ମହାବିନାଶକାରୀ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କଲେ କିମ୍‌ ଜୋଙ୍ଗ୍‌

ପୋୟାଙ୍ଗ୍‌ୟଙ୍ଗ, ୧୧।୧୦: ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ମହାବିନାଶକାରୀ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କିମ୍‌ ଏଭଳି କରିଛନ୍ତି। ଏହା ସହିତ ସେ ଆମେରିକା ନାମ ନ ନେଇ ଚେତାବନୀ ବି ଦେଇଛନ୍ତି। କିମ୍‌ କହିଛନ୍ତି ଯଦି କୌଣସି ଦେଶ ଉତ୍ତରକୋରିଆ ଧମକ ଦିଏ ତେବେ ନିଶ୍ଚିତ ଭାବେ ପରମାଣୁ ଶକ୍ତିର ପ୍ରୟୋଗ କରାଯିବ ବୋଲି ସେ କହିଛନ୍ତି। ଶାସକ ଦଳ କୋରିଆ ଓ୍ବାକର୍ସ ପାର୍ଟି ପକ୍ଷରୁ ୭୫ ବର୍ଷ ସ୍ଥାପନା ଦିବସ ଉତ୍ସବରେ ଏସବୁ ଅସ୍ତ୍ରଶସ୍ତ୍ର ରାଜଧାନୀ ପୋୟାଙ୍ଗ୍‌ୟଙ୍ଗ ରାଜରାସ୍ତାରେ ପ୍ରଦର୍ଶନ କରାଯାଇଛି। ସେଥିମଧ୍ୟରେ ଶକ୍ତିଶାଳୀ ସିକ୍ରେଟ କ୍ଷେପଣାସ୍ତ୍ର ହାଓ୍ବସାଙ୍ଗ-୧୫କୁ ମଧ୍ୟ ପ୍ରଦର୍ଶିତ କରାଯାଇଛି। ଏହାକୁ ୨୨ ଚକା ବିଶିଷ୍ଟ ଟ୍ରକରେ ଅଣାଯାଇଥିଲା। ସେହିପରି ରୁଷ୍‌ର ଅରମାଟା ଟ୍ୟାଙ୍କ ସଦୃଶ ଟ୍ୟାଙ୍କ ଏହି ଉତ୍ସବରେ ପ୍ରଦର୍ଶିତ ହୋଇଛି। ସୂଚନାଯୋଗ୍ୟ, କୋରିଆ ଓ୍ବାକର୍ସ ପାର୍ଟି ଅକ୍ଟୋବର ୧୦ରେ ସ୍ଥାପନା କରାଯାଇଥିଲା। ପ୍ରଥମ ଥର ପାଇଁ ଏହି ଉତ୍ସବକୁ ରାତିରେ ଆୟୋଜନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନ୍‌କୁ ନମାନି ଜରିମାନା ଦେଲେ ୫୦ ହଜାରରୁ ଅଧିକ ଲୋକ

ରୋମ୍‌,୨୨।୩: ଇଟାଲିରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଫଳରେ ସରକାରୀ ଆଇନକୁ ମାନି ସାଢ଼େ ୬ କୋଟି ଲୋକ ବାଧ୍ୟ ହୋଇ ଘରେ ରହିଛନ୍ତି।...

ଆମାଜନ, ଆପଲ, ଫେସ୍‌ବୁକ୍‌ ଓ ଗୁଗଲକୁ ଆମେରିକା କଂଗ୍ରେସର ଜେରା: କାଠଗଡ଼ାରେ ଟେକ୍ନୋ ଟାଇକୁନ

ଓ୍ବାଶିଂଟନ,୩୦ା୭- ବିଶ୍ୱର ୪ ବଡ଼ କମ୍ପାନୀ ଆମାଜନ, ଆପଲ, ଫେସ୍‌ବୁକ୍‌ ଓ ଗୁଗଲର ପ୍ରଭାବଶାଳୀ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ମାନଙ୍କୁ ଆମେରିକା କଂଗ୍ରେସ ପକ୍ଷରୁ ଘନ ଘନ...

କଶ୍ମୀର ପଣ୍ଡିତଙ୍କୁ ଭେଟି କହିଲେ ମୋଦି: ତୁମେମାନେ ବହୁତ ସହିଛ, ଏବେ ମିଶିକି ନୂଆ କଶ୍ମୀର ଗଠନ କରିବା

ହ୍ୟୁଷ୍ଟନ,୨୨।୯: ‘ହାଓଡି ମୋଦି’ କାର୍ଯ୍ୟକ୍ରମ ପାଇଁ ଆମେରିକାର ହ୍ୟୁଷ୍ଟନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରବାସୀ ଭାରତୀୟ କଶ୍ମୀର ପଣ୍ଡିତମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ...

୧୪୦ ହିନ୍ଦୁଙ୍କୁ ଅଟକାଇଲା ତାଲିବାନ୍‌

କାବୁଲ,୨୬।୮: ଦେଶ ଛାଡ଼ିବା ପାଇଁ ବିମାନ ବନ୍ଦରକୁ ଯାଉଥିବା ବାଟରେ ତାଲିବାନୀ ଯୋଦ୍ଧାମାନେ ଅତିକମ୍‌ରେ ହିନ୍ଦୁ ଓ ଆଫଗାନ୍‌ ଶିଖଙ୍କ ସମେତ ୧୪୦ ଜଣଙ୍କୁ ଅଟକ...

୪୭ ଜଣଙ୍କୁ ହତ୍ୟା କଲେଣି ବନ୍ଧୁକଧାରୀ

ଲାଗୋସ୍‌, ୨୧ା୧୨: ନାଇଜେରିଆର ଅଶାନ୍ତ ଉତ୍ତର-ପୂର୍ବ ଅଞ୍ଚଳରେ ବନ୍ଧୁକଧାରୀଙ୍କ ବର୍ବରତା ସୀମା ଟପିବାରେ ଲାଗିଛି। ମାତ୍ର ୩ ଦିନ ମଧ୍ୟରେ ଆତତାୟୀମାନେ ୪୭ ଜଣଙ୍କୁ ଗୁଳି...

ଦୁଇ କଏଦୀ ଦଳଙ୍କ ମଧ୍ୟରେ ଗୁଳିମାଡ଼: ୧୨ ନିହତ

ପାନାମା ସିଟି, ୧୮।୧୨: ପାନାମାରେ ଏକ ଜେଲ୍‌ରେ ଦୁଇ କଏଦୀ ଦଳଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି।  କଏଦୀମାନେ ପରସ୍ପର ଉପରକୁ ଗୁଳିମାଡ଼ କରିଥିବା ଜେଲ ପ୍ରଶାସନ...

ମଝିଆକାଶରେ ବିମାନ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି

ଆଟ୍‌ଲାଣ୍ଟା,୧୧।୭: ଡେଲ୍‌ଟା ଏୟାରଲାଇନ୍ସ ବିମାନ ୧୪୨୪ ଆଟ୍‌ଲାଣ୍ଟାରୁ ବାଲ୍‌ଟିମୋରକୁ ଉଡାଣ କରିଥିଲା। ହେଲେ ମଝିଆକାଶରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବିମାନ କାର୍ଯ୍ୟକ୍ଷମ ହୋଇପାରି ନ...

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦଖଲ କଲେ ବିକ୍ଷୋଭକାରୀ

କଲମ୍ବୋ,୧୩।୭: ଶ୍ରୀଲଙ୍କାରେ ସଙ୍କଟ ଜାରି ରହିଛି। ସମଗ୍ର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଦେଶ ଛାଡି ପଳାଇବା ପରେ ଶ୍ରୀଲଙ୍କା...

Advertisement
Archives

Model This Week