କାଳବୈଶାୀରେ ଚାଷୀ କ୍ଷତିଗ୍ରସ୍ତ

ରସୁଲପୁର,୩୧ା୩(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ପଶ୍ଚିମା ଝଡ ପ୍ରଭାବରେ ୨ଦିନ ହେଲା କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ପ୍ରାୟତଃ ୧୫୦ କି.ମି. ବେଗରେ ପବନ ବହିବା ସହ ବିଜୁଳି ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ଚାଷୀମାନଙ୍କ ବିଶେଷ କ୍ଷତି ହୋଇଛି। ବାଦାମ, ପୋଟଳ, ଝୁଡଙ୍ଗ, କଲରା, କାକୁଡି ଭଳି ଲତା ଜାତୀୟ ପନିପରିବା କିଆରୀରେ ବର୍ଷାପାଣି ଲହଡି ମାରୁଛି। ପବନ ଯୋଗୁ ବଡ ଗଛ ଭାଙ୍ଗି ରାସ୍ତା ଉପରେ ପଡିଛି। ଗଛ ଡାଳ ପଡି ଘର ଭାଙ୍ଗି ଯାଇଛି, ଏକ ଟାଟା ଏସି ଗାଡି ଗଛ ଡାଳ ତଳେ ଚାପି ହୋଇ ରହିଯାଇଛି। ହେଲେ କୌଣସି ମୃତାହତର ସୂଚନା ମିଳି ନାହିଁ। ଏଭଳି ସ୍ଥିତିରେ ଏହି ବ୍ଲକର ଓଡିଶୋ, କଲଣ, ଟିକରପଡା, ପହଁଗା, ଲକ୍ଷ୍ମୀନଗର ଭଳି ଏକାଧିକ ପଞ୍ଚାୟତରେ କ୍ଷୟକ୍ଷତି ଘଟିଛି।
ଓଡିଶୋ ପଞ୍ଚାୟତର ଶାନ୍ତିଲତା ବେହେରାଙ୍କ ଘର ଉପରେ ଗଛ ଡାଳ ପଡିବାରୁ ଚାଳ ଭାଙ୍ଗି ଯାଇଛି। କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ସେ ପଡୋଶୀ ଘରେ ଆଶ୍ରୟ ନେଇଛନ୍ତି। ଘର ଉପରେ ପଡିଥିବା ଗଛ ଡାଳ କାଟିବାରେ ଅଗ୍ନିଶମ ବିଭାଗ ପକ୍ଷରୁ ସହାୟତା ମିଳି ପାରିନାହିଁ। ନିଜସ୍ବ ଖର୍ଚ୍ଚରେ ମଜୁରୀ ଲଗାଇ ମହିଳା ଜଣକ ଗଛକୁ ଘର ଉପରୁ ହଟାଇ ଦେଇଛନ୍ତି। ତେବେ କାନ୍ଥର ଅବସ୍ଥା ବିପଦପୂର୍ଣ୍ଣ ଥିବାରୁ କ୍ଷତିଗ୍ରସ୍ତ ପରିବାର ଲୋକେ ନିଜ ଘରକୁ ଫେରି ନାହାଁନ୍ତି। କ୍ଷତିଗ୍ରସ୍ତ ପରିବାରକୁ ତହସିଲ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସରପଞ୍ଚ ଜିତେନ୍ଦ୍ର ସାହୁ ଦାବି କରିଛନ୍ତି। ଓଡିଶୋ ପଞ୍ଚାୟତର ଚାଷୀ ବାଇଧର ନାୟକ, କରୁଣାକର ସାମଲ, ନାରାୟଣ ନାୟକ ପ୍ରମୁଖଙ୍କ ବାଦାମ ଚାଷରେ ବ୍ୟାପକ କ୍ଷତି ଘଟିଛି। ଶତାଧିକ ଚାଷୀଙ୍କ ପନିପରିବା ଚାଷ ପ୍ରଭାବିତ ହୋଇଛି। ଲକ୍ଷ୍ମୀନଗର ପଞ୍ଚାୟତର ମୁଖ୍ୟ ଗମନାଗମନ ରାସ୍ତାରେ ଗଛଡାଳ ଭାଙ୍ଗି ପଡି ରାସ୍ତା ଅବରୋଧ ହୋଇଥିଲା।  ଏକ ବରଗଛ ଡାଳ ଗୋଟିଏ ମାଲବୋଝଇ ଗାଡି ଉପରେ ପଡିଯିବାରୁ ଉକ୍ତ ଗାଡିଟି ରାସ୍ତା ଉପରେ ଫସି ରହିଥିଲା। ସ୍ଥାନୀୟ ଜନସାଧାରଣ ଡାଳକୁ ହାଣି ରାସ୍ତା ସଫା କରିଛନ୍ତି। ଅଦିନିଆ ଝଡ ତୋଫାନ ଯୋଗୁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଘଟୁଛି। ଏହାକୁ ପୁରୁଖାମାନେ ମାଳିକା ବର୍ଣ୍ଣିତ ଖଣ୍ଡ ପ୍ରଳୟ ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri