ଖୁସି ଖବର, ଆଉ ହେବନି କ୍ୟାନସରରେ ମୃତ୍ୟୁ, ମିଳିଲା ନୂଆ ଔଷଧର ସନ୍ଧାନ…

ନ୍ୟୁୟର୍କ , ୮।୬ : କ୍ୟାନସର ଚିକିତ୍ସା କ୍ଷେତ୍ରରେ ଏକ ଖୁସି ଖବର ଆସିଛି। ବହୁ ବର୍ଷର ପରିଶ୍ରମ ପରେ ପ୍ରଥମ ଥର ପାଇଁ ଗବେଷକମାନେ ଏପରି ଏକ ଔଷଧର ସନ୍ଧାନ ପାଇଛନ୍ତି, ଯାହାକୁ ବ୍ୟବହାର କରି କ୍ୟାନସର ସମସ୍ୟାର ସଫଳ ସମାଧାନ ହୋଇପାରିବ।

ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ମେମୋରିଆଲ ସ୍ଲୋନ କେଟରିଂ କ୍ୟାନସର ସେଣ୍ଟର ଦ୍ୱାରା କରାଯାଇଥିବା ଏକ ପରୀକ୍ଷଣରେ ୧୮ ଜଣ କ୍ୟାନସର ଆକ୍ରାନ୍ତଙ୍କୁ ପ୍ରାୟ ୬ ମାସ ଧରି ଡୋଷ୍ଟେରଲିମାବ ନାମକ ଏକ ଔଷଧ ସେବନ କରିଥିଲେ ଏବଂ ଶେଷରେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କର ଟ୍ୟୁମର ଚାଲିଯାଇଥିବା ଦେଖିବାକୁ ମିଳିଥିଲା।

ନ୍ୟୁୟର୍କର ମେମୋରିଆଲ ସ୍ଲୋନ କେଟରିଂ କ୍ୟାନସର ସେଣ୍ଟରର ଅନୁସନ୍ଧାନ ପ୍ରତିଷ୍ଠାନ ଡ. ଲୁଇସ ଏ. ଡିଆଜ୍‌ କହିଛନ୍ତି ଏହା ଏକ ଐତିହାସିକ ଘଟଣା। କ୍ୟାନସର ଚିକିତ୍ସା କ୍ଷେତ୍ରରେ ଏହା ପ୍ରଥମ ଥର ପାଇଁ ଘଟିଛି ବୋଲି ସେ କହିଛନ୍ତି। ଏହି ପରୀକ୍ଷଣର ଫଳାଫଳ ବିଶେଷଜ୍ଞମାନଙ୍କୁ ଚକିତ କରି ଦେଇଛି, ଯେହେତୁ ଏହା ପୂର୍ବରୁ ଶୁଣାଯାଇ ନଥିଲା ଯେ ଏକ ଔଷଧ ସମସ୍ତ କ୍ୟାନସର ଆକ୍ରାନ୍ତଙ୍କଠାରେ ଏହି ସମସ୍ୟାକୁ ଶେଷ କରିବ ।

ବିଶେଷଜ୍ଞଙ୍କ ଅନୁଯାୟୀ ଡୋଷ୍ଟେରଲିମାବ ଔଷଧ ମାନବ ଶରୀରରେ ଏକ ଆଣ୍ଟିବଡି ଭାବରେ କାମ କରେ। ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ପ୍ରମାଣିତ ହୋଇଛି ଯେ ଡୋଷ୍ଟେରଲିମାବ କ୍ୟାନସର ଚିକିତ୍ସା କ୍ଷେତ୍ରରେ ଏକ ସମ୍ଭାବ୍ୟ ଉପଶମ ହୋଇପାରେ। ଯେଉଁମାନଙ୍କର କ୍ୟାନସର ସେଲଗୁଡ଼ିକ ଶରୀରରୁ ଦୂରେଇ ଯାଇଛି, ସେମାନଙ୍କ ପାଇଁ ଅଧିକ ଚିକିତ୍ସା କରିବାର କୌଣସି ଆବଶ୍ୟକତା ନାହିଁ ।

କାଲିଫର୍ନିଆ ବିଶ୍ୱବିଦ୍ୟାଳୟର କଲୋରେକ୍ଟାଲ କ୍ୟାନସର ବିଶେଷଜ୍ଞ ଡକ୍ଟର ଆଲାନ ପି ଭେନୁକ କହିଛନ୍ତି ଯେ ପ୍ରତ୍ୟେକ ଆକ୍ରାନ୍ତ କ୍ୟାନସର ମୁକ୍ତ ହେବା ଘଟଣା ପୂର୍ବରୁ କେବେ ମଧ୍ୟ ଶୁଣାଯାଇ ନ ଥିଲା। ଡାକ୍ତରଙ୍କ ଅନୁଯାୟୀ, ଆକ୍ରାନ୍ତମାନେ ପରୀକ୍ଷା ସମୟରେ ଛଅ ମାସ ପାଇଁ ପ୍ରତି ତିନି ସପ୍ତାହରେ ଡୋଷ୍ଟେରଲିମାବ ନେଇଥିଲେ। ଏହା ଉଲ୍ଲେଖନୀୟ ଯେ ସେମାନେ ସମସ୍ତେ ସମାନ ଅବସ୍ଥାରେ ଥିଲେ। ସେମାନଙ୍କର କ୍ୟାନସର ଅନ୍ୟ ଅଙ୍ଗକୁ ବ୍ୟାପି ନ ଥିଲା।

ଅନୁସନ୍ଧାନକାରୀମାନେ ଏକ ଗଣମାଧ୍ୟମରେ ପ୍ରକାଶିତ ଅଧ୍ୟୟନରେ ଲେଖିଛନ୍ତି ଯେ, ଏହି ରିପୋର୍ଟ ସମୟରେ କୌଣସି ଆକ୍ରାନ୍ତ କେମୋ ରେଡିଓଥେରାପି କିମ୍ବା ଅସ୍ତ୍ରୋପଚାର କରିନାହାଁନ୍ତି ଏବଂ ଅନୁସନ୍ଧାନ ସମୟରେ କିଛି ସମସ୍ୟା ଉପୁଜି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri