ଚେରିମୂଲି ଭରସାରେ କିଡ୍‌ନୀ ରୋଗୀ

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଡୁମେରବାହାଲ ଗାଁର ବସ୍ତିପଡ଼ାରେ କଲବଲ କରୁଛି କିଡ୍‌ନୀ ରୋଗ। ଏହି ଗାଁରେ ଚଳିତବର୍ଷ କିଡ୍‌ନୀ ରୋଗର ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ୧୬ଜଣ ଲୋକ ଚିକିତ୍ସିତ ହେଉଛନ୍ତି। ସତେ ଯେମିତି ଏମାନଙ୍କୁ ମଧ୍ୟ ମୃତ୍ୟୁର ଫାସ ଜଗି ବସିଛି କିଡ୍‌ନୀ ରୋଗ। ଅନେକ ଲୋକ ଏହି ରୋଗ ପାଇଁ ସଞ୍ଚତ୍ତ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଜମିବାଡ଼ି ମଧ୍ୟ ବିକ୍ରି କରି ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ କିଛି ଲୋକଙ୍କ ହାତରେ ଟଙ୍କା ନ ଥିବା ଯୋଗୁ ଚିକିତ୍ସିତ ନ ହୋଇ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରି ଘରେ ପଡିଥିବା ବେଳେ କିଛି ଲୋକ ଚେରିମୂଲି ଭରସାରେ ଅଛନ୍ତି। ପ୍ରକାଶ ଯେ, ଡୁମେରବାହାଲ ଗାଁର ବସ୍ତିପଡାରେ ୫୦୦ରୁ ଊଦ୍ଧର୍‌ବ ଲୋକ ବାସ କରୁଥିବା ବେଳେ ୫ଟି ନଳକୂପ ରହିଛି। ୨ଟି ନଳକୂପରେ ଲୁହାଗୁଣ୍ଡ, ମାଟି ଗୁଣ୍ଡ ବାହାରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପିଇବା ପାଣି ନା ଖାଦ୍ୟପେୟ ଯୋଗୁ କିଡ୍‌ନୀ ରୋଗ ବ୍ୟାପିଛି ତାହା ଜଣାପଡୁନାହିଁ। ଆଜି ବି ଲୋକଙ୍କୁ ପରୀକ୍ଷା କଲେ ଅନେକ ଲୋକ କିଡ୍‌ନୀ ରୋଗ ଆକ୍ରାନ୍ତ ଥିବା ଜଣାପଡିବ ବୋଲି ଗ୍ରାମବାସୀ କହିଛନ୍ତି। ଜିଲା, ବ୍ଲକ ପ୍ରଶାସନ, ରାଜନେତାଠାରୁ ଅନେକ ଲୋକଙ୍କୁ ଏ ନେଇ ଅବଗତ କଲେ ମଧ୍ୟ କୌଣସି ସୁବିଧା ମିଳୁ ନ ଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ପାଇଁ ବସୁଧା ଯୋଜନା ଫେଲ ମାରିଛି। ଗୋଟିଏ ସୋଲାର ପମ୍ପ ଲାଗିଥିଲା, ତାହା ବର୍ଷେ ହେବ ଅଚଳ ହୋଇ ପଡ଼ିଛି। ଅନ୍ୟ କୌଣସି ସୁବିଧା ନ ଥିବା ଯୋଗୁ ଲୋକେ ବାଧ୍ୟ ହୋଇ ନଳକୂପର ପାଣି ପିଉଛନ୍ତି। ଗତ ଜାନୁୟାରୀରେ ଜୟସିଂ ମାଝିଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ଜୁନରେ ଧ୍ୱଜ କାଣ୍ଡଙ୍କ ମୃତ୍ୟୁ ହୋଇଥିଲା। ଗତ ୯ ତାରିଖ (ମଙ୍ଗଳବାର) କୁମୁଦ କାଣ୍ଡଙ୍କ ଜୀବନ ନେଇଛି କିଡ୍‌ନୀ ରୋଗ। ବର୍ତ୍ତମାନ ଏହି ଗାଁର ଗୋଟିଏ ପରିବାରର ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଏବେବି ଆକ୍ରାନ୍ତ ହୋଇଛି ଚିକିତ୍ସିତ ହେଉଛନ୍ତି। ଡୁମେରବାହାଲ ଗାଁରେ କିଡନୀ ରୋଗ ମୃତ୍ୟୁର ଫାସ ପକାଇଥିବା ବେଳେ ଆଉ କେତେ ମୁଣ୍ଡ ଗଡ଼ିଲେ ପ୍ରଶାସନ ଓ ରାଜନେତା ଚେଇଁବ। ପ୍ରଶାସନ ଓ ସାସ୍ଥ୍ୟ ବିଭାଗ କିଡ୍‌ନୀ ରୋଗ ବ୍ୟାପିବାର ନିରାକରଣ ନ କଲେ ଏହି ରୋଗ ଆହୁରି ଅନେକ ଲୋକଙ୍କ ଜିବନ ନେବା ସହ ଅନେକ ଲୋକ ରୋଗାକ୍ରାନ୍ତ ହେବେ ବୋଲି ଗ୍ରାମବାସୀ ଦାବି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ଖୋଲା ଧମକ ଦେଇ କଡ଼ା ଭାଷାରେ ଇରାନ କହିଲା, ‘ଆମ ମାଟିରେ ପାଦ ରଖିଲେ, ଆମେ ତୁମର ଗୋଡ଼ କାଟି ଦେବୁ’

ତେହରାନ,୧୦।୮: ଇରାନ ଏବଂ ଆମେରିକା ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଇରାନ ସେନା ୱାଶିଂଟନକୁ ଏକ କଡ଼ା ଚେତାବନୀ ଦେଇଛି। ଇରାନ ସେନାର ସ୍ଥଳସେନାର କମାଣ୍ଡର ବ୍ରିଗେଡିୟର…

ବନ୍ଦ ହେବ ଯୁଦ୍ଧ! ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲାଯିବାକୁ ଟ୍ରମ୍ପ ଆଗ୍ରହୀ; ଆମେରିକା ପରମାଣୁ ପ୍ରସଙ୍ଗକୁ ସ୍ଥଗିତ ରଖିବାକୁ ଇଚ୍ଛୁକ

ଓ୍ବାଶିଂଟନ,୧୦।୮: ହର୍ମୁଜ ପ୍ରଣାଳୀକୁ ଜାହାଜ ଚଳାଚଳ ପାଇଁ ଖୋଲିବା ନେଇ ଇରାନ ଏବଂ ଓମାନ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତଥାପି, ଇରାନ ସ୍ପଷ୍ଟ କରିଛି…

ଢେପାଗୁଡ଼ାରେ ପୁଣି ଭୂସ୍ଖଳନ, ୪ ପରିବାର ଅନ୍ୟତ୍ର ସ୍ଥାନାନ୍ତର

ରାଇକିଆ,୧୦ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଇନ୍ଦ୍ରଗଡ ପଞ୍ଚାୟତର ଢେପାଗୁଡ଼ା ଗ୍ରାମରେ ପୁଣି ଭୂସ୍ଖଳନ ହୋଇଛି। ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି। ଗାଁକୁ…

ପୁଣି ଖୋଲିଲା ହୀରାକୁଦର ୪ ଗେଟ

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ରବିବାର ପୁଣି ଥରେ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିବା ଆରମ୍ଭ କରିଛି।…

ବରଗଡ଼ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ଓକିଲ ସଂଘ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି । ଗତ କିଛିଦିନ ତଳେ ବରଗଡ଼ ସହରସ୍ଥିତ କୋର୍ଟ ସମ୍ମୁଖ ରାସ୍ତାରେ…

ପାଣି ଘେରରେ ଗାଁ, ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

ହାଟଡିହୀ/ଛେନାପଦୀ,୯l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଅସରାଏ ବର୍ଷା ହେଲେ ଲୋକଙ୍କ ଦୁଃଖ ବଢିଯାଉଛି l କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା…

ଅଧରାତିରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ବାବୁଲାଙ୍କ ଜୀବନ

ବୀରମହାରାଜପୁର,୯।୮ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ କୁମରକେଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri