ଦୁର୍ଘଟଣା ପରେ ପିଟି ମାରିଦେଲେ

ବାରିପଦା ଅଫିସ/ବାଙ୍ଗିରିପୋଷି,୨୦।୪(ଡି.ଏନ.ଏ.): ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁକୁ କେନ୍ଦ୍ରକରି ମଙ୍ଗଳବାର ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଘଟିଛି ତୁମୁଳକାଣ୍ଡ। ଦୁର୍ଘଟଣା ଘଟାଇ ସ୍କର୍ପିଓ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ସେଥିରେ ବସିଥିବା କେନ୍ଦୁଝରସ୍ଥିତ ଏକ ମେଗା ଜଳସେଚନ ପ୍ରକଳ୍ପର ଜଣେ କର୍ମଚାରୀଙ୍କୁ ଉତ୍ତ୍ୟକ୍ତ ଲୋକେ ପିଟିପିଟି ମାରି ଦେଇଛନ୍ତି। ଅନ୍ୟ ଜଣେ କର୍ମଚାରୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା ଓ ହତ୍ୟା ଘଟଣାକୁ ନେଇ ପୋଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ୪୯ନଂ. ଜାତୀୟ ରାଜପଥର କାତରା ନଦୀ ପୋଲ ଛକରେ ମେଗା ଜଳସେଚନ ପ୍ରକଳ୍ପ କାମରେ ନିୟୋଜିତ ଏକ ଦ୍ରୁତଗାମୀ ସ୍କର୍ପିଓ ଧକ୍କାରେ ସ୍ଥାନୀୟ ଗୋଷାଣୀପାଳ ଗ୍ରାମର ସ୍କୁଟି ଚାଳକ ହରିହର ସେଠୀ(୫୫)ଙ୍କ ମୃତ୍ୟୁ ହୋଇଥିଲା। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ସ୍କର୍ପିଓରେ ବସିଥିବା ଦୁଇ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରି ଆହତ କରିଥିଲେ। ଖବରପାଇ ପୋଲିସ ପହଞ୍ଚିି ଉଭୟଙ୍କୁ ଉଦ୍ଧାର କରି ବାରିପଦା ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଜଣେ କର୍ମଚାରୀ କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ସତ୍ୟ ନାରାୟଣ ନନ୍ଦ (୪୫)ଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ କର୍ମଚାରୀ ଉତ୍ତରପ୍ରଦେଶର ଫୁଲଚନ୍ଦ୍ର ଶର୍ମାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ମୃତଦେହ ରଖି ୩ ଘଣ୍ଟା ରାସ୍ତା ଅବରୋଧ କରିଥିଲେ। ବାଙ୍ଗିରିପୋଷି ଥାନା ଅଧିକାରୀ ସଞ୍ଜୟ କୁମାର ପରିଡ଼ା ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଅନ୍ୟପକ୍ଷରେ ମେଗା ଜଳସେଚନ ପ୍ରକଳ୍ପ କର୍ମଚାରୀଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ପୋଲିସ ଖୋଜୁଥିବାରୁ ସ୍ଥାନୀୟ ଗ୍ରାମ ପୁରୁଷଶୂନ୍ୟ ହୋଇପଡ଼ିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

ନିଟ୍‌ରେ ୧୫,୨୭୨ ରାଙ୍କ: ଆଦିତ୍ୟଙ୍କୁ ସମ୍ବର୍ଦ୍ଧନା

ରାଇକିଆ, ୨୯।୮ (ପ୍ରଦୀପ ବେହେରା): ଚଳିତ ବର୍ଷ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିଥିବା ରାଇକିଆର ଛାତ୍ର ଆଦିତ୍ୟ ପାତ୍ରଙ୍କୁ ରାଇକିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର…

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

କୂଅ ଭିତରେ ପଡ଼ିଛି ଦୁଇ ହେଟାବାଘ, ଉଦ୍ଧାର ପାଇଁ ବନ ବିଭାଗର ପ୍ରୟାସ

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଅନ୍ତର୍ଗତ ବୋବେଇ ଗ୍ରାମରେ ଏକ ଜମି ଭିତରେ ଥିବା କୂଅରେ ଦୁଇଟି ହେଟାବାଘ ପଡ଼ିଛି। ଗ୍ରାମବାସୀ ହେଟାବାଘ…

ସେପ୍ଟେମ୍ୱରରେ ୩,୬ ଓ ୨୬ ତାରିଖ ଭାରି ଖାସ୍‌: ୩ ରାଶିଙ୍କ କ୍ୟାରିୟରରେ ହେବ ଉନ୍ନତି, ଅଚାନକ ଟଙ୍କା…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ସୁଖ, ବୈଭବ, ଭୋଗବିଳାସ, ବିବାହ, ପ୍ରେମ ଏବଂ ସୌନ୍ଦର୍ଯ୍ୟ ଆଦିର କାରକ ଗ୍ରହ ବୋଲି ଧରାଯାଏ। ଶୁକ୍ର ଯେତେବେଳେ ବି ରାଶି ପରିବର୍ତ୍ତନ…

ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ହତ୍ୟା: ପାଇଖାନା ଟାଙ୍କିରେ ପୋତିଦେଲେ….

ଢେଙ୍କାନାଳ,୨୯।୮(ରତନ ନାୟାର): ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗରେ ଜଣେ ମଦ୍ୟପ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି। ଢେଙ୍କାନାଳ ସଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri