଙ୍କ ପରିବାର ପ୍ରତି ବିପଦ ହେବାକୁ ଚାହାନ୍ତି ନାହିଁ। କିମ୍‌ ନିଜେ ୨୦୨୦ରେ ଖୁବ୍‌ କମ ସାଧାରଣ ସମାରୋହରେ ଯୋଗ ଦେଇଥିଲେ।

ରି ସୋଲ ଜୁଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ ସୂଚନା ନାହିଁ। ତଥାପି ସେ କିମ୍‌ ସୁସଙ୍ଗ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି। ସେ ଉତ୍ତରକୋରିଆର ରାଜଧାନୀରେ ପାଠପଢ଼ା ଶେଷ କରିବା ପରେ ଚାଇନା ଯାଇ ଗୀତ ଶିଖିବାକୁ ନିଷ୍ପତ୍ତି ନେଇଥିଲେ। ରି ସୋଲ ଜୁଙ୍କ ଦ୍ୱାରା ଏକ କାର୍ଯ୍ୟକ୍ରମରେ କିମ୍‌ଙ୍କ ସହ ସାକ୍ଷାତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫୦ ନିରୀହ ଲୋକଙ୍କ ଉପରେ ଆଖିବୁଜା ଗୁଳି ବର୍ଷା

ମ୍ୟାନମାର୍‌,୨୭।୩: ମ୍ୟାନମାର୍‌ରେ ସୈନ୍ୟବାହିନୀ କ୍ଷମତା ଦଖଲ କରିବା ପରେ ସଙ୍କଟ ଧୀରେଧୀରେ ବଢ଼ିବାରେ ଲାଗିଛି। ଶନିବାର ସୈନ୍ୟ ବାହିନୀଙ୍କ ଆଖିବୁଜା ଗୁଳିମାଡ଼ରେ ୫୦ ଜଣ ନିରୀହ...

ବାଲାକୋଟ ଷ୍ଟ୍ରାଇକ୍‌ ଏବଂ ଏଫ୍‌ଏଟିଏଫ୍‌ ଭୟ: ପିଓକେରେ ୧୧ ଆତଙ୍କବାଦୀ ଶିବିର ବନ୍ଦ

ଇସଲାମାବାଦ୍‌,୧୦।୬: ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ଏବଂ ଫାଇନାନ୍ସିଆଲ ଆକ୍ସନ୍‌ ଟ୍ୟାକ୍ସ୍‌ ଫୋର୍ସ(ଏଫ୍‌ଏଟିଏଫ୍‌) ଭୟ ପାକିସ୍ତାନକୁ ଘାରିଛି। ତେଣୁ ଗତ କିଛିମାସ ମଧ୍ୟରେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ...

ପାକ୍‌ ରେଳମନ୍ତ୍ରୀଙ୍କୁ ଲଣ୍ଡନରେ ଅଣ୍ଡାମାଡ଼

ଇସ୍‌ଲାମାବାଦ,୨୪।୮(ଆଇଏଏନ୍‌ଏସ୍‌): ପାକିସ୍ତାନ ରେଳମନ୍ତ୍ରୀ ତଥା ଆଓ୍ବାମୀ ମୁସ୍‌ଲିମ୍‌ ଲିଗ୍‌ (ଏଏମ୍‌ଏଲ୍‌) ଅଧ୍ୟକ୍ଷ ଶେଖ୍‌ ରଶିଦ୍‌ ଅହମ୍ମଦଙ୍କୁ ମଙ୍ଗଳବାର ଲଣ୍ଡନରେ ଅଣ୍ଡାମାଡ଼ ହୋଇଛି। ପାକିସ୍ତାନ ପିପୁଲ୍ସ ପାର୍ଟି...

ଉଇଗୁର ମୁସଲମାନ ମହିଳାଙ୍କୁ ସନ୍ତାନ ପ୍ରସବ ନ କରିବାକୁ ବାଧ୍ୟ କରୁଛି ଚାଇନା !

ବେଜିଂ,୨୯।୬: ଚାଇନା ସରକାରଙ୍କ ଆଉ ଏକ ଅମାନବିକତା ଆସିଛି ସାମ୍ନାକୁ। ଏବେ ସେ ମୁସଲମାନ ସମ୍ପ୍ରଦାୟର ଜନସଂଖ୍ୟା ଉପରେ ଅଙ୍କୁଶ ଲଗାଇବାକୁ ଏକ କଠୋର ପଦକ୍ଷେପ...

ବର୍ଷକୁ ୨୦ କୋଟି ଟଙ୍କାର ମଦ ପିଅନ୍ତି ଏହି ଦେଶର ଶାସକ

ପ୍ୟୋଙ୍ଗୟାଙ୍ଗ,୯ା୧୦: ବିଶ୍ୱରେ ଏମିତି କେହି ନାହିଁ, ଯିଏ କି ଉତ୍ତରକୋରିଆର ଶାସକ କିମ୍‌-ଜୋଙ୍ଗ୍‌-ଉନ୍‌ଙ୍କୁ ନ ଜାଣିଛି। କିମ୍‌ ନିଜର ଏକଛତ୍ରବାଦ ଶାସନ ପାଇଁ ସବୁବେଳେ ଚର୍ଚ୍ଚାରେ...

ନବମ ସ୍ଥାନକୁ ଉଠିଲା ଭାରତ

ଓ୍ବାଶିଂଟନ/ବ୍ରାଜିଲିଆ/ନୂଆଦିଲ୍ଲୀ,୨୯ା୫: ଦିନ ଗଡ଼ୁଛି, ସଂଖ୍ୟା ବଢ଼ୁଛି। ଅସମ୍ଭାଳ ହେଲାଣି କରୋନା ସ୍ଥିତି। ବିଶ୍ୱର ୨୧୩ ଦେଶରେ ଏବେ ରାଜୁତି କରୁଛି କରୋନା ଭୂତାଣୁ। ଗୋଟାଏ ପରେ...

ସାହିତ୍ୟ ପାଇଁ ଲୁଇସଙ୍କୁ ନୋବେଲ

ଷ୍ଟକହୋମ,୮।୧୦-ଚଳିତ ବର୍ଷ ଆମେରିକାର କବୟତ୍ରୀ ଲୁଇସ ଗ୍ଲୁକ ନୋବେଲ ପୁରସ୍କାର ପାଇବେ। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ନୋବେଲ ପ୍ରଦାନ କରାଯିବ। ଏ...

ଚାଇନାର ନାହିଁ ବିବେକ: ନିଜ ସୈନ୍ୟଙ୍କ ମୃତଦେହ ଚିହ୍ନିବାକୁ କଲା ମନା

ବେଜିଂ, ୧୪।୭: ଚାଇନାର ଯେ, ବିବେକ ନାହିଁ ତାହା ଏବେ ଜଣାପଡ଼ିଛି। ଗଲଓ୍ବାନ ଘାଟିରେ ଜୁନ୍‌ ୧୫ରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ହିଂସ୍ରକ...

Advertisement
Archives

Model This Week