ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା

ନିଶା କବଳରେ ପ୍ରଭାବିତ ହୋଇ ଜୀବନ ଧାରାକୁ ଭୁଲିଯାଇଥିବା ଲୋକମାନଙ୍କୁ ଠିକ୍‌ ରାସ୍ତାକୁ ଆଣିବା ନିଶା ନିବାରଣ କେନ୍ଦ୍ରର କାମ। ଏଠାରେ ରହୁଥିବା ଅନ୍ତେବାସୀଙ୍କୁ ନିଶା ବର୍ଜନର ମାର୍ଗ ଦେଖାଇ ସେମାନେ କିପରି ଏକ ସୁସ୍ଥ ଜୀବନ ଜିଇଁ ପାରିବେ ସେନେଇ ଶିକ୍ଷା ଦିଆଯାଇଥାଏ। ଏଥିପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ମଧ୍ୟ ରହିଛି। ହେଲେ କେତେକ ସ୍ଥଳରେ ନିଶା ନିବାରଣ କେନ୍ଦ୍ରରେ ଶିକ୍ଷା ପରିବର୍ତ୍ତେ ବର୍ବର ଆଚରଣ ସହ ମାଡ଼ମରା ଯାଉଛି। ଏପରି କି ଏହି ବର୍ବରତାରୁ ଅନେକଙ୍କ ଜୀବନ ମଧ୍ୟ ଯାଉଛି।

ଭୁବନେଶ୍ୱର,୧୧।୧୦(ସତ୍ୟଜିତ୍‌ ରାଉତ): ରାଜଧାନୀ ଧଉଳି ଥାନା ଅଞ୍ଚଳରେ ଥିବା ‘ସ୍ବୀକାର’ ନିଶା ନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ହେଲେ କ୍ୟାପିଟାଲ ଥାନା ଅନ୍ତର୍ଗତ ଝରଣାସାହିର କାଳୁ ନାୟକ (୪୮)। କାଳୁଙ୍କୁ ଉକ୍ତ କେନ୍ଦ୍ରରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସ୍ତ୍ରୀ ଝୁନି ନାୟକଙ୍କ ଏତଲାକୁ ଭିତ୍ତି କରି ଧଉଳି ପୋଲିସ ଏକ ହତ୍ୟା ମାମଲା (ନଂ.୧୯୪/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, କାଳୁ ମାତ୍ରାଧିକ ନିଶା ସେବନ କରୁଥିବାରୁ ପରିବାର ଲୋକେ ତାଙ୍କୁ ୩ ମାସ ତଳେ ଉକ୍ତ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ। ଏଥିପାଇଁ ପରିବାର ଲୋକେ ପ୍ରଥମେ ୨୦ ହଜାର ଟଙ୍କା ଦେଇଥିଲେ। ପରେ ଆଉ ୨୦ ହଜାର ଟଙ୍କା ଦେବା ପାଇଁ ମାଲିକ ଦାବି କରୁଥିଲେ ବୋଲି ସ୍ତ୍ରୀ ଝୁନି କହିଛନ୍ତି। ଝୁନିଙ୍କ କହିବା ଅନୁଯାୟୀ, ଭୋର ୪ଟା ବେଳେ ତାଙ୍କ ସ୍ବାମୀଙ୍କ ହୃତ୍‌ସ୍ପନ୍ଦନ ଅଟକି ଯାଇଥିବା କର୍ମଚାରୀମାନେ ଫୋନ୍‌ ଦ୍ୱାରା ଖବର ଦେଇଥିଲେ। ପ୍ରଥମେ ଶ୍ରୀ ହସ୍ପିଟାଲକୁ ଆସିବାକୁ ତାଙ୍କୁ କୁହାଯାଇଥିଲା। ହେଲେ କିଛି ସମୟ ପରେ ତାଙ୍କ ସ୍ବାମୀଙ୍କ ମୃତଦେହ କ୍ୟାପିଟାଲ ହସ୍ପିଟାଲ ଅଣାଯାଇଥିଲା ବୋଲି ସେ ଜାଣିବାକୁ ପାଇଥିଲେ। ହସ୍ପିଟାଲକୁ ଆସିବା ପରେ ମୃତ କାଳୁଙ୍କ ପାଟି ଓ ନାକରୁ ଫେଣ ବାହାରୁଥିବା ସହ ପିଠିରେ ପାଇପ୍‌ ମାଡ଼ ଚିହ୍ନ ଥିଲା ବୋଲି ସେ କହିଛନ୍ତି। ଅଭିଯୋଗକାରିଣୀ ଝୁନି ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏନେଇ ଥାନାଧିକାରୀ ଚିତ୍ତରଞ୍ଜନ ରାଉତ କହିଛନ୍ତି, ସିସିଟିଭି ଫୁଟେଜ୍‌ ଯାଞ୍ଚରୁ କାଳୁଙ୍କୁ ମାଡ଼ ମରାଯାଇଥିବା କୌଣସି ପ୍ରମାଣ ମିଳିନହିଁ। ମୃତଦେହରେ ମାଡ଼ର ଆଘାତ ଚିହ୍ନ ନ ଥିବା ଡାକ୍ତର କହିଛନ୍ତି। ତେବେ ହୃଦ୍‌ଘାତରୁ ତାଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ରାଉତ କହିଛନ୍ତି।

 

 

ରାଜଧାନୀରେ ପୂର୍ବରୁ ନିଶା ନିବାରଣ କେନ୍ଦ୍ରଗୁଡ଼ିକରେ ନିର୍ଯାତନା ଦିଆଯାଇଥିବା ଘଟଣା ନଜରକୁ ଆସିଛି। ୨୦୨୩ ଏପ୍ରିଲ ପ୍ରଥମ ସପ୍ତାହରେ ଧଉଳି ଥାନା ଅନ୍ତର୍ଗତ ଶ୍ରଦ୍ଧା ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କୁ ହତ୍ୟା ଅଭିଯୋଗ ହୋଇଥିଲା। ସେହିଭଳି ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭୋଟପଡ଼ାସ୍ଥିତ ସାଇକୃପା ନିଶା ନିବାରଣ କେନ୍ଦ୍ରରେ ଜାନୁୟାରୀ ୩୦ରେ ଅନ୍ତେବାସୀ ସର୍ବେଶ୍ୱର ବେହେରାଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ମାଲିକଙ୍କ ସମେତ ୩ ଜଣ ଗିରଫ ହୋଇଥିଲେ। ୨୦୨୧ଅଗଷ୍ଟରେ ପାଣ୍ଡରା ନିକଟରେ ଥିବା କୃପା ଫାଉଣ୍ଡେଶନରେ ତ୍ରିନାଥ ସେଠୀଙ୍କ ମୃତ୍ୟୁ ମାମଲାରେ ମାଲିକ ଗିିରଫ ହୋଇଥିଲେ। ସେହିଭଳି ୨୦୧୯ ଅଗଷ୍ଟରେ ତମାଣ୍ଡୋ କଳିଙ୍ଗବିହାରସ୍ଥିତ ସିଏଫ୍‌ଆଇର ନିଶା ନିବାରଣ କେନ୍ଦ୍ରରେ ଅକ୍ଷୟ ମାଝିଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ସାମାଜିକ ଓ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ଜରିଆରେ ଏନ୍‌ଜିଓ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ଏହି କେନ୍ଦ୍ର କରିବାକୁ ଦାୟିତ୍ୱ ଦିଆଯାଉଛି। ଏପରି କି ଏହି କେନ୍ଦ୍ରଗୁଡ଼ିକ କେମିତି ଚାଲିବ ସେନେଇ ନିର୍ଦ୍ଦେଶାବଳୀ ମଧ୍ୟ ରହିଛି। ପ୍ରତି ରୁମ୍‌ରେ ସିସି କ୍ୟାମେରା, ମାଡ଼ ନ ଦେଇ ନିଶା ଛଡ଼ାଇବା, ଯୋଗ, ବ୍ୟାୟାମ ଓ ଆଧ୍ୟାତ୍ମିକ ଶିକ୍ଷା ବ୍ୟବସ୍ଥା, ସୁରକ୍ଷାକର୍ମୀ ରହିବା ଆଦି ଗାଇଡ୍‌ଲାଇନ୍‌ ରହିଛି। ହେଲେ ଏହାକୁ ବିଭିନ୍ନ କେନ୍ଦ୍ରର ମାଲିକ ମାନୁନାହାନ୍ତି। ଏପରି କି ଏନେଇ ସରକାରଙ୍କ ପକ୍ଷରୁ ଠିକ୍‌ ଭାବେ ତଦାରଖ କରାଯାଉ ନ ଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି।

ଅନ୍ତେବାସୀଙ୍କ ସକାରାତ୍ମକ ଶକ୍ତି ବଢ଼ାଇବା ଦରକାର
ମାନସିକ ରୋଗ ବିଶେଷଜ୍ଞ ସମ୍ରାଟ କରଙ୍କ କହିବା କଥା, ନିଶା ନିବାରଣ ଏକ ମାନସିକ ସମସ୍ୟା। ଯେଉଁମାନଙ୍କ କିଛି ମାନସିକ ଚାପ ଥାଏ, ସେମାନେ ନିଶା ସେବନ କରିଥାନ୍ତି। ନିଶା ଛାଡ଼ିଲା ପରେ ସେମାନଙ୍କ ଛାତି ଧଡ଼ଧଡ଼ ହେବା ସହ ହାତ ଥରିବା ଆଦି ସମସ୍ୟା ଦେଖା ଦେଇଥାଏ। ଔଷଧ ସେବନ ଓ କାଉନ୍‌ସେଲିଂ ଦ୍ୱାରା ସେମାନେ ଭଲ ହୋଇଥାନ୍ତି। ନିଶା ଛଡ଼ାଇବା ପାଇଁ ମାଡ଼ ମାରିଲେ, ସେମାନେ ଅଧିକ ସମସ୍ୟାରେ ପଡ଼ିବେ। ତେଣୁ ସେମାନଙ୍କୁ ସହାନୂଭୁତି ଦେବା ସହ ସେମାନଙ୍କ ମନରେ ଉତ୍ସାହ ଭରିବା ଦରକାର। ନିଶା ନିବାରଣ କେନ୍ଦ୍ରଗୁଡ଼ିକ ମାନସିକ ରୋଗ ବିଶେଷଜ୍ଞ (ମେଣ୍ଟାଲ ହେଲ୍‌ଥ ପ୍ରଫେସନାଲ)ଙ୍କ ସାହାଯ୍ୟ ନେବା ଦରକାର। ଅନ୍ତେବାସୀଙ୍କୁ ବାଡ଼େଇଲେ ଭଲ ହୋଇଯିବ ବୋଲି ନିଶା ନିବାରଣ କେନ୍ଦ୍ର କର୍ମଚାରୀ ଭାବୁଛନ୍ତି। ହେଲେ ଏହାଦ୍ୱାରା ରୋଗ ଅଧିକ ବଢ଼ିଯାଏ। ତେଣୁ ନିଶା ଛଡ଼ାଇବା ପାଇଁ ଅନ୍ତେବାସୀଙ୍କ ସକାରାତ୍ମକ ଶକ୍ତି ବଢ଼ାଇବା ଦରକାର ବୋଲି ଡାକ୍ତର କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?