ଗଞ୍ଜେଇ ଟଙ୍କା ମାଗିବାରୁ ହତ୍ୟା

ବଲାଙ୍ଗୀର,୨୪ା୨(ବୀରେନ୍ଦ୍ର କୁମାର ଝାଙ୍କର): ମହିଳାଙ୍କ ମୃତଦେହ ଜବତର ୨୪ ଘଣ୍ଟା ନପୂରୁଣୁ ବଲାଙ୍ଗୀର ପୋଲିସ ଟିମ୍‌ ପୁଇଁତଳା ଥାନା କେଶରକେଲା ପମ୍ପହାଉସ ନିକଟ ହତ୍ୟା ଘଟଣାର ପର୍ଦ୍ଦଫାଶ କରିଛି। ଗୁରୁବାର ପମ୍ପହାଉସ ନିକଟରେ ଜଣେ ମହିଳାଙ୍କ ମୃତଦେହ ଜବତ ହୋଇଥିଲା। ମୃତା ବୌଦ୍ଧ ଜିଲା କଣ୍ଟାମାଳ ଥାନା ବରିଗୁଭା ଗାଁର ଚକା ମହାନନ୍ଦଙ୍କ ସ୍ତ୍ରୀ ସଞ୍ଜୁକ୍ତା ଓରଫ୍‌ ଡଲି ହରିପାଲ (୩୩) ବୋଲି ଚିହ୍ନଟ କରାଯାଇଥିଲା। ଥାନାରେ ଏକ ମାମଲା(୬୯/୨୪) ରୁଜୁ ହୋଇଥିଲା। ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରୀଙ୍କ ନିର୍ଦ୍ଦେଶରେ ଗଠିତ ସ୍ବତନ୍ତ୍ର ପୋଲିସ ଟିମ୍‌ ବୌଦ୍ଧ ଜିଲା କଣ୍ଟାମାଳ ଥାନା ଖଲିଆପାଲିର ଅଭିଯୁକ୍ତ ସପ୍ତମ ବଗର୍ତ୍ତୀ(୨୪)ଙ୍କୁ ଗିରଫ କରିଛି। ବଲାଙ୍ଗୀର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ ଟାଉନ୍‌ ଥାନା ପରିସରରେ ଖବରଦାତା ସମ୍ମିଳନୀ ଡାକି ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଛନ୍ତି।
ଅଭିଯୁକ୍ତ ବଗର୍ତ୍ତୀ ଗଞ୍ଜେଇ କାରବାରରେ ଲିପ୍ତ ଥିଲେ। ବଗର୍ତ୍ତୀ ଓ ସଞ୍ଜୁକ୍ତାଙ୍କ ବାପଘର ଖଲିଆପାଲି ଗାଁରେ। ଚକା ମହାନନ୍ଦଙ୍କୁ ବିବାହ କଲା ପରେ ସଞ୍ଜୁକ୍ତା ବରିଗୁଭାରେ ରହୁଥିଲେ। ସେଠାରେ ସେ ମିଶନଶକ୍ତି ସିଆରପିଭାବେ କାର୍ଯ୍ୟ କରୁଥିଲେ। କିଛିଦିନ ସଞ୍ଜୁକ୍ତା ଗଞ୍ଜେଇ ବେପାରୀ ସପ୍ତମଙ୍କ କଥାରେ ପଡି ଗଞ୍ଜେଇ ଚୋରାଚାଲାଣ କରୁଥିଲେ। ଗତ ୨୧ ତାରିଖରେ ସଞ୍ଜୁକ୍ତା ବୌଦ୍ଧଠାରେ ଆୟୋଜିତ ଲକ୍ଷ୍ମୀବସ୍‌ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛି କହି ସିଆରପି ୟୁନିଫର୍ମ ଶାଢ଼ୀ ପିନ୍ଧି ନିଜ ଘରୁ ବାହାରିଥିଲେ। ଏହାପରେ ସପ୍ତମ ବଗର୍ତ୍ତୀଙ୍କ ସହ ସଞ୍ଜୁକ୍ତା ଗଞ୍ଜେଇ ବ୍ୟାଗ ଧରି ଏକ ବାଇକରେ ବଲାଙ୍ଗୀର ବାହାରିଥିଲେ। ଏଥିପାଇଁ କୁଆଡେ ସଞ୍ଜୁକ୍ତାଙ୍କୁ ୨୫ ହଜାର ଟଙ୍କା ଦେବାକୁ ସପ୍ତମ ରାଜି ହୋଇଥିଲେ। ଉଭୟେ ୨୧ତାରିଖ ବଲାଙ୍ଗୀର ପହଞ୍ଚିବା ପରେ ବେପାରୀ ନ ମିଳିବାରୁ ଗଞ୍ଜେଇ ବିକ୍ରି ହୋଇ ପାରି ନ ଥିଲା। ରାତି ପ୍ରାୟ ୮ଟା ସୁଦ୍ଧା ସେମାନେ ଗଞ୍ଜେଇ ବିକ୍ରି ଉଦ୍ୟମ କରି ବିଫଳ ହେବାରୁ ଘରକୁ ଫେରିଯିବାକୁ ବାହାରିଥିଲେ। ଫେରିବା ବାଟରେ ଉଭୟେ ରାତିରେ କେଶରକେଲା ପମ୍ପହାଉସ ନିକଟ ନିଛାଟିଆ ସ୍ଥାନକୁ ଯାଇ କିଛି ସମୟ ଅନ୍ତରଙ୍ଗ ଆଳାପ କରିଥିଲେ। ଏହା ପରେ ସଞ୍ଜୁକ୍ତା ସପ୍ତମଙ୍କଠାରୁ ୨୫ହଜାର ଟଙ୍କା ଦାବି କରିଥିଲେ। ସେଇ କଥାକୁ ନେଇ ଉଭୟଙ୍କ ଭିତରେ ବଚସା ହୋଇଥିଲା। ଟଙ୍କା ନଦେଲେ ସପ୍ତମଙ୍କ ଗଞ୍ଜେଇ ବେପାର ସମ୍ପର୍କରେ ଖୁଲାସା କରିଦେବେ ବୋଲି ଧମକ ଦେଇଥିଲେ। କ୍ରୋଧିତ ହୋଇ ସପ୍ତମ ସେଇ ପଡିଆରେ ସଞ୍ଜୁକ୍ତାଙ୍କ ତଣ୍ଟି ଚିପି ମାରି ଦେଇଥିଲେ। ଏହାପରେ ସଞ୍ଜୁକ୍ତାଙ୍କ ଶାଢ଼ୀରେ ତାଙ୍କ ବେକକୁ ବାନ୍ଧି ଅଁାଟ ଭିତର ଏକ ଗଛ ପାଖକୁ ଘୋଷାଡି ନେଇଥିଲେ। ସେଠାରେ ତାଙ୍କ ଶାଢ଼ୀକୁ ଗଛରେ ବାନ୍ଧି ଦେଇ ଗଞ୍ଜେଇ ବ୍ୟାଗ ଧରି ବାଇକରେ ଗାଁକୁ ପଳାଇ ଯାଇଥିଲେ। ୨୨ ତାରିଖ କେଶରକେଲା ପମ୍ପହାଉସ ପାଖରୁ ସଞ୍ଜୁକ୍ତାଙ୍କ ମୃତଦେହ ପୋଲିସ ଜବତ କରିଥିଲା। ପୋଲିସ ଟିମ୍‌ ମୃତଦେହ ନିକଟରୁ ପାଇଥିବା ମୋବାଇଲରୁ ସଞ୍ଜୁକ୍ତାଙ୍କ ଠିକଣା ଜାଣିବା ସହ ଅଭିଯୁକ୍ତଙ୍କୁ ଟ୍ରାକ୍‌ କରିଥିଲା। ଅପରପକ୍ଷରେ ସପ୍ତମ ହତ୍ୟା କରିବା ପରେ ଗଁାକୁ ପଳାଇ ଯାଇଥିଲେ। ଶୁକ୍ରବାର ସକାଳେ ଆଉ ଜଣେ ସହଯୋଗୀ ମହାଦେବ ରଣା (୨୪)ଙ୍କ ସହ ଏକ ବାଇକରେ ଗଞ୍ଜେଇ ଚାଲାଣ କରିବାକୁ ଦେଓଗଁା ଅଞ୍ଚଳରେ ବୁଲୁଥିବାବେଳେ ପୋଲିସ ଟିମ୍‌ ସେମାନଙ୍କୁ କାବୁ କରିନେଇଥିଲା। ସେମାନଙ୍କଠାରୁ ୮ କେଜି ଗଞ୍ଜେଇ ମଧ୍ୟ ଜବତ କରାଯାଇଥିଲା। ସପ୍ତମଙ୍କୁ ଗିରଫ କରି ବଲାଙ୍ଗୀର ଆଣିବା ପରେ ଶୁକ୍ରବାର କେଶରକେଲା ନିଆଯାଇ ସିନ୍‌ ରିକ୍ରିଏସନ୍‌ କରାଯାଇଥିଲା। ୨୫ହଜାର ଟଙ୍କ ମାଗିବା ଏବଂ ତାଙ୍କ ଗଞ୍ଜେଇ କାରବାର ସମ୍ପର୍କରେ ଖୁଲାସା କରିଦେବ କହି ବ୍ଳାକ୍‌ମେଲିଂ କରିବାରୁ ସଞ୍ଜୁକ୍ତାଙ୍କୁ ହତ୍ୟା କରିଥିବା ସପ୍ତମ ସ୍ବୀକାର କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ପୋଲିସ ଅଭିଯୁକ୍ତଙ୍କ ଜଣେ ସମ୍ପର୍କୀୟଙ୍କ ଘରୁ ତାଙ୍କ ବାଇକ(ଓଡି୩୧ ଏଫ୍‌ ୬୨୩୩) ଜବତ କରିଛି। ଖବରଦାତା ସମ୍ମିଳନୀରେ ଇନ୍ସପେକ୍ଟର ଅନିତା ପ୍ରଧାନ ଓ ଅନିତା ପଟନିଆ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?