ହତ୍ୟା କରି ଟ୍ରେନଲାଇନ୍‌କୁ ଫିଙ୍ଗି ଦେଇଥିଲେ

ବଲାଙ୍ଗୀର, ୧୩ା୭ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସଦର ଥାନା ଅଧୀନ ଅଇଁଲାଚୁଆଁ ଗାଁର ରଜତ ପ୍ରଧାନ(୨୩) ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଅଭିଯୁକ୍ତମାନେ ରଜତଙ୍କୁ ହତ୍ୟା କରିବା ପରେ ରେଳଲାଇନ୍‌ କଡରେ ମୃତଦେହ ଫିଙ୍ଗିଦେଇ ଏହାକୁ ଦୁର୍ଘଟଣା ରୂପ ଦେବାକୁ ଚେଷ୍ଟା କରିଥିଲେ। ତ୍ରିକୋଣୀୟ ପ୍ରେମ ଘଟଣାରୁ ଏହି ଜଘନ୍ୟ ହତ୍ୟା ଘଟିଥିତ୍ବା ପୋଲିସ ପକ୍ଷରୁ କୁହାଯାଇଛି। ହତ୍ୟା ଘଟଣାରେ ପୁଇଁତଳା ଥାନା ସିଲେଟପଡା ଗଁାର ୪ ଜଣ ନାବାଳକ ସମେତ ୬ ଜଣଙ୍କୁ ପୋଲିସ କାବୁ କରିଛି। ଦୁଇ ଅଭିଯୁକ୍ତ ସିଲେଟପଡାର ସୂର୍ଯ୍ୟକାନ୍ତ ସେଲମା (୨୧) ଏବଂ ରାଜୀବ ବଗର୍ତ୍ତୀ (୨୧)ଙ୍କୁ ପୋଲିସ ଗୁରୁବାର ଗିରଫ କରି କୋର୍ଟଚାଲାଣ କରିଛି। ଏଥିସହ ୪ ନାବାଳକଙ୍କୁ ଜୁଭେନାଇଲ ବୋର୍ଡରେ ହାଜର କରିଛି। ଅଭିଯୁକ୍ତଙ୍କଠାରୁ ପୋଲିସ ବିଭିନ୍ନ ପ୍ରକାର ମାରଣାସ୍ତ୍ର, ମୋବାଇଲ ଜବତ କରିଛି। ବଲାଙ୍ଗୀର ଏସ୍‌ପି ଋ଼ଷିକେଶ ଖିଲାରି ହତ୍ୟାକାଣ୍ଡ ସମ୍ପର୍କରେ ସଦର ଥାନାରେ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି।

ଗତ ଜୁନ୍‌ ୨୪ ତାରିଖ ସନ୍ଧ୍ୟାରୁ ରଜତ ନିଖୋଜ ହୋଇଯାଇଥିଲେ। ଖୋଜାଖୋଜି କରିବା ପରେ ମଧ୍ୟ ପରିବାର ଲୋକେ ତାଙ୍କୁ ନ ପାଇବାରୁ ସଦର ଥାନାରେ ଅଭିଯୋଗ କରିଥିଲେ। ୨୫ ତାରିଖ ଖଜେନପାଲି ନିକଟ ବଲାଙ୍ଗୀର-ଦେଓଗାଁ ରେଳଲାଇନ୍‌ କଡରୁ ରଜତଙ୍କ ମୃତଦେହକୁ ବଲାଙ୍ଗୀର ରେଲୱେ ପୋଲିସ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମୃତକଙ୍କ ପରିବାର ଓ ଗଁା ଲୋକେ ଅଭିଯୋଗ ଥିଲେ। ଏପରିକି ପରିବାର ଏବଂ ଗାଁ ଲୋକେ ରଜତଙ୍କୁ ନ୍ୟାୟ ଦାବିରେ ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ଏସ୍‌ପି ଖିଲାରି ଘଟଣାର ସ୍ବତନ୍ତ୍ର ତଦନ୍ତ କରିବାକୁ ସଦର ଥାନା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ସଦର ପୋଲିସ ତଦନ୍ତ ଆରମ୍ଭ କରି ପୁଇଁତଳା ଥାନା ଅନ୍ତର୍ଗତ ସିଲେଟପଡା ଗାଁରୁ ୬ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା। ଏଥିରୁ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା। ସିଲେଟପଡାର ଗିରଫ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସେଲମାଙ୍କୁ ପୋଲିସ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି। ଗୋଟିଏ ଝିଅକୁ ଭଲ ପାଉଥିବାରୁ ରଜତଙ୍କୁ ରାସ୍ତାରୁ ହଟାଇବା ପାଇଁ ହତ୍ୟା ଯୋଜନା କରିଥିବା ଏସ୍‌ପି ଖିଲାରି ସୂଚନା ଦେଇଥିଲେ। ଜୁନ୍‌ ୨୪ ତାରିଖ ସନ୍ଧ୍ୟାରେ ଏକ ମୋବାଇଲ ଫୋନ୍‌ରେ ଝିଅ ସହ ଭେଟ ହେଉଥିବା ସ୍ଥାନକୁ ରଜତଙ୍କୁ ଡକାଯାଇଥିଲା ଏବଂ ସେଠାରୁ ଅଭିଯୁକ୍ତମାନେ ତାଙ୍କୁ ଦୁଇଟି ମୋଟର ସାଇକେଲରେ ଉଠାଇ ନେଇ ହତ୍ୟା କରିଥିଲେ ବୋଲି ଏସ୍‌ପି କହିଥିଲେ। ପରେ ରଜତଙ୍କ ମୋବାଇଲ ଫୋନ୍‌କୁ ଏକ କୂଅରେ ଫିଙ୍ଗି ଦେଇଥିଲେ। ବୁଧବାର ଅଟକ ଅଭିଯୁକ୍ତମାନଙ୍କୁ ନେଇ ପୋଲିସ ଟିମ୍‌ ଓ ଓଡ୍ରାଫ୍‌ ଟିମ୍‌ ସିଲେଟ୍‌ପଡା ଗ୍ରାମକୁ ଯାଇ ସେଠାକାର ଏକ କୂଅରୁ ରଜତଙ୍କ ମୋବାଇଲ ଫୋନ୍‌ ଉଦ୍ଧାର କରିବା ସହ ଅଳ୍ପ କିଛି ଦୂରରୁ ଏକ ମାରଣାସ୍ତ୍ର ଜବତ କରିଥିଲା। ରଜତଙ୍କ ପିତା ନିରାକାର ପ୍ରଧାନ ହତ୍ୟାକାରୀଙ୍କୁ ଫାଶୀ ଦିଆଯାଉ ବୋଲି କହିଛନ୍ତି। ଏଭଳିକି ଯେଉଁ ଝିଅ ପାଇଁ ତାଙ୍କ ପୁଅକୁ ହତ୍ୟା କରାଯାଇଛି ସେ ମଧ୍ୟ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛି କହି ତାଙ୍କୁ ମଧ୍ୟ ଗିରଫ ଦାବି କରିଛନ୍ତି। ଖବରଦାତା ସମ୍ମିଳନୀରେ ଏସ୍‌ପି ଖିଲାରିଙ୍କ ସହ ଏସ୍‌ଡିପିଓ ତୋଫାନ ବାଗ ଓ ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?