ଠକେଇ ଟଙ୍କା ଫେରି ପାଇବାକୁ ଅପହରଣ

ଭୁବନେଶ୍ୱର (ବ୍ୟୁରୋ)/ବାରଙ୍ଗ,୧୨ା୭ (ଡି.ଏନ୍‌.ଏ.):ରାଜଧାନୀରୁ ଅପହୃତ ଜଣେ ଯୁବକଙ୍କୁ କମିଶନରେଟ ପୋଲିସ ରବିବାର ଖୋର୍ଦ୍ଧାରୁ ଉଦ୍ଧାର କରିଛି। ଏଥିସହ ଦୁଇ ଅପହରଣକାରୀ ଓ ଅପହୃତ ଯୁବକଙ୍କୁ ଗିରଫ କରି ପୂରା ଘଟଣାର ରହସ୍ୟ ଉନ୍ମୋଚନ କରିଛି। ଗିରଫ ଦୁଇ ଅପହରଣକାରୀ ହେଲେ ପୁରୀ ଜିଲା ବଳଙ୍ଗା ଅଞ୍ଚଳର ପ୍ରମୋଦ କୁମାର ମହାନ୍ତି(୩୨) ଓ ନୟାଗଡ଼ ଜିଲାର ସନ୍ତୋଷ ପଟ୍ଟନାୟକ ଓରଫ କାଳିଆ (୩୨)। ସେହିଭଳି ଉଦ୍ଧାର ପରେ ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଅପହୃତ ଜଣକ ହେଲେ ଖୋର୍ଦ୍ଧା ବେଗୁନିଆର ସଦାନନ୍ଦ ବେହେରା। ସଦାନନ୍ଦ ପୋଲିସ ଚାକିରି କରାଇଦେବା ଆଳରେ ଲକ୍ଷାଧିକ ଟଙ୍କା ଠକିଥିବାବେଳେ ଟଙ୍କା ଫେରିପାଇବାକୁ ସେମାନେ ଅପହରଣ କରିଥିବା ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଏନେଇ ଚନ୍ଦକା ଥାନା ପୋଲିସ ପୃଥକ ଦୁଇଟି ମାମଲା ରୁଜୁ କରି ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।
ପୋଲିସ ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ସଦାନନ୍ଦ ଚନ୍ଦକା ଥାନା ଅଞ୍ଚଳର ଏକ ବଜାରରୁ ସ୍କୁଟିରେ ଫେରୁଥିଲେ। ଏହି ସମୟରେ ପ୍ରମୋଦ ଓ ସନ୍ତୋଷ ଏକ କାର୍‌ରେ ଆସି ତାଙ୍କ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲେ। ସଦାନନ୍ଦ ପଡ଼ିଯିବା ପରେ ସେମାନେ ତାଙ୍କୁ କାର୍‌ରେ ଅପହରଣ କରିନେଇ ଖୋର୍ଦ୍ଧାରେ ମୁଣ୍ଡ ଜାମିନ ରଖିଥିଲେ। ପରେ ସଦାନନ୍ଦଙ୍କ ସ୍ତ୍ରୀଙ୍କୁ ଫୋନ୍‌ କରି ସାଢେ ୩ଲକ୍ଷ ଟଙ୍କା ମାଗିବା ସହ ନ ମିଳିଲେ ସ୍ବାମୀଙ୍କ କଥା ଭୁଲିଯିବାକୁ ଧମକ ଦେଇଥିଲେ। ଏନେଇ ସଦାନନ୍ଦଙ୍କ ସ୍ତ୍ରୀ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ। ଡିସିପିଙ୍କ ନିର୍ଦ୍ଦେଶକ୍ରମେ ଚନ୍ଦକା ଥାନା ପୋଲିସ ଓ ସ୍ପେଶାଲ୍‌ ସ୍କ୍ବାଡ୍‌କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ଅପହରଣକାରୀଙ୍କ ଫୋନ୍‌କୁ ଟ୍ରାକ୍‌ କରି ଖୋର୍ଦ୍ଧାର ଏକ ଫାର୍ମ ହାଉସରେ ଚଢାଉ କରି ସଦାନନ୍ଦଙ୍କୁ ଉଦ୍ଧାର କରିବା ସହ ପ୍ରମୋଦ ଓ ସନ୍ତୋଷଙ୍କୁ ଗିରଫ କରିଥିଲା। ତେବେ ଅପହରଣକାରୀଙ୍କୁ ଗିରଫ ପରେ ଆଉଏକ ଘଟଣା ସାମ୍ନାକୁ ଆସିଥିଲା। ସଦାନନ୍ଦ ପାତ୍ରପଡ଼ା ଅଞ୍ଚଳରେ ରହୁଥିବାବେଳେ ସନ୍ତୋଷଙ୍କ ମାମୁଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ସଦାନନ୍ଦ ନିଜକୁ ଜଣେ ଅବସରପ୍ରାପ୍ତ ଶିକ୍ଷକ ପରିଚୟ ଦେବା ସହ ତାଙ୍କର ବଡ଼ ବଡ଼ ଅଫିସ୍‌ରେ ହାତ ରହିଥିବା କହିଥିଲେ। ଏପରିକି କେତେଜଣଙ୍କୁ ବ୍ଲକ ସ୍ତରରେ ଚାକିରି କରାଇ ଦେଇଥିବା କହି ପ୍ରଥମେ ବିଶ୍ୱାସ ଜନ୍ମାଇଥିଲେ। ପରବର୍ତ୍ତୀ ସମୟରେ ପୋଲିସ ବିଭାଗରେ ଭଣଜା ସନ୍ତୋଷ ଓ ତାଙ୍କ ସାଙ୍ଗ ପ୍ରମୋଦଙ୍କୁ ଚାକିରି କରାଇଦେବେ କହି ସାଢେ ୫ଲକ୍ଷ ଟଙ୍କା ନେଇଥିଲେ। ହେଲେ ସେ ଚାକିରି କରାଇ ପାରି ନ ଥିଲେ କି ଟଙ୍କା ଫେରାଇ ନ ଥିଲେ। ତେଣୁ ଟଙ୍କା ଫେରିପାଇବା ପାଇଁ ସେମାନେ ସଦାନନ୍ଦଙ୍କୁ ଅପହରଣ କରିଥିଲେ ବୋଲି ଅଭିଯୁକ୍ତ ଦ୍ୱୟ ପୋଲିସ ଆଗରେ କହିଥିଲେ। ସେମାନଙ୍କ ବୟାନ ଆଧାରରେ ସଦାନନ୍ଦଙ୍କୁ ପଚରାଉଚରା କରି ସତ୍ୟାସତ୍ୟ ଜଣାପଡିବା ପରେ ତାଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ତେବେ ସଦାନନ୍ଦ ଆହୁରି ଅନେକ ଲୋକଙ୍କୁ ଠକିଥିବା ନେଇ ସୂଚନା ମିଳିଥିବାରୁ ଅଧିକ ତଦନ୍ତ ଚାଲିଥିବା ଏସିପି ପ୍ରକାଶ ଚନ୍ଦ୍ର ପାଲ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri