ନାବାଳିକାଙ୍କୁ ଅପହରଣ, ମୁଣ୍ଡ ଜାମିନ ରଖି ଲକ୍ଷେ ଟଙ୍କା ଦାବି

ପଟ୍ଟାମୁଣ୍ଡାଇ, ୩୧ା୩(ସ୍ବ.ପ୍ର.):ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ୯ମ ଶ୍ରେଣୀରେ ପଢୁଥିବା ୧୪ବର୍ଷର ଛାତ୍ରୀଙ୍କୁ କେହି ଜଣେ ଅପହରଣ କରି ନେଇଛନ୍ତି। ଏଥିସହ ମୁଣ୍ଡ ଜାମିନ ରଖି ପରିବାରଠାରୁ ଲକ୍ଷେ ଟଙ୍କା ଦାବି କରୁଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଦଫା ୩୬୩ରେ ନଂ.୨୧୬/୨୩ରେ ମାମଲା ରୁଜୁ ହୋଇଛି। ପୋଲିସର ଘଟଣାର ଛାନ୍‌ଭିନ୍‌ ଚଳାଇଛି। ପ୍ରକାଶ ଯେ, ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ୯ମ ଶ୍ରେଣୀରେ ପଢୁଥିବା ନାବାଳିକା ଝିଅ ନିକଟକୁ ଏକ ଅଜଣା ଫୋନ ନଂ.୯୮୬୧୬୮୩୫୯୪ରୁ କଲ ଆସିଥିଲା। ଏହି ନମ୍ବରରୁ ଫୋନ କରିଥିବା ଅଜଣା ବ୍ୟକ୍ତିଙ୍କ ଜଣକ ସମ୍ପୃକ୍ତା ଛାତ୍ରୀଙ୍କୁ ବିଭିନ୍ନ ପ୍ରଲୋଭନରେ ପ୍ରଲୋଭିତ କରି ତାଙ୍କ ସହ ପଳାଇ ଯିବାକୁ ବାରମ୍ବାର କହି ଆସୁଥିଲା। ଗତ ୬ ତାରିଖରେ କେହି ଅଜଣା ବ୍ୟକ୍ତି ନାବାଳିକା ଛାତ୍ରୀଙ୍କୁ ଅପହରଣ କରି ନେଇଥିଲେ। ୭ ତାରିଖରେ ଅପହରଣକାରୀ ପରିବାର ଲୋକଙ୍କୁ ଲକ୍ଷେ ଟଙ୍କା ଦାବି କରିଥିଲେ। ଏ ନେଇ ପରିବାର ପକ୍ଷରୁ ଥାନାରେ ୮ ତାରିଖରେ ଏତଲା ଦିଆଯାଇଥିଲା। ପରିବାର ଲୋକେ ଏତଲା ଦେବା ସହ ବିଭିନ୍ନ ଆଡେ ଖୋଜାଖୋଜି କରିଥିଲେ। ଏବେ ଫୋନ ନଂ. ୬୩୭୧୫୮୩୭୧୪ରୁ କେହି ଅଜଣା ବ୍ୟକ୍ତି ନିଜକୁ ପୁରୀ ଜିଲା ପିପିଲି ଅଞ୍ଚଳର କହିବା ସହ କେତେବେଳେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଅଞ୍ଚଳର ବୋଲି କହୁଥିବା ନାବାଳିକାଙ୍କ ବାପା ଅଭିଯୋଗ କରିଛନ୍ତି। ଏହି ଅଜଣା ବ୍ୟକ୍ତି ଜଣକ ଲକ୍ଷେ ଟଙ୍କା ଦାବି କରିଛନ୍ତି। ଟଙ୍କା ନ ଦେଲେ ଝିଅକୁ ପାଇବା ସ୍ବପ୍ନ ବୋଲି ବାରମ୍ବାର ପରିବାର ଲୋକଙ୍କୁ ଧମକ ଦେଇ ଆସୁଛନ୍ତି। ନିଜ ଝିଅର ଜୀବନ ବିପଦରେ ଥିବା ବାପା ଆଶଙ୍କା କରିଛନ୍ତି। ସମ୍ପୃକ୍ତ ନାବାଳିକା ଛାତ୍ରୀଙ୍କ ପରିବାର ଆଶା ଓ ଆଶଙ୍କାରେ ଥିବାବେଳେ ଝିଅର ଜୀବନ ପ୍ରତି ବିପଦ ଥିବା ଜାଣି ଭାଙ୍ଗି ପଡିଛନ୍ତି। ଅଭିଯୋଗ ପାଇବା ପରେ ଥାନା ଅଧିକାରୀ ଅନ୍ତର୍ଯ୍ୟାମୀ ବିଶ୍ୱାଳ ଅପହୃତା ନାବାଳିକା ଛାତ୍ରୀଙ୍କ ଉଦ୍ଧାର କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri