Posted inଜାତୀୟ

ଗାଡ଼ି ଚଢ଼ାଇ ପୋଲିସକୁ ହତ୍ୟା: ୨୪ ଘଣ୍ଟାରେ ୩ ମୃତ

ରାଞ୍ଚି/ବଡ଼ୋଦରା,୨୧ା୭: ହରିୟାଣାର ନୁହ ଜିଲାରେ ବେଆଇନ ଖନନ ବେଳେ କର୍ତ୍ତବ୍ୟରତ ଡିଏସ୍‌ପି ସୁରେନ୍ଦ୍ର ସିଂ ବିଷ୍ଣୋଇଙ୍କୁ ଡମ୍ପର ଚଢ଼ାଇ ହତ୍ୟା କରାଯିବାର ୨୪ ଘଣ୍ଟା ନ ବିତୁଣୁ ଝାଡ଼ଖଣ୍ଡର ରାଞ୍ଚତ୍ ଓ ଗୁଜରାଟର ଆନନ୍ଦ ଜିଲାରେ ଦୁଇଟି ଅନୁରୂପ ଘଟଣା ସାମ୍ନାକୁ ଆସିଛି। ରାଞ୍ଚିରେ ମଙ୍ଗଳବାର ରାତିରେ ଜଣେ ମହିଳା ସବ୍‌-ଇନ୍‌ସ୍ପେକ୍ଟରଙ୍କୁ ଗୋରୁ ଚାଲାଣକାରୀମାନେ ଗାଡ଼ି ଚଢ଼ାଇ ହତ୍ୟା କରିଛନ୍ତି। ସେହିପରି ଆନନ୍ଦ ଜିଲା ବୋରସାଦ୍‌ ଥାନାର ଜଣେ କନଷ୍ଟେବଳ ଯାନବାହନ ଯାଞ୍ଚ କରୁଥିବାବେଳେ ତାଙ୍କ ଉପରକୁ ଏକ ଟ୍ରକ୍‌ ଚଢ଼ିଯାଇଛି। ଅଭିନବ ଶୈଳୀରେ ପୋଲିସ ହତ୍ୟାର ଏହି ତିନି ଘଟଣା ଅପରାଧର ନୂଆ ଟ୍ରେଣ୍ଡ୍‌କୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରିଛି।
ଓଡ଼ିଶାରୁ ଗୋରୁଙ୍କୁ ନେଇ ଏକ ଗାଡ଼ି ରାଞ୍ଚତ୍ ଅତିକ୍ରମ କରିବ ବୋଲି ଝାଡ଼ଖଣ୍ଡ ପୋଲିସ ଆଗୁଆ ସୂଚନା ପାଇଥିଲା।

ତେଣୁ ଝାଡ଼ଖଣ୍ଡ ପୋଲିସ ମଙ୍ଗଳବାର ରାତିରେ ରାଜଧାନୀ ରାଞ୍ଚତ୍ରେ ପ୍ରସ୍ତୁତ ହୋଇ ରହିଥିଲା। ଉକ୍ତ ପିକ୍‌ଅପ୍‌ ଭ୍ୟାନ୍‌ ରାଞ୍ଚତ୍ରେ ପହଞ୍ଚତ୍ବା ପୂର୍ବରୁ ଦୁଇଟି ସ୍ଥାନରେ ପୋଲିସ ପାଟ୍ରୋଲିଂ ଟିମ୍‌କୁ ଚକମା ଦେଖାଇ ଫେରାର ହେବାରେ ସକ୍ଷମ ହୋଇଥିଲା। ସେପଟେ ରାଞ୍ଚତ୍ର ତୁପୁଦନା ଫାଣ୍ଡିର ଇନ୍‌ଚାର୍ଜ ସନ୍ଧ୍ୟା ଟପ୍ନୋ ବେଆଇନ ଗୋରୁ ଚାଲାଣ ରୋକିବା ପାଇଁ ଉକ୍ତ ପିକ୍‌ଅପ୍‌ ଭ୍ୟାନ୍‌କୁ ଅଟକାଇବାକୁ କହିଥିଲେ। କିନ୍ତୁ ଏହାର ଚାଳକ ନ ଅଟକି ତାଙ୍କ ଉପରେ ଗାଡ଼ି ଚଢ଼ାଇବା ପରେ ଦ୍ରୁତଗତିରେ ଫେରାର ହୋଇଯାଇଥିଲେ। ସେଠାରେ ମୁତୟନ ଥିବା ଅନ୍ୟ ପୋଲିସ କର୍ମଚାରୀମାନେ ଉକ୍ତ ଭ୍ୟାନ୍‌କୁ ପିଛା କରିଥିଲେ। ଫଳରେ ଭ୍ୟାନ୍‌ଟି ବାଟରେ ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ଡ୍ରାଇଭର ନିସାର ଖାନ୍‌ଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଜଣେ ବ୍ୟକ୍ତି ଫେରାର ହେବାରେ ସକ୍ଷମ ହୋଇଥିଲେ। ଏନେଇ ରାଞ୍ଚତ୍ ଏସ୍‌ଏସ୍‌ପି କୌଶଳ କିଶୋର କହିଛନ୍ତି, ଭ୍ୟାନ୍‌କୁ ଜବତ କରାଯାଇଛି। ସେଥିରୁ ୧୦ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଅଧିକ ତଦନ୍ତ ଜାରି ରହିଛି। ଗୋରୁ କେଉଁ ସ୍ଥାନକୁ ନିଆଯାଉଥିଲା ତାହା ଜାଣିବା ପାଇଁ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ଇତିମଧ୍ୟରେ ରାଞ୍ଚତ୍ ପୋଲିସ ଆସୋସିଏଶନ୍‌ର ଆନନ୍ଦ ଖାଲ୍‌କୋ କହିଛନ୍ତି, ସନ୍ଧ୍ୟା ଟପ୍ନୋ ଜଣେ କର୍ତ୍ତବ୍ୟନିଷ୍ଠ ଓ ଦକ୍ଷ ଅଫିସର ଥିଲେ। ଏହି ମାମଲାର ତ୍ୱରିତ ଶୁଣାଣି ଏବଂ ଅପରାଧୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି। ମୃତା ସନ୍ଧ୍ୟାଙ୍କ ଭାଇ ଅଜିତ ଟୋପ୍ନୋ କହିଛନ୍ତି, ପୋଲିସ ପାଟ୍ରୋଲିଂ କରୁଥିବାବେଳେ ଏକ ପିକ୍‌ଅପ୍‌ ଭ୍ୟାନ୍‌ର ସନ୍ଦେହଜନକ ଗତିବିଧି ନେଇ ତାଙ୍କ ଭଉଣୀଙ୍କ ନିକଟକୁ ଫୋନ୍‌ କଲ୍‌ ଆସିଥିଲା। ଉକ୍ତ ଭ୍ୟାନ୍‌ଟି ପୋଲିସକୁ ଦେଖି ଭଉଣୀଙ୍କ ଉପରେ ମାଡ଼ିଯାଇଥିଲା। ଏହା ଏକ ହତ୍ୟା।

ସେହିପରି ଗୁଜରାଟର ଆନନ୍ଦ ଜିଲା ବୋରସାଦ ସହରରୁ ଦଭାସି ଯାଉଥିବା ଏକ ଟ୍ରକ୍‌କୁ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ କନଷ୍ଟେବଳ କିରଣ ରାଜ ଭସାଦ୍‌-ବଗୋଡରା ରାଜପଥରେ ଅଟକାଇଥିଲେ। ଟ୍ରକ୍‌ଟି ଦ୍ରୁତଗତିରେ ତାଙ୍କ ଉପରେ ମାଡ଼ିଯାଇଥିଲା। କିରଣଙ୍କୁ ଗୁରୁତର ଅବସ୍ଥାରେ କରମସାଦ୍‌ସ୍ଥିତ ଶ୍ରୀକୃଷ୍ଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର ପୂର୍ବାହ୍ନ ୧୦ଟା ୩୦ରେ ତାଙ୍କ ମୃତ୍ୟୁ ଘଟିଛି। ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଥବା ଆନନ୍ଦ ଏସ୍‌ପି ଅଜିତ ରାଜିଆନ୍‌ କହିଛନ୍ତି। ଏଥିରେ ଆଉ ଜଣେ ହୋମଗାର୍ଡ ଆହତ ହୋଇଛନ୍ତି।
ହରିୟାଣାର ନୁହ ଜିଲା ଆରାବଳୀ ପର୍ବତମାଳା ପାଦଦେଶରେ ବେଆଇନ ପଥର ଖନନ ହେଉଥିବା ନେଇ ସୂଚନା ପାଇ ମଙ୍ଗଳବାର ଡିଏସ୍‌ପି ସୁରେନ୍ଦ୍ର ସିଂ ବିଷ୍ଣୋଇ ସେଠାକୁ ଯାଇଥିଲେ। ସୁରେନ୍ଦ୍ର ପଥର ବୋଝେଇ ଏକ ଡମ୍ପରକୁ ରୋକିଥିଲେ। କିନ୍ତୁ ଉକ୍ତ ନମ୍ବର ବିହୀନ ଡମ୍ପର ସେଠାରେ ପଥର ଅନ୍‌ଲୋଡ୍‌ କରି ଡିଏସ୍‌ପିଙ୍କ ଉପରେ ମାଡ଼ିଯାଇଥିଲା। ପୋଲିସ ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଉକ୍ତ ଟ୍ରକ୍‌କୁ ଜବତ କରିଛି। ଏଥିରେ ଆଉ କେଉଁମାନଙ୍କ ସମ୍ପୃକ୍ତି ଅଛି ତାହା ଜାଣିବା ପାଇଁ ପୋଲିସ ତନାଘନା କରୁଥିବାବେଳେ ସମାନ ଶୈଳୀରେ ଆହୁରି ଦୁଇଟି ହତ୍ୟାକାଣ୍ଡ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri