ଶୋଇଥିବା ବେଳେ ଖଣ୍ଡାରେ ହାଣି ହତ୍ୟା

ବଲାଙ୍ଗୀର ଅଫିସ, ୫।୨: ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅଏଁଲାସାରି ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଶୋଇଥିବା ଅବସ୍ଥାରେ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ମୃତକ ଅଏଁଲାସାରୀ ଗାଁର ଜନ୍ମ ଖୁଣ୍ଟୁଲି(୫୫)। ଜନ୍ମ ଘରେ ଶୋଇଥିବାବେଳେ ଗଁାର ବିଭୂତି ଷାଣ୍ଢ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ଚିତ୍କାର ଶୁଣି ପାଖରେ ଥିବା ସ୍ତ୍ରୀ ଉଠି ପଡିଥିଲେ। ଏହାପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ନିଆଯାଇଥିଲା। ପରେ ଡାକ୍ତର ତାଙ୍କୁ ବୁର୍ଲା ସ୍ଥାନାନ୍ତର କରିଥିଲେ। ପରିବାର ଲୋକେ ବୁର୍ଲା ମେଡିକାଲ ହସ୍ପିଟାଲରେ ପହଞ୍ଚତ୍ବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୁଇଁତଲା ଥାନାରେ ମାମଲା ରୁଜୁ ହୋଇଛି। ଜାତି ସମାଜ କାର୍ଯ୍ୟକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚାର ବିଷୟ ହୋଇଛି। ମୃତକଙ୍କ ସ୍ତ୍ରୀଙ୍କ ଅଭିଯୋଗ ଆଧାରରେ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏନେଇ ଏସ୍‌ଡିପିଓ ତୋଫାନ ବାଗଙ୍କୁ ପଚାରିବାରୁ ଅଭିଯୁକ୍ତ ଫେରାର ଅଛନ୍ତି। ତାଙ୍କୁ ଖୋଜା ଯାଉଛି। ଘଟଣାସ୍ଥଳରୁ ଏକ ରକ୍ତଲଗା ଏକ ମାରଣାସ୍ତ୍ର ମିଳିଛି ବୋଲି ସେ ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡର କାରଣ ସମ୍ପର୍କରେ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାରେ ୧୨. ୪୨ ଲକ୍ଷ ପକ୍ଷୀ

ବାଲୁଗଁା,୬।୧(ଡି.ଏନ୍‌.ଏ.): ଚିଲିକାରେ ମଙ୍ଗଳବାର ପକ୍ଷୀ ଗଣନା ସମାପ୍ତ ହୋଇଛି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ମିଳିତ ଆନୁକୂଲ୍ୟରେ ଏହି ପକ୍ଷୀ...

ଫାଇଲ ତଳେ କହ୍ନେଇଜେନା ଇକୋ ଟୁରିଜିମ ପ୍ରକଳ୍ପ ଭାଗ୍ୟ: ନାହିଁ ଆନ୍ତରିକତା, ଆଗଉନି କାମ

ତାଳଚେର, ୬ା୯ (ନି.ପ୍ର.) – ଫାଇଲ ତଳେ ତାଳଚେର ସମଲ ବ୍ୟାରେଜଠାରେ ପ୍ରସ୍ତାବିତ କହ୍ନେଇଜେନା ଇକୋ ଟୁରିଜିମ ପ୍ରକଳ୍ପର ଭାଗ୍ୟ। କାଗଜକଲମରେ ସରିଛି ବ୍ୟୟ ଅଟକଳ,...

ନାବାଳିକାଙ୍କ ସମେତ ୨୦ ଶିଶୁ ଶ୍ରମିକ ଉଦ୍ଧାର

ବ୍ରହ୍ମପୁର ଅଫିସ,୨୧ା୨-ବ୍ରହ୍ମପୁର ପୋଲିସ ଜିଲାରେ ବଚପନ ବଚାଓ ଆନ୍ଦୋଳନ ଆରମ୍ଭ ହୋଇଛି। ଏଥିରେ ଜିଲା ଶ୍ରମ ଅଧିକାରୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ ମଙ୍ଗଳ...

ଗୋଟିଏ ଦିନ ବିଳମ୍ବରେ ପହଞ୍ଚିଲା ବ୍ରହ୍ମ ତାଳଧ୍ବଜ

କେନ୍ଦ୍ରାପଡ଼ା ଅଫିସ,୧୧।୧୦: କେନ୍ଦ୍ରାପଡ଼ାର ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ ରଥ ଶେଷରେ ଗୋଟିଏ ଦିନ ବିଳମ୍ବରେ ଚକଡ଼ାରେ ପହଞ୍ଚିଥିଲା। ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ରାସ୍ତା ପାଶର୍‌ବ ଅସ୍ଥାୟୀ...

ଟାଟାଷ୍ଟିଲ କାର୍ଯ୍ୟାଳୟରେ ଜମିହରା ଗ୍ରାମବାସୀଙ୍କ ଦାବି ନେଇ ଆଲୋଚନା: ପ୍ରଶାସନ ନ ଆସିବାରୁ ହେଲାନି ସମାଧାନ

ଯୋଡ଼ା, ୭।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଟାଟାଷ୍ଟିଲ କମ୍ପାନୀର ଯୋଡା ଇଷ୍ଟ ଲୁହାପଥର ଖଣି ସମ୍ମୁଖରେ ଯୋଡା ଭୂୟଁା ବସ୍ତିର ଜମିହରା ମାନେ ବିଭିନ୍ନ ଦାବି ନେଇ ଜୁଲାଇ...

ବଜ୍ରାପାତରେ ମହିଳାଙ୍କ ଜୀବନ ଗଲା

ଦିଗପହଣ୍ଡି,୮ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ଶଙ୍କରଖାଳି ଗ୍ରାମର ଦଳିତ ସାହିରେ ଶନିବାର ବଜ୍ରପାତ ଘଟି ଜଣେ ମହିଳାଙ୍କ ଜୀବନ ଯାଇଛି।...

କାର୍‌ ଦୁର୍ଘଟଣାରେ ଏଲ୍‌ଆଇସି ବ୍ରାଞ୍ଚ ମ୍ୟାନେଜର ମୃତ

ଆନନ୍ଦପୁର/କେନ୍ଦୁଝର,୪ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଜୀବନବୀମା ନିଗମ ଶାଖା ପରିଚାଳକଙ୍କ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲା ଜୀବନବୀମା ନିଗମର କେନ୍ଦୁଝର ଶାଖା...

ସଫେଇ କର୍ମଚାରୀଙ୍କ ଧର୍ମଘଟ : ସହରରେ ଗଦା ହୋଇଛି କୁଢ଼କୁଢ଼ ଆବର୍ଜନା

ଭବାନୀପାଟଣା,୧୫ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ପୌରପରିଷଦର ସଫେଇ କର୍ମଚାରୀଙ୍କ ଧର୍ମଘଟ ଯୋଗୁ ସହରରେ କୁଢ଼କୁଢ଼ ଆବର୍ଜନା ପଡ଼ି ରହିଛିା ପ୍ରକାଶ ଯେ, ଭବାନୀପାଟଣା ସହରରେ...

Advertisement
Archives

Model This Week