ଭୁବନେଶ୍ୱରରେ ମାରି ଗଞ୍ଜାମରେ ଫିଙ୍ଗିଥିଲେ

ଜଗନ୍ନାଥପ୍ରସାଦ,୧୨।୧(ଡି.ଏନ.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଭୂଷଣ୍ଡପାଳ ଛକ ନିକଟ ଧାନବିଲରୁ ଗତ ଡିସେମ୍ବର ୨ରେ ଯୁବତୀଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ ହୋଇଛି। ମୃତ ଯୁବତୀ ଜଣକ ହେଲେ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ମାହାନା ଗ୍ରାମର ପୂଜା ସେଠୀ। ୫ ବର୍ଷ ହେଲା ପୂଜା ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ରହୁଥିବା ମାନସ ରଞ୍ଜନ ପାଇକରାୟଙ୍କ ଘରେ ସହାୟିକା ଭାବେ କାମ କରୁଥିଲେ। ଆଉ କାମ କରିବେନି ବୋଲି ସେ ବାରମ୍ବାର କହୁଥିଲେ ମଧ୍ୟ ମାନସ ଓ ସ୍ତ୍ରୀ ସରୋଜିନୀ ତାଙ୍କୁ ଛାଡ଼ୁ ନ ଥିଲେ। ଏହାକୁ ନେଇ ଦମ୍ପତି ଓ ପୂଜାଙ୍କ ମଧ୍ୟରେ ସବୁବେଳେ ଯୁକ୍ତିତର୍କ ହେଉଥିଲା। ଗତ ଡିସେମ୍ବର ୧ ସନ୍ଧ୍ୟାରେ ଏହା ଉଗ୍ରରୂପ ନେଇଥିଲା। ପୂଜା ଘର ଛାଡ଼ି ପଳାଇବେ ବୋଲି ଜିଦ୍‌ ଧରିବାରୁ ଦମ୍ପତି ତାଙ୍କୁ ମାଡ଼ମାରି ତଣ୍ଟି ଚିପି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ପୂଜାଙ୍କ ମୃତ୍ୟୁ ଘଟିଥିଲା। ପରେ ଦମ୍ପତି ରାତି ପ୍ରାୟ ୧୦ଟାରେ ମୃତଦେହକୁ ଏକ ଓଲା କାର୍‌(ନଂ ଓଡ଼ି୩୩ ଏମ୩୦୧୪)ରେ ଅନ୍ୟତ୍ର ଫୋପାଡ଼ିବାକୁ ନେଇଥିଲେ। ଜାଗା ଖୋଜିଖୋଜି ସେମାନେ ଭୁବନେଶ୍ୱରରୁ ୧୫୦ କି.ମି. ଦୂର ଆସି ଭୂଷଣ୍ଡପାଳ ଛକ ନିକଟ ଧାନ ବିଲରେ ମୃତଦେହ ପକାଇ ଚାଲିଯାଇଥିଲେ। ଅଭିଯୁକ୍ତ ଦମ୍ପତି ମାନସ ଓ ସରୋଜିନୀଙ୍କୁ ସୋମବାର ଜଗନ୍ନାଥପ୍ରସାଦ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ସୂଚନା ଦେଇଛନ୍ତି।
ଏସ୍‌ପି ଆହୁରି କହିଛନ୍ତି, ପୂଜାଙ୍କ ମୃତଦେହରେ କୌଣସି କ୍ଷତ ଚିହ୍ନ ନ ଥିଲା। ପାଟି ଓ ନାକରୁ ରକ୍ତ ବାହାରିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଇଥିଲା। ଜଗନ୍ନାଥପ୍ରସାଦ ଥାନାରେ ଏ ନେଇ ଆଇପିସି ଦଫା ୩୦୨/୨୦୧ ଅନୁଯାୟୀ ମାମଲା (ନଂ.୨୮୪/୨୨୦) ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା। ମୃତଦେହ ଚିହ୍ନଟ ପାଇଁ ଭଞ୍ଜନଗର ମେଡିକାଲରେ ୭୨ଘଣ୍ଟା ପର୍ଯ୍ୟନ୍ତ ରଖାଯାଇଥିଲା। ତଥାପି ଚିହ୍ନଟ ହୋଇ ନ ପାରିବାରୁ ୫ଟି ପୋଲିସ ଟିମ୍‌ ଗଠନ କରାଯାଇ ବିଭିନ୍ନ ଥାନା ଅଞ୍ଚଳକୁ ପଠାଯାଇଥିଲା। ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଦିଲୀପ କୁମାର ସ୍ବାଇଁ ଏହାର ତଦାରଖ କରୁଥିଲେ। ପୋଲିସ ଟିମ୍‌ ବିଭିନ୍ନ ସମୟରେ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼, ବାଲେଶ୍ୱର, ପୁରୀ, କନ୍ଧମାଳ, ରାୟଗଡା, କୋରାପୁଟ ଜିଲାର ପ୍ରାୟ ୧୦୦ ଥାନାକୁ ଯାଇ ମୃତ ଯୁବତୀଙ୍କ ଫଟୋ ଦେଖାଇ ଚିହ୍ନଟ କରିବାକୁ ଚେଷ୍ଟା କରିଥିଲେ। ଏପରିକି ପୋଲିସର ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ମଧ୍ୟ ଫଟୋ ସେୟାର କରାଯାଇଥିଲା। ବିଭିନ୍ନ ଅଞ୍ଚଳରୁ କେତେଜଣଙ୍କୁ ସନ୍ଦେହରେ ଉଠାଇ ପଚରାଉଚୁରା ହୋଇଥିଲା। ବାଲେଶ୍ୱର ଅଞ୍ଚଳର ଜଣେ ବ୍ୟକ୍ତି ମୃତା ଯୁବତୀଙ୍କୁ ଚିହ୍ନଟ କରିଥିଲେ। ପୂଜାଙ୍କ ବାପା ଫଟୋ ଦେଖି ଝିଅକୁ ଚିହ୍ନଟ କରିଥିଲେ। ଭୁବନେଶ୍ୱରରେ ଜଣେ ବାବୁଙ୍କ ଘରେ ଝିଅ ରହୁଥିବା ଓ ତାଙ୍କୁ ସେ ଚିହ୍ନି ନ ଥିବା ବାପା କହିଥିଲେ। ପରେ ପୋଲିସ ଟିମ ବାରମ୍ବାର ଭୁବନେଶ୍ୱରକୁ ଯାଇ ତଦନ୍ତ କରିବା ପରେ ଅଭିଯୁକ୍ତ ଦମ୍ପତିଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତ ମାନସଙ୍କ ଘର ନୟାଗଡ଼ ଜିଲାର ଫତେଗଡ଼ ଥାନା ଅନ୍ତର୍ଗତ ପଥରପୁଞ୍ଜି ଗ୍ରାମ ଓ ସରୋଜିନୀଙ୍କ ଘର କଟକ ଜିଲାର ବୈଦେଶ୍ୱର ଥାନା ଅନ୍ତର୍ଗତ କଳାପଥର ଗ୍ରାମରେ ବୋଲି ଜେରା ବେଳେ ଜଣାପଡ଼ିଛି। ଜଗନ୍ନାଥପ୍ରସାଦ ପୋଲିସର ଏଭଳି ସଫଳତା ପାଇଁ ଏସ୍‌ପି ୧୦୦୦ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ନୂଆ କ୍ରିକେଟ୍‌ ବିସ୍ମୟ ତନ୍ମୟ: ଗୋଟିଏ ଟେଷ୍ଟରେ ୧୪ ଉଇକେଟ ନେଇ ରଚିଲେ ଇତିହାସ

ଅହମ୍ମଦାବାଦ,୯।୧୦: କ୍ରିକେଟ ପଡ଼ିଆରେ ଭାରତୀୟ ଯୁବ ସ୍ପିନର ତନ୍ମୟ ବଲୋଦାଙ୍କ କମାଲ। ଅଷ୍ଟ୍ରେଲିଆର ଅଣ୍ଡର-୧୯ ଦଳ ବିପକ୍ଷରେ ଦ୍ୱିତୀୟ ଅନୌପଚାରିକ ଟେଷ୍ଟ ମ୍ୟାଚ୍‌ରେ ନିଜର ଘାତକ ବୋଲିଂରେ…

ଇତିହାସ ବଦଳାଇବେ ଅଭିଷେକ ଶର୍ମା: କରିବେ ଏହି ବଡ଼ ବିଶ୍ୱ ରେକର୍ଡ

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ ଆଜି ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ବିସ୍ଫୋରକ…

ମନ୍ତ୍ରୀ କରିଡର ଖାଁ ଖାଁ: ତୃତୀୟ ମହଲା ଚଳଚଞ୍ଚଳ

ଭୁବନେଶ୍ୱର, ୯ା୧୦(ରବିନାରାୟଣ ଜେନା):ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଆହୂତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ବେଳେ ପୂର୍ବାହ୍ନରେ ଲୋକସେବା ଭବନରେ ତୃତୀୟ ମହଲା ଚଳଚଞ୍ଚଳ ରହିିଥିଲା। ମାତ୍ର ଖାରବେଳ…

ସାହିତ୍ୟ ପାଇଁ କାନାଡା କବି ଆନେ କାର୍ସନଙ୍କୁ ନୋବେଲ ପୁରସ୍କାର

ଷ୍ଟକ୍‌ହୋମ,୯।୧୦(ଏ.ପି.): କାନାଡାର ପ୍ରସିଦ୍ଧ କବି ତଥା ପ୍ରାବନ୍ଧିକା ଆନେ କାର୍ସନଙ୍କୁ ୨୦୨୬ ମସିହାର ସାହିତ୍ୟ (ଲିଟରେଚର) ନୋବେଲ ପୁରସ୍କାର ପ୍ରଦାନ କରାଯିବ। ପ୍ରାଚୀନ ପରମ୍ପରା ସହ ସମକାଳୀନ…

IPL 2027 ପୂର୍ବରୁ ରିଷଭ ପନ୍ତଙ୍କୁ ବଡ଼ ଝଟ୍‌କା, ଦିଲ୍ଲୀ କ୍ୟାପିଟାଲ୍ସରେ ମିଳିବନି ଏହି ଦାୟିତ୍ୱ!

ନୂଆଦିଲ୍ଲୀ,୯।୧୦: ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବା ପରେ ରିଷଭ ପନ୍ତଙ୍କ ବ୍ୟାଟିଂ ପୋଜିସନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। IPL 2027ରେ ପନ୍ତଙ୍କୁ ଟପ୍ ଅର୍ଡରରେ ବ୍ୟାଟିଂ…

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?