Posted inଜାତୀୟ

ଗାଡ଼ି ଚଢ଼ାଇ ପୋଲିସକୁ ହତ୍ୟା: ୨୪ ଘଣ୍ଟାରେ ୩ ମୃତ

ରାଞ୍ଚି/ବଡ଼ୋଦରା,୨୧ା୭: ହରିୟାଣାର ନୁହ ଜିଲାରେ ବେଆଇନ ଖନନ ବେଳେ କର୍ତ୍ତବ୍ୟରତ ଡିଏସ୍‌ପି ସୁରେନ୍ଦ୍ର ସିଂ ବିଷ୍ଣୋଇଙ୍କୁ ଡମ୍ପର ଚଢ଼ାଇ ହତ୍ୟା କରାଯିବାର ୨୪ ଘଣ୍ଟା ନ ବିତୁଣୁ ଝାଡ଼ଖଣ୍ଡର ରାଞ୍ଚତ୍ ଓ ଗୁଜରାଟର ଆନନ୍ଦ ଜିଲାରେ ଦୁଇଟି ଅନୁରୂପ ଘଟଣା ସାମ୍ନାକୁ ଆସିଛି। ରାଞ୍ଚିରେ ମଙ୍ଗଳବାର ରାତିରେ ଜଣେ ମହିଳା ସବ୍‌-ଇନ୍‌ସ୍ପେକ୍ଟରଙ୍କୁ ଗୋରୁ ଚାଲାଣକାରୀମାନେ ଗାଡ଼ି ଚଢ଼ାଇ ହତ୍ୟା କରିଛନ୍ତି। ସେହିପରି ଆନନ୍ଦ ଜିଲା ବୋରସାଦ୍‌ ଥାନାର ଜଣେ କନଷ୍ଟେବଳ ଯାନବାହନ ଯାଞ୍ଚ କରୁଥିବାବେଳେ ତାଙ୍କ ଉପରକୁ ଏକ ଟ୍ରକ୍‌ ଚଢ଼ିଯାଇଛି। ଅଭିନବ ଶୈଳୀରେ ପୋଲିସ ହତ୍ୟାର ଏହି ତିନି ଘଟଣା ଅପରାଧର ନୂଆ ଟ୍ରେଣ୍ଡ୍‌କୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରିଛି।
ଓଡ଼ିଶାରୁ ଗୋରୁଙ୍କୁ ନେଇ ଏକ ଗାଡ଼ି ରାଞ୍ଚତ୍ ଅତିକ୍ରମ କରିବ ବୋଲି ଝାଡ଼ଖଣ୍ଡ ପୋଲିସ ଆଗୁଆ ସୂଚନା ପାଇଥିଲା।

ତେଣୁ ଝାଡ଼ଖଣ୍ଡ ପୋଲିସ ମଙ୍ଗଳବାର ରାତିରେ ରାଜଧାନୀ ରାଞ୍ଚତ୍ରେ ପ୍ରସ୍ତୁତ ହୋଇ ରହିଥିଲା। ଉକ୍ତ ପିକ୍‌ଅପ୍‌ ଭ୍ୟାନ୍‌ ରାଞ୍ଚତ୍ରେ ପହଞ୍ଚତ୍ବା ପୂର୍ବରୁ ଦୁଇଟି ସ୍ଥାନରେ ପୋଲିସ ପାଟ୍ରୋଲିଂ ଟିମ୍‌କୁ ଚକମା ଦେଖାଇ ଫେରାର ହେବାରେ ସକ୍ଷମ ହୋଇଥିଲା। ସେପଟେ ରାଞ୍ଚତ୍ର ତୁପୁଦନା ଫାଣ୍ଡିର ଇନ୍‌ଚାର୍ଜ ସନ୍ଧ୍ୟା ଟପ୍ନୋ ବେଆଇନ ଗୋରୁ ଚାଲାଣ ରୋକିବା ପାଇଁ ଉକ୍ତ ପିକ୍‌ଅପ୍‌ ଭ୍ୟାନ୍‌କୁ ଅଟକାଇବାକୁ କହିଥିଲେ। କିନ୍ତୁ ଏହାର ଚାଳକ ନ ଅଟକି ତାଙ୍କ ଉପରେ ଗାଡ଼ି ଚଢ଼ାଇବା ପରେ ଦ୍ରୁତଗତିରେ ଫେରାର ହୋଇଯାଇଥିଲେ। ସେଠାରେ ମୁତୟନ ଥିବା ଅନ୍ୟ ପୋଲିସ କର୍ମଚାରୀମାନେ ଉକ୍ତ ଭ୍ୟାନ୍‌କୁ ପିଛା କରିଥିଲେ। ଫଳରେ ଭ୍ୟାନ୍‌ଟି ବାଟରେ ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ଡ୍ରାଇଭର ନିସାର ଖାନ୍‌ଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଜଣେ ବ୍ୟକ୍ତି ଫେରାର ହେବାରେ ସକ୍ଷମ ହୋଇଥିଲେ। ଏନେଇ ରାଞ୍ଚତ୍ ଏସ୍‌ଏସ୍‌ପି କୌଶଳ କିଶୋର କହିଛନ୍ତି, ଭ୍ୟାନ୍‌କୁ ଜବତ କରାଯାଇଛି। ସେଥିରୁ ୧୦ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଅଧିକ ତଦନ୍ତ ଜାରି ରହିଛି। ଗୋରୁ କେଉଁ ସ୍ଥାନକୁ ନିଆଯାଉଥିଲା ତାହା ଜାଣିବା ପାଇଁ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ଇତିମଧ୍ୟରେ ରାଞ୍ଚତ୍ ପୋଲିସ ଆସୋସିଏଶନ୍‌ର ଆନନ୍ଦ ଖାଲ୍‌କୋ କହିଛନ୍ତି, ସନ୍ଧ୍ୟା ଟପ୍ନୋ ଜଣେ କର୍ତ୍ତବ୍ୟନିଷ୍ଠ ଓ ଦକ୍ଷ ଅଫିସର ଥିଲେ। ଏହି ମାମଲାର ତ୍ୱରିତ ଶୁଣାଣି ଏବଂ ଅପରାଧୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି। ମୃତା ସନ୍ଧ୍ୟାଙ୍କ ଭାଇ ଅଜିତ ଟୋପ୍ନୋ କହିଛନ୍ତି, ପୋଲିସ ପାଟ୍ରୋଲିଂ କରୁଥିବାବେଳେ ଏକ ପିକ୍‌ଅପ୍‌ ଭ୍ୟାନ୍‌ର ସନ୍ଦେହଜନକ ଗତିବିଧି ନେଇ ତାଙ୍କ ଭଉଣୀଙ୍କ ନିକଟକୁ ଫୋନ୍‌ କଲ୍‌ ଆସିଥିଲା। ଉକ୍ତ ଭ୍ୟାନ୍‌ଟି ପୋଲିସକୁ ଦେଖି ଭଉଣୀଙ୍କ ଉପରେ ମାଡ଼ିଯାଇଥିଲା। ଏହା ଏକ ହତ୍ୟା।

ସେହିପରି ଗୁଜରାଟର ଆନନ୍ଦ ଜିଲା ବୋରସାଦ ସହରରୁ ଦଭାସି ଯାଉଥିବା ଏକ ଟ୍ରକ୍‌କୁ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ କନଷ୍ଟେବଳ କିରଣ ରାଜ ଭସାଦ୍‌-ବଗୋଡରା ରାଜପଥରେ ଅଟକାଇଥିଲେ। ଟ୍ରକ୍‌ଟି ଦ୍ରୁତଗତିରେ ତାଙ୍କ ଉପରେ ମାଡ଼ିଯାଇଥିଲା। କିରଣଙ୍କୁ ଗୁରୁତର ଅବସ୍ଥାରେ କରମସାଦ୍‌ସ୍ଥିତ ଶ୍ରୀକୃଷ୍ଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର ପୂର୍ବାହ୍ନ ୧୦ଟା ୩୦ରେ ତାଙ୍କ ମୃତ୍ୟୁ ଘଟିଛି। ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଥବା ଆନନ୍ଦ ଏସ୍‌ପି ଅଜିତ ରାଜିଆନ୍‌ କହିଛନ୍ତି। ଏଥିରେ ଆଉ ଜଣେ ହୋମଗାର୍ଡ ଆହତ ହୋଇଛନ୍ତି।
ହରିୟାଣାର ନୁହ ଜିଲା ଆରାବଳୀ ପର୍ବତମାଳା ପାଦଦେଶରେ ବେଆଇନ ପଥର ଖନନ ହେଉଥିବା ନେଇ ସୂଚନା ପାଇ ମଙ୍ଗଳବାର ଡିଏସ୍‌ପି ସୁରେନ୍ଦ୍ର ସିଂ ବିଷ୍ଣୋଇ ସେଠାକୁ ଯାଇଥିଲେ। ସୁରେନ୍ଦ୍ର ପଥର ବୋଝେଇ ଏକ ଡମ୍ପରକୁ ରୋକିଥିଲେ। କିନ୍ତୁ ଉକ୍ତ ନମ୍ବର ବିହୀନ ଡମ୍ପର ସେଠାରେ ପଥର ଅନ୍‌ଲୋଡ୍‌ କରି ଡିଏସ୍‌ପିଙ୍କ ଉପରେ ମାଡ଼ିଯାଇଥିଲା। ପୋଲିସ ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଉକ୍ତ ଟ୍ରକ୍‌କୁ ଜବତ କରିଛି। ଏଥିରେ ଆଉ କେଉଁମାନଙ୍କ ସମ୍ପୃକ୍ତି ଅଛି ତାହା ଜାଣିବା ପାଇଁ ପୋଲିସ ତନାଘନା କରୁଥିବାବେଳେ ସମାନ ଶୈଳୀରେ ଆହୁରି ଦୁଇଟି ହତ୍ୟାକାଣ୍ଡ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?